spot_img
Home Blog Page 5002

ଆଜି ବି ବଢ଼ିଲା ତୈଳଦର, ଭୁବନେଶ୍ୱରରେ ପେଟ୍ରୋଲ ୧୧୦ ପାର୍

ଭୁବନେଶ୍ୱର: ସବୁଦିନ ବଢ଼ୁଛି ତୈଳଦର । ଲଗାତାର ୫ ଦିନ ହେଲା ପେଟ୍ରୋଲ ଓ ଡିଜେଲ୍ ଦର ଲଗାତାର ବଢ଼ି ବଢ଼ି ଚାଲିଛି । ଆଜି ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୦୯ ଟଙ୍କା ୩୪ ପଇସା ଥିବାବେଳେ ଡିଜେଲ୍ ୯୮ ଟଙ୍କା ୭ ପଇସା ରହିଛି ।

Petrol Diesel Prices Hiked For Fifth Consecutive Day Check

ଭୋପାଳରେ ପେଟ୍ରୋଲ ୧୧୮ ଟଙ୍କା ୭ ପଇସା, ଡିଜେଲ୍ ୧୦୭ ଟଙ୍କା ୫୦ ପଇସା, ବେଙ୍ଗଳୁରୁରେ ପେଟ୍ରୋଲ ୧୧୩ ଟଙ୍କା ୧୫ ପଇସା, ଡିଜେଲ୍ ୧୦୪ ଟଙ୍କା ୮ ପଇସା, ମୁମ୍ବାଇରେ ପେଟ୍ରୋଲ ୧୧୫ ଟଙ୍କା ୧୫ ପଇସା, ଡିଜେଲ୍ ୧୦୬ ଟଙ୍କା ୨୩ ପଇସା ରହିଛି । ପାଟଣାରେ ପେଟ୍ରୋଲ ଦର ୧୧୩ ଟଙ୍କା ୧୦ ପଇସା ଓ ଡିଜେଲ ଲିଟର ପିଛା ୧୦୪ ଟଙ୍କା ୭୧ ପଇସାରେ ବିକ୍ରି ହେଉଛି ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତୈଳଦର ୧୧୦ ଟଙ୍କା ଟପିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ୩୨ ପଇସା ଓ ଡିଜେଲ୍ ଲିଟର ପିଛା ୧୦୬ ଟଙ୍କା ୯୯ ପଇସା ରହିଛି । ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ପେଟ୍ରୋଲ୍ ଦର ୧୦୫ ଟଙ୍କା ଉପରେ ରହିଥିବା ବେଳେ ଡିଜେଲ୍ ଦର ମଧ୍ୟ ଶହେ ଟଙ୍କା ଉପରେ ରହିଛି ।

ରାଜ୍ୟର ୨୩ ଜିଲ୍ଲାରୁ ୪୮୮ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟର ୨୩ ଜିଲ୍ଲାରୁ ଆଉ ୪୮୮ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ବୟସ ମଧ୍ୟରେ ୭୭ ଜଣ ସଂକ୍ରମିତ ଅଛନ୍ତି । କ୍ୱାରେଣ୍ଟାଇନରୁ ୨୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୩ଟି ମାମଲା ସ୍ଥାନୀୟ ସଂକ୍ରମିତ । ଖୋର୍ଦ୍ଧାରୁ ସର୍ବାଧିକ ୨୫୦ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୫, ଭଦ୍ରକରୁ ୩, କଟକରୁ ୫୪, ଦେବଗଡ଼ରୁ ୨, ଢେଙ୍କାନାଳରୁ ୫, ଗଜପତିରୁ ୫, ଗଞ୍ଜାମରୁ ୮, ଜଗତସିଂହପୁରରୁ ୯, ଯାଜପୁରରୁ ୯, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୮, କେନ୍ଦୁପଝରରୁ ଜଣେ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ୧୯, ନୟାଗଡ଼ରୁ ୨, ନୂଆପଡ଼ାରୁ ଜଣେ, ପୁରୀରୁ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ରାୟଗଡ଼ାରୁ ୬, ସମ୍ବଲପୁରରୁ ୧୩, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟପୁଲରୁ ୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୧ ହଜାର ୪୫୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୪୯୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ମୋଟ ୧୦ ଲକ୍ଷ ୨୮ ହଜାର ୬୯୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୪ ହଜାର ୩୭୪ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ନୌସେନାରେ ସାମିଲ ହେଲା ପ୍ରଥମ P15B ଷ୍ଟେଲଥ ଗାଇଡେଡ୍ ମିସାଇଲ ଡେଷ୍ଟ୍ରୟର

ମୁମ୍ବାଇ: ଶକ୍ତିଶାଳୀ ହେଲା ଭାରତୀୟ ନୌସେନା । ନୌସେନାରେ ସାମିଲ ହୋଇଛି ପ୍ରଥମ P15B ଷ୍ଟେଲଥ ଗାଇଡେଡ୍ ମିସାଇଲ ଡେଷ୍ଟ୍ରୟର । ବିଶାଖପାଟଣମ ନାମରେ ନାମିତ ଏହି ଜାହାଜ ହାସଲ କରିବା ଯୋଗୁଁ ନୌସେନାର ଶକ୍ତି ବୃଦ୍ଧି ହୋଇଛି । ମାଜଗାଓଁ ଜାହାଜ କାରଖାନାରେ ଏହି ଜାହାଜ ନିର୍ମିତ ହୋଇଛି । ଦେଶରେ ଚାଲିଥିବା ସ୍ୱଦେଶୀ ଯୁଦ୍ଧ ଜାହାଜ ନିର୍ମାଣ ପ୍ରକ୍ରିୟାରେ ଆଉ ଏକ ସଫଳତା ଯୋଡ଼ି ହୋଇଛି । ଏହି ଜାହାଜର ଡେକରୁ ବିମାନ ବିଧ୍ୱଂସୀ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରିବ ।

Indian Navy receives first ‘Mormugao’ P15B guided-missile destroyer

ଏହି ଯୁଦ୍ଧ ଜାହାଜ ହାସଲ ହେବା ପରେ ଭାରତୀୟ ନୌସେନା କୌଣସି ପରିସ୍ଥିତିରେ ବି ଶତ୍ରୁ ପକ୍ଷର ମୁକାବିଲା କରିପାରିବ । ଏହି ଯୁଦ୍ଧଜାହାଜ ଲାଗି ୩୫ ହଜାର ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହାର ପେଲୋଡ୍ କ୍ଷମତା ୭ ହଜାର ଟନ୍ ରହିଛି । ଏହାର ଲମ୍ବ ରହିଛି ୧୬୩ ମିଟର । ଏହା ଘଣ୍ଟା ପ୍ରତି ୫୬ କିଲୋମିଟର ବେଗରେ ଗତି କରିପାରିବ ।

ଏଥିରେ ୫୦ ଅଫିସର ଓ ୨୫୦ ଯାତ୍ରୀ ବା ସୈନିକ ବସିବାର କ୍ଷମତା ରହିଛି । ଅତ୍ୟାଧୁନିକ ସେନସର ଓ ପ୍ରୋସେସିଂ ସିଷ୍ଟମ ଏଥିରେ ରହିଥିବା ବେଳେ ଇଲେକ୍ଟ୍ରୋନିକ୍ସ ୱାରଫେରର ବ୍ୟବସ୍ଥା ରହିଛି । ଏଥିରେ ୨ଟି କାଭାଚ ଆଣ୍ଟି ମିସାଇଲ୍ ଡିକୟ ସିଷ୍ଟମ ରହିଛି ଯାହାକି ପ୍ରତିରକ୍ଷା କ୍ଷମତାକୁ ଅଧିକ ଶକ୍ତିଶାଳୀ କରିବ । ଏହାସହ ଟର୍ପେଡୋର ମୁକାବିଲା ଲାଗି ଏଥିରେ ଏନଏସଟିଏଲ ମାରିଚ ଟର୍ପେଡୋ କାଉଣ୍ଟର ମେଜର ବ୍ୟବସ୍ଥା ବି ରହିଛି ।

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଗସ୍ତକୁ ବିରୋଧ, ଗାଡ଼ି ଉପରକୁ ଅଣ୍ଡା ସହ କାଳି ଫିଙ୍ଗିଲା କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ କଂଗ୍ରେସର ବିରୋଧ । ଏୟାରପୋର୍ଟ ଛକରେ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ । ଅଜୟ ମିଶ୍ରଙ୍କ ଗାଡ଼ିକୁ କଂଗ୍ରେସ କର୍ମୀ କଳାପତାକା ଦେଖାଇବା ସହ ଅଣ୍ଡା ଓ କାଲି ମାଡ଼ କରିଛନ୍ତି । ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଛି । କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Eggs Thrown At Union Minister Ajay Mishra's Vehicle By Congress Workers In Bhubaneswar

ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଗାଡ଼ି ଚଢ଼ାଇ ୮ ଜଣ ଚାଷୀଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର । ସେଠାରେ କେନ୍ଦ୍ରମନ୍ତ୍ରୀ ନୈତିକତା ଭୁଲି ଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ମନ୍ତ୍ରୀ ସେଠି ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇନଥିବା ବେଳେ ଏଠି ତାଙ୍କ ଦଳ କାହିଁକି ନୀତି ନୈତିକତା କଥା କହୁଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଦୀପାବଳିକୁ ଲକ୍ଷ୍ୟରେ ରଖି କଡ଼ାକଡ଼ି ହୋଇପାରେ କରୋନା କଟକଣା

ଭୁବନେଶ୍ୱର: ନଭେମ୍ବରରେ କେମିତି ରହିବ କରୋନା କଟକଣା । ଦୀପାବଳିକୁ ଲକ୍ଷ୍ୟରେ ରଖି କଡ଼ାକଡ଼ି କରାଯିବ କି ନିୟମ । ନା ପୂର୍ବାପେକ୍ଷା କଟକଣା କୋହଳ କରିବେ ରାଜ୍ୟ ସରକାର । ଏନେଇ ଆଜି ଆସିପାରେ ସ୍ପଷ୍ଟ ଚିତ୍ର । ନଭେମ୍ବର ମାସ ପାଇଁ ଆଜି କରୋନା ଗାଇଡଲାଇନ୍ ଜାରି କରିପାରନ୍ତି ରାଜ୍ୟ ସରକାର । ଦୀପାବଳି ପାଇଁ ବାଣ ଫୁଟା ଉପରେ ଲାଗିପାରେ ରୋକ୍ ।

ଏଥିସହ ପଢ଼ନ୍ତୁ: ଘେରାଉ ନାଁରେ ବିଜେପିର ଗୁଣ୍ଡାଗର୍ଦ୍ଦି, ଦଳର ୩୨ ନେତା ଓ କର୍ମୀଙ୍କ ବିରୋଧରେ ଏତଲା ରୁଜୁ

ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ଜାରି ରହିପାରେ କଟକଣା । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି । ଭୁବନେଶ୍ୱରରେ ସଂକ୍ରମଣ ସାମାନ୍ୟ ଅଧିକ ରହୁଛି । ଏଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଇଡଲାଇନ୍ ଜାରି କରିବେ ସରକାର । ସେପଟେ ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ତାହାକୁ ମଧ୍ୟ ନଜରରେ ରଖିପାରନ୍ତି ସରକାର । ପାର୍ବଣ ସହିତ ସବୁ ଦିଗକୁ ଲକ୍ଷ୍ୟରେ ରଖି ନୂଆ ଗାଇଡଲାଇନ୍ ଜାରି କରାଯିବ ।

ଘେରାଉ ନାଁରେ ବିଜେପିର ଗୁଣ୍ଡାଗର୍ଦ୍ଦି, ଦଳର ୩୨ ନେତା ଓ କର୍ମୀଙ୍କ ବିରୋଧରେ ଏତଲା ରୁଜୁ

ବ୍ରହ୍ମପୁର: ବିଜେପିର ହିଂସା ରାଜନୀତି । ଘେରାଉ ନାଁରେ ଗୁଣ୍ଡାଗର୍ଦ୍ଦି କରୁଛନ୍ତି ଦଳର ନେତା ଓ କର୍ମୀ । ମମିତା ମେହେର ହତ୍ୟା ଘଟଣାର ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ବିଜେପି ଗତ ୨୮ ତାରିଖରେ ବ୍ରହ୍ମପୁର ଏସପି ଅଫିସ୍ ଘେରାଉ କରିଥିଲା । ପ୍ରତିବାଦ ବେଳେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ୩ ପୋଲିସ ଅଧିକାରୀଙ୍କ ସହ ଜଣେ କନେଷ୍ଟବଳ ଓ ଜଣେ ସାମ୍ବାଦିକ ଆହତ ହୋଇଥିଲେ । ଏସପି ଅଫିସ୍ ଘେରାଉ ସମୟରେ ବିଜେପି କର୍ମୀ ପୋଲିସ ଉପରକୁ ଆକ୍ରମଣ କରିଥିବା ନେଇ ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ ଏତଲା ଦେଇଛନ୍ତି ।

Brahmapur Police Filed FIR Against 32 BJP Leader And Worker

ଏସପି ଅଫିସ୍ ମୁଖ୍ୟ ଫାଟକରେ ଧସେଇ ପଶିବାକୁ ଉଦ୍ୟମ ସହ ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ ସହ ଢେଲା ମାଡ଼ ହୋଇଥିବା ଏତଲାରେ ଦର୍ଶାଯାଇଛି । ଆକ୍ରମଣରେ ଡିଏସପି ଓ ଏସଡିପିଓଙ୍କ ସହ ଜଣେ ଏସଆଇ ଏବଂ ଜଣେ କନେଷ୍ଟବଳ ଆହତ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ବୈଦ୍ୟନାଥପୁର ଥାନା ପୋଲିସ ଏକ ମାମଲା ରୁଜୁ କରିଛି । ୩୧ଜଣ ବିଜେପି ନେତା ଓ କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ପିନାକ ମିଶ୍ର ।

Brahmapur Police Filed FIR Against 32 BJP Leader And Worker

ବିଜେପି ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଏଲ୍. ମୋହନ ଦାସ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ମିଶ୍ରଙ୍କ ସହ ନିଳାଦ୍ରୀ ପାତ୍ର, ମନୋରଞ୍ଜନ ଦ୍ୟାନସାମନ୍ତରା, ପ୍ରଶାନ୍ତ କର, ଶରତ କୁମାର ସାହୁ, ସରୋଜ ସାବତ, ମହାନ୍ତି ଚିନ୍ମୟାନନ୍ଦ ମହାରାଜ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସରୋଜ ସାବତ , ମହନ୍ତ ଚିନ୍ମୟାନନ୍ଦ ମହାରାଜ, ସୁଜିତ ନାୟକ, ସିଦ୍ଧାନ୍ତ ଗଙ୍ଗଦେବ, ଶିବଶଙ୍କର ଶତପଥି, ଗଙ୍ଗାଧର ଶତପଥି, ମନୋଜ ପଟ୍ଟନାୟକ, ରାମ କୁମାର ପାତ୍ର, ପ୍ରଭାତ କିରଣ ଷଡ଼ଙ୍ଗୀ, ସୁନୀଲ କୁମାର ସାହୁ, ସୁବାଷିନୀ ପଟ୍ଟନାୟକ, ମୀନା ଦ୍ୟାନସାମନ୍ତରା, ଏସ୍.ରାଣୀ, ନମିତା ରାଣୀ ପଣ୍ଡା, ସନ୍ଦୀପ ଶତପଥି, ପି.କରୁଣାକର, ଗୋପିନାଥ ପଣ୍ଡା, ପରେଶ ରଥ, କିରଣ ସାହୁ, ମଧୁସୂଦନ ସାହୁ, ଜଗଦୀଶ ପ୍ରଧାନ, ସୁମିତ ପାତ୍ର ଓ ଶିବ ଶଙ୍କର ନାୟକଙ୍କ ନାଁରେ ଏତଲା ହୋଇଛି ।

Brahmapur Police Filed FIR Against 32 BJP Leader And Worker

ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୭, ୧୪୭, ୧୪୮, ୧୫୨, ୧୫୩, ୩୩୨, ୩୩୩, ୩୨୫, ୪୩୧, ୫୦୬, ୧୪୯, ୩ (ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା) ଲାଗିଛି ।

ବାଧୁଛି ଦରଦାମ, ଆଜିଠୁ ପ୍ରତିବାଦ କରିବ ବିଜେଡି

ଭୁବନେଶ୍ୱର: ଅସହ୍ୟ ହେଲାଣି ମହଙ୍ଗା ମାଡ଼ । ବଜାରକୁ ଯିବାକୁ ଡରିଲେଣି ଖାଉଟି । କେନ୍ଦ୍ର ସରକାରଙ୍କ ଭୂଲ ଅର୍ଥନୈତିକ ପରିଚାଳନା ଯୋଗୁଁ ପେଟ୍ରୋଲ, ଡିଜେଲ, ଖାଇବା ତେଲ ସହିତ ପନିପରିବାର ଦରରେ ଅହେତୁକ ବୃଦ୍ଧି ହୋଇଛି । ଏହାର ପ୍ରତିବାଦରେ ଆଜିଠୁ ରାଜରାସ୍ତାକୁ ଓହ୍ଲାଉଛି ବିଜେଡି । କେନ୍ଦ୍ର ବିରୋଧରେ ରାଜଭବନରୁ ରାଜ୍ୟବ୍ୟାପୀ ହେବ ବିକ୍ଷୋଭ । ଆଜି ରାଜଭବନ ଆଗରେ ଧାରଣା ଓ ପ୍ରତିବାଦ କରିବ ବିଜୁ ଜନତା ଦଳ । ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ।

ଏଥିସହ ପଢ଼ନ୍ତୁ: ବିଜେପି ଉପରେ ବର୍ଷିଲା ବିଜେଡି, ‘ସାଧାରଣ ଜନତା ଭୋକରେ ରହିଲେ ବିକାଶ ହୁଏନି’

ଆସନ୍ତା ୫ରୁ ୭ ତାରିଖ ଯାଏଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସବୁ ବିଧାନସଭା ନିର୍ବାଚନୀ ମଣ୍ଡଳୀର ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ କରାଯିବ । ରାଜ୍ୟରେ ଏବେ ପେଟ୍ରୋଲ, ଡିଜେଲ ୧୧୦ ଟଙ୍କା ହେଲାଣି । ଖାଇବା ତେଲ ଲିଟର ପ୍ରତି ୨୦୦ ଟଙ୍କା ଛୁଇଁଲାଣି । ଡାଲି ଠାରୁ ଆରମ୍ଭ କରି ପନିପରିବା ଦରରେ ପକେଟରେ ନିଆଁ ଲାଗିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଚାକିରିଆ ଯାଏଁ ସଭିଁଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ଦରଦାମକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହେବା ପରେ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛି ବିଜେଡି ।

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମହିଳା ସମ୍ମାନିତ

ଭୁବନେଶ୍ୱର: ନୂଆ ଓଡ଼ିଶାର ଅଭିବୃଦ୍ଧିର କାହାଣୀରେ ମହିଳାମାନେ ଗ୍ରହଣ କରିଛନ୍ତି ପ୍ରମୁଖ ଭୂମିକା । ମହିଳାମାନଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଗଣତାନ୍ତ୍ରିକ ଅନୁଷ୍ଠାନରେ ମହିଳାଙ୍କ ପ୍ରତିନିଧିତ୍ୱ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ଗରୁତ୍ୱପୂର୍ଣ୍ଣ କ୍ଷେତ୍ର । ପଞ୍ଚାୟତ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ମହିଳାମାନଙ୍କୁ ପ୍ରତିନିଧିତ୍ୱ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭୁବନେଶ୍ୱରରେ ଅନୁଷ୍ଠିତ ଟାଇମ୍ସ ପାୱାର ଓମେନର ପ୍ରଥମ ସଂସ୍କରଣରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳାମାନଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଓଡ଼ିଶା ସରକାର ପଞ୍ଚାୟତ ସ୍ତରରେ ୫୦ ପ୍ରତିଶତ ସଂରକ୍ଷଣ କରିଛନ୍ତି ।

Times Power Women Odisha 2021

ସେହିପରି ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହି ଅବସରରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମହିଳାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଓଡ଼ିଆ ଭାଷାର ଜୀବନବ୍ୟାପି ସାଧନା ପାଇଁ ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସାମାଜିକ କାର୍ଯ୍ୟ ପାଇଁ ଶାନ୍ତି ଦେବୀ, ଓଡ଼ିଶୀର ପ୍ରସାର ପ୍ରଚାର ପାଇଁ ଅରୁଣା ମହାନ୍ତି, ପୋଲିସ ବିଭାଗରେ ସଫଳତାର ସହ କାର୍ଯ୍ୟ କରିବା ପାଇଁ ଆଇପିଏସ୍ ସାରା ଶର୍ମା, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମେଡିକାଲ ରିସର୍ଚ୍ଚରେ ଡାକ୍ତର ସଂଘମିତ୍ରା ପତିଙ୍କୁ ସମ୍ମାନିତ କରାଯାଇଥିଲା ।

Times Power Women Odisha 2021

ସେହିପରି କବି, ଲେଖିକା ଭାବରେ ଦେଶ ତଥା ରାଜ୍ୟରେ ଅନେକ ସଫଳତା ହାସଲ କରିଥିବା ଗାୟତ୍ରୀବାଳା ପଣ୍ଡାଙ୍କୁ ମଧ୍ୟ ଟାଇମ୍ସ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଟାଇମ୍ସ ପକ୍ଷରୁ ପ୍ରଥମ ଥର ପାଇଁ ମହିଳାମାନଙ୍କୁ ଉତ୍ସାହିତ କରିବା ପାଇଁ ନିଆଯାଇଥିବା ଏଭଳି ପଦକ୍ଷେପ ପାଇଁ ସମସ୍ତେ ଟାଇମ୍ସକୁ ଧନ୍ୟବାଦ ଦେଇଛନ୍ତି । ପୁରସ୍କାର ଉତ୍ସବକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସଚିବ ଅନୁଗର୍ଗ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସବିତା ଆାଚାର୍ଯ୍ୟ ଓ ବଲିଉଡ୍ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ଉଦ୍‌ଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସମସ୍ତ ସଫଳ ମହିଳା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର

ଧର୍ମଗଡ଼: ଗୃହରାଷ୍ଟ୍ର ତଥା ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଶତାଧିକ ମହିଳାକର୍ମୀ ଶୋଭାଯାତ୍ରାରେ ମନ୍ତ୍ରୀଙ୍କୁ ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିୟମକୁ ପାଛୋଟି ନେଇଥିଲେ । ଏହାପରେ ମନ୍ତ୍ରୀ ମହିଳା ଓ ଶିଶୁ ଉଦ୍ୟାନ ସ୍ଥାନ ନିରୁପଣ କରିବା ସହ, ସ୍ୱୟଂସହାୟକ ଭବନ ନିର୍ମାଣ ସ୍ଥାନ ନିରୁପଣ କରିଥିଲେ । ରାଜ୍ୟସରକାର ସବୁବେଳେ ମହିଳାଙ୍କ ବିକାଶ ଦିଗରେ କାମ କରୁଥିବା ବେଳେ ଜୁନାଗଡରେ ମଧ୍ୟ ମହିଳାଙ୍କ ବିକାଶକୁ ଅଗ୍ରାଧିକାର ଦିଆଯାଇଛି । ଆସନ୍ତାଦିନରେ ଜୁନାଗଡ ସମେତ କଳାହାଣ୍ଡି ଜିଲ୍ଲାରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବିଜେଡିରେ ମିଶିଲେ କଂଗ୍ରେସ ଓ ସିପିଆଇ ନେତା

ଆଉ ରହିବନି ବୁଲା ଷଣ୍ଢଙ୍କ ଦୌରାତ୍ମ୍ୟ: ୫ କୋଟି ଟଙ୍କାରେ ନିର୍ମିତ ହେବ ଦ୍ୱିତୀୟ କାଞ୍ଚିଆହୁଦା ଓ ଗୋଶାଳା

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ବୁଲା ଷଣ୍ଢଙ୍କ ଦୌରାତ୍ମ୍ୟ । ଷଣ୍ଢଙ୍କ ଯୋଗଁ ଉପୁଜୁଛି ଟ୍ରାଫିକ ସମସ୍ୟା । ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବ ବିଏମସି । ଖୁବଶୀଘ୍ର ସ୍ଥାପନ ହେବ ଦ୍ୱିତୀୟ କାଞ୍ଜିଆହୁଦା ଓ ଗୋଶାଳା । ବିନିଯୋଗ ହେବ ପ୍ରାୟ ୫ କୋଟି ଟଙ୍କା ।  ସ୍ମାର୍ଟସିଟିରେ ବଢୁଛି ଷଣ୍ଢ ଉପଦ୍ରବ । ସୃଷ୍ଟି ହେଉଛି ଟ୍ରାଫିକ ସମସ୍ୟା । ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ବିଏମସି । ଦ୍ୱିତୀୟ କାଞ୍ଜିଆ ହୁଦା ସହ ବିକାଶ ହେବ ଜାମୁକୋଳି ଗୋଶାଳା । ରାଜଧାନୀ ରାଜରାସ୍ତାରେ ବୁଲୁଛି ଗୋରୁଗାଈ ଓ ଷଣ୍ଢ ।

ଉପଦ୍ରବ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିବା ସହ ଅତିଷ୍ଠ ହେଲେଣି ରାଜଧାନିବାସୀ । ଅନେକ ସମୟରେ ଷଣ୍ଢଙ୍କ ଆକ୍ରମଣର ଶିକାର ହେଉଛନ୍ତି ଲୋକେ । ସମସ୍ୟାର ସମାଧାନ ପାଇଁ ବିଏମସିର ଷଣ୍ଢଧରା ଅଭିଯାନକୁ ବ୍ୟାପକ କରିବାକୁ ଦାବି ହୋଇଛି । ଅଧିକ ସଂଖ୍ୟାରେ କାଞ୍ଜିଆହୁଦା ଓ ଗୋଶାଳା ନିର୍ମାଣ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ମତ ଦେଇଛନ୍ତି ଲୋକେ ।

ବିଏମସିର ସ୍ୱତନ୍ତ୍ର ଟିମ ଜରିଆରେ ନିୟମିତ ଷଣ୍ଢଙ୍କୁ ଧରି ଭୁବନେଶ୍ୱର ଉପକଣ୍ଠ ଜାମୁକୋଳି ସ୍ଥିତ ଗୋଶାଳାରେ ରଖାଯାଉଛି । ତଥାପି ସେମାନଙ୍କ ଉପଦ୍ରବ ହ୍ରାସ ପାଉନାହିଁ । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଜାମୁକୋଳି ଗୋଶାଳାରେ ୨ କୋଟି ୮୦ଲକ୍ଷ ଟଙ୍କା ବିନିଯୋଗରେ ଅଧିକ ୫ଟି ସେଡ୍ ନିର୍ମାଣ କରାଯାଉଛି । ସେହିପରି ପାଇକରାୟପୁର ଅଞ୍ଚଳରେ ୧୫ଏକର ଜମି ଚିହ୍ନଟ କରାଯାଇଛି । ସେଠାରେ ଦ୍ୱିତୀୟ କାଞ୍ଜିଆହୁଦା ଓ ଗୋଶାଳା ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି ଡେପୁଟି କମିଶନର । କେବଳ ଷଣ୍ଢ କିମ୍ବା ରାସ୍ତା ଉପରେ ବୁଲୁଥିବା ଗୋରୁଗାଈଙ୍କୁ ଉଠାଇ ନେଲେ ନୁହଁ ବରଂ ସେମାନଙ୍କ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।