ତାଲିବାନୀ ଦ୍ୱାରା ଅପହୃତ ସମସ୍ତ ଭାରତୀୟ ସୁରକ୍ଷିତ: ପୁଣି ଫେରୁଛନ୍ତି ଏୟାରପୋର୍ଟ

1 min read

କାବୁଲ: ପ୍ରବାସୀ ଭାରତୀୟଙ୍କୁ ଏୟାରପୋର୍ଟରୁ ନେଇଯାଇଥିଲା ତାଲିବାନ  । କିନ୍ତୁ ବର୍ତ୍ତମାନ ସମସ୍ତେ ସୁରକ୍ଷିତ  । ଆଫଗାନିସ୍ତାର ରାଜଧାନୀ କାବୁଲ ଏୟାରପୋର୍ଟ ନିକଟରୁ ନେଇଯାଇଥିବା ସମସ୍ତ ଭାରତୀୟ ପୁଣି ଏୟାରପୋର୍ଟକୁ ଫେରୁଛନ୍ତି । ତାଲିବାନୀ ସମସ୍ତ ଲୋକଙ୍କ ପାସପୋର୍ଟ ଯାଞ୍ଚ କରିବା ପରେ ସେମାନଙ୍କୁ ଛାଡ଼ିଦେଇଥିବା ଜଣା ପଡ଼ିଛି । ଆଫଗାନ ମିଡିଆ ସୂଚନା ମୁତାବକ ତାଲିବାନୀ ପାଖାପାଖି ୧୫୦ ଭାରତୀୟଙ୍କୁ ଧରିନେଇଥିଲା । ତେବେ ଆବଶ୍ୟକ ଯାଞ୍ଚ ପରେ ପୁଣି ସେମାନେ ଫେରିଆସୁଥିବା ସୂଚନା ମିଳିଛି ।

କାବୁଲ ଏୟାରପୋର୍ଟରେ ତାଲିବାନୀ ପୁନଶ୍ଚ ସମସ୍ତ ଭାରତୀୟଙ୍କ ପାସପୋର୍ଟ ଯାଞ୍ଚ କରିବା ପରେ ସେମାନଙ୍କୁ ବିମାନବନ୍ଦରରେ ପ୍ରବେଶ ଅନୁମତି ଦେଇଛି  । ତାଲିବାନର କହିବା ମୁତାବକ ଭାରତୀୟ ଯାତ୍ରୀଙ୍କୁ ଅପହରଣ କରାଯାଇନଥିଲା  । ଏପରି ଖବରକୁ ଖଣ୍ଡନ କରିଛି ତାଲିବାନୀ  । ସେପଟେ ଏହି ଯାତ୍ରୀଙ୍କ ମଧ୍ୟରେ ଅଫଗାନିସ୍ତାନୀ ଶିଖ ସମ୍ପ୍ରଦାୟର ଲୋକେ ଥିବା ମଧ୍ୟ କହିଛି ତାଲିବାନ  । କେବଳ ଭାରତୀୟ ଲୋକଙ୍କୁ ତାଲିବାନ ଛାଡ଼ିବାକୁ ଅନୁମତି ଦେଇଛି  । ଫଳରେ ସେଠାରେ ଫସି ରହିଥିବା ଭାରତୀୟ ଯାତ୍ରୀ ବର୍ତ୍ତମାନ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଫେରିବା ନେଇ ଖବର ମିଳିଛି  ।

 

ସୂଚନା ଅନୁଯାୟୀ ଲୋକମାନେ ଆଜି ସକାଳେ କାବୁଲ ବିମାନ ବନ୍ଦର ଭିତରକୁ ପଶିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ତାଲିବାନୀ ଆତଙ୍କବାଦୀଙ୍କ ଏକ ଦଳ ସେଠାରେ ପହଞ୍ଚିଥିଲା ଓ ଏହି ଲୋକମାନଙ୍କୁ ଅପହରଣ କରି ନେଇ ତାରାଖିଲ ଚାଲିଯାଇଥିଲେ। ଅପହୃତଙ୍କ ମଧ୍ୟରେ ବହୁ ଭାରତୀୟ ଓ ଆଫଗାନୀ ଶିଖ୍ ଥିଲେ । ତେବେ ତାଲିବାନୀମାନେ ଅପହରଣ କଲାବେଳେ ଭାରତୀୟଙ୍କୁ ମାରପିଟ୍ କରିଛନ୍ତି। ତାଲିବାନୀମାନେ ଭାରତୀୟଙ୍କୁ ଅନ୍ୟ ଏକ ଗେଟ୍‌ରେ ବିମାନ ବନ୍ଦର ଭିତରକୁ ପ୍ରବେଶ କରାଇ ଦେବାକୁ କହି ସେଠାରୁ ଅପହରଣ କରିନେଇଥିବା ମଧ୍ୟ ସୂଚନା ମିଳିଥିଲା ।

ଏଥିସହିତ ପଢ଼ନ୍ତୁ: କାବୁଲ ବିମାନବନ୍ଦର ସାମ୍ନାରୁ ୧୫୦ ଭାରତୀୟ ନାଗରିକଙ୍କୁ ଉଠାଇନେଲେ ତାଲିବାନୀ: ରିପୋର୍ଟ

Leave a Reply