ବିଧାୟକଙ୍କ ହାତରୁ ନଡ଼ିଆ ପଡ଼ି ଫାଟିଗଲା ସଡ଼କ

ବିଜନୋର: ଉତ୍ତରପ୍ରଦେଶର ଯୋଗୀ ସରକାରରେ ବଢ଼ି ଚାଲିଛି ଦୁର୍ନୀତି । ଆଉ ଦୁର୍ନୀତି କେଉଁ ସ୍ତରରେ ପହଞ୍ଚିଲାଣି ତାକୁ ନ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ । ଏଇ ଯେମିତି ବିଜନୋରରେ ସେଚନ ବିଭାଗ ଦ୍ୱାରା ନିର୍ମିତ ସଡ଼କ ଉଦଘାଟନ ବେଳେ ବିଧାୟକ ନଡ଼ିଆ ପିଟିଥିଲେ । ହେଲେ ନଡ଼ିଆ ତ ଫାଟିଲା ନାହିଁ କିନ୍ତୁ ସଡ଼କ ଫାଟିଗଲା ।

Bijnor Height Of Corruption Newly Constructed Road Breaks During Inauguration

ଏହି ଘଟଣା ପରେ ବିଧାୟକ ସୁଚି ଚୌଧୁରୀ ରାଗିଯିବା ସହ ଧାରଣାରେ ବସିଥିଲେ । ଯାହାପରେ ଗୁରୁବାର ରାତିରେ ହିଁ ପିଡବ୍ଲୁଡି ଅଧିକାରୀ ରାସ୍ତାର ମରାମତି କରିବା ପରେ ବିଧାୟକ ଧାରଣାରୁ ହଟିଛନ୍ତି । ସେଚନ ବିଭାଗ ଦ୍ୱାରା ସଡ଼କଟି ୧.୧୬ କୋଟି ବିନିମୟରେ ନିର୍ମାଣ କରାଯାଇଥିଲା । ସାମାନ୍ୟ ନଡ଼ିଆ ଭାଙ୍ଗିବା ବେଳେ ସଡ଼କରେ ଫାଟ ସୃଷ୍ଟି ହେବା ଯୋଗୀ ସରକାରରେ ଚାଲିଥିବା ଦୁର୍ନୀତିକୁ ପଦାରେ ପକାଇଛି ।

ବିଜନୋରର ହଳଦୌର ଥାନା ଖେଡ଼ା ଅଜିଜପୁରାରେ ୧୬ ଲକ୍ଷ ୩୮ ହଜାର ଟଙ୍କା ବିନିମୟରେ ୭ କିଲୋମିଟର ଲମ୍ବର ସଡ଼କ ତିଆରି ହୋଇଥିଲା । ୭୦୦ ମିଟର ସଡ଼କ କାମ ଶେଷ ହେବା ପରେ ସଡ଼କର ଶୁଭାରମ୍ଭ ପାଇଁ ସ୍ଥାନୀୟ ବିଜେପି ବିଧାୟକ ଆସିଥିଲେ । ଆଉ ନଡ଼ିଆ ଭାଙ୍ଗିବା ବେଳେ ସଡ଼କ ଫାଟିଗଲା ସିନା ନଡ଼ିଆ ଫାଟିଲାନି ।

Bijnor Height Of Corruption Newly Constructed Road Breaks During Inauguration

ବିଧାୟକ ଧାରଣାରେ ବସିବା ପରେ ବିଜନୋର ପ୍ରଶାସନ ଆକ୍ସନ ମୁଡକୁ ଆସିଥିଲା । ତୁରନ୍ତ ଜିଲ୍ଲାପାଳ ଏକ ଯାଞ୍ଚ କମିଟି ଗଠନ କରିଥିଲେ । ଏଥିସହ ଉଚ୍ଚମାନର ସଡ଼କ ନିର୍ମାଣ ପ୍ରତିଶ୍ରୁତି ଦେଇଛି ପ୍ରଶାସନ । ସଡ଼କ ନିର୍ମାଣ ନାଁରେ ଦୁର୍ନୀତି କରୁଥିବା ସମସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଧାୟକ ।

Leave a Reply