spot_img
Home Blog Page 5003

ରିଲ୍ ପାଇଁ ରିୟଲ ଗୁଣ୍ଡାଗିରି: ବନ୍ଧୁକ ଓ ମାରଣାସ୍ତ୍ର ଧରି ୧୫ରୁ ଅଧିକ ଯୁବକ କରୁଛନ୍ତି ଭିଡିଓ ସୁଟ୍

ଭୁବନେଶ୍ୱର: ରାଜଧାନୀରେ ରାତିରେ ଅପରାଧୀଙ୍କ ଆତଙ୍କରାଜ । ଅପରାଧୀଙ୍କ କବଜାରେ ଭୁବନେଶ୍ୱର । ସୋସିଆଲ ମିଡିଆରେ ରିଲ ପାଇଁ ନୁହେଁ ରିୟଲ ଗୁଣ୍ଡାଗିରି । ତେଲୁଗୁ ଫିଲ୍ମ ଷ୍ଟାଇଲରେ ହାତରେ ଖଣ୍ଡା, ଭୁଜାଲି ଓ ବନ୍ଧୁକ ଧରି ରାତିରେ ବିଚ ରାସ୍ତାରେ ବୁଲୁଛନ୍ତି । ପୂରା ଗୋଟିଏ ମିନିଟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦାମୀ କାର ଓ ବାଇକରେ ୧୫ରୁ ଅଧିକ ଯୁବକ ଭିଡିଓ ସୁଟ କରିବା ସହ ମସ୍ତି କରୁଛନ୍ତି । ପୋଲିସ ପାଟ୍ରୋଲିଂକୁ ଖୋଲା ଚାଲେଞ୍ଜ ଦେଇ ସୋସିଆଲ ମିଡିଆରେ ମାତିଛନ୍ତି ଅପରାଧୀ । ଖୁଲମଖୁଲା ବନ୍ଧୁକ, ହତିଆର ଧରି ରାଜରାସ୍ତାରେ ମସଗୁଲ ଅପରାଧୀ ନାଚଗୀତ କରି କମିଶନରେଟ ପୋଲିସକୁ ଖୁଲମଖୁଲା ଚାଲେଞ୍ଜ ଦେଇ ଚାଲିଛନ୍ତି । ଖଣ୍ଡଗିରି ପୋଲିସ ଦ୍ୱାରା ଗିରଫ ରାହୁଲ ଜେନା ନାମକ ଜଣେ ଯୁବକ ଲାଇସେନ୍ସ ବନ୍ଧୁକ ଚୋରି କରି ସୋସିଆଲ ମିଡିଆରେ ପ୍ରଦର୍ଶନ କରିବା ପରେ ଏ କଥା ପଦାକୁ ଆସିଛି । ଭରତପୁର ଥାନା ଅଂଚଳରୁ ଜଣେ ଯୁବକଙ୍କୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୋଲିସ ।

ଗତ ୨୧ ତାରିଖରେ ସିଆରପି ଛକରେ ବୁବୁ ଜେନା ନାମକ ଅପରାଧୀର ଗ୍ୟାଙ୍ଗ ଜଣେ ଲୋକକୁ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ । ନୟାପଲ୍ଲୀ ଥାନା ପୋଲିସ ୩ ଜଣଙ୍କୁ ଗରିଫ କରିଥିଲା । ସେମାନଙ୍କ ଠାରୁ ବାଇକ ଓ କାର ଜବତ ହୋଇଥିଲା । ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଏହି ଗ୍ୟାଙ୍ଗର ଭିଡିଓରେ ବ୍ୟବହାର ହୋଇଥିବା କାର ଓ ବାଇକ ଗୁଡିକୁ ଜବତ କରିଥିଲା ପୋଲିସ । ଏବେ ଏହି ଭିଜୁଆଲ କମିଶନରେଟ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ସେପଟେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ୪ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଡିସିପି । ଭିଡିଓ ଫୁଟେଜ ଆଧାରରେ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ରାହୁଲ ଗାନ୍ଧିଙ୍କ ଗୋଆ ଗସ୍ତ: ବାଇକରେ ଗଲେ, ରାସ୍ତାପାର୍ଶ୍ବ ହୋଟେଲରେ ଖାଇଲେ

ଗୋଆ: ରାସ୍ତା ପାର୍ଶ୍ବ ହୋଟେଲରେ ଖାଇଲେ । ଫୁଟବଲ ଖେଲିଲେ । ହେଲମେଟ ପିନ୍ଧି ବାଇକରେ ବସି ଗଲେ ୫ କିଲୋମିଟର । କଂଗ୍ରେସ ନେତା ରାହୁଲ ଗାନ୍ଧି ଗୋଆ ଗସ୍ତରେ ଯାଇ ସେଠାରେ ସାଧାରଣ ଲୋକଙ୍କ ପରି ଦିନଟିଏ କଟାଇଛନ୍ତି । ଆସନ୍ତା ବର୍ଷ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାବେଳେ ରାହୁଲଙ୍କ ଗସ୍ତ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହୋଇଛି । ଆଜି ରାହୁଲଙ୍କ ଥିଲା ଦିନିକିଆ ଗୋଆ ଗସ୍ତ । ସେ ସକାଳେ ପହଞ୍ଚି ଦକ୍ଷିଣ ଗୋଆରେ ପହଞ୍ଚି ଧୀବରମାନଙ୍କ ସହ ଆଲୋଚନା କରିଥିଲେ । ସେ ପାଣାଜି-ମାରଗାଓ ରାଜପଥରେ ଯିବାବେଳେ ବମ୍ବୋଲିମଠାରେ ଫୁଟପାଥରେ ଥିବା ଏକ ହୋଟେଲରେ ଖାଇଥିଲେ । ତାଙ୍କ ସହ ଥିଲେ ଗୋଆ ପିସିସି ସଭାପତି ଗିରୀଶ ଚୋଡାନକର ଓ ବିରୋଧୀଦଳ ନେତା ଦିଗମ୍ବର କାମତ । ମଧ୍ୟାହ୍ନ ଭୋଜନ ପରେ ରାହୁଲ ଏକ ଟୁ-ହ୍ବିଲର ଟାକ୍ସିରେ ବସି ଏକ ଖଣି ଶିଳ୍ପ ଅଞ୍ଚଳ ଗସ୍ତ କରିଥିଲେ । ବାଇକରେ ବସି ପ୍ରାୟ ୫ କିଲୋମିଟର ଯାଇଥିଲେ ରାହୁଲ ।

‘ମମିତା’ ମାମଲାରେ ବିଜେପି ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଲେ ମେହର ସମ୍ପ୍ରଦାୟ: କହିଲେ ରାଜନୀତି ନହେଉ

ମହାଲିଙ୍ଗ: ରାଜନୀତିର ବାଟ ଅଲଗା, ନ୍ୟାୟପାଳିକାର ରାସ୍ତା ଅଲଗା । ପୋଲିସ ତଦନ୍ତ କରିବ ଆଇନ ଦଣ୍ଡ ଦେବ । ମଝିରେ ରାଜନୀତି ନହେଉ । ମମିତା ହତ୍ୟାକାଣ୍ଡରେ ମର୍ମାହତ ବଲାଙ୍ଗୀର ଓ କଳାହାଣ୍ଡିବାସୀ ବିଜେପିର ରାଜନୈତିକ ଷଡ଼ଯନ୍ତ୍ର ଗନ୍ଧ ବାରିବା ପରେ ଏପରି ପ୍ରତିକ୍ରିୟା ରଖୁଛନ୍ତି । ପ୍ରଥମ ଥର ପାଇଁ ଉଭୟ ଜିଲ୍ଲାର ମେହେର ସମ୍ପ୍ରଦାୟ ଲୋକେ ମୁହଁ ଖୋଲି ବିଜେପିର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ମମିତାଙ୍କ ବାପା ତଦନ୍ତ ପ୍ରକ୍ରିୟାରେ ସନ୍ତୁଷ୍ଟ ବୋଲି କହିବା ସତ୍ତ୍ୱେ, ବିରୋଧୀ ଆଉ କି ପ୍ରକାର ତଦନ୍ତ ଚାହାଁନ୍ତି ବୋଲି ଆଇନଜୀବୀ ପ୍ରଶ୍ନ କରିଛନ୍ତି ।

ମମିତା ମର୍ଡରରେ ମର୍ମାହତ ମେହେର କୁଳ । ବିରୋଧୀଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଲେ ବୁଣାକାର ସଂପ୍ରଦାୟ । ତଦନ୍ତ ଆଳରେ ଚରିତ୍ର ସଂହାର ନକରିବାକୁ ନିବେଦନ । ଶବ ଉପରେ ପଲିଟିକାଲ ମାଇଲେଜ ନିହାତି ଶସ୍ତା । କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷାଙ୍କ ହତ୍ୟାକାଣ୍ଡରେ ପୋଲିସ ଅଭିଯୁକ୍ତଙ୍କୁ ଧରିଛି । ଅଭିଯୁକ୍ତଙ୍କୁ ବିଚାର କରି ଦଣ୍ଡ ଦେବ ଅଦାଲତ । ହେଲେ ବିରୋଧୀ ଯେପରି ପ୍ରତିଦିନ ଅସହାୟ ପରିବାରକୁ ଭେଟିବା ଆଳରେ ପଲିଟିକାଲ ଷ୍ଟଣ୍ଟ କରୁଛନ୍ତି ତାକୁ ନେଇ କ୍ଷୁବ୍ଧ କଳାହାଣ୍ଡି ଓ ବଲାଙ୍ଗୀରବାସୀ । ତଦନ୍ତ ବାହାନାରେ ବିଜେପି ପୂରା ସମ୍ପ୍ରଦାୟର ଚରିତ୍ର ସଂହାର କରୁଥିବା ଅଭିଯୋଗ କରିଛି ପଶ୍ଚିମ ଓଡ଼ିଶାର ମେହେର ସମ୍ପ୍ରଦାୟ । ପୋଲିସ ତଦନ୍ତ ସଠିକ ଦିଗରେ ଅଛି ବୋଲି ବାପାଙ୍କ କହିବା ପରେ ବି ପଲିଟିକାଲ ଟୁରିଜିମରୁ ଓହରୁ ନାହାଁନ୍ତି ।

ଗୋବିନ୍ଦ ସାହୁଙ୍କ ବିରୋଧରେ କଠୋର ଦଣ୍ଡ ଦାବି କରିଥିବା ମେହେର ସମ୍ପ୍ରଦାୟ, ବଦନାମ ରଜନୀତି ନ କରିବାକୁ ବିରୋଧୀଙ୍କୁ ନିବେଦନ କରିଛନ୍ତି ।  ଗୋବିନ୍ଦ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ରିମାଣ୍ଡରେ ବି ସତ ଉଗାରିଲା। ଆବଶ୍ୟକ ପଡ଼ିଲେ ପୁଣି ରିମାଣ୍ଡରେ ଆସି ପାରନ୍ତି। ଏ ହେଉଛି ତଦନ୍ତ ପ୍ରକ୍ରିୟା। ଯାହାକୁ ଖୋଲା ହୃଦୟରେ ସ୍ୱାଗତ କରିଛନ୍ତି ମୃତ ମମିତାଙ୍କ ବାପା। ହେଲେ ବିରୋଧୀ ବାରମ୍ବାର, ମମିତାଙ୍କ ପରିବାରିକୁ ଭେଟି ରାଜନୈତିକ ଗ୍ରୀଲିଂ କରୁଥିବାକୁ ବଲାଙ୍ଗୀର ଓ କଳାହାଣ୍ଡି ଆଇନଜୀବୀମାନେ ମଧ୍ୟ ନାପସନ୍ଦ କରିଛନ୍ତି । ବିରୋଧୀଙ୍କ ଦାବି ଅନୁସାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିବୃତି ରଖିଲେ। ହେଲେ ବିରୋଧୀ ତା ଊର୍ଦ୍ଧ୍ୱରେ କି ତଦନ୍ତ ଦାବି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟ ବିକାଶ ଦେଖି ବିରୋଧୀ ଜଳକା । ପଞ୍ଚାୟତ ନିର୍ବାଚନରେ ଗାଁ ଗାଁରେ କି ପ୍ରସଙ୍ଗ କରିବେ ତାକୁ ନେଇ ରାସ୍ତା ଖୋଜି ପାଉନାହାଁନ୍ତି । ଜର ବାଉଳାରେ ତାଟିଆ କାମୁଡା ପରି ବିରୋଧୀ ଏବେ ମମିତାଙ୍କ ମୃତ୍ୟୁ ହିଁ ମୁଦ୍ଦା ବୋଲି ଧରିନେଲେଣି । ହେଲେ ଅତିରୁ ଇତି ଭଳି ଏବେ ବିଜେପି ପାଇଁ ଏହା ବୁମେରାଂ ହୋଇଛି ।

ମମିତା ପ୍ରସଂଗରେ ରାଜନୈତିକ ଡ୍ରାମା କରୁଛି ବିଜେପି: ଦାମୋଦର ରାଉତ

ଭୁବନେଶ୍ୱର: ମମିତା ପ୍ରସଙ୍ଗରେ ରାଜ୍ୟ ବିଜେପି ପଲିଟିକାଲ ଡ୍ରାମା କରୁଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ମାମଲାର ତଦନ୍ତ ଚାଲିଛି । ତଦନ୍ତରେ ପୀଡ଼ିତାଙ୍କ ପରିବାର ସନ୍ତୋଷ ପ୍ରକାଶ କରିଛନ୍ତି । ମାମଲା ପଛରେ ଷଡ଼ଯନ୍ତ୍ର ଅଭିଯୋଗର ତଦନ୍ତ କରୁଛି ରାଜ୍ୟ ପୋଲିସ । ପୋଲିସ ଡିଜିଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅପରାଧ ଓ ଅପରାଧୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ ରାଜ୍ୟବାସୀ ଜାଣିଛନ୍ତି । ତଦନ୍ତ ସରିବା ପର୍ଯ୍ୟନ୍ତ ବିଜେପି ଅପେକ୍ଷା ନକରି ଅଯଥା ରାଜନୀତି କରୁଛି ବୋଲି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଅଭିଯୋଗ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମମିତା ମୃତ୍ୟୁ ମାମଲାକୁ ନେଇ ସାଂଘାତିକ ଖୁଲାସା କଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ

ଜମ୍ମୁକାଶ୍ମୀରରେ ଲ୍ୟାଣ୍ଡମାଇନ ବିସ୍ପୋରଣରେ ୨ ଯବାନ ସହିଦ

0

 

ଶ୍ରୀନଗର : ଜମ୍ମୁକାଶ୍ମୀରର ନାଓସେରା ସୁନ୍ଦରବନୀ ସେକ୍ଟରରେ ଏଲଓସି ନିକଟରେ ଲ୍ୟାଣ୍ଡମାଇନ ବ୍ଲାଷ୍ଚ ଯୋଗୁଁ ୨ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି  । ଅଧିକାରୀଙ୍କ ସୂଚନା ଅନୁଯାୟୀ ଏଲଓସିଠାରେ ଆରମି ଦଳ ଯିବା ସମୟରେ ଲ୍ୟାଣ୍ଡମାଇନ ଉପରେ ପାଦ ପଡ଼ିଯିବା ପରେ ବ୍ଲାଷ୍ଟ ହୋଇଥିଲା । ଯେଉଁଥିରେ ଜଣେ ସିନିୟର ଅଫିସରଙ୍କ ସମେତ ଜଣେ ଯବାନ ସହିଦ ହୋଇଥିଲେ  । ଦୁଇ ଜଣ ଗୁରୁତର ଆହତ ହେବା ସଙ୍ଗେ ସଙ୍ଗେ ଆହତ ଯବାନମାନଙ୍କୁ ସୈନିକ ଡାକ୍ତରଖାନା ପଠାଯାଇଥିଲା ।

Army officer, 2 soldiers, one BSF jawan martyred; 3 Pakistan Army backed terrorists killed in gunfight along LoC - The Statesman

କହିରଖୁ କି କିଛି ଦିନ ତଳେ ପୁଞ୍ଜ ଜଙ୍ଗଲରେ ଆତଙ୍କୀ ଆକ୍ରମଣ ହେତୁ ଜଣେ ଅଫିସରଙ୍କ ସମେତ ୯ ଜଣ ଯବାନ ସହିଦ ହୋଇଥିଲେ  । କୁହାଯାଉଛି କି ସେହି ଅଞ୍ଚଳର ଏହା ସବୁଠୁ ଲମ୍ବା ସମୟର ଆତଙ୍କୀବାଦ ଆକ୍ରମଣ  । ଆତଙ୍କବାଦୀମାନେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିଲେ ବୋଲି ଜଣେ ଅଫିସର ସୂଚନା ଦେଇଛନ୍ତି  ।

2 terrorists killed, 1 jawan martyred in ongoing encounter in Jammu and Kashmir - The Financial Express

ସୂଚନାରୁ ପ୍ରକାଶଯେ ନାଓସେରା ସେକ୍ଟର ରାଜୋରି ଜିଲ୍ଲାସ୍ଥିତ ଜମ୍ମୁର ପିପଞ୍ଜଲ ଅଞ୍ଚଳରେ ଗତ ତିନି ସପ୍ତାହ ଧରି ଆରମି ଅପରେସନ ଚାଲିଥିଲା  । ଏହାର ଖବର ପାଇ ଆତଙ୍କବାଦୀ ଦଳ ସେଠାରେ ପହଞ୍ଚି ସୁଯୋଗ ଦେଖି ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ୨ ଯବାନଙ୍କ ସହ ତିନି ଜଣ ଆହତ ହୋଇଥିଲେ  ।

 

ଦରଦାମ ବୃଦ୍ଧି ବିରୋଧରେ ବିକ୍ଷୋଭ କରିବ ବିଜେଡି: ନଭେମ୍ୱର ପହିଲାରେ ହେବ ଆନ୍ଦୋଳନ

ଭୁବନେଶ୍ୱର: ଦରଦାମ ବୃଦ୍ଧି ବିରୋଧରେ ବିଜେଡିର ରଣହୁଙ୍କାର । ବିକ୍ଷୋଭ ଆନ୍ଦୋଳନ କରିବ ବିଜେଡି । କେନ୍ଦ୍ରର ନୀତି ଓ ଗତି ବିରୋଧରେ ସ୍ବର ଉଠାଇବ ବିଜୁ ଜନତା ଦଳ । କାଲି ରାଜଭବନ ଆଗରେ ବିଜେଡି ଗଣଧାରଣା ଦେବ । ରନ୍ଧନ ଗ୍ୟାସ୍ ଦର ବୃଦ୍ଧିର ପ୍ରତିବାଦରେ ନଭେମ୍ବର ୧ ତାରିଖରେ ହେବ ଆନ୍ଦୋଳନ । ସାରା ରାଜ୍ୟରେ ମହିଳା ବିଜେଡି ପ୍ରତିବାଦ କରିବ । ସେହିପରି ନଭେମ୍ବର ୫ରୁ ୭ ଯାଏ ବିଜୁ ଛାତ୍ର ଜନତା ଦଳ ସାରା ରାଜ୍ୟରେ କରିବ ପ୍ରତିବାଦ । ପେଟ୍ରୋଲ ଦରବୃଦ୍ଧି ପ୍ରତିବାଦରେ ଛାତ୍ର ଜନତା ଦଳ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ । ପ୍ରେସମିଟ୍ କରି ବିଜେଡି ଏହି ସୂଚନା ଦେଇଛି ।

ଏଥିସହିତ ପଢ଼ନ୍ତୁ:ବିଜେପି ଉପରେ ବର୍ଷିଲା ବିଜେଡି, ‘ସାଧାରଣ ଜନତା ଭୋକରେ ରହିଲେ ବିକାଶ ହୁଏନି’

 

ସରିଲା ଡିଏମଇଟି ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ: କରୋନା କାଳର କାର୍ଯ୍ୟକାଳ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା

0

ଭୁବନେଶ୍ୱର: ସରିଲା ଡିଏମଇଟି ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ । ଆଜି ତାଙ୍କର ଶେଷ କାର୍ଯ୍ୟଦିବସ ରହିଥିଲା । କରୋନା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଇଥିଲେ ସିବିକେ ମହାନ୍ତି । ମହାମାରୀର ଆରମ୍ଭରୁ ଭୂତାଣୁ ବିରୋଧି ଯୁଦ୍ଧରେ ସିବିକେ ସାଜିଥିଲେ ଆଗଧାଡିର ସିପାହୀ । ଦୀର୍ଘ ୨ବର୍ଷ ଧରି ଲୋକଙ୍କ ସେବାରେ ସେ ନିୟୋଜିତ ହୋଇଥିଲେ । ଯେତେବେଳେ କରୋନା କହରରେ ସାରା ଦେଶ ଛଟପଟ ହେଉଥିଲା ସେତେବେଳେ ଓଡ଼ିଶାବାସୀଙ୍କୁ ଦମ୍ଭ ଦେଇ ପ୍ରତିଦିନ ଲୋକଙ୍କୁ ସଚେତନ କରୁଥିଲେ ସିବିକେ ମହାନ୍ତି ।

କରୋନାର ଭୟଙ୍କର ରୂପଠୁ ସଚେତନ ଓ ସତର୍କ ରହିବାର ବାଟ ବତାଉଥିଲେ ସିବିକେ । କରୋନାର ପରିବର୍ତ୍ତିତ ରୂପ ହେଉ ବା ବଢୁଥିବା ସଂକ୍ରମଣର କାରଣ । ଏସବୁର ଟିକନିକ୍ ଅପଡେଟ୍ ଦେଇ ସେ ଲୋକଙ୍କ ମନରେ ଆଶ୍ୱସ୍ତ ଭରୁଥିଲେ । ରାଜ୍ୟ ସରକାରଙ୍କର ସଫଳ କୋଭିଡ ମୁକାବିଲାରେ ସେ ଥିଲେ ଆଗଧାଡ଼ିର ଯୋଦ୍ଧା । କେବଳ କରୋନା ମୁକାବିଲା ନୁହେଁ ଜନସାଧାରଣ କିପରି ସଠିକ ସମୟରେ ଭ୍ୟାକସିନ୍ ନେବେ ଏଥିପାଇଁ କିପରି ବ୍ୟବସ୍ଥା ହେବ ଏସମ୍ବଦ୍ଧରେ ମଧ୍ୟ ସିବିକେଙ୍କ ଭୂମିକା ଉଲ୍ଲେଖନୀୟ ରହିଥିଲା । ଆସନ୍ତା ୩୧ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ତେବେ ଆଜି ଥିଲା ତାଙ୍କର ଶେଷ କାର୍ଯ୍ୟ ଦିବସ । ଏହି ଅବସରରେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଦନା ଦିଆଯାଇଛି । ଏହି ସମୟରେ ଭାବବିହ୍ୱଳ ହୋଇପଡିଥିଲେ ଡିଏମଇଟି ସିବିକେ ମହାନ୍ତି ।

ଦୀପାବଳି ଅଫରରେ ହ୍ୱାଟସପ୍ ଦେବ ୨୫୫ ଟଙ୍କା

ହ୍ୱାଟସପ୍ ଇଉଜର୍ସମାନଙ୍କୁ ମିଳିବ ଦିପାବଳି କ୍ୟାସବ୍ୟାକ୍ ଅଫର୍  । ହ୍ୱାଟସପ୍ ଆଣ୍ଡ୍ରଏଡର ବିଟା ଇଉଜର୍ସ ଏହି ଲାଭ ଉଠାଇ ପାରିବେ ବୋଲି ଜଣାପଡ଼ିଛି  । ରିପୋର୍ଟ ଅନୁଯାୟୀ ଇଉଜର୍ସମାନେ ନିଜର ଭିନ୍ନ ଭିନ୍ନ କଣ୍ଟାକ୍ଟରେ ଟଙ୍କା ପଠାଇବା ଦ୍ୱାରା ୫୧ ଟଙ୍କାର ଗ୍ୟାରେଣ୍ଟି କ୍ୟାସବ୍ୟାକ୍ ମିଳିବ  । ଏହା ବ୍ୟତୀତ ଇଉଜର୍ସ ୫ ଥର ଯାଏ ଏହି ହ୍ୱାଟସପ୍ କ୍ୟାସବ୍ୟାକ୍ ଅଫରର ଲାଭ ଉଠାଇ ପାରିବେ ଅର୍ଥାତ୍ ଇଉଜର୍ସ ପାଇପାରିବେ ମୋଟ ୨୫୫ ଟଙ୍କା  ।

Whatsapp privacy policy: WhatsApp tweaks privacy policy to share more user data with Facebook
WhatsApp tweaks privacy policy to share more user data with Facebook

ହ୍ୱାଟସପ୍ ଆଣ୍ଡ୍ରଏଡର ବିଟାକୁ ଏମିତି କରିପାରିବେ ଏନରୋଲ :

ବିଟାକୁ ଏନରୋଲ କରିବା ପାଇଁ ପ୍ରଥମେ ନିଜ ମୋବାଇଲର ଗୁଗୁଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ  । ପ୍ଲେ ଷ୍ଟୋରରେ ହ୍ୱାଟସପ୍ ସର୍ଚ୍ଚ କରନ୍ତୁ । ଏହା ପରେ ତଳକୁ ସ୍କ୍ରଲ୍ କରି ବିଟା ଟେଷ୍ଟର ପ୍ୟାନେଲକୁ ଯାଆନ୍ତୁ  ଏବଂ ‘I’ m in’ > Choose ‘Join’ ଉପରେ ଟ୍ୟାପ୍ କରନ୍ତୁ  । ଆପଣ ଏନରୋଲ କରିବା ମାତ୍ରେ କିଛି ଘଣ୍ଟା ବ୍ୟବଧାନରେ ଆପର ଅପଡେଟ୍ ଆସିଯିବ  ।

 whatsapp

ହ୍ୱାଟସପ ଅଫର କେବଳ ବିଟା ଇଉଜର୍ସମାନଙ୍କ ପାଇଁ ଅଛି ସତ ମାତ୍ର ଏହି ଫିଚର ଖୁବଶୀଘ୍ର ଅନ୍ୟ ଇଉଜର୍ସଙ୍କ ପାଇଁ ମଧ୍ୟ ଉପଲବ୍ଧ ହୋଇପାରେ ବୋଲି ଜଣାପଡ଼ିଛି  । କହିରଖୁ କି କିଛି ଦିନ ପୂର୍ବରୁ ପ୍ରତି ଚାଟ୍ ବାରରେ ହ୍ୱାଟସପ୍ ପେମେଣ୍ଟ ବଟନ୍ ଦିଆଯାଇଥିବା ବେଳେ ଏହି ଫିଚର୍ ଚାଟ୍ ବାରରେ ଯୋଡ଼ିହେବା ପରେ ଇଉଜର୍ସ ଲଗାତାର ଭାବେ ଟଙ୍କା ପଠାଇପାରିବେ  । ଏହାଛଡ଼ା କିଛି ଦିନ ତଳେ ପେମେଣ୍ଟ ବ୍ୟାକଗ୍ରାଉଣ୍ଡ ଫିଚରକୁ ମଧ୍ୟ ଯୋଡ଼ାଯାଇଥିଲା  ।

ବ୍ୟାଟିଂରେ ଜଲଓ୍ବା ଦେଖାଇଲେ ବାବର; ସୃଷ୍ଟି କଲେ ଏହି ରେକର୍ଡ

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଦମଦାର ପ୍ରଦଶର୍ନ କରୁଛି ପାକିସ୍ତାନ । ପ୍ରଥମ ତିନୋଟି ମ୍ୟାଚକୁ ଲଗାତର ଭାବରେ ଜିତି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ପାକିସ୍ତାନ । ଗତକାଲି ଦୁବାଇରେ ଆଫଗାନିସ୍ତାନ ବିପକ୍ଷରେ ୫ ଓ୍ବିକେଟରେ ବିଜୟ ଲାଭ କରଥିଲା ପାକିସ୍ତାନ । ତେବେ ଗତକାଲି ବିଜୟରେ ପାକିସ୍ତାନ ଅଧିନାୟକ ବାବର ଆଜମ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଆପଗାନିସ୍ତାନରେ ବିପକ୍ଷରେ ୫୧ ରନର ଗୁରୁତ୍ବପୂର୍ଣ୍ଣ ପାରି ଖେଳିଥିଲେ । ତେବେ ଏହି ଇନିଂସ ଫଳରେ ବାବର ଆଜମ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ସୃଷ୍ଟି କରିଛନ୍ତି ଏକ ନୂଆ ରେକର୍ଡ ।

ବାବର ଟି-୨୦ ଆନ୍ତର୍ଜାତୀୟରେ ମାତ୍ର ୨୬ଟି ଇନିଂସରେ ଏକ ହଜାର ରନ୍ ସଂଗ୍ରହ କରିଛନ୍ତି । ଯଦି ବିରାଟ କୋହଲିଙ୍କ କଥା କହିବା ତାହାଲେ ବିରାଟ ଟି-୨୦ ଆନ୍ତର୍ଜାତୀୟରେ ୩୦ଟି ମ୍ୟାଚ ଖେଳି ଏକ ହଜାର ରନ ସଂଗ୍ରହ କରିଥିଲେ । ଏହି ଲିଷ୍ଟରେ ସାଉଥ ଆଫ୍ରିକାର ଫାଫ୍ ଡୁ ପ୍ଲେସିସ୍ ୩୧ ଇନିଂସରେ, ଅଷ୍ଟ୍ରେଲିଆ ଅଧିନାୟକ ୩୨ଟି ଇନିଂସରେ ଓ ନ୍ୟୁଜିଲାଣ୍ଡର ଅଧିନାୟକ ୩୬ଟି ଇନିଂସରେ ଏକ ହଜାର ରନ ସଂଗ୍ରହ କରିଥିଲେ ।

ମ୍ୟାଚ ପରେ ପ୍ରେସ କନଫରମେନ୍ସରେ ବାବର ଆଜମ କହିଥିଲେ କି ଆମେ ବୋଲିଂ ଭଲ କରିଥିଲୁ ଏବଂ ଲଗାତର ବ୍ୟବଧାନର ଓ୍ବିକେଟ ମଧ୍ୟ ଅକ୍ତିଆର କରିଥିଲୁ । ବ୍ୟାଟିଂରେ ଆମେ ପାଓ୍ବାର ପ୍ଲେରେ ଭଲ ଆରମ୍ଭ କରିପାରିନଥିଲୁ । କିନ୍ତୁ ନିମ୍ନ କ୍ରମରେ ସୋଏବ ମଲ୍ଲିକ ଓ ଆସିଫ ଅଲ୍ଲୀ ଥିଲେ ତେଣୁ ଆମର ବିଶ୍ବାସ ଥିଲା କି ଆମେ ଏହି ମ୍ୟାଚକୁ ବିଜୟ ଲାଭ କରିପାରିବୁ । ତେବେ ଗତକାଲି ପାକିସ୍ତାନ ବିଜୟ ପଛରେ ଆସିଫ ଅଲ୍ଲୀ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ୭ ବଲରେ ଧୁଆଁଧାର ୨୫ ରନ ସଂଗ୍ରହ କରିଥିଲେ । ଯେଉଁଥିରେ ୪ଟି ଛକା ଥିଲା ।

ରାକ୍ଷୀ ପୂର୍ଣ୍ଣିମାରେ ବାପଘରକୁ ଆସିଥିଲା ଝିଅ, ଦୀପାବଳି ପୂର୍ବରୁ ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ଜୟପୁର: ରାଜସ୍ଥାନର ଝାଲାୱାର ଜିଲ୍ଲାରେ ଅଘଟଣ । ଶୁକ୍ରବାର ଗୁଆବାଡି ଗାଁର ଜଙ୍ଗଲରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଗଛରେ ଟଙ୍ଗା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ମାମଲା ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଥିଲା।

ଉକ୍ତ ୨୨ ବର୍ଷିୟା ବିବାହିତା ମହିଳା ନିଜ ବାପଘରେ ରହୁଥିଲେ । ନିଜ ଅଞ୍ଚଳ ପାଖରେ ଥିବା ଏକ ଜଙ୍ଗଲରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ମହିଳାଙ୍କ ମୃତଦେହ ଜଙ୍ଗଲରେ ଥିବା ଏକ ଗଛରେ ଝୁଲୁଥିବାର ଦେଖାଯାଇଥିଲା, ପୋଲିସ ଥାନା ଅଧିକାରୀ ଗୁମାନ ସିଂ କହିଛନ୍ତି ଯେ, ଗୁୱାଡୀ ଗୀଁର କାନ୍ତିବାଇଙ୍କ ଝିଅ  ହରକଚନ୍ଦ ତନୱାର ଗୁରୁବାର ସକାଳ ପ୍ରାୟ ୯ଟା ପଶୁମାନଙ୍କ ପାଇଁ ଚାରା ନେବାକୁ ଯାଇଥିଲେ, କିନ୍ତୁ ଦୀର୍ଘ ସମୟ ଧରି ଫେରି ନଥିଲେ। ଖୋଜାଖୋଜି ପରେ ତାଙ୍କୁ ଗାଁର ଜଙ୍ଗଲରେ ଥିବା ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ରାକ୍ଷୀ ପୂର୍ଣ୍ଣିମା ଦିନଠାରୁ ମହିଳା ଜଣଙ୍କ ତାଙ୍କ ବାପଘରେ ରହୁଥିଲେ । ଭାଇ ଦରିଆଭ ସିଂଙ୍କ ରିପୋର୍ଟରେ ସନ୍ଦେହଜନକ ପରିସ୍ଥିତିରେ ପୋଲିସ ମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହକୁ ସ୍ୱାସ୍ଥ୍ୟକେନ୍ଦ୍ରର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି।