spot_img
Home Blog Page 5450

ବିଜେପି ନେତାଙ୍କ ଯୌନ କେଳେଙ୍କାରୀ, ବ୍ଲାକମେଲିଂ ସହ ୨ ବର୍ଷରେ ଲୁଟିନେଲେ ୭ ଲକ୍ଷ

ଦିଗପହଣ୍ଡି: ନିଶା ଦେଇ ଶାରୀରିକ ସମ୍ପର୍କ ଆଉ ୭ ଲକ୍ଷ ଲୁଟ୍ । ୨ ବର୍ଷର ବ୍ଲାକମେଲିଂ ପରେ ଗିରଫ ବିଜେପିର ଯୁବ ନେତା ପ୍ରିୟରଞ୍ଜନ । ପାତ୍ରପୁର ଅଞ୍ଚଳରେ ଜଣେ ବିବାହିତାଙ୍କୁ ନିଶା ଦେଇ ଶାରୀରିକ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରିଥିଲେ ପ୍ରିୟରଞ୍ଜନ । ଆଉ ସେହି ଭିଡିଓକୁ ନେଇ ବାରମ୍ବାର ବ୍ଲାକମେଲିଂ କରୁଥିଲେ, ଟଙ୍କା  ମାଗୁଥିଲେ । ଏମିତି ମହିଳାଙ୍କ ଠାରୁ ୭ ଲକ୍ଷ ଟଙ୍କା ଲୁଟି ନେବାପରେ ସୋସିଆଲ୍ ମିଡିଆରେ ଭାଇରାଲ୍ କରି ଦେଇଥିଲେ ଭିଡିଓ ।

ମହିଳାଙ୍କ ଏତଲା କ୍ରମେ ଜରଡ଼ା ପୋଲିସ ଚିକିଟି ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ଉପ ସଭାପତି ପ୍ରିୟରଞ୍ଜନ ବେହେରାଙ୍କୁ ଗିରଫ କରିଛି । ପ୍ରାୟ ୨ ବର୍ଷ ପୂର୍ବେ ପାତ୍ରପୁର ବ୍ଲକର ଜଣେ ମହିଳା ନିଜ ଗାଡ଼ି ଖରାପ ହେବା ଯୋଗୁଁ ବିଜେପି ନେତା ପ୍ରିୟରଞ୍ଜନ ବେହେରାଙ୍କୁ ଲିଫ୍ଟ ମାଗିଥିଲେ । ଗୋଟିଏ ଗାଡ଼ିରେ ଯିବା ସମୟରେ ବିଜେପି ନେତା ମହିଳାଙ୍କ ସହ ତାଙ୍କର ଏକ ଫଟୋ ଉଠାଇ ଥିଲେ । ପରେ କିଛିଦିନ ପରେ ସେ ମହିଳା ଜଣଙ୍କୁ ୧୦ ହଜାର ଟଙ୍କା ମାଗିଲେ ଏବଂ ନଦେଲେ ଫଟୋ ସ୍ୱାମୀଙ୍କୁ ପଠାଇବେ ବୋଲି ଡରାଇଥିଲେ । ଆଉ ମହିଳା ଜଣଙ୍କୁ ନିଜ ଘରକୁ ଆସିବା ପାଇଁ ବାଧ୍ୟ କରିଥିଲେ ।

Youth BJP Vice President Of Ganjam Arrested For Viral Video

ମହିଳା ଜଣକ ଭୟରେ ତାଙ୍କ ଘରକୁ ଯିବା ପରେ ବିଜେପି ନେତା ତାଙ୍କୁ ମୃଦୁ ପାନୀୟରେ କିଛି ନିଶା ମିଶାଇ ଦେଇ ଦୁଷ୍କର୍ମ କରିଥିଲେ । ଆଉ ସେହି ସମୟର ଭିଡିଓ କରିଥିବା ନେଇ ମହିଳା ଜଣଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ଆଉ ସେହି ଭିଡିଓକୁ ଆଳ କରି ବିଜେପି ନେତା ଜଣଙ୍କ ମହିଳାଙ୍କୁ ବ୍ଲାକ ମେଲିଂ କରିଥିଲେ । ବିଭିନ୍ନ ସମୟରେ ପ୍ରାୟ ୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ମହିଳା ଜଣଙ୍କ ଆଉ ଟଙ୍କା ଦେବାକୁ ଅସମର୍ଥ ହେବାରୁ ବିଜେପି ନେତା ଉକ୍ତ ଭିଡିଓକୁ ଭାଇରାଲ୍ କରି ଦେଇଥିଲେ ।

ଏବେ ମହିଳାଙ୍କ ଏତଲା କ୍ରମେ ଜରଡ଼ା ପୋଲିସ କେସ୍ ରୁଜୁ କରିବା ସହ ବିଜେପି ନେତା ଅଭିଯୁକ୍ତ ପ୍ରିୟରଞ୍ଜନ ବେହେରାଙ୍କୁ ଗିରଫ କରିଛି । ଗୋଳନ୍ଥରା ଥାନା ସୁରଳ ପଞ୍ଚାୟତ କଇଠ ଗାଁରୁ ପ୍ରିୟରଞ୍ଜନଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୭୬, ୨୯୨, ୩୫୪ ସି ଓ ୩୫୪ଡି, ୩୮୪, ୪୨୦, ୪୬୫, ୪୬୯, ୫୦୬ ଓ ୫୦୯ ଧାରା ଲାଗିଛି ।

ୟୁସୁଫ ଖାନରୁ ଦିଲୀପ କେମିତି ହୋଇଥିଲେ ଟ୍ରାଜେଡି କିଙ୍ଗ

ମୁମ୍ବାଇ: ହିନ୍ଦୀ ସିନେମାର ଭେଟରାନ କଳାକାର ଦିଲୀପ କୁମାର । ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ବିୟୋଗ ହିନ୍ଦୀ ସିନେମା ପାଇଁ ଅପୂରଣୀୟ କ୍ଷତି । ଆସନ୍ତୁ ଜାଣିବା ତାଙ୍କ ଜୀବନ ବିଷୟରେ…

Mohammed Yusuf Khan To Dilip Kumar Life Story

ଚଳଚ୍ଚିତ୍ର ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଶତାବ୍ଦୀ ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦିଲୀପ କୁମାର । ଯିଏ କେବଳ ଚଳଚ୍ଚିତ୍ର ପରଦାରେ ନୁହେଁ ବରଂ ଲୋକଙ୍କ ଜୀବନରେ ହିରୋ ହୋଇ ଅଛନ୍ତି । ଦିଲୀପଙ୍କ ଫ୍ୟାନ୍ ତାଙ୍କର କୌଣସି ଫିଲ୍ମ ଦେଖିବାକୁ ସୁଯୋଗ ହାତଛଡ଼ା କରୁନଥିଲେ । ଆଉ ଝିଅମାନେ ଦିଲୀପଙ୍କ ପାଇଁ ଥିଲେ ପାଗଳ ପ୍ରାୟ । ବଲିଉଡର ଅନେକଙ୍କ ସୁନ୍ଦରୀଙ୍କ ହୃଦୟରେ ଥିଲେ ଦିଲୀପ । ସେଥିମଧ୍ୟରୁ ଜଣେ ହେଉଛନ୍ତି ତାଙ୍କ ପତ୍ନୀ ସାୟରା ବାନୋ ।

ପେଶାୱରରେ ଜନ୍ମ

ବ୍ରିଟିଶ ଇଣ୍ଡିଆର ପେଶାୱର ସ୍ଥିତ ହବେଳିରେ ଡିସେମ୍ବର ୧୧ରେ ଜନ୍ମ ହୋଇଥିଲେ ଦିଲୀପ । ତାଙ୍କର ପ୍ରକୃତ ନାମ ମୋହମ୍ମଦ ୟୁସୁଫ୍ ଖାନ । ତାଙ୍କ ମାଆଙ୍କ ନାମ ଆୟଶା ବେଗମ, ପିତା ଲାଲା ଗୁଲାମ ସର୍ବର ଖାନ । ଦିଲୀପ ୧୨ ଭାଇଭଉଣୀ ଥିଲେ । ସୁପରଷ୍ଟାର ରାଜ କପୁର ଦିଲୀପଙ୍କ ପିଲା ଦିନର ସାଙ୍ଗ । ଉଭୟ ଗୋଟିଏ ମହଲାରେ ପିଲା ଦିନ କାଟିଥିଲେ । ଆଉ ପରବର୍ତ୍ତୀ ସମୟରେ ବଲିଉଡ୍ ଷ୍ଟାର ବନିଥିଲେ ଉଭୟ ।

Mohammed Yusuf Khan To Dilip Kumar Life Story

୧୯୪୦ରେ ପିତାଙ୍କ ସହ ଦିଲୀପଙ୍କ ଝଗଡ଼ା ହୋଇଥିଲା । ଯାହାପରେ ଘର ଛାଡ଼ି ପୁନେ ପଳାଇ ଆସିଥିଲେ ଏହି ଦିଗଜ ଅଭିନେତା । ପୁନେରେ ଜଣେ ପାରସୀ କାଫେ ଓ ବୃଦ୍ଧ ଏଙ୍ଗଲୋ ଇଣ୍ଡିଆନ୍ କପଲଙ୍କ ସହାୟତାରେ ନିଜର ସ୍ୟାଣ୍ଡୱିଚ୍ ଷ୍ଟଲ୍ ଆରମ୍ଭ କରିଥିଲେ । ତାଙ୍କର ଭଲ ଜ୍ଞାନ ଓ ଭଲ ଇଂରାଜୀ କହି ପାରୁଥିବାରୁ ତାଙ୍କୁ ଏକ କଣ୍ଟ୍ରାକ୍ଟ ମିଳିଥିଲା । ଆଉ କଣ୍ଟ୍ରାକ୍ଟ ସରିବା ପରେ ଦିଲୀପ ୫ ହଜାର ଟଙ୍କା ନେଇ ଘରକୁ ଫେରିଥିଲେ ।

ସାହାଯ୍ୟ ପାଇଁ ଖୋଜିଥିଲେ ଚାକିରି

୧୯୪୩ରେ ବାପାଙ୍କୁ ସାହାଯ୍ୟ ପାଇଁ ଦିଲୀପ କାମ ଆଶାରେ ବମ୍ବେ ଟକିଜ୍ ଯାଇଥିଲେ । ଭଲ ଉର୍ଦ୍ଦୁ ଜାଣିଥିବାରୁ ଆରମ୍ଭରୁ କାହାଣୀ ଲେଖୁଥିଲେ ସେ । ସେତେବେଳେ ବମ୍ବେ ଟକିଜର ମାଲିକାଣୀ ଥିବା ଅଭିନେତ୍ରୀ ଦେବିକା ରାଣୀ ଦିଲୀପଙ୍କୁ ତାଙ୍କ ନାମ ମୋହମ୍ମଦ ୟୁସୁଫ୍ ଖାନରୁ ଦିଲୀପ କୁମାର ରଖିଥିଲେ । ଏହାପରେ ଦେବିକା ତାଙ୍କୁ ଫିଲ୍ମ ଜ୍ୱାର ଭାଟ୍ଟାରେ ପ୍ରଥମେ ଚାନ୍ସ ଦେଇଥିଲେ । ଯାହାକି ୧୯୪୪ରେ ରିଲିଜ୍ ହୋଇଥିଲା ।

Mohammed Yusuf Khan To Dilip Kumar Life Story

ଏମିତି ବନିଥିଲେ ବଲିଉଡର ଟ୍ରାଜେଡି କିଙ୍ଗ

ଦିଲୀପଙ୍କ ପ୍ରଥମ ହିଟ୍ ଫିଲ୍ମ ଥିଲା ଜୁଗନୁ । ଯେଉଁଥିରେ ସେ ଅଭିନେତ୍ରୀ ନୁର ଜହାନଙ୍କ ନଜର ଆସିଥିଲେ । ଏହା ପରେ ଦିଲୀପ ସହିଦ ଓ ମେଲା ଭଳି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ପରେ ସେ ନରଗିସ୍ ଓ ବନ୍ଧୁ ରାଜ କପୁରଙ୍କ ସହ ଫିଲ୍ମ ସବନମରେ କାମ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଥିଲା । ୧୯୫୦ର ସମୟ ଦିଲୀପ କୁମାରଙ୍କର ଥିଲା । ସେତେବେଳେ ତାଙ୍କର ପ୍ରତିଟି ଫିଲ୍ମ ହିଟ୍ ହେଉଥିଲା । ଦିଲୀପ ଅନେକ ଗମ୍ଭୀର ଅଭିନୟ କରିଥିଲେ । ଫଳରେ ତାଙ୍କୁ ବଲିଉଡର ଟ୍ରାଜେଡି କିଙ୍ଗ ନାଁ ମିଳିଥିଲା ।

‘ଆଗୁଆ ଆସିପାରେ କରୋନାର ତୃତୀୟ ଲହର’

ଭୁବନେଶ୍ୱର: ଆଗୁଆ ଆସିପାରେ କରୋନାର ତୃତୀୟ ଲହର । ଏଭଳି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଲୋକ ଅମାନିଆ ହେଉଥିବାରୁ ତୃତୀୟ ପ୍ରବାହ ଆଗୁଆ ଆସିବାର ସମ୍ଭାବନା ରହିଛି । ଢ଼ିଲାପଣ ଯୋଗୁଁ ସଂକ୍ରମଣ ବଢ଼ୁଛି । ଆଜି ଦେଶରେ ମଧ୍ୟ ସଂକ୍ରମଣ ବଢ଼ିଛି ।

Third Wave Of Corona May Come Early Says Health Director

ଏଭଳି ସ୍ଥିତିରେ ଲୋକମାନେ କୋଭିଡ୍ ନିୟମ ମାନିବା ଦରକାର ବୋଲି ସେ କହିଛନ୍ତି । ସେପ୍ଟେମ୍ବର, ଅକ୍ଟୋବର ପରେ ତୃତୀୟ ଲହର ଆସିବା ଆଶଙ୍କା ଥିଲା । ହେଲେ ଲୋକେ ଅମାନିଆ ହେଉଥିବାରୁ ଏହା ଶୀଘ୍ର ଆସିପାରେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

କିଛି ଲୋକ ନିୟମ ମାନୁନାହାଁନ୍ତି । ସେମାନେ ଦରକାର ନଥିଲେ ବାହାରକୁ ଯାଆନ୍ତୁ ନାହିଁ । ନିୟମ ଉଲ୍ଲଂଘନ କଲେ ଆମେ ଦୋକାନବଜାର ସହ ହାଟକୁ ବନ୍ଦ କରିବାକୁ ବାଧ୍ୟ ହେଉଛି । ଯଦି ଏଭଳି ଅବସ୍ଥା ରୁହେ ତ ତୃତୀୟ ପ୍ରବାହ ଆଗୁଆ ଆସିପାରେ ।

ଦେଶରେ କରୋନା ସଂକ୍ରମଣ ମାମଲାରେ ସାମାନ୍ୟ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଗତ କିଛିଦିନ ହେଲା କମି ଆସୁଥିବା ବେଳେ ଏଥିରେ ଆଜି ସାମାନ୍ୟ ବୃଦ୍ଧି ହୋଇଛି । ବିଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୭୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୪୭ ହଜାର ୨୪୦ ଜଣ । ଏବେ ୪ ଲକ୍ଷ ୫୯ ହଜାର ୯୨୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ଦେଶରେ ସୁସ୍ଥତା ହାର ୯୭. ୧୮ ପ୍ରତିଶତ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଗତକାଲି ୯୩୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଦେଶରେ କରୋନା ମାମଲା

ମୋଟ ସଂକ୍ରମଣ- ୩ କୋଟି ୫ ଲକ୍ଷ ୬୩ ହଜାର ୬୬୫

ମୋଟ ସୁସ୍ଥ- ୨ କୋଟି ୯୭ ଲକ୍ଷ ୫୩୪

ସକ୍ରିୟ ମାମଲା- ୪ ଲକ୍ଷ ୫୯ ହଜାର ୯୨୦

ଦିଲୀପ କୁମାରଙ୍କ ଦେହାନ୍ତରେ ସବୁଠି ଶୋକ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାନ ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତରେ ଏକ ଯୁଗର ଅବସାନ ଘଟିଛି । ହିନ୍ଦୀ ସିନେମାର ଏହି ଭେଟରାନଙ୍କୁ ହରାଇ ଭାଙ୍ଗି ପଡ଼ିଛି ବଲିଉଡ୍ । ଟ୍ରାଜେଡି କିଙ୍ଗଙ୍କ ଦେହାନ୍ତରେ ଅଭିନେତା, ନେତା ସମସ୍ତେ ସ୍ତବ୍ଧ । ଦିଲୀପଙ୍କ ପରଲୋକଙ୍କ ନିରବୀ ଯାଇଛି ସବୁକିଛି ।

ଦିଲୀପ କୁମାରଙ୍କ ନିଧନ ଖବର ଶୁଣି ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲୀପଙ୍କ ପତ୍ନୀ ସାୟରା ବାନୋଙ୍କ ସହ ଫୋନରେ କଥା ହୋଇ ଆଶ୍ୱାସନା ଦେଇଛନ୍ତି । ଏଥିସହ ଟ୍ୱିଟ୍ କରି ମୋଦି ଲେଖିଛନ୍ତି, ଦୀଲିପ କୁମାରଙ୍କ ଦେହାନ୍ତ ଆମ ସାଂସ୍କୃତିକ ଦୁନିଆ ପାଇଁ ଏକ ବଡ଼ କ୍ଷତି ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି । ନବୀନ ଲେଖିଛନ୍ତି, ଭାରତୀୟ ସିନେମାରେ ଜଣେ ଅଗ୍ରଣୀ ମନୋରଞ୍ଜନକାରୀ ଥିଲେ ଦିଲୀପ । ସିନେମା ପ୍ରେମୀ ତାଙ୍କୁ ସବୁଦିନ ତାଙ୍କ ଅମୂଲ୍ୟ ଯୋଗଦାନ ପାଇଁ ମନେ ରଖିବେ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମ୍ବେଦନା ଜଣାଇଛନ୍ତି ନବୀନ ।

ବିଗ୍ ବି ଅମିତାଭ ବଚ୍ଚନ ଲେଖିଛନ୍ତି, ଏକ ସଂସ୍ଥା ଚାଲିଯାଇଛି । ଯେତେବେଳେ ଭାରତୀୟ ସିନେମାର ଇତିହାସ ଲେଖା ହେବ ତ ଏହା ପର ଓ ପୂର୍ବରେ ଦିଲୀପ କୁମାର ହିଁ ରହିବେ ।

ଏଥିସହ ପଢ଼ନ୍ତୁ: ଚାଲିଗଲେ ଦିଲୀପ କୁମାର, ୯୮ ବର୍ଷ ବୟସରେ ଦେହାନ୍ତ

ଡେଲ୍ଟା ଠାରୁ ଅଧିକ ଘାତକ କରୋନାର ଲାମ୍ବଡ଼ା ଭାରିଆଣ୍ଟ

କ୍ୱାଲଲାମପୁର: କରୋନା ଭୂତାଣୁ ସଂକ୍ରମଣରେ ଡେଲ୍ଟା ପରେ ଅଧିକ ଘାତକ ଲାମ୍ବଡ଼ା ଭାରିଆଣ୍ଟ ବୋଲି ଦାବି କରାଯାଇଛି । ମାଲେସିଆର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲାମ୍ବଡ଼ାକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ କହିବା ସହ ଡେଲ୍ଟାଠୁ ଅଧିକ ଘାତକ ବୋଲି କହିଛି । ମାଲେସିଆର ଦାବି ଅନୁସାରେ, ବିଗତ ୪ ସପ୍ତାହରେ ୩୦ରୁ ଅଧିକ ଦେଶରେ ଲାମ୍ବଡ଼ା ଭାରିଆଣ୍ଟ ମିଳିଛି । ପ୍ରଥମେ ଲାମ୍ବଡ଼ା ଷ୍ଟ୍ରେନ୍ ପେରୁରେ ମିଳିଥିଲା । ଏହି ଷ୍ଟ୍ରେନରେ ଦୁନିଆରେ ସବୁଠୁ ଅଧିକ ମୃତ୍ୟୁ ହେଉଛି ବୋଲି କହିଛି ମାଲେସିଆ ।

ଲାମ୍ବଡ଼ାକୁ ନେଇ ଅଧିକ ଅଧ୍ୟୟନ ହୋଇନଥିବା ବେଳେ ଡେଲ୍ଟା ତୁଳନାରେ ଅଧିକ ସଂକ୍ରାମକ କୁହାଯାଉଛି । ପେରୁରେ ମେ ଓ ଜୁନରେ ମୋଟ ନମୁନାରୁ ୮୨ ପ୍ରତିଶତ ଲାମ୍ବଡ଼ା ଭାରିଆଣ୍ଟ ମିଳିଥିବା ଜଣାପଡ଼ିଛି । ଦକ୍ଷିଣ ଆମେରିକୀୟ ଦେଶ ଚିଲିରେ ମେ ଓ ଜୁନରେ ୩୧ ପ୍ରତିଶତରୁ ଅଧିକ ନମୁନା ଲାମ୍ବଡ଼ା ଷ୍ଟେନର ଥିଲା ।

ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲାମ୍ବଡ଼ାକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ଘୋଷିତ କରିଛି । ଡବ୍ଲୁଏଚଓ ଅନୁସାରେ, ଲାମ୍ବଡ଼ା ଅଧିକ ସଂକ୍ରାମକ ଏବଂ ଏହା ଆଣ୍ଟିବଡି ଉପରେ ଆକ୍ରମଣ କରୁଛି । ଏହାରି ଭିତରେ ଇଂଲଣ୍ଡ ଲାମ୍ବଡ଼ାକୁ ଭାରିଏଣ୍ଚ ଅଫ୍ ଇନଭେଷ୍ଟିଗେସନ୍ ଲିଷ୍ଟରେ ରଖିଛି । ପିଏଚଇ ଅନୁସାରେ, ଏଯାବତ୍ ବ୍ରିଟେନରେ ଲାମ୍ବଡ଼ାର ୬ଟି ମାମଲା ମିଳିଛି ।

୨୪ ଘଣ୍ଟାରେ ଆଉ ୨୬୦୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ଦିନକରେ ୨୬୦୨ ସଂକ୍ରମଣ ମାମଲା ଆସିଛି । କ୍ୱାରେଣ୍ଟାଇନରୁ ୧୪୯୫ଟି ମାମଲା ଆସିଥିବା ବେଳେ ୧୧୦୭ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା । ଖୋର୍ଦ୍ଧାରୁ ସର୍ବାଧିକ ୫୨୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୯୭ଟି ପଜିଟିଭ୍ କେସ୍ ଆସିଛି ।

ଅନୁଗୁଳରୁ ୯୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୬୪, ବରଗଡ଼ରୁ ୧୩, ଭଦ୍ରକରୁ ୯୫, ବଲାଙ୍ଗିରରୁ ୫, ବୌଦ୍ଧରୁ ୨୧, ଦେବଗଡ଼ରୁ ୫, ଢେଙ୍କାନାଳରୁ ୯୩, ଗଜପତିରୁ ୯, ଗଞ୍ଜାମରୁ ୮, ଜଗତସିଂହପୁରରୁ ୯୧, ଯାଜପୁରରୁ ୧୮୩, ଝାରସୁଗୁଡ଼ାରୁ ୨୬, କଳାହାଣ୍ଡିରୁ ୯, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦୁଝରରୁ ୭୨, କୋରାପୁଟରୁ ୩୨, ମାଲକାନଗିରିରୁ ୩୨, ମୟୂରଭଞ୍ଜରୁ ୧୪୧, ନବରଙ୍ଗପୁରରୁ ୧୮, ନୟାଗଡ଼ରୁ ୬୨, ନୂଆପଡ଼ାରୁ ୫, ପୁରୀରୁ ୧୭୪, ରାୟଗଡ଼ାରୁ ୩୩, ସମ୍ବଲପୁରରୁ ୨୫, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୬୪ ଓ ଷ୍ଟେଟପୁଲରୁ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୨୯ ହଜାର ୭୮୮କୁ ବୃଦ୍ଧି ପାଇଛି । ୨୮ ହଜାର ୧୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୮ ଲକ୍ଷ ୯୭ ହଜାର ୩୬୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ନୂଆ ୫୯ଟି ମୃତ୍ୟୁ ମାମଲାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୪ ହଜାର ୨୯୯କୁ ବୃଦ୍ଧି ପାଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରିମଣ୍ଡଳର ସନ୍ଧ୍ୟାରେ ସମ୍ପ୍ରସାରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ଆଜି ସନ୍ଧ୍ୟାରେ ପ୍ରଥମଥର କ୍ୟାବିନେଟ୍ ସମ୍ପ୍ରସାରଣ କରିବେ । ସନ୍ଧ୍ୟାରେ ନୂଆ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରିପାରନ୍ତି । ନୂଆ କ୍ୟାବିନେଟ୍ ସ୍ୱାଧୀନ ଭାରତର ସବୁଠୁ ଯୁବ ଟିମ୍ । ସମ୍ପ୍ରସାରଣ ପରେ ନୂଆ ଟିମ୍ ବୟସ ଅନୁପାତରେ ସବୁଠୁ କମ୍ ରହିବ, ଅଧିକ ମହିଳା ଓ ପ୍ରଶାସନିକ ଅନୁଭବ ଥିବା ବ୍ୟକ୍ତିଙ୍କୁ କ୍ୟାବିନେଟରେ ସ୍ଥାନ ମିଳିବ ।

PM Narendra Modi Cabinet Expansion Today

ରିପୋର୍ଟ ଅନୁସାରେ, ନୂଆ କ୍ୟାବିନେଟରେ ଅଧିକ ଶିକ୍ଷିତ ସ୍ଥାନ ପାଇବେ । ପିଏଚଡି, ଏମବିଏ ଓ ପ୍ରଫେସନାଲ୍ କୋର୍ସ କରିଥିବା ସାଂସଦଙ୍କୁ ସାମିଲ୍ କରାଯିବ । ବିଶେଷକରି ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବା ରାଜ୍ୟ ଉପରେ ନଜର ରଖି କ୍ୟାବିନେଟ୍ ସମ୍ପ୍ରସାରଣ ହେବ । ଆସନ୍ତା ବର୍ଷ ୫ଟି ରାଜ୍ୟରେ ନିର୍ବାଚନ ହେବା ସହ ୨୦୨୪ରେ ଲୋକସଭା ନିର୍ବାଚନ ହେବ ।

ତେବେ ସମ୍ପ୍ରସାରଣରେ ଉତ୍ତରପ୍ରଦେଶକୁ ଅଧିକ ଗୁରୁତ୍ୱ ଦିଆଯିବ । କାରଣ ଆସନ୍ତା ବର୍ଷ ପ୍ରଥମରୁ ୟୁପିରେ ନିର୍ବାଚନ ହେବ । ଆଉ ରାଜନୀତିକ ଦୃଷ୍ଟିକୋଣରୁ କେନ୍ଦ୍ର ରାଜନୀତିରେ ଗୁରୁତ୍ୱ ବହନ କରେ ଉତ୍ତରପ୍ରଦେଶ । ସୂତ୍ର ଅନୁସାରେ କ୍ୟାବିନେଟ୍ ସମ୍ପ୍ରସାରଣରେ ପଶ୍ଚିମବଙ୍ଗକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ବିହାରର ଜେଡିୟୁ ଓ ଅପନା ଦଳକୁ ପ୍ରତିନିଧିତ୍ୱ ମିଳିପାରେ । ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନେୱାଲଙ୍କୁ ମଧ୍ୟ କ୍ୟାବିନେଟରେ ସାମିଲ୍ କରାଯାଇପାରେ ।

ଚାଲିଗଲେ ଦିଲୀପ କୁମାର, ୯୮ ବର୍ଷ ବୟସରେ ଦେହାନ୍ତ

ମୁମ୍ବାଇ: ହିନ୍ଦୀ ସିନେମାର ଭେଟରାନ୍ କଳାକାର ଦିଲୀପ କୁମାର ଆଉନାହାଁନ୍ତି । ବୁଧବାର ୯୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଦିଲୀପ କୁମାର । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଆଜି ସକାଳେ ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଦିଲୀପଙ୍କ ନିଧନରେ ଶୋକରେ ଡୁବି ଯାଇଛି ମାୟାନଗରୀ । ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସକାଳ ୭ଟା ୩୦ ସମୟରେ ଦିଲୀପ କୁମାରଙ୍କ ଦେହାନ୍ତ ହୋଇଛି । ଗତ ମାସକ ମଧ୍ୟରେ ତାଙ୍କୁ ଦୁଇଥର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜୁଲାଇ ୫ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଟ୍ୱିଟରରେ ସୂଚନା ଦିଆଯାଇଥିଲା । ଦିଲୀପଙ୍କ ପତ୍ନୀ ସାୟରା ବାନୋ କହିଥିଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ଏହି ସୂଚନାର ଦୁଇଦିନ ପରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି ଦିଲୀପ କୁମାର ।

 Veteran actor Dilip Kumar passes away at the age of 98

୧୯୨୨ ଡିସେମ୍ବର ୧୧ରେ ବ୍ରିଟିଶ୍ ଶାସନାଧୀନ ଭାରତର ପେଶାୱରରେ ଜନ୍ମ ଗ୍ରହଣ କରିଥିଲେ ଦିଲୀପ କୁମାର । ତାଙ୍କ ପ୍ରକୃତ ନାମ ଥିଲା ମୋହମ୍ମଦ ୟୁସୁଫ୍ ଖାନ । ସେ ନାସିକରେ ପାଠ ପଢ଼ିଥିଲେ । ପିଲାଟି ଦିନରୁ ରାଜ କୁମାରଙ୍କ ସାଙ୍ଗ ହୋଇଥିଲେ । ସେବେଠାରୁ ବଲିଉଡକୁ ଯାତ୍ରା ଆରମ୍ଭ କରିଥିଲେ ଦିଲୀପ । ୨୨ ବର୍ଷ ବୟସରେ ଦିଲୀପଙ୍କୁ ମିଳିଥିଲା ପ୍ରଥମ ଫିଲ୍ମରେ ଅଭିନୟ କରିବାର ସୁଯୋଗ । ୧୯୪୪ରେ ସେ ଫିଲ୍ମ ‘ଜ୍ୱାର ଭାଟା’ରେ କାମ କରିଥିଲେ ।

୫ ଦଶନ୍ଧିର ଅଭିନୟ ଜୀବନରେ ଦିଲୀପ ୬୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେଥିମଧ୍ୟରୁ ୧୯୪୯ରେ ଅନ୍ଦାଜ, ୧୯୫୨ରେ ଆନ୍, ୧୯୫୫ରେ ଆଜାଦ, ୧୯୬୦ରେ ମୁଘଲ ଏ ଆଜମ, ୧୯୬୧ରେ ଗଙ୍ଗା ଯମୁନା ଓ ୧୯୬୭ରେ ରାମ ଔର ଶ୍ୟାମରେ ନିଚ୍ଛକ ଅଭିନୟ ଦର୍ଶକଙ୍କୁ ସବୁଦିନ ପାଇଁ ମନେ ରହିବ ।

 Veteran actor Dilip Kumar passes away at the age of 98

୧୯୭୬ରେ ଦିଲୀପ ଅଭିନୟ ଠାରୁ ୫ ବର୍ଷ ଦୂରେଇ ଯାଇଥିଲେ । ଏହାପରେ ୧୯୮୧ରେ ସେ କ୍ରାନ୍ତି ଫିଲ୍ମ ମାଧ୍ୟମରେ ବଲିଉଡକୁ ଫେରିଥିଲେ । ଏହାପରେ ୧୯୮୨ରେ ଶକ୍ତି, ୧୯୮୪ରେ ମଶାଲ, ୧୯୮୬ରେ କରମା, ୧୯୯୧ରେ ସୌଦାଗର ଏବଂ ୧୯୯୮ରେ କିଲା ଥିଲା ଦିଲୀପଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ।

ବର୍ଦ୍ଧିତ ତୈଳଦରକୁ ନେଇ ଆଜି ସବୁ ବ୍ଲକରେ ବିକ୍ଷୋଭ କରିବ କଂଗ୍ରେସ

ଭୁବନେଶ୍ୱର: ବଢୁଥିବା ତେଲ ଦରକୁ ନେଇ ଆଜିଠୁ ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ । ଦର ବୃଦ୍ଧି ପ୍ରତିବାଦରେ ଆଜି ସମସ୍ତ ବ୍ଲକ ଆଗରେ ବିକ୍ଷୋଭ କରିବ କଂଗ୍ରେସ । ସାରା ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ବେଲଗାମ ହେଉଛି । ରାଜ୍ୟର ସମସ୍ତ ସ୍ଥାନରେ ପେଟ୍ରୋଲ ଦର ୧୦୦ ଟପିଛି । ଏହାର ପ୍ରଭାବରେ ପରିବହନ ଭଡ଼ା ବଢ଼ି ଆବଶ୍ୟକୀୟ ସାମଗ୍ରୀର ଦର ମଧ୍ୟ ବଢିବାରେ ଲାଗିଛି  ।

Congress To Protest In Every Block Against Fuel Price Hike

କରୋନା ସମୟରେ ଲୋକ ରୋଜଗାର ହରାଇ ଥିବା ବେଳେ ତୈଳ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସାଜିଛି । ଏହାର ପ୍ରତିବାଦରେ ଆଜିଠୁ ୧୭ ତାରିଖ ଯାଏ ପ୍ରତିବାଦ କରିବ ରାଜ୍ୟ କଂଗ୍ରେସ । ଆସନ୍ତା ୯ରେ ଜିଲ୍ଲାସ୍ତରରେ, ୧୪ରେ ଭୁବନେଶ୍ୱରରେ ଦର ବୃଦ୍ଧି ବିରୋଧରେ ପ୍ରତିବାଦ ହେବ । ପରେ  ୧୫ତାରିଖରେ ଲୋକଙ୍କୁ ତେଲ ନକିଣିବାକୁ ଦଳ ଅନୁରୋଧ କରିବ । ୧୭ରେ ପ୍ରତି ପେଟ୍ରୋଲ ପମ୍ପ ଆଗରେ ଦସ୍ତଖତ ଅଭିଯାନ କରିବ କଂଗ୍ରେସ ।