ମଧ୍ୟପ୍ରଦେଶ: ଶ୍ମଶାନର ନାହିଁ ସୁବିଧା, ବର୍ଷା ଯୋଗୁଁ ଡିଜେଲ ଢାଳି କରିବାକୁ ପଡ଼ିଲା ଶବଦାହ

1 min read

ଭୋପାଳ: ମଧ୍ୟପ୍ରଦେଶରରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଏଠାରେ ଆଜି ଯାଏଁ ଦଳିତଙ୍କୁ ଶବଦାହ ନେଇ ଦିଆଯାଉନାହିଁ ଶ୍ମଶାନ । ଆତ୍ମୀୟଙ୍କ ମୃତ୍ୟୁ ପରେ ନିଜେ ଶବଦାହ ନେଇ ସମସ୍ତ ବ୍ୟବସ୍ଥା କରିବାକୁ ପଡ଼ିଥାଏ । ଏଭଳି ଏକ ଘଟଣା ବାଂସହେଡା ଗାଁରେ ଦେଖିବାକୁ ମିଳିଛି । ଏଠାରେ ୪୫ ବର୍ଷର ଜନୈକ ମହିଳାଙ୍କ ମୃତ୍ୟୁ ପରେ ଗ୍ରାମବାସୀ କେବଳ ଚିତା ପାଇଁ ଆବଶ୍ୟକ ସାମଗ୍ରୀ ନୁହେଁ, ଟିଣ ଚାଦର ଠାରୁ ସେଡ୍ ପ୍ରସ୍ତୁତ ପାଇଁ କାଠ ଆଦିର ମଧ୍ୟ ବ୍ୟବସ୍ଥା କରିବାକୁ ପଡ଼ିଥାଏ ।

ସୂଚନା ମୁତାବକ, ଗୁନାର ବାସାହେଡ଼ା ଗାଁର ୪୫ ବର୍ଷୀୟ ମହିଳା ରାମକନ୍ୟା ବାଇ ହରିଜନଙ୍କ ଶୁକ୍ରବାର ସକାଳେ ଦେହାନ୍ତ ହୋଇଥିଲା । କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ସମ୍ପର୍କୀୟଙ୍କୁ ମୃତକଙ୍କ ଶବକୁ ଦେଢ଼ ଘଣ୍ଟା ଯାଏଁ ଘରେ ହିଁ ରଖିବାକୁ ପଡ଼ିଥିଲା । ଯେତେବେଳେ ବହୁତ ସମୟ ଯାଏଁ ବର୍ଷା ବନ୍ଦ ହେଲା ନାହିଁ ସମ୍ପର୍କୀୟ ଏବଂ ଗ୍ରାମବାସୀ ମୃତଦେହକୁ ନେଇ ଶବଦାହ କରାଯାଉଥିବା ପଡ଼ିଆରେ ପହଞ୍ଚିଥିଲେ ।

ଏଠାକୁ ଆସିବାକୁ କୌଣସି ପକ୍କା ରାସ୍ତା ମଧ୍ୟ ନାହିଁ । ଲୋକଙ୍କୁ କାଦୁଅ ଭର୍ତ୍ତି ରାସ୍ତାରେ ଆସିବାକୁ ପଡ଼େ । ଏହି କାରଣରୁ ମୃତଦେହ ରାସ୍ତାରେ ଖସିପଡ଼ିବାର ମଧ୍ୟ ଆଶଙ୍କା ରହିଛି ।

ଏଭଳି ସ୍ଥିତିରେ ଗ୍ରାମବାସୀ ରାମକନ୍ୟାଙ୍କ ମୃତଦେହ ନେଇ ଶବଦାହ ପାଇଁ ପହଞ୍ଚିଥିଲେ । ସେଠାରେ କୌଣସି ସେଡ୍ ନଥିଲା ଯାହାର ତଳେ ରଖି ମୃତଦେହର ଅନ୍ତିମ ସଂସ୍କାର କରାଯାଇପାରିବ । ଏଭଳି ସ୍ଥିତିରେ ଗାଁ ଲୋକେ ୨ଟି ଟିଣ ଚାଦର ଆଣିଥିଲେ । ଏବଂ ଚିତା ପ୍ରସ୍ତୁତ କରିଥିଲେ । ବର୍ଷା ଯୋଗୁଁ କାଠ ଓଦା ଥିଲା । ଏଣୁ କିଛି କାଠଗୁଡ଼ିକ ସହ ଟାୟାର ରଖାଯାଇଥିଲା । ଫଳରେ କାଠରେ ନିଆଁ ଧରିଥିଲା । କିନ୍ତୁ ଭଲରେ ନିଆଁ ନ ଧରିବାରୁ ସେଥିରେ ପୁଣି ଡିଜେଲ ଢାଳିବାକୁ ପଡ଼ିଥିଲା । ଗ୍ରାମଲୋକଙ୍କ କହିବା ହେଲେ ଯେ, ସେଠାରେ ଏବେ ଯାଏଁ ଶ୍ମଶାନ ନିର୍ମାଣ ହୋଇନାହିଁ । ସେମାନଙ୍କୁ ସବୁ ବର୍ଷାରେ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଗ୍ରାମଲୋକେ ଏ ନେଇ ବାରମ୍ୱାର ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କରିବା ସତ୍ତ୍ୱେ କୌଣସି ବ୍ୟବସ୍ଥା କରାଯାଉନାହିଁ ।

ଏଥିସହିତ ପଢ଼ନ୍ତୁ: ସଲମାନ ଖାନଙ୍କୁ ଏୟାରପୋର୍ଟରେ ଅଟକାଇଲେ ଓଡ଼ିଆ CISF ଅଧିକାରୀ, ଏମିତି ରିଆକ୍ଟ କଲେ ଭାଇଜାନ

Leave a Reply