spot_img
Home Blog Page 5452

ଶିଳ୍ପାୟନ କ୍ଷେତ୍ରରେ ଆଉ ପାଦେ ଆଗେଇଲେ ଓଡ଼ିଶା ସରକାର, ପ୍ରତିଷ୍ଠା ହେବେ ୫ଟି ବଡ଼ ଶିଳ୍ପ

ଭୁବନେଶ୍ୱର: ଶିଳ୍ପାୟନ କ୍ଷେତ୍ରରେ ଆଉ ପାଦେ ଆଗେଇଲେ ରାଜ୍ୟସରକାର । ରାଜ୍ୟରେ ପ୍ରତିଷ୍ଠା ହେବେ ଆଉ ୫ଟି ବଡ଼ ଶିଳ୍ପ । ଏଥିପାଇଁ ରାଜ୍ୟରେ ୧ ଲକ୍ଷ ୪୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ । ଯେଉଁଥିରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୨୬ ହଜାର ୯୫୯ ଜଣ ନିଯୁକ୍ତି ପାଇବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ଏସବୁ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି ।

ଭୂଷଣ ପାଓ୍ବାର ଓ ଷ୍ଟିଲ ପ୍ଲାଣ୍ଟ ଲିମିଟେଡ୍‌ ଇସ୍ପାତ ଉତ୍ପାଦନକୁ ୫ ଏମ୍‌ଟିପିଏରୁ ୧୫ ଏମ୍‌ଟିପିଏ ସଂପ୍ରାସାରଣ କରିବ । ସେହିପରି ଯାଜପୁର କଳିଙ୍ଗନଗରରେ ଥିବା ଟାଟା ଷ୍ଟିଲ ଲିମିଟେଡ୍‌ ଇସ୍ପାଦ ଉତ୍ପାଦନ ୮ ଏମ୍‌ଟିପିଏ, ହଟ୍‌ ରୋଲ୍‌ଡ କଏଲ୍‌ ୭ ଏମ୍‌ଟିପିଏ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ । ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍‌, ରୁଙ୍ଗଟା ଷ୍ଟିଲ ପ୍ଲାଣ୍ଟ୍‌ ଲିମିଟେଡ୍‌ ସଂପ୍ରସାରଣ ପାଇଁ ସରକାରଙ୍କୁ ଦେଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ଗତ ଆର୍ଥିକ ବର୍ଷରେ କରୋନା ଜାରି ଥିବାବେଳେ ରାଜ୍ୟ ସରକାରଙ୍କ ଉତ୍ତମ ମାନର ଇଜ୍‌ ଅଫ୍‌ ଡୁଇଙ୍ଗ ଯୋଗୁ ୨ଲକ୍ଷ ୯୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ମିଳିଥିଲା । ଚଳିତ ବର୍ଷ ବି କରୋନା ମହାମାରୀ ଜାରି ଥିବା ସତ୍ତ୍ବେ ବଡ଼ ବଡ଼ କମ୍ପାନୀମାନେ ରାଜ୍ୟ ସରକାରଙ୍କ ଶିଳ୍ପନୀତି ପ୍ରତି ପୁଣି ଆସ୍ଥା ପ୍ରକଟ କରିଛନ୍ତି ।

କଟକର ତାରକାସି ସାମଗ୍ରୀକୁ ମିଳିବ GI ଟ୍ୟାଗ୍: ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର 

କଟକ: କଟକରେ ଆହୁରି ଚମକିବ ତାରକସି ସାମଗ୍ରୀ । ଖୁବଶୀଘ୍ର ମିଳିପାରେ ଜିଆଇ ଟ୍ୟାଗ୍ । ବିଶ୍ବ ବଜାରରେ ବଢିବ ଚାହିଦା । ବିଦ୍ଧିବଦ୍ଧ ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର । ଏଣିକି ବିଶ୍ବ ବଜାରରେ ମିଳିବ କଟକର ନିଖୁଣ କାରିଗରୀ । ଉପକୃତ ହେବେ କାରୀଗର, ବଢିବ ରୋଜଗାର । କାରଣ ତାରକସି ସାମଗ୍ରୀକୁ ଜିଆଇ ଟ୍ୟାଗ ମିଳିବା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମାନ୍ୟତା ପାଇଁ ବିଧିବଦ୍ଧ ଭାବରେ ଆବେଦନ କରିଛି ଓଏସଆଇସି । ସରକାରଙ୍କ ଏଭଳି ଉଦ୍ୟମକୁ ସ୍ବାଗତ କରିଛନ୍ତି ତାରକସି କାରିଗର ।

ତାରକସି କାରିଗରଙ୍କ ପାଇଁ କଟକରେ ସ୍ବତନ୍ତ୍ର ମାର୍କେଟ କରିବାକୁ ସରକାର ଯୋଜନା କରିଛନ୍ତି । ତେବେ ଏହି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିଲେ ବିଶ୍ବର ସୁବୁ ସ୍ଥାନରେ ଏକାକୁ ବିକ୍ରି କରାଯାଇପାରିବ । ଏଭଳି ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂହ । ଏହା ସହିତ କଟକ ବାରବାଟି ବିଧାୟକ ମଧ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

କାରିଗର କୁଳର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ତାରକସି କାମକୁ ଜିଆଇ ମାନ୍ୟତା ପାଇଁ ସରକାରଙ୍କ ତତ୍ପରତା ଏହାକୁ ପ୍ରମାଣିତ କରୁଛି ।

ଯାଜପୁର ଜିଲ୍ଲା ବୈତରଣୀ ନଦୀ ଉପରେ ହେବ ବ୍ୟାରେଜ୍, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଯାଜପୁରବାସୀ

ଯାଜପୁର: ଯାଜପୁର ଜିଲ୍ଲା ବୈତରଣୀ ନଦୀ ଉପରେ ହେବ ବ୍ୟାରେଜ୍ । ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ଯାଜପୁର ଜିଲ୍ଲାବାସୀ । ଜିଲ୍ଲା ସମ୍ମିଳନୀ କକ୍ଷରେ ଭିଡିଓ କନଫେରିସିଂ ମାଧ୍ୟମରେ ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ପୋର୍ରାଞ୍ଚଳର ପୂର୍ବତନ ପୌରଧକ୍ଷ ଭାବପ୍ରସାଦ ଦାସ, ବିଡିଓ ସୌରଭ ଚକ୍ରବର୍ତୀ ପ୍ରମୁଖ ଉପସ୍ଥିତ ରହି ଧନ୍ୟବାଦ ଜ୍ଞାପନ କରିଛନ୍ତି । ବୈତରଣୀ ନଦୀ ଉପରେ ଏହି ବ୍ୟାରେଜ 118 କୋଟି ଟଙ୍କା ବ୍ୟୟ ନିର୍ମାଣ ହେବ । ଏହି ପ୍ରକଳ୍ପ ଦ୍ଵାରା ଚାଷ ପାଇଁ ଜଳ ସଙ୍କଟ ଦୂର ହେବା ସହ ଜଳ ସଂରକ୍ଷଣ , ବୃହତ ଉଠା ଜଳସେଚନକୁ ଜଳଯୋଗାଣ ସୁଦୃଢୀକରଣ , ପାନୀୟ ଜଳ ଯୋଗାଣ ଆଦି ହୋଇପାରିବ । ଜିଲ୍ଲାର ପ୍ରାୟ ୧୮ଟି ପଞ୍ଚାୟତର ଲୋକେ ଏଥିରେ ଉପକୃତ ହେବେ ।

ଏକ ଲକ୍ଷ ୪୦ ହଜାର ଟଙ୍କାର iPhone ନେଇ ଯୁବତୀ ଫେରାର

ଭୁବନେଶ୍ୱର: ଭୁବନେଶ୍ବରରେ ସ୍ମାର୍ଟ ଫୋନ୍ କିଣି ଚମ୍ପଟ ମାରିଲେ ସୁନ୍ଦରୀ । ସିସିଟିଭିରେ କଏଦ ହେଲା କାରନାମା । ମୋବାଇଲ ଦୋକାନରୁ iphone କିଣି ଫେରାର ହେଲେ ଯୁବତୀ। ଏକ ଲକ୍ଷ ୪୦ ହଜାର ଟଙ୍କାର iphone କିଣି ଫେରାର ମାରିଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଛି । ଭୁବନେଶ୍ୱର ସହିଦନଗରରେ ଥିବା ଏକ ମୋବାଇଲ ଦୋକାନକୁ ଗତକାଲି iphone କିଣିବାକୁ ଯାଇଥିଲେ ଯୁବତୀ ଜଣକ । ମୋବାଇଲ କିଣିବା ପରେ ବିଲ କଲେ ।

କିନ୍ତୁ ଟଙ୍କା ଦେଲା ବେଳକୁ ଏଟିଏମ କାର୍ଡ ଖରାପ ହୋଇଯାଇଛି ବୋଲି କହିଥିଲେ । ଘରକୁ ଆସନ୍ତୁ , ବାପାଙ୍କ ଏଟିଏମରୁ କାଢିକି ଦେବି ବୋଲି କହିବା ପରେ ଯୁବତୀଙ୍କ ସାଙ୍ଗରେ ଦୋକାନ ପିଲାଙ୍କୁ ପଠାଇଥିଲେ ଦୋକାନ ମାଲିକ । ମାତ୍ର ଅଧାରାସ୍ତାରେ ପେଟ୍ରୋଲ ପକାଇବାକୁ କହି ଝିଅ ଜଣକ ଫେରାର ହୋଇ ଯାଇଥିଲେ । ଯୁବତୀଙ୍କ କାରନାମା ସିସିଟିଭିରେ ରେକର୍ଡ ହୋଇଥିବା ବେଳେ ସହୀଦନଗର ଥାନାରେ ଅଭିଯୋଗ କରିଛନ୍ତି ମୋବାଇଲ ଦୋକାନୀ ।

ଜଗନ୍ନାଥଙ୍କ ପ୍ରେମରେ ୨୨ ବର୍ଷୀୟ ଯୁବକ: ଶସ୍ୟରେ ତିଆରି କରିଛନ୍ତି ଚତୁର୍ଦ୍ଧା ବିଗ୍ରହ

ନୟାଗଡ଼: ଶସ୍ୟରେ ମହାପ୍ରଭୁ । ଧାନରେ ଝଟକୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶୁକ୍ଲ ଧାନ ଓ ମୁଗରେ ଚାରି ବିଗ୍ରହ । ଜଗନ୍ନାଥ,ବଳଭଦ୍ର, ଶୁଭଦ୍ରା, ଓ ସୁଦର୍ଶନଙ୍କର ଚତୁର୍ଦ୍ଧା ବିଗ୍ରହକୁ ତିଆରି କରିଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଜଣେ ୨୨ ବର୍ଷିୟ ଯୁବକ । ଜଗନ୍ନାଥ ପ୍ରେମୀ ତଥା ଅନନ୍ୟ ପ୍ରତିଭାଧାରୀ ଅବଦିତ ସାହୁ, ପ୍ରାୟ ୩ ଲକ୍ଷ ଧାନ ଓ ୩ ହଜାର ମୁଗରେ ମହାପ୍ରଭୁଙ୍କର ଏଭଳି ବିରଳ କଳାକୃତିକୁ ଶସ୍ୟରେ ଜୀବନ କରିଛନ୍ତି । ଏଥିପାଇଁ ତାଙ୍କୁ ତିନିମାସ କଠିନ ପରିଶ୍ରମ କରିବାକୁ ପଡିଛି ।

ଲକଡାଉନ ସମୟରେ ଶସ୍ୟରେ ଚାରି ବିଗ୍ରହଙ୍କୁ ତିଆରି କରିବା ପାଇଁ ଅବଦିତ ସାହୁ ଚିନ୍ତା କରିଥଲେ । ଅରୁଆ ଧାନ, ମୁଗ ସଂଗ୍ରହ କରି ସୋଲ ଓ ଅଠା ସାହାର୍ଯ୍ୟରେ ମହାପ୍ରଭୂଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି । ଏଥିପାଇଁ ତାଙ୍କୁ ତିନିମାସ ସମୟ ଲାଗିଥିବା ବେଳେ ଦେବସ୍ନାନ ପୂର୍ଣ୍ଣିମାରେ ଏହାକୁ ଶେଷ କରିଛନ୍ତି । ଏହା ସହିତ ସେ ମାଟିରେ ରଙ୍ଗ ଦେଇ ଜଗନ୍ନାଥଙ୍କ ବହୁ ସୁନ୍ଦର ସୁନ୍ଦର ମୂର୍ତ୍ତି ମଧ୍ୟ ତିଆରି କରିଛନ୍ତି ଅବଦିତ ।

ଜଗନାଥଙ୍କ ପ୍ରତି ଏଭଳି ପ୍ରଗାଢ଼ ଭକ୍ତି ଓ ନିଆରା କଳାକୃତି ନିର୍ମାଣକୁ ନେଇ ଅବଦିତଙ୍କୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା ମିଳିଛି ।

ଭୁବନେଶ୍ୱର AIIMSରେ ଖୋଲିବ ଅଗ୍ନିଶମ ସେବା କେନ୍ଦ୍ର, ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଏମସ୍ ପରିସରରେ ଅଗ୍ନିଶମ ସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞୁରୀ ଦେଇଛନ୍ତି । ଏହି ଅଗ୍ନିସେବା କେନ୍ଦ୍ରରେ ଜଣେ ଷ୍ଟେସନ ଅଫିସରଙ୍କ ସମେତ ଦଶ ଜଣ କର୍ମଚାରୀ ରହିବେ । ଏଥିପାଇଁ ରାଜ୍ୟ ସରକାର ଦଶଟି ନୂତନ ପଦବୀ ସୃଷ୍ଟି କରିଛନ୍ତି । ଏମ୍ସ ପରି ଏକ ସର୍ଵଭାରତୀୟ ଚିକିତ୍ସା ପ୍ରତିଷ୍ଠାନର ଅଗ୍ନି ନିରାପତ୍ତାକୁ ସୁଦୃଢ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏସସିବି ମେଡିକାଲ, ଏମକେସିଜି ମେଡିକାଲ, ଭିମସାର ବୁର୍ଲାରେ ଗୋଟିଏ ଗୋଟିଏ ଅଗ୍ନିଶମ କେନ୍ଦ୍ର ରହିଛି । ସାରା ରାଜ୍ୟରେ 338ଟି ଅଗ୍ନିଶମ ସେବା କେନ୍ଦ୍ର ଲୋକଙ୍କୁ ସେବା ଯୋଗାଉଛି ।

ଦଶମୂଳ ଔଷଧ ଲାଗି ପରେ ଜ୍ୱରରୁ ସୁସ୍ଥ ହେଲେ ମହାପ୍ରଭୁ ଜଗନ୍ନାଥ

ଅନବସରର ଆଜି ଦ୍ୱାଦଶୀ ତିଥି । ଆଜି ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ପରେ ରାଜପ୍ରସାଦ ବିଜେ ନୀତି ହେବ । ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ନେଇ ଶ୍ରୀନଅରକୁ ଶ୍ରୀଅଙ୍ଗ ଲାଗି ପ୍ରସାଦ ବିଜେ କରାଇବେ ସେବାୟତ । ସେପଟେ ପୁରୀ ବଡ଼ଦାଣ୍ଡରେ ଦଣ୍ଡାୟମାନ ସମ୍ପୂର୍ଣ୍ଣପ୍ରାୟ ତିନିରଥ । ଉତ୍କଳୀୟ ପରମ୍ପରା, କଳା ଓ ଭାସ୍କର୍ଯ୍ୟର ନମୁନା ବହନ କରୁଥିବା ତିନି ରଥ ବେଶ୍‌ ଆକର୍ଷଣୀୟ । ତିନି ରଥରେ ପାର୍ଶ୍ୱ ଦେବଦେବୀ ଓ କଳସ ଖଞ୍ଜା ସରିଛି । ନିର୍ମାଣ ଚାଲିଛି ବେଦି ଓ ସିଂହାସନ । ୧୨ ତାରିଖରେ ରଥରେ ଚଢ଼ି ପତିତ ଉଦ୍ଧାର ପାଇଁ ଘୋଷଯାତ୍ରାରେ ଯିବେ ଚତୁର୍ଦ୍ଧାମୂର୍ତ୍ତି ।

ଅନ୍ୟପଟେ ପୁରୀ ଛଡ଼ା ଆଉ କେଉଁଠି ରଥଯାତ୍ରା ହୋଇପାରିବନି । ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣାଙ୍କ ଖଣ୍ଡପୀଠ ଏହି ସୁପ୍ରିମ ରାୟ ଶୁଣାଇଛନ୍ତି । କେନ୍ଦ୍ରାପଡ଼ା, ନୀଳଗିରି, ଭଟଲି ସହ ଅନ୍ୟସ୍ଥାନରେ ରଥଯାତ୍ରା ହେବାପାଇଁ ଏକାଧିକ ଆବେଦନ ହୋଇଥିଲା । ଯାହାକୁ ଖାରଜ କରିଦେଇଛନ୍ତି ଖଣ୍ଡପୀଠ ।

 

ଏ ନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ପ୍ରଧାନ ବିଚାରପତି । କହିଛନ୍ତି, ଏପରି ନିଷ୍ପତ୍ତିରେ ଖଣ୍ଡପୀଠ ଖୁସି ନୁହେଁ । କିନ୍ତୁ କୋଭିଡ ସମୟରେ ଖଣ୍ଡପୀଠ ଏପରି ରାୟ ଶୁଣାଇବାକୁ ନାଚାର । ଆସନ୍ତାବର୍ଷ ପ୍ରଭୁ ସବୁଠି ରଥଯାତ୍ରା ଆୟୋଜନ ନେଇ ଅନୁମତି ଦେବେ ବୋଲି ଖଣ୍ଡପୀଠ ଆଶା କରିଛନ୍ତି । ପୂର୍ବରୁ ଏ ନେଇ ହାଇକୋର୍ଟ ମଧ୍ୟ ସବୁ ଆବେଦନ ଖାରଜ କରି କେବଳ ପୁରୀରେ ରଥଯାତ୍ରା କରିବାକୁ ଅନୁମତି ଦେଇଥିଲେ । ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ବିଭିନ୍ନ ସଂଗଠନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଯାହାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । କୋଭିଡ ସ୍ଥିତିକୁ ନଜରରେ ରଖି ଆସିଛି ଏହି ରାୟ ।

ଅନ୍ଧାରରେ ଉପାନ୍ତ ଅଞ୍ଚଳ: ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବାରୁ ବିଜୁଳିରୁ ବଞ୍ଚିତ ମେଲଘରା ଗ୍ରାମବାସୀ

କଳାହାଣ୍ଡି: ଅନ୍ଧାରରେ ଉପାନ୍ତ ଅଞ୍ଚଳ । ପୋଡିଯାଇଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର । ବିଜୁଳି ଆଲୋକରୁ ବଞ୍ଚିତ ଗ୍ରାମବାସୀ । ଦିନେ ନୁହେଁ କି ଦୁଇ ଦିନ ନୁହଁ, ଦୀର୍ଘ ୪ ବର୍ଷ ହେଲା ଅନ୍ଧାର ଭିତରେ ଜର୍ଜରିତ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକର ମେଲଘରା ଗାଁ ଲୋକେ । ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ରାତିରେ ବନ୍ୟଜନ୍ତୁଙ୍କ ଭୟ ରହୁଥିବା ବେଳେ ବିଜୁଳି ଆଲୋକ ନଥିବାରୁ ପିଲାମାନେ ପାଠପଢି ପାରୁନଥିବା ଅଭିଯୋଗ ହୋଇଛି ।

ବିଜୁଳି ଆଲୋକ ନଥିବାରୁ ୬୦ ପରିବାର ଅନ୍ଧାରରେ ଜୀବନ କାଟୁଛନ୍ତି । ଟ୍ରାନ୍ସଫର୍ମର ସଜାଡିବାକୁ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁ ଲୋକେ ସମସ୍ୟା ଭୋଗୁଛନ୍ତି । ସେପେଟ ଏନେଇ ଜାଣିବା ପରେ ଶୀଘ୍ର ସମସ୍ୟା ସାମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ।

ଉପକୂଳରୁ ଉପାନ୍ତ ସବୁଠି ଜାରି ରହିଛି ବିକାଶମୂଳକ କାର୍ଯ୍ୟ । ହେଲେ କିଛି ସ୍ଥାନରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଅନେକ ଗାଁ ଅନ୍ଧରରେ ରହିଛି । ତେବେ ଶକ୍ତିମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ କେବେ ସମସ୍ୟା ସମାଧାନ ହେଉଛି ତାହା ଦେଖିବାରୁ ବାକି ରହିଲା ।

ହମିରପୁରରେ ହେବ ୨୨୦ କୋଟି ଟଙ୍କାର ବୃହତ ଜଳ ସେଚନ ପ୍ରକଳ୍ପ

ରାଉରକେଲା: ରାଉରକେଲା ସହରର ପାନୀୟ ଜଳ ସମସ୍ୟାର ହେବ ସମାଧାନ । ଏଥିପାଇଁ ବୃହତ ଜଳ ସେଚନ ପ୍ରକଳ୍ପ ହମିରପୁର କୋଏଲ ବ୍ୟାରେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ହମିରପୁର ନିକଟରେ ଏହା ନିର୍ମାଣ କରାଯିବ । ଏହି ପ୍ରକଳ୍ପ ନିର୍ମାଣ ଶେଷ ହେଲେ ରାଉରକେଲା ସହରର ଶକ୍ତି ନଗର, କୋଏଲ ନଗର, ଜଗଦା, ଝିରପାଣି,  ସହିତ ବିଶ୍ରା ଵ୍ଲକ ଓ ନୂଆଗାଁ ବ୍ଲକ ଅଞ୍ଚଳରେ ଜଳ ସେଚନ ସୁବିଧା ହୋଇ ହୋଇପାରିବ ।

CM Naveen Sanctioned 220 Crore For Harimpur Water Irrigation Project

ଆୟୋଜିତ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ କାର୍ଯ୍ୟଳୟ ପରିସରରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କ ସହ ବିଶ୍ରା ଓ ନୂଆଗାଁ ବ୍ଲକର ଲୋକ ପ୍ରତିନିଧିଙ୍କ ସହ ଚାଷୀମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । ଏ‌ହା ସ‌ହ ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରିମାରେ ଜଳ ସଂରକ୍ଷଣ ଓ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୧ କୋଟି ୫୩ ଲକ୍ଷଲ ଟଙ୍କା ମଞ୍ଜୁର କରିଥିବା ୫ଟି ସଚିବ ଭିସି ମାଧ୍ୟମରେ ସୂଚନା ଦେଇଛନ୍ତି ।

CM Naveen Sanctioned 220 Crore For Harimpur Water Irrigation Project

ସୁନ୍ଦରଗଡ଼ ଜିଲ୍ଲାରେ ଏ‌ହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥ ମଞ୍ଜୁର କରିଥିବାରୁ ବିଭିନ୍ନ ମହଲରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିଥିବା ୫ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ସୂଚନା ଦେଇଛନ୍ତି ।

ସରକାରଙ୍କ ନିଷ୍ପତ୍ତି, ରାତି ୩ଟା ଯାଏଁ ଖୋଲା ରହିବ ବାର

ନୂଆଦିଲ୍ଲୀ: ଦିଲ୍ଲୀ ପାଇଁ ନୂଆ ଅବକାରୀ ନୀତି । ରାଜସ୍ୱ ବୃଦ୍ଧି ସହ ଚୋରା ମଦ ବ୍ୟବସାୟ ବନ୍ଦ କରିବାକୁ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ଆଣିଛନ୍ତି । ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ଥିବା ବାର୍‌ ଗୁଡ଼ିକୁ ରାତି ୩ଟା ଯାଏ ଖୋଲା ରଖିବାକୁ ଯୋଜନା କରାଯାଇଛି । ଗ୍ରାହକମାନେ ଦୋକାନକୁ ଆସି ମଦ କିଣିପାରିବେ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦିଲ୍ଲୀ ସରକାର ଏହି ନୂଆ ନୀତି ପ୍ରସ୍ତୁତ କରିଛନ୍ତି । ଦିଲ୍ଲୀକୁ ଭାରତର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ ବିଦେଶୀ ନାଗରିକ ଆସିଥାନ୍ତି ।

Delhi govt's new excise policy allows bars to operate till 3 am

ବିଦେଶୀ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି ଦିଲ୍ଲୀ ସରକାର । ପ୍ରତିଟି ଦୋକାନ ଗ୍ରାହକଙ୍କୁ ମଦ କିଣିବା ପାଇଁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବେ । ଦୋକାନ ବାହାରେ ଓ ଆଖପାଖ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ଦାୟିତ୍ୱ ଏହାର ମାଲିକଙ୍କ ହାତରେ ନ୍ୟସ୍ତ କରାଯାଇଛି । ଦିଲ୍ଲୀରେ ମୋଟ ୨୭୨ଟି ମ୍ୟୁନିସିପାଲ ବୋର୍ଡ ଅଛି । ପ୍ରତି ବୋର୍ଡ ଅଧୀନରେ ୩ଟି ଲେଖାଏଁ ମଦ ଦୋକାନ ଖୋଲିବ । ଲାଇସେନ୍ସ ପ୍ରାପ୍ତ ରେଷ୍ଟୁରାଣ୍ଟ ଓ ବାର ଗୁଡ଼ିକୁ ଖୋଲା ବିୟର ସଂସ୍ଥାଗୁଡ଼ିକ ସପ୍ଲାଏ କରିପାରିବେ ।