ମାଲକାନଗିରିରେ ମନ୍ତ୍ରୀ ବାଣ୍ଟିଲେ ହେଲଥ କାର୍ଡ

ମାଲକାନିଗିରି: ଉପାନ୍ତ ଅଞ୍ଚଳରେ ବଣ୍ଟନ ହେଉଛି ସ୍ୱାସ୍ଥ୍ୟ କାର୍ଡ  । ଡିଜିଟାଇଜେସନ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ଶୁକ୍ରବାର ମାଲକାନଗିରିରୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ  । ଆଜି ଜିଲ୍ଲାର କିଛି ଅଞ୍ଚଳରେ ବିଜୁ ସ୍ୱାସ୍ଥ କଲ୍ୟାଣ ଯୋଜନାର ହେଲଥ କାର୍ଡ ପ୍ରଦାନ କରାଯାଇଛି । ପୋଡ଼ିଆ ବ୍ଳକର ଏମଭି 58 ଗ୍ରାମରେ ହେଲଥ କାର୍ଡ ବାଣ୍ଟିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

ସେହିପରି ସ୍ୱାଭିମାନ ଅଞ୍ଚଳରେ ହେଲଥ କାର୍ଡ ବଣ୍ଟନ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଟନେଲ କ୍ୟାମ୍ପ ପଞ୍ଚାୟତରେ ବି.ଏସ.କେ.ୱାଇ ଡିଜିଟାଲ ହେଲଥ କାର୍ଡ ବଣ୍ଟନ କରାଯାଇଛି । ଏହି ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ଓ ଅଣ୍ଡରାପାଲି ଏହି ଦୁଇଟି ପଞ୍ଚାୟତରେ ବଣ୍ଟନ କରାଯାଇଛି ହେଲଥ କାର୍ଡ । ପର୍ଯ୍ୟାୟ କ୍ରମେ ସ୍ୱାଭିମାନ ଅଂଚଳର ଅନ୍ୟ ପଞ୍ଚାୟତ ଗୁଡିକରେ ହେଲଥ କାର୍ଡ ବଣ୍ଟାଯିବ ।

ଏହି କାର୍ଡ ମାଧ୍ୟମରେ ହିତାଧିକାରୀ ମାନେ ମାଗଣାରେ ରାଜ୍ୟ ଓ ରାଜ୍ୟ ବାହାରେ ଚିକିତ୍ସା ସୁବିଧା ପାଇପାରିବେ । ଯଦ୍ୱାରା ଗରୀବ ଲୋକମାନେ ସ୍ୱାସ୍ଥ୍ୟ ସୁରକ୍ଷା ସହ ଉପକୃତ ହେବେ । ଏହି ଡିଜିଟାଲ ସ୍ବାସ୍ଥ୍ୟ କାର୍ଡ ସେପ୍ଟେମ୍ବର ପହିଲାରୁ କାର୍ଯ୍ୟକ୍ଷମ ହେବ । ଆଗରୁ ନିଜର ଖର୍ଚ୍ଚରେ ଚିକିତ୍ସିତ ହେଉଥିଲେ । କିନ୍ତୁ ସରକାର ହେଲଥ କାର୍ଡ ଯୋଗାଇ ଦେଇଥିବାରୁ ମାଗଣାରେ ବଡ଼ ବଡ଼ ମେଡିକାଲରେ ମାଗଣାରେ ଚିକିତ୍ସିତ ହେବେ ବୋଲି ଖୁସି ବ୍ୟକ୍ତ କରିଛନ୍ତି ।

ଏହି କାର୍ଡ ଜରିଆରେ ମିଳିବାକୁ ଥିବା ସୁବିଧା ସମ୍ପର୍କରେ ସ୍ୱାସ୍ଥ ମନ୍ତ୍ରୀ ହିତାଧିକାରୀଙ୍କୁ ସୂଚନା ଦେଇଥିଲେ । ସ୍ୱାସ୍ଥ୍ୟ କାର୍ଡ ପାଇବା ପରେ ଖୁସିବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ସାଧାରଣ ଜନତା । ବର୍ତ୍ତମାନ ସ୍ଥିତିରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଆସିଛନ୍ତି ରାଜ୍ୟ ସରକାର  । ତେଣୁ ଡିଜିଟାଲ ଯୁଗରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ମଧ୍ୟ ଡ଼ିଜିଟାଲ କରିଛନ୍ତି ମୁଖ୍ୟମନ୍ତ୍ରୀ  ।

Leave a Reply