ସଲମାନ ଖାନଙ୍କୁ ଏୟାରପୋର୍ଟରେ ଅଟକାଇଲେ ଓଡ଼ିଆ CISF ଅଧିକାରୀ, ଏମିତି ରିଆକ୍ଟ କଲେ ଭାଇଜାନ

1 min read

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର୍ ସଲମାନ ଖାନଙ୍କ ଫ୍ୟାନ୍ସ ସେମାନଙ୍କୁ ଦବଙ୍ଗ ଖାନ୍ ନାମରେ ଜାଣନ୍ତି । ସଲମାନ ଖାନ ବଲିଉଡରୁ ସବୁଠାରୁ ଆଗ୍ରେସିଭ୍ ସୁପରଷ୍ଟାର ରୂପେ ମଧ୍ୟ ଜଣାଯାଆନ୍ତି । କାରଣ ରିୟଲ ଲାଇଫରେ ମଧ୍ୟ ସଲମାନ ଖାନଙ୍କ ରାଗ ସମ୍ପର୍କରେ ସମସ୍ତେ ପରିଚିତ । ଅନେକ ଥର ସେ ପ୍ଲବିକ୍ ପ୍ଲେସରେ ମଧ୍ୟ ନିଜ କ୍ରୋଧ ଜାହିର କରିଥିବା ନଜର ଆସିଛି । ତେବେ ଭାଇଜାନ ସବୁବେଳେ ସେମିତି ନୁହଁନ୍ତି । ଅନେକ ସମୟରେ ସେ ଥଣ୍ଡା ମିଜାଜରେ ମଧ୍ୟ ଥାଆନ୍ତି ।

 

ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ସଲମାନ ଖାନଙ୍କ ଏକ ଭିଡିଓ । ଏୟାରପୋର୍ଟରେ ରେକର୍ଡ ହୋଇଥିବା ଏହି ଭିଡିଓରେ ଦବଙ୍ଗ ଖାନ୍ ନିଜ ଦାମୀ ଗାଡିରୁ ଓହ୍ଲାଇ ଗେଟ୍ ଆଡକୁ ଯାଉଛନ୍ତି । ସେ ଏୟାରପୋର୍ଟରେ ଏଣ୍ଟ୍ରି ନେବାକୁ ଯାଉଥିବା ସମୟରେ ତାଙ୍କୁ ଜଣେ ସିଆରପିଏଫ୍ ଯବାନ ଅଟକାଉଛନ୍ତି ।

ତେବେ ଆପଣ ଜାଣନ୍ତି କି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା CISF ଯବାନ ଜଣଙ୍କ କିଏ ? CISF ଯବାନ ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲ୍ଲା ପାଣିକୋଇଲି ନିକଟବର୍ତ୍ତୀ ଘଣ୍ଟ ସାହିର ଯୁବକ । ତାଙ୍କ ନାମ ହେଉଛି ସୋମନାଥ ମହାନ୍ତି । ସେ ନୟାଗଡ଼ ସ୍ୱଂୟଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପାସ୍‌ କରିବା ପରେ ୨୦୧୮ ମସିହାରେ CISFରେ ଯୋଗ ଦେଇଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)

ସଲମାନ ଖାନ ତୁରନ୍ତ ବୁଝିଗଲେ ଯେ ଏହା ଏକ ସିକ୍ୟୁରିଟି ଚେକ୍ ଏବଂ ସେ ନିଜ ମାସ୍କ ହଟାଇ ତୁରନ୍ତ ସିକ୍ୟୁରିଟି ଚେକର ପାରାମିଟର୍ସକୁ ଫଲୋ କଲେ । ଦବଙ୍ଗ ଖାନଙ୍କ ଏହି ଅନ୍ଦାଜ ସୋସିଆଲ ମିଡିଆରେ ଲୋକଙ୍କୁ ବହୁତ ପସନ୍ଦ ଆସୁଛି । ଅନେକ ୟୁଜର୍ସ କମେଣ୍ଟ ସେକ୍ସନରେ ସିଆରପିଏଫର ସେହି ଯବାନ ଏବଂ ତାଙ୍କ ବିନା ଭେଦଭାବର ଡ୍ୟୁଟିକୁ ପ୍ରଶଂସା କରୁଛନ୍ତି ।

କହିରଖୁଛୁ ଦବଙ୍ଗ ଖାନ୍ ଖୁବ ଶୀଘ୍ର ଫିଲ୍ମ ଟାଇଗର ୩ରେ ନଜର ଆସିବେ । ସେ ନିଜ ଅପକମିଂ ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଉଥିଲେ ସେଥିପାଇଁ ଏୟାରପୋର୍ଟରେ ନଜର ଆସିଥିଲେ । ତାଙ୍କ ଆଗାମୀ ଫିଲ୍ମରେ ଜବରଦସ୍ତ ଆକ୍ସନ ସିନ୍ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।

Leave a Reply