ପୋଷ୍ଟାଲ ଦୁର୍ନୀତି ତଦନ୍ତକୁ କ୍ରିୟାଶୀଳ କରିବାକୁ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ

ମାଲକାନଗିରି: ଜିଲ୍ଲାରେ ପୋଷ୍ଟାଲ ଦୁର୍ନୀତିର ତଦନ୍ତକୁ କ୍ରିୟାଶୀଳ କରିବାକୁ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କୋରାପୁଟ ଜିଲ୍ଲା ଜୟପୁରରେ ଜନ ଆଶୀର୍ବାଦ ଯାତ୍ରାରେ ରୋଡ୍‌ ଶୋ ପରେ ମନ୍ତ୍ରୀ ଜୟପୁର ହେଡ ପୋଷ୍ଟ ଅଫିସ ପରିଦର୍ଶନ କରିଥିଲେ । ଏହି ଅବସରରେ ମାଲକାନଗିରି ଜିଲ୍ଲାର ଭେଜେଙ୍ଗିୱାଡ଼ା, ତାଟିବେଡା ଓ ମାଲକାନଗିରି କଲୋନୀ ପୋଷ୍ଟ ଅଫିସରେ ଜମାକାରୀଙ୍କ ପ୍ରାୟ 5 କୋଟି ଟଙ୍କା ହଡପ ହୋଇଥିବା ଲୋକ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କୋରପୁଟ ଡିଭିଜନ ଦାୟିତ୍ଵରେ ଥିବା ସୁପରିନଟେଣ୍ଡେଣ୍ଟ ଅଫ ପୋଷ୍ଟାଲଙ୍କଠାରୁ ଉତ୍ତର ଚାହିଁଥିଲେ । ଦୀର୍ଘ ଦିନ ପରେ ବି ତଦନ୍ତ ଅଗ୍ରଗତି କରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ମନ୍ତ୍ରୀ । ଆସନ୍ତା 30 ଦିନ ଭିତରେ ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ରେଳଲାଇନ ଓ ପର୍ଯ୍ୟଟନର ବିକାଶ ପାଇଁ ରେଳମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ତେବେ କୋଟିଆ ପ୍ରସଙ୍ଗରୁ ଦୂରେଇ ଯାଇଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହା ଆନ୍ତଃରାଜ୍ୟ ବିବାଦ ହୋଇଥିବାରୁ ଏମିତି ଆଲୋଚନା କରିବା ଠିକ ହେବନି ବୋଲି ସେ କହିଥିଲେ ।

Leave a Reply