SRC ଦେଲେ ବାତ୍ୟା ଅପଡ଼େଟ୍: ଅପରାହ୍ନରେ ପୁରୀରେ ଜୱାଦ ଲ୍ୟାଣ୍ଡଫଲ !

1 min read

ଭୁବନେଶ୍ୱର: ବାତ୍ୟା ଜୱାଦକୁ ନେଇ ଏସଆରସିଙ୍କ ପ୍ରେସମିଟ୍ । ୫ ତାରିଖ ଅପରାହ୍ନରେ ପୁରୀ ଜିଲ୍ଲା ଉପକୂଳ ପାଖାପାଖି ପହଞ୍ଚିବ ଜୱାଦ । ସ୍ଥଳଭାଗ ଛୁଇଁବ କି ନାହିଁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବାତ୍ୟା ପ୍ରଭାବରେ ପବନର ବେଗ ପ୍ରାୟ ୮୦ରୁ ୯୦ କିଲୋମିଟର ରହିବ । ଏଥି ସହ ଆଜି ରାତିରୁ ଗଞ୍ଜାମ, ଗଜପତି, ପୁରୀରେ ବର୍ଷା ହେବ । ପୂର୍ବ ନିର୍ଦ୍ଦେଶ ଅନୁସାରେ ସମୁଦ୍ରରୁ ସମସ୍ତ ମତ୍ସ୍ୟଜୀବୀ କୂଳକୁ ଫେରିଆସିଛନ୍ତି । ୨୨ହଜାର ୭୦୦ଡଙ୍ଗା କୂଳକୁ ଫେରିଆସିଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା  ।

ବାଲୁଗାଁ ଓ ବାଣପୁର ଅଞ୍ଚଳ ଉପରେ ସ୍ୱତନ୍ତ୍ର ଭାବେ ନଜର ରଖାଯାଇଛି । ବାତ୍ୟାର ମୁକାବିଲା ପାଇଁ NDRF, ODRAF ଓ ଅଗ୍ନିଶମ ବାହିନୀର ଟିମ୍ ୨୪୭ଟିମ ବିଭିନ୍ନ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ କେବଳ ୧୯ ଟିମ୍ ରିଜର୍ଭ ରଖାଯାଇଛି । କାଲିଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାମ କରିବ ବୋଲି କହିଛନ୍ତି ଏସଆରସି । ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ସେହିପରି ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ଲୋକଙ୍କର ଯେଭଳି କୌଣସି ସମସ୍ୟା ନ ହୁଏ ସେଥି ପ୍ରତି ଧ୍ୟାନ ଦିଆଯାଇଥିବାବେଳେ ମିଶନ୍ ଜିରୋ କାଜୁଆଲିଟି ଉପରେ ଫୋକସ୍ କରାଯାଉଛି  । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ହେଉଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀରେ ରଖିବା ବ୍ୟବସ୍ଥା କରାଯାଇଛି । ଶୁଦ୍ଧ ପାନୀୟ ଓ ଖାଦ୍ୟ ଯୋଗାଇବା ବ୍ୟବସ୍ଥା ହୋଇଛି । ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବାକୁ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply