ଭିଜିଲାନ୍ସ ଜାଲରେ ବଡ଼ ମାଛ, ଲାଞ୍ଚ ନେଲାବେଳେ ଧରାପଡ଼ିଲେ କୋଟିପତି ପିଅନ

ବାଲେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ପିଅନ । ଲାଞ୍ଚ ନେବାବେଳେ ଧରାପଡିଲେ ବାଲେଶ୍ୱର ଜିଲ୍ଲା ପୂର୍ତ୍ତ ବିଭାଗ 2ନମ୍ବର ଡ଼ିଭିଜନର ପିଅନ ପଦ୍ମନାଭ ସ୍ୱାଇଁ । ଜଣେ ଠିକାଦାରଙ୍କଠାରୁ ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଧରିଛି । ମିଳିଥିବା ସୂଚନା ମୁତାବକ ସିକ୍ୟୁରିଟି ଟଙ୍କା ରିଲିଜ୍ କରିବାକୁ ଲାଞ୍ଚ ନେଉଥିଲେ ପଦ୍ମନାଭ ।

ଭିଜିଲାନ୍ସ ଟିମ୍ ରଙ୍ଗେହାତ ରେଡ଼ କରିବା ପରେ ତାଙ୍କର ସରକାରୀ କାର୍ଯ୍ୟାଳୟ ସହିତ ପଦ୍ମନାଭଙ୍କ ଘର ଓ ବରଫ କଳରେ ଚଢାଉ କରିଛି    । ଠିକାଦାର ପାଇଥିବା ଟେଣ୍ଡରର ସିକ୍ୟୁରିଟି ମନି ଡ଼ିପୋଜିଟ୍ ଓ ରିଲିଜ୍ କାମ ତୁଲାଉଥିଲେ ପଦ୍ମନାଭ । ପଦ୍ମନାଭ ପିଅନ ଭାବେ କାର୍ଯ୍ୟ କରୁଥିବାବେଳେ ଲକ୍ଷାଧିକ ଟଙ୍କାର ମାଲିକାନା ତାଙ୍କ ନାମରେ ରହିଛି  ।

Leave a Reply