ପଞ୍ଜାବରେ କଙ୍ଗନାଙ୍କୁ ଆକ୍ରମଣ; କୃଷକ କଲେ ରାସ୍ତା ଅବରୋଧ

ବଲିଉଡ ଆକ୍ଟର କଙ୍ଗନା ରଣାୱତ୍ ସବୁବେଳେ ନିଜ ବୟାନ ପାଇଁ ଚର୍ଚ୍ଚାରେ ଥାନ୍ତି । କଙ୍ଗନା କିଛି ଦିନ ହେବ କୃଷକମାନଙ୍କୁ ନିଜ ଟାର୍ଗେଟ୍ ରଖୁଥିବା ଦେଖିବାକୁ ମିଳୁଛି । କୃଷି ଆଇନକୁ ବିରୋଧ କରି ଲକ୍ଷ ଲକ୍ଷ କୃଷକ ଧାରଣା ଦେଇଥିବା ବେଳେ କଙ୍ଗନା କୃଷକଙ୍କ ଉପରେ ଏକ ବିବାଦପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ । ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଅନେକ ସମାଲୋଚନା କରାଯାଇଥିବା ବେଳେ ନିକଟରେ ଭାରତର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ଏଭଳି ମନ୍ତବ୍ୟ ଦେଇ ପୁଣି ବିବାଦ ଘେରକୁ ଆସିଥିଲେ । ଆଜି ପଞ୍ଜାବଗସ୍ତ ବେଳେ ପଞ୍ଜାବର କୃଷକଦଳ କଙ୍ଗନାଙ୍କ ରାସ୍ତା ଅବରୋଧ କରିବା ସହ ତାଙ୍କ କାର ଉପରକୁ ଆକ୍ରମଣ କରିଛନ୍ତି ।  ଯାହାର ଭିଡିଓ କଙ୍ଗନା ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଆଜି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ କଙ୍ଗନା ଏକ ଭିଡିଓ ଅପଲୋଡ କରିଥିବା ଦେଖାଯାଇଥିଲା । ଯେଉଁଥିରେ ପଞ୍ଜାବର କୃଷକମାନେ କଙ୍ଗନାଙ୍କ ଗାଡ଼ି ଘେରାଉ କରିଥିବା ଦେଖାଯାଉଛି । ଭିଡିଓ ସେୟାର କରି କଙ୍ଗନା ଏହି କ୍ୟାପସନରେ ଲେଖିଛନ୍ତି, ଯେତେବେଳେ ସେ ପଞ୍ଜାବରେ ପ୍ରବେଶ କରିଛନ୍ତି ପଞ୍ଜାବ ଲୋକେ ତାଙ୍କ କାର ଉପରେ ଆକ୍ରମଣ କରିଥିଲେ । ଏଠାରେ ଉପସ୍ଥିତ ସମସ୍ତ ଲୋକ କୃଷକ ବୋଲି କଙ୍ଗନା କହିଛନ୍ତି । ଏଥିସହ ସେ ଏହା ମଧ୍ୟ କହିଥିଲେ ତାଙ୍କ ଗାଡ଼ିକୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ । ସେ କୈାଣସି ନେତା କି ରାଜନେତା ନୁହଁନ୍ତି । ତେବେ ତାଙ୍କ ସହ ଏଭଳି ବ୍ୟବହାର କାହିଁକି ?

କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଛୋଟ ଛୋଟ ଭିଡିଓ ବନେଇ ଅପଲୋଡ କରିଥିବା ଦେଖାଯାଉଛି । ଆମ ଦେଶରେ ଏଭଳି ସଂଘର୍ଷବଦ୍ଧ ଆକ୍ରମଣ ହେଉଛି । ଯଦି ତାଙ୍କ ସହ କୈାଣସି ପୋଲିସ କିମ୍ୱା ସିକ୍ୟୁରିଟି ଗାର୍ଡ ଉପସ୍ଥିତ ନଥାନ୍ତେ ତେବେ ଅବସ୍ଥା କ’ଣ ହୋଇଥାନ୍ତା ବୋଲି ସେ କହିଛନ୍ତି । କେବଳ ଏତିକି ନୁହେଁ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଉଥିବା ମଧ୍ୟ ସେ କହିଛନ୍ତି । ମାତ୍ର ଶେଷରେ କଙ୍ଗନା ସେଠାରେ ଉପସ୍ଥିତ ଥିବା ସମସ୍ତ କୃଷକଙ୍କୁ ବୁଝାସୁଝା କରି ପରିସ୍ଥିତି ଆୟତରେ ଆଣିବା ସହ ସେଠାରୁ ସୁରକ୍ଷିତ ଭାବେ ବାହାରି ଆସିଥିବା ଏହି ଭିଡିଓ ମାଧ୍ୟମରେ ଜଣାଇଥିଲେ ।

 

Leave a Reply