spot_img
Home Blog Page 5451

ବର୍ଦ୍ଧିତ ତୈଳଦରକୁ ନେଇ ଆଜି ସବୁ ବ୍ଲକରେ ବିକ୍ଷୋଭ କରିବ କଂଗ୍ରେସ

ଭୁବନେଶ୍ୱର: ବଢୁଥିବା ତେଲ ଦରକୁ ନେଇ ଆଜିଠୁ ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ । ଦର ବୃଦ୍ଧି ପ୍ରତିବାଦରେ ଆଜି ସମସ୍ତ ବ୍ଲକ ଆଗରେ ବିକ୍ଷୋଭ କରିବ କଂଗ୍ରେସ । ସାରା ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ବେଲଗାମ ହେଉଛି । ରାଜ୍ୟର ସମସ୍ତ ସ୍ଥାନରେ ପେଟ୍ରୋଲ ଦର ୧୦୦ ଟପିଛି । ଏହାର ପ୍ରଭାବରେ ପରିବହନ ଭଡ଼ା ବଢ଼ି ଆବଶ୍ୟକୀୟ ସାମଗ୍ରୀର ଦର ମଧ୍ୟ ବଢିବାରେ ଲାଗିଛି  ।

Congress To Protest In Every Block Against Fuel Price Hike

କରୋନା ସମୟରେ ଲୋକ ରୋଜଗାର ହରାଇ ଥିବା ବେଳେ ତୈଳ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସାଜିଛି । ଏହାର ପ୍ରତିବାଦରେ ଆଜିଠୁ ୧୭ ତାରିଖ ଯାଏ ପ୍ରତିବାଦ କରିବ ରାଜ୍ୟ କଂଗ୍ରେସ । ଆସନ୍ତା ୯ରେ ଜିଲ୍ଲାସ୍ତରରେ, ୧୪ରେ ଭୁବନେଶ୍ୱରରେ ଦର ବୃଦ୍ଧି ବିରୋଧରେ ପ୍ରତିବାଦ ହେବ । ପରେ  ୧୫ତାରିଖରେ ଲୋକଙ୍କୁ ତେଲ ନକିଣିବାକୁ ଦଳ ଅନୁରୋଧ କରିବ । ୧୭ରେ ପ୍ରତି ପେଟ୍ରୋଲ ପମ୍ପ ଆଗରେ ଦସ୍ତଖତ ଅଭିଯାନ କରିବ କଂଗ୍ରେସ ।

ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ଜୀବନର ସଂଘର୍ଷ ଲେଖିଲେ ଜିଲ୍ଲାପାଳ

ଭୁବନେଶ୍ୱର: ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ‘ ଆଜିର ଦିନଟି ମୋର’ଓ ରବିପ୍ରିୟ ଦାଶଙ୍କ ‘ ଉର୍ବଶୀର ଗାଁ’କୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିର ଦିନଟି ମୋର’ ପୁସ୍ତକରେ ବିଜୟ ଅମୃତା କୁଲାଙ୍ଗେ ନିଜ ଜୀବନର ସଂଘର୍ଷ ଓ ସଫଳତାକୁ ଅତି ଜୀବନ୍ତ ଭାବରେ ଉପସ୍ଥାପନ କରିଛନ୍ତି । ସଫଳତା ଉପରେ ସମସ୍ତଙ୍କର ଅଧିକାର ଅଛି । କିନ୍ତୁ ତାକୁ ଛୁଇଁବା ପାଇଁ ଦରକାର ଉଦ୍ୟମଶୀଳତା, ସାଧନା ଓ ପ୍ରତିବଦ୍ଧତା ।

ପୁସ୍ତକଟି ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହେବା ସହିତ ପାଠକୀୟ ଆଦର ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ସେହିଭଳି ରବିପ୍ରିୟ ଦାଶଙ୍କ କବିତା ସଙ୍କଳନ ‘ଉର୍ବଶୀର ଗାଁ’ ପୁସ୍ତକକୁ ବି ଉନ୍ମୋଚନ କରିଛନ୍ତି ନବୀନ । ପ୍ରକୃତିର ମହନୀୟତା ସହିତ ତାଙ୍କ ଜୀବନ ଯାତ୍ରାର ଅନୁଭବର ସାବଲୀଳ ଉପସ୍ଥାପନା କବିତା ଗୁଡିକୁ ଅଧିକ ଆକର୍ଷଣୀୟ କରିପାରିଛି । ପୁସ୍ତକଟିର ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ମାର୍ଟ ସୁନ୍ଦରୀଙ୍କ ସ୍ମାର୍ଟ କାରନାମା, 6 ଘଣ୍ଟାର ଶେଷ ହେଲା ହାଇଡ୍ରାମା

ଭୁବନେଶ୍ୱର: ସ୍ମାର୍ଟ ସୁନ୍ଦରୀଙ୍କ ସ୍ମାର୍ଟ କାରନାମା। 6 ଘଣ୍ଟାର ଶେଷ ହେଲା ହାଇଡ୍ରାମା ।୧ଲକ୍ଷ ୪୦ ହଜାର ଟଙ୍କାର ମୋବାଇଲ ଚୋରି ନେଇ ସହିଦ ନଗର ଥାନାରେ ହୋଇଥିଲା ଅଭିଯୋଗ । ପୋଲିସ ର ତଦନ୍ତ ପରେ ଉକ୍ତ ଯୁବତୀ ଚୋରି କରିଥିବା iphone ର ଦାମ ଦେଇ ମାମଲାର ରଫା ଦଫା କରିଥିଲେ । ପୋଲିସ ସହାୟତାରେ ମୋବାଇଲ ଦୋକାନ ମାଲିକ ୧ ଲକ୍ଷ ୪୩ ହଜାର ଟଙ୍କା ଫେରି ପାଇଛନ୍ତି । ନଗଦ50 ହଜାର ଦେଇଥିବା ବେଳେ କର୍ଡ଼ରେ 90 ହଜାର ଦେଇଥିଲେ। swip ମେସିନ ବବଦକୁ 3 ହଜାର ଦେଲେ ଯୁବତୀ  ।

ଆଜି ସକାଳ ସମୟରେ ସହିଦନଗରର ଏକ ମୋବାଇଲ ଦୋକାନରୁ ଆଇଫୋନ ମୋବାଇଲ କିଣି ନେଇ ଛୁ ମାରିଥିଲେ ଯୁବତୀ । ଦୋକାନରୁ ଆଇ ଫୋନ କିଣିବା ପରେ ଯୁବତୀ ଘରୁ ଟଙ୍କା ଆଣିବେ କହି ଯୁବତୀ ନିଜ କାର ଓ ଦୋକାନୀର କର୍ମଚାରୀ ମାନେ ମିଶି ଘର ପର୍ଯ୍ୟନ୍ତ ଯାଇଥିଲେ । ହେଲେ ଘରକୁ ଯିବାକୁ କହି ପେଟ୍ରୋଲ ପମ୍ପରୁ ପେଟ୍ରୋଲ ପକାଇବାକୁ କହି କାରରେ ଫେରାର ହୋଇଯାଇଥିଲା ।

ଏତିକିରେ ତାଙ୍କ ପିଛା କରି ଘର ପର୍ଯ୍ୟନ୍ତ ପହଞ୍ଚିଥିଲେ ଦୋକାନ କର୍ମଚାରୀ । ହେଲେ ଘରେ ପହଂଚିବା ପରେ ଯୁବତୀ ଜଣଙ୍କ ଆଉ ଫୋନ ନେଇନଥିବା କହି ବଚସା କରିଥିଲେ । ଏହାପରେ ଦୋକାନ ମାଲିକ ଏନେଇ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ନିକଟରେ ସମସ୍ତ ମାମଲାର ଟଙ୍କା ଦେଇ ରଫା ଦଫା କରିଛନ୍ତି।

ଭୁବନେଶ୍ୱର ବିମାନ ବନ୍ଦରର ନୂତନ ନିର୍ଦ୍ଦେଶକ ଭାବେ ଯୋଗ ଦେଲେ ପ୍ରଭାତ ରଂଜନ ବେଉରିଆ

ଭୁବନେଶ୍ୱର:  ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନୂତନ ନିର୍ଦ୍ଦେଶକ ଭାବେ ଯୋଗ ଦେଇଛନ୍ତି ପ୍ରଭାତ ରଂଜନ ବେଉରିଆ । ଦାୟିତ୍ବ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଭାତ କହିଛନ୍ତି, ଅନେକ ବିକାଶମୂଳକ ଓ ନବୀକରଣ କାମ ବାକି ରହିଛି, ଏହାକୁ ତ୍ବରାନ୍ବିତ କରାଯିବ ।

ଅନେକ ପ୍ରୋଜକ୍ଟ ସହ ଅନ୍ତର୍ଜାତୀୟ ବିମାନ ସେବା ବୃଦ୍ଧି କରାଯିବା ପାଇଁ ଆଲୋଚନା ଚାଲିଛି । କରୋନା ପାଇଁ ଏ ସବୁ ପ୍ରକଳ୍ପ କାମ ଅଟକି ରହିଛି । ପୁରୀରେ ହେବାକୁ ଥିବା ନୂତନ ବିମାନ ବନ୍ଦର ବାବଦରେ କହିଛନ୍ତି, ରାଜ୍ୟରେ ଯେତେ ଅଧିକ ବିମାନବନ୍ଦର ନିମାର୍ଣ ହେବ, ଅର୍ଥନୀତି ଓ ପର୍ଯ୍ୟଟନର ସେତିକି ବିକାଶ ହେବ ।

ଜଗତସିଂହପୁର ଓ ପାରାଦ୍ୱୀପରେ କୋଭିଡ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଜଗତସିଂହପୁର ଓ ପାରାଦ୍ବୀପ ଚିକିତ୍ସାଳୟ ଯାଇ କୋଭିଡ 19 ପରିଚାଳନା ସ୍ଥିତିର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଟିମ୍ । ଏହି ଟିମରେ ଆଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଆଫ ହାଇଜିନ ଆଣ୍ଡ ହେଲଥର ସଦସ୍ୟ ଥିଲେ । ଡାକ୍ତର ପ୍ରଶାନ୍ତ ମହାପାତ୍ର ଓ ଡାକ୍ତର ଶିବାନୀ ଦତ୍ତ ଙ୍କୁ ନେଇ ଏକ ଦୁଇ ଜଣିଆ ଟିମ୍ ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ପାରାଦ୍ଵୀପ ସ୍ଥିତ କୋଭିଡ ହସ୍ପିଟାଲ ର ସ୍ଥିତି ଅନୁଧ୍ୟାନ କରିଥିଲେ।

କୋଭିଡ ରୋଗୀଙ୍କ ପାଇଁ ଆବଶ୍ୟକୀୟ ବେଡ଼, ସାନିଟାଇଜର , ଖାଦ୍ୟ ଓ ମେଡିକାଲ ରେ ଆଡ଼ମିଶନ ହେଉଥିବା ରୋଗୀ ଙ୍କ ଲିଷ୍ଟ ଏବଂ ସୁସ୍ଥ ହେଉଥିବା ରୋଗୀଙ୍କ ରେକର୍ଡ ଯାଞ୍ଚ୍ କରିଥିଲେ। ରାଜ୍ୟ ସରକାର କୋଭିଡ ପରିଚାଳନା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ସେଥିରେ ସେମାନେ ସନ୍ତୋଷ ବ୍ୟକ୍ତ କରିବା ସହିତ ଅନ୍ୟ ଡାକ୍ତରଖାନା ଗୁଡିକ ର ସ୍ଥିତି ଅନୁଧ୍ୟାନ ପରେ ସଠିକ୍ ତଥ୍ୟ ସାମ୍ନାକୁ ଆସିବ ବୋଲି ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି।

ଜୁଲାଇ ୨୦ରୁ ଆରମ୍ଭ JEE ମେନ୍, ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ୍ ୩-୪ ପରୀକ୍ଷା

ନୂଆଦିଲ୍ଲୀ: ଜୁଲାଇ ୨୦ରୁ ଆରମ୍ଭ ହେବ ଚଳିତ ବର୍ଷର JEE ମେନ୍ । ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ-୩ର ପରୀକ୍ଷା ହେବ । ସେହିପରି ଜୁଲାଇ ୨୭ରୁ ଅଗଷ୍ଟ ୨ମଧ୍ୟରେ ସେସନ-୪ ପାଇଁ ପରୀକ୍ଷା ହେବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । କରୋନା ପାଇଁ ସହର ଓ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଉଛି ।

କେନ୍ଦ୍ରଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୩ ଶହ ୩୪ ସହରର ୮ ଶହ ୨୮କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବେ । କରୋନା ଗାଇଡଲାଇନରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତା ମୂଳକ କରାଯାଇଛି । କୋଭିଡ ସଂକ୍ରମଣ ବୃଦ୍ଧି ଜନିକତ କାରଣରୁ ଗତବର୍ଷ ପରୀକ୍ଷା ହେବାରେ ବିଭ୍ରାଟ ସୃଷ୍ଟି ହୋଇଥିଲା  । କିନ୍ତୁ ବର୍ତ୍ତମାନ କ୍ରମଃଶ ସ୍ଥିତିରେ ସୁଧାର ଆସିଥିବାରୁ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ  ।

ବୁଧବାର ସଂଧ୍ୟାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ୨୦ରୁ ଅଧିକ ନୂଆ ମୁହଁ

ନୂଆଦିଲ୍ଲୀ:  ବୁଧବାର ସଂଧ୍ୟା ସୁଦ୍ଧା କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚାରେ ପଡିପାରେ ପୂର୍ଣ୍ଣଛେଦ  । ଅର୍ଥାତ ଆସନ୍ତାକାଲି ଅପରାହ୍ନରେ କେନ୍ଦ୍ରମନ୍ତ୍ରିମଣ୍ଡଳ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଯାଉଛି । କେନ୍ଦ୍ରରେ ଏନ୍‌ଡିଏ ସରକାରର ଦ୍ବିତୀୟ ପାଳିରେ ପ୍ରଥମ ଥର ପାଇଁ କ୍ୟାବିନେଟ ବିସ୍ତାର ହେବାକୁ ଯାଉଛି । ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି ମନ୍ତ୍ରୀମଣ୍ଡଳ ବିସ୍ତାର ହେବ । ବର୍ତ୍ତମାନ ଥିବା କିଛି ମନ୍ତ୍ରୀଙ୍କୁ ମଧ୍ୟ ଦାୟିତ୍ବରୁ ହଟାଯାଇପାରେ । କାହାକୁ ମିଳିବ ମନ୍ତ୍ରୀ ପଦ ତାରି ଉପରେ ସମସ୍ତଙ୍କ ନଜର । କିଛି ଆଶାୟୀ ଏବେଠୁ ଦିଲ୍ଲୀରେ ଡେରା ପକାଇଲେଣି ।

ଆସନ୍ତା ବର୍ଷ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନଜରରେ ରଖି ମନ୍ତ୍ରୀ ପରିଷଦ ବିସ୍ତାର ହେବ । ବର୍ତ୍ତମାନ ଥିବା କିଛି ମନ୍ତ୍ରୀଙ୍କୁ ମଧ୍ୟ ଦାୟିତ୍ବରୁ ହଟାଯିବ । ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟା ସିନ୍ଧିଆ, ମହାରାଷ୍ଟ୍ରର ବରିଷ୍ଠ ନେତା ନାରାୟଣ ରାଣେ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲେ ଦିଲ୍ଲୀରେ ପହଞ୍ଚିଛନ୍ତି । ଜେଡିୟୁର ଆର ପି ସିଂ ମଧ୍ୟ ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିଛନ୍ତି । ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗି ବିଜେପି ସରକାର ଗଢ଼ିବାରେ ମୁଖ୍ୟ ପୁରୋଧା ସାଜିଥିବା ସିନ୍ଧିଆଙ୍କୁ ମିଳିବ ଗୁରୁ ଦାୟିୁତ୍ବ ।

ଅନ୍ୟପଟେ ମନ୍ତ୍ରୀମଣ୍ଡଳରେ ୨୦ ନୂଆ ଚେହେରାଙ୍କୁ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏଥିସହ ଓଡ଼ିଶାରୁ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିପାରେ । ଏବେ ଓଡ଼ିଶାରୁ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ଥିବା ବେଳେ ଏହି ସଂଖ୍ୟା ବଢାଇବାକୁ ବିଜେପି ଯୋଜନା କରୁଛି । ମନ୍ତ୍ରୀମଣ୍ଡଳରେ ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗର ନେତାଙ୍କୁ ସାମିଲ ହୋଇପାରନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନୂଆ ଟିମ୍ ସହ ମଇଦାନକୁ ଓହ୍ଲାଇବେ ବୋଲି ବିଶେଷଜ୍ଞ କହିଛନ୍ତି ।

ସେପଟେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଭିତରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସାମାନ୍ୟ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି । ତାଙ୍କର ଇଛା ସହଯୋଗୀ ଦଳ ଭାବେ ଜେଡିୟୁରୁ ୪ ଜଣଙ୍କୁ ମନ୍ତ୍ରୀ ପଦ ମିଳୁ । ନିକଟରେ ଏହି ଚର୍ଚ୍ଚା କରିବା ପାଇଁ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସେ ଭେଟିଥିଲେ । ଏପଟେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ରାଜ୍ୟପାଳ ସ୍ତରରେ ବଡଧରଣର ପରିବର୍ତ୍ତନ । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାଓ୍ବରଚାନ୍ଦ ଗେହଲଟ ହୋଇଛନ୍ତି କର୍ଣ୍ଣାଟକ ରାଜ୍ୟପାଳ । ଏହା ସହ ବଦଳିଛନ୍ତି ଅନ୍ୟ ୭ ରାଜ୍ୟର ରାଜ୍ୟପାଳ ।

୮ ରାଜ୍ୟ ପାଇଁ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମିଜୋରାମର ରାଜ୍ୟପାଳ ଦାୟିତ୍ବ ତୁଲାଇବେ ହରିବାବୁ କମ୍ଭମପତି । ସେହିଭଳି ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ମଙ୍ଗୁଭାଇ ଛଗନଭାଇ ପଟେଲଙ୍କୁ ନିଯୁକ୍ତି ମିଳିଛି । ହିମାଚଳପ୍ରଦେଶ ପାଇଁ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲକରଙ୍କୁ ଦାୟିତ୍ବ ମିଳିଛି । ସେହିପରି ଗୋଆ ପାଇଁ ପିଏସ୍ ଶ୍ରୀଧରନ ପିଲାଇ, ତ୍ରିପୁରା ପାଇଁ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ରମେଶ ବୈସଙ୍କୁ ଝାଡ଼ଖଣ୍ଡ ଓ ବନ୍ଦାରୁ ଦତ୍ତାତ୍ରୟଙ୍କୁ ହରିୟାଣା ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ।

ପଦ ପାଇଁ ବିଧାନ ପରିଷଦ; ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଷ୍ଟ୍ରାଟେଜୀ

କୋଲକାତା: ବିଧାନସଭା ନହେଲେ ବି ବିଧାନ ପରିଷଦ ଦେଇ ମୁଖ୍ୟମନ୍ତ୍ରୀ ରହିବେ ମମତା ବାନାର୍ଜୀ । ଏନେଇ ସବୁ ପ୍ରସ୍ତୁତି ସମୟ ଥାଉ ଥାଉ ଆରମ୍ଭ ହୋଇଯାଇଛି । ଆଜି ବିଧାନସଭାରେ ୧୯୬ ଜଣ ସଦସ୍ୟଙ୍କ ସମର୍ଥନରେ ବିଧାନ ପରିଷଦକୁ ନେଇ ପ୍ରସ୍ତାବ ପାରିତ କରିଛନ୍ତି ରାଜ୍ୟ ସରକାର । ୬୯ ଜଣ ସଦସ୍ୟ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ । ଉତ୍ତରାଖଣ୍ଡ ସ୍ଥିତି ପରେ ଏବେ ଦିଦି ପଶ୍ଚିମବଙ୍ଗରେ ବିଧାନପରିଷଦ କାର୍ଯ୍ୟକ୍ଷମ କରିବାକୁ ଅଣ୍ଟା ଭିଡିଛନ୍ତି । ତଥାପି ଦିଦିଙ୍କର ସମସ୍ୟା ଏବେ ବି ଯାଇନି । କାରଣ ଏଥିପାଇଁ ସଂସଦର ମଧ୍ୟ ଅନୁମତି ଆବଶ୍ୟକ ।

ଲୋକସଭାରେ ବିଜେପିର ବହୁମତ ଥିବା ଦିଦିଙ୍କ ଏହି ପ୍ଲାନ ମଧ୍ୟ ଏତେ ଶିଘ୍ର ସଫଳ ହେବ ନାହିଁ ବୋଲି କୁହାଯାଉଛି । ନନ୍ଦିଗ୍ରାମ ଆସନରୁ ବିଧାନସଭା ନିର୍ବାଚନ ହାରିବା ପରେ ଦିଦି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି । ତାଙ୍କ ପାଖରେ ନଭେମ୍ବର ୫ ପର୍ଯ୍ୟନ୍ତ ସମୟ ଅଛି । ତାରି ଭିତରେ ଦିଦି ଉପ ନିର୍ବାଚନ ଜିତିବା ନିହାତି ଆବଶ୍ୟକ । କିନ୍ତୁ ବର୍ତ୍ତମାନର କୋଭିଡ ସ୍ଥିତି ଯୋଗୁଁ ଉପନିର୍ବାଚନ ଏଡାଇ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ନିର୍ବାଚନ ନହୁଏ, ବିଧାନ ପରିଷଦକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇ ରହିବେ ବୋଲି ଦିଦି ଯୋଜନା କରିଛନ୍ତି ।

ସୁସ୍ଥ ହୋଇ ଫେରିଲେ, ଫୋନ ସ୍ୱିଚ୍ ଅଫ୍ କଲେ

ଭୁବନେଶ୍ୱର: କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି । ବର୍ତ୍ତମାନ ୧୦ ଦିନ ଅବଜର୍ଭେସନରେ ରହିବାକୁ ପରାମର୍ଥ ଦେଇଛନ୍ତି ଡାକ୍ତର । ତେଣୁ ସେ ୧୦ ଦିନ ଫୋନ ସ୍ୱିଚ୍ ଅଫ୍ କରି ରଖିବେ ବୋଲି ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କରୋନାରୁ ସୁସ୍ଥ ହେବା ପରେ ବି ତାଙ୍କୁ ୧୦ ଦିନ ନିରିକ୍ଷଣରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏବଂ ବାରମ୍ବାର ଫୋନ କଲ ଆସୁଥିବାରୁ ସେ ଭଲରେ ବିଶ୍ରାମ କରିପାରୁନାହାନ୍ତି । ତେଣୁ ୧୦ ଦିନ ପାଇଁ ମୋବାଇଲ ସ୍ୱିଚ୍ ଅଫ କରି ବିଶ୍ରାମ ନେବେ ବୋଲି ସେ କହିଛନ୍ତି । ଦରକାର ପଡ଼ିଲେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ହାଇଦ୍ରାବାଦ ଯାଇପାରନ୍ତି ବୋଲି ତାରା କହିଛନ୍ତି । ସମୂର୍ଣ୍ଣ ସୁସ୍ଥ ହୋଇ ସମସ୍ତ ଫୋନ କଲରୁ ଚେକ କରିବେ ବୋଲି ତାରା ପ୍ରସାଦ କହିଛନ୍ତି ।

ସୀମା ସେପଟେ ପେଟ୍ରୋଲ ୨୫ କମ୍, ଏପଟେ ବିକିବାକୁ ବ୍ୟାକୁଳ ଦଲାଲ୍

ନନ୍ଦିଘୋଷ ବ୍ୟୁରୋ: କନ୍ଦାଇଲାଣି ପେଟ୍ରୋଲ  । ଗାଡ଼ି ଧରିବାକୁ ବି ଅଧେ ଡରିଲେଣି  । ଦେଶର ଅଧିକାଂଶ ସ୍ଥାନରେ  ଶହେ ପାର କଲାଣି ପେଟ୍ରୋଲ ଓ ଡିଜେଲ  ଦର । ଏମିତି ବି ସ୍ଥିତି ହେଲାଣି ରାଜ୍ୟରେ ଏବେ ବି ୧୧ ସହରରେ ଲିଟର ପିଛା ଶହେ ଟଙ୍କାରୁ ଅଧିକ ଦରରେ ମିଳୁଛି ପେଟ୍ରୋଲ  ।  କିନ୍ତୁ ଭାରତରେ ତୈଳ ଦରର ଅହେତୁକ ବୃଦ୍ଧିରେ ଫାଇଦା ନେଉଛନ୍ତି ନେପାଳୀ oil smuggler  । ସୀମାନ୍ତ ରାଜ୍ୟ ଗୁଡ଼ିକରେ ଚଳାଇଛନ୍ତି ନେଟୱାର୍କ  । ଯଥେଷ୍ଟ କମ ଟଙ୍କାରେ ପେଟ୍ରୋଲ ଓ ଡିଜେଲ କ୍ରୟ କରି ଭାରତୀୟ ବଜାରରେ କରୁଛନ୍ତି ବିକ୍ରୟ  । ଆଉ ହେଉଛନ୍ତି ମାଲାମାଲ  ।

ନେପାଳରେ ପେଟ୍ରୋଲ ଲିଟର ପିଛା ଭାରତ ମାର୍କେଟରୁ ଯଥେଷ୍ଟ କମ ଦରରେ ବିକ୍ରୟ ହେଉଛି  । ଯାହାର ଫାଇଦା ଉଠାଉଛନ୍ତି କିଛି ଅନ୍ତ୍ରରାଷ୍ଟ୍ରୀୟ ବର୍ଡର ଚୋରାଚାଲାଣକାରୀ  । ଇଣ୍ଡିଆ-ନେପାଳ ସୀମାରେ କିଛି ଏଭଳି ଗୁପ୍ତ ସ୍ଥାନ ରହିଛି  । ଯେଉଁବାଟେ ଏହି smuggler ଗ୍ୟାଙ୍ଗ ବେପାର ଚଳାଇଛନ୍ତି  ।  ଅର୍ଥାତ ନେପାଳ ମାର୍କେଟରୁ ପେଟ୍ରୋଲ କିଣି ଭାରତ ମାର୍କେଟରେ ବେଆଇନ ଭାବେ ବିକ୍ରି କରୁଛନ୍ତି  । ନେପାଳରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୭୮ ଟଙ୍କା ଥିବାବେଳେ  ଡିଜେଲ ଲିଟର ପିଛା ରହିଛି ୬୮ ଟଙ୍କା  । ଏବଂ ଭାରତ ମାର୍କେଟରେ ୨୫ ରୁ ୩୦ ଟଙ୍କା ଅଧିକ ପେଟ୍ରୋଲ ଦର ରହିଥିବାବେଳେ ଡିଜେଲ ଦର ମଧ୍ୟ ୨୦ରୁ ୨୫ ଟଙ୍କା ଚଢା ରହିଛି  । ସୀମାନ୍ତରେ କିଛି ଗଳିଆ ଯାଗା ଦେଖି ଏଭଳି ଗୋଲକଧନ୍ଧା ଚଳାଇଛନ୍ତି Smuggler  ।

ଭାରତ ନେପାଳ ମଧ୍ୟରେ ସମୁଦାୟ ୧୭୫୦ କିଲୋମିଟରର ସୀମାବର୍ତ୍ତୀ ଇଲାକା ରହିଛି  । ଯାହା ମଧ୍ୟରୁ ସିଦ୍ଧାର୍ଥନଗରର ଜନପଦ ଅଞ୍ଚଳରେ ରହିଛି ୬୮ କିଲୋମିଟର ବ୍ୟାପ୍ତ ଖୋଲା ସୀମା  । ସେପଟେ ଦୁଇ ଦେଶ ମଧ୍ୟରେ ୭୦ଟି ବୋର୍ଡର ପୋଷ୍ଟ ମଧ୍ୟ ରହିଛି  । ଯେଉଁବାଟେ ହିଁ ଦୁଇ ଦେଶ ମଧ୍ୟରେ ଛୋଟମୋଟ ଗାଡି ଚଳାଚଳ କରିଥାଏ  । ଆଉ ଯେଉଁ ୬୮ କିଲୋମିଟରର ଖୋଲା ସୀମା ପଡିଛି, ସେହିସୀମାରେ ରହିଛି ବଢନି, ଖୁନୱା, ଅଲିଗଢୱା ଏବଂ କକରହବା ବର୍ଡର  । କିନ୍ତୁ ୭୦ଟି ପୋଷ୍ଟକୁ ଛାଡିଦେଲେ ଏମିତି ଅନେକ ଛୋଟମୋଟ ରାସ୍ତା ରହିଛି  ଯେଉଁପଟେ ବେଧଡ଼କ ଭାବେ ଯିବା ଆସିବା କରିଥାନ୍ତି ସୀମାନ୍ତ ଲୋକେ  । କିନ୍ତୁ ବେଆଇନ ପେଟ୍ରୋଲ ବିକ୍ରି ସମ୍ବନ୍ଧରେ ସେତେବେଳେ ଜଣାପଡ଼ିଥିଲା, ଯେତେବେଳେ ପୋଲିସ ହାତରେ ପଡିଥିଲେ ଏହି ଚୋରାଚାଲାଣକାରୀ ଏବଂ ପେଟ୍ରୋଲଭର୍ତ୍ତୀ ଗାଡ଼ି  । ଜାଣନ୍ତୁ କେମିତି ଜାଣିଲା ବର୍ଡର ପୋଲିସ  ।

ଗତ ରବିବାର  । ଲୋଟନ ପୋଲିସ ହାତରେ ଲାଗେ ପ୍ରଥମ କେସ  । ୧୦୦ ଲିଟର ଡିଜଲ ସହ ଧରାପଡ଼େ ଜଣେ ନେପାଳୀ ନାଗରିକ  । ।  ଏହାପରେ ଠୋଠେରା ବର୍ଜରରେ ଗିରଫ ହୁଏ ଏହି ବ୍ୟକ୍ତି  । ଆଉ ଏହି ଡିଜେଲ ନେପାଳରୁ ହିଁ ଭାରତକୁ ଅବୈଦ୍ଧ ଭାବେ ଚାଲାଣ ହେଉଥିବା ଜଣାପଡ଼େ  । ଏବଂ ସୀମାନ୍ତ ମାର୍କେଟରେ ଭାରତୀୟ ଦର ହିସାବରେ ବିକ୍ରି କରିବାକୁ ଆଣିଥିବା ନେଇ ସ୍ପଷ୍ଟ କରେ ଗିରଫ ହୋଇଥିବା ବ୍ୟକ୍ତି  ।

ସେହିପରି ଦ୍ୱିତୀୟ କେସ ମଧ୍ୟ ସୀମାନ୍ତ ଆଲିଗଡ ବର୍ଡରରୁ ଆସିଛି  । ୫୦ ଲିଟର ଡିଜେଲ ଭର୍ତି ହୋଇଥିବା ଏକ ଗାଡିକୁ SSB ଅର୍ଥାତ ସଶସ୍ତ୍ର ସୀମା ବଳ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୁଏ  । ଏବଂ ଗିରଫ ହୋଇଥିବା ବ୍ୟକ୍ତି ନେପାଳ ସୀମାନ୍ତ ଚାକରଚୌଡ଼ା ଗ୍ରାମର ବାସୀନ୍ଦା ହୋଇଥିବା ମଧ୍ୟ ପୋଲିସ ଖବର ପାଏ  । କିନ୍ତୁ ସବୁଠାରୁ ବଡ କଥା ହେଉଛି ସୀମାନ୍ତରେ ଗୋଲକଧନ୍ଧା ଚଳାଇଥିବା ଏହି ଗ୍ୟାଙ୍ଗ ପେଟ୍ରୋକଳାବଜାରୀ ଛାଡ଼ିବାକୁ ନାରାଜ  । ଏଥିରୁ ଯଥେଷ୍ଟ ଲାଭ ହେଉଥିବାବେଳେ ବିନା ଦ୍ୱିଧାରେ ମାଲାମାଲ ହେଉଛନ୍ତି ସ୍ମଗଲର  । ଅନ୍ୟପଟେ ଏଭଳି ଖବର ପାଇବା ପରେ ସିଦ୍ଧାର୍ଥନଗର ଏସପି ସୀମାନ୍ତରେ ପୋଟ୍ରୋଲିଙ୍ଗ ବଢାଇଥିବା କହିଛନ୍ତି  ।