ବାତ୍ୟା ଜୱାଦକୁ ନେଇ ଶକ୍ତି ବିଭାଗର ସମୀକ୍ଷା, ୩୩ ଓ ୧୧ କେଭି ଉପରେ ନଜର

1 min read

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି ଓ ସମୀକ୍ଷା ବୈଠକ କଲେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର  । ଶକ୍ତି ବିଭାଗର ପଦାଧିକାରୀଙ୍କ ସହ ଆଲୋଚନା ୧ ହଜାର କିମି ଧରି ୩୩ କେଭି ଓ ୧୧ କେଭି ବିଦ୍ୟୁତ ଲାଇନ ଉପରେ ନଜର ଶକ୍ତି ବିଭାଗ ପକ୍ଷରୁ ଗ୍ରୀଡ଼ ମାନେଜମେଣ୍ଟକୁ ଗୁରୁତ୍ୱ କଣ୍ଟ୍ରୋଲରୁମରେ ୨୪ ଘଣ୍ଟା କର୍ମଚାରୀ ସଜାଗ ଅଛନ୍ତି  ।

କୌଣସି ସ୍ଥାନରେ ବିଦ୍ୟୁତ ସେବାରେ ବ୍ୟାଘାତ ଘଟିଲେ ୨୪ ଘଣ୍ଟା ମଧ୍ୟରେ ମରାମତି ହେବ  । ପୂର୍ବ ବାତ୍ୟା ଗୁଡିକ ଭଳି ‘ ଜୱାଦ ‘ ମୁକାବିଲା ପାଇଁ ମଧ୍ୟ ଶକ୍ତି ବିଭାଗ ପ୍ରସ୍ତୁତ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇଛନ୍ତି । କୌଣସି ସ୍ଥାନରେ ବିଦ୍ୟୁତ ସେବାରେ ବ୍ୟାଘାତ ଘଟିଲେ ୨୪ ଘଣ୍ଟା ମଧ୍ୟରେ ମରାମତି ହେବା ନେଇ ବୈଠକରେ ନିଷ୍ପତି ହୋଇଛି  ।

ବାତ୍ୟା ଜୱାଦ ପାଞ୍ଚ ତାରିଖ ସୁଦ୍ଧା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି  । ତେବେ ଉପକୂଳ ଓଡ଼ିଶା ଯଥା- ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲା ଆଲର୍ଟରେ ରହିଛି  । ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ ରୁ ୧୦୦  କିମି ରହିପାରେ  । ତେଣୁ  ଏହି ସମୟରେ ଇଲେକ୍ଟ୍ରି ଖୁଣ୍ଟି ଭାଙ୍ଗିବା ସହ ବିଦ୍ୟୁତ ବିତରଣରେ ବିଭ୍ରାଟ ସୃଷ୍ଟି ହେବାର ସମ୍ଭବନା ରହିଛି  ।

Leave a Reply