spot_img
Home Blog Page 5001

କାହା ମଧ୍ୟରେ ହେବ T20 WC ଫାଇନାଲ ମ୍ୟାଚ୍,ଏହି ବରିଷ୍ଠ ଖେଳାଳି କଲେ ଭବିଷ୍ୟବାଣୀ..

ଦୁବାଇ: ଚଳିତ ଟି-୨୦ ବିଶ୍ବକପ ଫାଇନାଲକୁ ନେଇ ବଡ଼ ଭବିଷ୍ୟବଣୀ କରିଛନ୍ତି ଅଷ୍ଟ୍ରେଲିଆର ଲିଜେଣ୍ଡ ସ୍ପିନର ସେନ ଓ୍ବାର୍ଣ୍ଣେ । ଚଳିତ ଟି-୨୦ ଓ୍ବାର୍ଲ୍ଡକପରେ ଦମଦାର ଫର୍ମ  ଜାରି ରହିଛି ଇଂଲଣ୍ଡ । ଗତକାଲି ଖେଳାଯାଇଥିବା ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ଏକ ବଡ଼ ବିଜୟ ଲାଭ କରିଛି । ଏହି ବିଜୟ ସହ ଚଳିତ ବିଶ୍ବକପରେ ଇଂଲଣ୍ଡ ଲଗାତର ଭାବରେ ତିନୋଟି ମ୍ୟାଚରେ ବିଜୟ ଲାଭ କରି ସେମିଫାଇନାଲରେ ନିଜ ସ୍ଥାନ ଏକ ପ୍ରକାର ପକ୍କା କରିସାରିଛି ।

ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ଏହି ବଡ଼ ବିଜୟ ପରେ ଅଷ୍ଟ୍ରେଲିଆ ଲିଜେଣ୍ଡ ସ୍ପିନର ସେନ ଓ୍ବାର୍ଣ୍ଣେ ଚଳିତ ଟି୨୦ ବିଶ୍ବକପକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଓ୍ବାର୍ଣ୍ଣେ କହିଛନ୍ତି କି ଦୁବାଇରେ ହେବାକୁ ଥିବା ଟି-୨୦ ଫାଇନାଲ ଭାରତ-ପାକିସ୍ତାନ କିମ୍ବା ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ହୋଇପାରେ । ଓ୍ବାର୍ଣ୍ଣେ ଟୁଇଟ କରି କହିଛନ୍ତି କି ଗ୍ରୁପ୍-୧ରୁ ସେମିଫାଇନାଲ ପାଇଁ ଅଷ୍ଟ୍ରେଲିଆ, ଇଂଲଣ୍ଡ ଯିବେ ଏବଂ ଗ୍ରୁପ୍-୨ରୁ ଭାରତ, ପାକିସ୍ତାନ ଯିବେ । ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ଭାରତ ଭେଟିବ ଏବଂ ଦ୍ବିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ । ଏପରି ସ୍ଥିତିରେ ଟି-୨୦ ବିଶ୍ବକପ ଫାଇନାଲରେ ଭାରତ-ପାକିସ୍ତାନ  କିମ୍ବା ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ହୋଇପାରେ ବୋଲି କହିଛନ୍ତି ଓ୍ବାର୍ଣ୍ଣେ ।

 

 

ଟି-୨୦ ବିଶ୍ବକପର ପଏଣ୍ଟ ଟେବୁଲ କଥା ଯଦି କହିବା ତାହାଲେ ଗ୍ରୁପ୍-୧ରେ ଲଗାତର ଭାବରେ ତିନୋଟି ମ୍ୟାଚ ଜିତି ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଥିବାବେଳେ ସାଉଥ ଆଫ୍ରିକା ଦ୍ବିତୀୟ ଓ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି । ୨୦୧୪ ବିଶ୍ବକପ ବିଜେତା ଶ୍ରୀଲଙ୍କା ଚତୁର୍ଥ ସ୍ଥାନରେ ଥିବାବେଳେ ଡିଫେଣ୍ଡଙ୍ଗ୍ ଚମ୍ପିଆନ ଓ୍ବେଷ୍ଟଇଣ୍ଡିଜ୍ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଥିବା ବେଳେ ବଙ୍ଗଳାଦେଶ ଶେଷ ସ୍ଥାନରେ ରହିଛି । ସେହିପରି ଭାବରେ ଗ୍ରୁପ-୨ କଥା ଯଦି କହିବା ତାହାଲେ ଲଗାତର ତିନୋଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ପାକିସ୍ତାନ । ତେବେ ପାକିସ୍ତାନର ଆଉ ଦୁଇଟି ମ୍ୟାଚ ନାମବ୍ୟା ଓ ସ୍କଟଲାଣ୍ଡ ମଧ୍ୟରେ ହେବ । ତେଣୁ ଗ୍ରୁପ୍-୨ରେ ପାକିସ୍ତାନ ପ୍ରଥମ ସ୍ଥାନରେ ରହିବ ଏହା ଏକ ପ୍ରକାର ନିଶ୍ଚିତ । ଦ୍ବିତୀୟ ସ୍ଥାନରେ ଆଫଗାନିସ୍ତାନ, ତୃତୀୟରେ ନାମବ୍ୟା,ଚତୁର୍ଥରେ ନ୍ୟୁଜିଲାଣ୍ଡ ଏବଂ ପଞ୍ଚମରେ ରହିଛି ଭାରତ ।  ତେବେ ଆଜି ମ୍ୟାଚ ଭାରତ ପାଇଁ ବେଶ୍ ଗୁରୁତ୍ବବହନ କରୁଛି ।  ଏହି ମ୍ୟାଚକୁ ଜିତି ଭାରତ ପଏଣ୍ଟ ଟେବୁଲର ଉପରକୁ ଆସିବାକୁ ଚେଷ୍ଟା କରିବ । ନ୍ୟୁଜିଲାଣ୍ଡ ବ୍ୟତୀତ ଭାରତ ଆଉ ତିନୋଟି ମ୍ୟାଚ ଆପଗାନିସ୍ତାନ, ନମବ୍ୟା ଓ ସ୍କଟଲାଣ୍ଡ ବିପକ୍ଷରେ ଖେଳିବ । ଭାରତ ଯଦି ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ଲାଭ କରେ ତାହାଲେ ଆଉ ତିନୋଟି ମ୍ୟାଚରେ ସହଜରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଯିବା ପାଇଁ ଚେଷ୍ଟା କରିବ ।

ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ

ପୁରୀ: କିଛି ଦିନର ବ୍ୟବଧାନ ପରେ ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି । ଶ୍ରୀନହର ସମ୍ମୁଖରେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରାତନ କୋଠାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ଶ୍ରୀମନ୍ଦିରର ୭୫ ମିଟର ଐତିହ୍ୟ କରିଡର ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଜମି ସରକାର ଅଧିଗ୍ରହଣ କରି ସାରିଛନ୍ତି । ଆଜି ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଉଚ୍ଛେଦ ଜାରି ରହିଛି । ପୌରସଂସ୍ଥାର ଏନ୍‌ଫୋର୍ସମେଣ୍ଟ ଟିମ୍, ପୋଲିସ ଓ ଅଗ୍ନିଶମ ବାହିନୀ ଉପସ୍ଥିତରେ ଉଚ୍ଛେଦ ଚାଲିଛି ।

Eviction Again Start In Surrounding Of Puri Jagannath Temple

ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ଉଦ୍ଦ୍ୟେଶରେ ରାଜ୍ୟ ସରକାର ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାମ ଆରମ୍ଭ କରିଥିଲେ । ଯେଉଁଥିରେ ବଡ଼ ଦେଉଳ ଚାରିପାଖରୁ ୭୫ ମିଟର ମଧ୍ୟରେ ସମସ୍ତ ନିର୍ମାଣକୁ ଉଚ୍ଛେଦ କରାଯାଇଛି । ଆଉ ବିସ୍ଥାପନ ପଲିସି ଅନୁସାରେ କ୍ଷତି ପୂରଣ ଯୋଗାଇ ଦେଉଛି ପ୍ରଶାସନ । ଆଉ ନିଜ ଇଚ୍ଛା ମୁତାବକ ଜମି ବଦଳରେ ଜମି ପାଇଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ପୁରୀବାସୀ ।

Eviction Again Start In Surrounding Of Puri Jagannath Temple

ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ୫୯୦ କୋଟିର ୭ଟି ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସେଥିରୁ ଦୁଇଟି ପ୍ରକଳ୍ପ କାମ ଆରମ୍ଭ ହୋଇଯାଇଛି । ଆଗକୁ ୫ଟି ପ୍ରକଳ୍ପର କାମ ଆରମ୍ଭ ହେବ । ଗତବର୍ଷ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଯାଇ ଉନ୍ନୟନ କାମ ଦେଖିଥିଲେ । ଅଧଘଣ୍ଟାରୁ ଅଧିକ ସମୟ ଧରି ଚାଲି ଚାଲି ପ୍ରକଳ୍ପ କାମ ଅନୁଧ୍ୟାନ ଓ ସମୀକ୍ଷା କରିଥିଲେ ନବୀନ । ୭୫ ମିଟର ସୁରକ୍ଷା ଜୋନ ବୁଲିବା ସହିତ ଏହି କାମ ପାଇଁ ୩ ମାସରେ ଜମି ଅଧିଗ୍ରହଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଆଧାରକାର୍ଡକୁ କରନ୍ତୁ ଅପଡେଟ୍ : ଡିଜିଟାଲି ହେବ ଇ-ସାଇନ୍

0

ବ୍ୟବସାୟ ହେଉ ଅବା ବ୍ୟାଙ୍କ ଆଜିକାଲି ପ୍ରତ୍ୟେକ କ୍ଷେତ୍ରରେ ଆଧାରକାର୍ଡର ଆବଶ୍ୟକତା ଥିବାବେଳେ ଏହା ଏକ ପ୍ରମୁଖ ଡକ୍ୟୁମେଣ୍ଚ୍ । କରୋନା ମହାମାରୀ କାଳ ପରେ କାଗଜପତ୍ର କାରବାର କମିଯାଇଥିବା ବେଳେ ଡିଜିଟାଲ ଯୁଗର ପ୍ରସାର ହେଉଛି । ଲୋକ କ୍ୟାସ୍ ବଦଳରେ ଅନଲାଇନ ପେମେଣ୍ଟର ଅଧିକ ବ୍ୟବହାର କରୁଛନ୍ତି  । ଏହି ସବୁ ଅନଲାଇନ କାମ ପାଇଁ ଡିଜିଟାଲ ଆଧାରକାର୍ଡର ଆବଶ୍ୟକତା ପଡ଼ିଥାଏ ଯେଉଁଥିରେ ଇ-ସାଇନ୍ର ଆବଶ୍ୟକତା ରହିଛି ।

ଏନଏସସିଏଲ୍-ଇ ଗଭରନାନ୍ସ ଇନଫ୍ରାଷ୍ଟକଚର ଲିମିଟେଡ ସୂଚନା ଅନୁଯାୟୀ ଇ-ସାଇନ୍ ଏକ ଅନଲାଇନ୍ ଇଲେକଟ୍ରୋନିକ ସାଇନ୍ ଯେଉଁଥିରେ ଜଣେ ଆଧାରକାର୍ଡଧାରୀ ଡିଜିଟାଲ ଡକ୍ୟୁମେଣ୍ଟରେ ନିଜର ହସ୍ତାକ୍ଷର କରିପାରିବେ  । ଅର୍ଥାତ୍ ବିନା କୈାଣସି କାଗଜପତ୍ରରେ ଡିଜିଟାଲି ଜଣେ ଏହି ସାଇନ୍ କରିପାରିବେ  ।

ଆଧାରକାର୍ଡରେ ଇ-ସାଇନର ଲାଭ :

ଏହି ଇଲେକଟ୍ରୋନିକ ସାଇନ କାମ ସହଜ କରିବା ସହ ଶୀଘ୍ର ମଧ୍ୟ କରିଥାଏ  । ଅନଲାଇନରେ ସବୁ କାମ ହେଉଥିବାରୁ ଏହା ସୁରକ୍ଷିତ ମଧ୍ୟ  । ଏଥିରୁ ମିଳୁଥିବା ଲାଭ : ସମୟ ସହ ଖର୍ଚ୍ଚ ବଞ୍ଚାଏ  । ଏଥିସହ ସମସ୍ତ କାର୍ଯ୍ୟ ଆଇନଗତ ହୋଇଥିବା ବେଳେ ବ୍ୟକ୍ତିଗତ ମଧ୍ୟ ରଖିଥାଏ  ।

କେମିତି କରିବେ ଇ-ସାଇନ୍ :

  1. ପ୍ରଥମେ ଇଣ୍ଟରନେଟ୍ ବ୍ରାଉଜର ଖୋଲନ୍ତୁ  । ଏହାପରେ <https://uidai.gov.in/> or <https://eaadhaar.uidai.gov.in> ୱେବସାଇଟ୍ ଖୋଲନ୍ତୁ  ।
  2. ୱେବସାଇଟ୍ ଖୋଲିଯିବା ପରେ ସେଠାରେ ରାଇଟ୍ କ୍ଲିକ୍ କରି ଭାଲିଡିଟି ଅନନୋନ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ ।
  3. ବର୍ତ୍ତମାନ ଆପଣ ସିଗନେଚର ଭେରିଫିକେସନ ଉଇଣ୍ଡୋ ଦେଖିବାକୁ ପାଇବେ ।
  4. ଏହାପରେ ସିଗନେଚର ପ୍ରପଟିଜ୍ ଉପରେ କ୍ଲିକ୍ କରନ୍ତୁ ।
  5. ସେଠାରେ ଦେଖାଯାଉଥିବା ସୋ ସାର୍ଟିଫିକେଟ୍ ଅପସନ୍ ଉପରେ କ୍ଲିକ୍ କରନ୍ତୁ ।
  6. ଟ୍ୟାବ୍ ରିଡିଙ୍ଗ୍ ପ୍ରେସ୍ କରିବା ପରେ ଏନଆଇସି-ସବ ସିଏ, ଏନଆଇସି ୨୦୧୧ ନେସନାଲ ଇନଫରମେସନ ସେଣ୍ଚର ଦେଖନ୍ତୁ ।
  7. ଏହାପରେ ଟ୍ରଷ୍ଟ ଟ୍ୟାବକୁ ଯିବା ପରେ ଆଡ ଟୁ ଟ୍ରଷ୍ଟ ଆଇଡେନଟିଟି ଅପସନ ଉପରେ କ୍ଲିକ୍ କରନ୍ତୁ ।
  8. ବର୍ତ୍ତମାନ ପରବର୍ତ୍ତୀ ପର୍ଯ୍ୟାୟ ଅନୁସରଣ କରିବା ପରେ ଭାଲିଡେଟ୍ ସିଗନେଚର ଉପରେ କ୍ଲିକ୍ କରନ୍ତୁ ।

 

ଯୁବକଙ୍କୁ ବିଭତ୍ସ ହତ୍ୟା; ଗୁଳି କଲେ, ହାଣିଲେ

ବାଲେଶ୍ୱର: ବାଲେଶ୍ୱରରେ ଫୁଟିଲା ଗୁଳି । କୁରୁଡ଼ା ଛକ ନିକଟରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ହେଲେ ସଦର ଥାନା ଜଗନ୍ନାଥପାଟଣା ଗାଁର ବିନୋଦ ବିହାରୀ ଦାସ । ବିନୋଦ ଗତକାଲି ରାତିରେ ଘରକୁ ବାଇକରେ ଫେରୁଥିବା ବେଳେ, ତାଙ୍କୁ କେହି ଦୁର୍ବୃତ୍ତ ପ୍ରଥମେ ଗୁଳିମାଡ଼ କରିଥିଲେ ।

Miscreants Fired Youth In Balasore

ସେ ତଳେ ପଡ଼ିଯିବା ପରେ ତାଙ୍କ ମୁହଁକୁ ଭୁଜାଲିରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିନୋଦଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ବିନୋଦ ବାଲେଶ୍ୱର ସହରରେ ଭଡ଼ାଘରେ ରହୁଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି ।

ଫୁଲବାଣୀରେ ଅସୁସ୍ଥ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଅଣାଯିବ ଭୁବନେଶ୍ୱର

ଫୁଲବାଣୀ: ୪ ଦିନିଆ କନ୍ଧମାଳ ଗସ୍ତରେ ଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇ ପଡ଼ିଛନ୍ତି । ଶନିବାର ସନ୍ଧ୍ୟାରୁ ମନ୍ତ୍ରୀଙ୍କୁ ଜର ଆସିଥିବା ବେଳେ ନିମ୍ନ ରକ୍ତଚାପ ରହିଛି । ବର୍ତ୍ତମାନ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର ଡାକ୍ତରୀ ଦଳ ସର୍କିଟ୍ ହାଉସରେ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଡାକ୍ତରଙ୍କ ସୂଚନା ଅନୁସାରେ, ଏବେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ।

ଏଥିସହ ପଢ଼ନ୍ତୁ: ଗ୍ୟାସ ସିଲିଣ୍ଡର ମୁଣ୍ଡାଇ, ରାସ୍ତା ଉପରେ ଚୂଳି ଜାଳି ବିଜେଡିର ପ୍ରତିବାଦ

ମନ୍ତ୍ରୀ ଶ୍ୱାସକ୍ରିୟାରେ ସାମାନ୍ୟ କଷ୍ଟ ଅନୁଭବ କରିଥିଲେ, ଜର ରହିଛି । କୋଭିଡ୍ ଆଣ୍ଟିଜେନ୍ ଟେଷ୍ଟ ନେଗେଟିଭ୍ ରହିଛି । ଆରଟି-ପିସିଆର୍ ଟେଷ୍ଟ ରିପୋର୍ଟ ଏଯାବତ୍ ଆସିନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି । ମନ୍ତ୍ରୀଙ୍କୁ ଭୁବନେଶ୍ୱର ଆଣିବା ଲାଗି ବ୍ୟବସ୍ଥା କରାଯାଉଛି ।

ମୁମ୍ବାଇ ଡ୍ରଗ୍ସ କେସ୍; ଜେଲରୁ ବାହାରିଲେ ମୁନମୁନ; ସନ୍ଧ୍ୟାରେ ବାହାରିବେ ଅରବାଜ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସ୍ ମାମଲାରେ ବଲିଉଡ କିଙ୍ଗଖାନ ଶାହାରାଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସହ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ୍ ଧାମେଚାଙ୍କୁ ମଧ୍ୟ ଗିରଫ କରିଥିଲା NCB । ତେବେ ଏହି ମାମଲାରେ ଗୁରୁବାର ଆର୍ଯ୍ୟନ ସହ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧାମେଚା ବେଲ ପାଇଥିଲେ । ବେଲ ପାଇବା ପରେ ମଧ୍ୟ ଗତକାଲି ବି ଅରବାଜ ଓ ମୁନମୁନଙ୍କୁ ଜେଲରେ ରହିବାକୁ ପଡ଼ିଥିଲା । ତେବେ ଆଜି ସକାଳେ ମୁନମୁନ ଜେଲରୁ ବାହାରିଥିବା ବେଳେ ଅରବାଜ ମଧ୍ୟ ଆର୍ଥର ରୋଡ୍ ଜେଲରୁ ଶୀଘ୍ର ବାହାରିବାର ସମ୍ଭାବନା ରହିଛି ।

ତେବେ ଏହି ମାମଲାରେ ଅରବାଜଙ୍କ ପିତା ଅସଲମ ମର୍ଚ୍ଚାଣ୍ଟ କହିଛନ୍ତି କି ଆଜି ସନ୍ଧ୍ୟାରେ ଅରବାଜ ଜେଲରୁ ବାହାରିବେ । ତେବେ ଗତକାଲି ଆର୍ଯ୍ୟନ ଖାନ ଜେଲରୁ ବାହାରି ମନ୍ନତରେ ପହଞ୍ଚିଥିଲେ । କିନ୍ତୁ କାଗଜ ପତ୍ର କାମ ସମାପ୍ତ ନହେବାରୁ ଅରବାଜ ଓ ମୁନମୁନ ଜେଲରୁ ବାହାରି ପାରିନଥିଲେ । ତେବେ ଅକ୍ଟୋବର ୩୦ରେ ଅରବାଜ ତାଙ୍କ ପିତାଙ୍କୁ ଶୀଘ୍ର ଜେଲରୁ ମୁକ୍ତି କରିବା ପାଇଁ ଅନୁରୋଧ କରିଥିଲେ । ଅସଲମ ପୁଅକୁ ମଧ୍ୟ ଆଶ୍ବସନା ଦେଇଥିଲେ ଯେ ଆଜି ତାଙ୍କୁ ଜେଲରୁ ବାହାରିବାର ୯୦ ପ୍ରତିଶତ ସୁଯୋଗ ଅଛି । କିନ୍ତୁ ଗତକାଲି ତାହା ହୋଇପାରିଲା ନାହିଁ । ତେଣୁ ଆଜି ସନ୍ଧ୍ୟା ସୁଦ୍ଧା ଜେଲରୁ ବାହାରିବେ ଅରବାଜ ମର୍ଚ୍ଚାଣ୍ଟ ।

 

ବନ୍ଦ ପାଳନ ନାଁରେ କଲେଜ ଛାତ୍ରୀଙ୍କୁ ଜୋର ଜବରଦସ୍ତ କରୁଛନ୍ତି ବିଜେପିର ମହିଳା କର୍ମୀ, ଦେଖନ୍ତୁ ଭିଡିଓ

ବାଲେଶ୍ୱର: ବାଲେଶ୍ୱର ଚାରୁକଳା ମହାବିଦ୍ୟାଳୟରେ ବିଜେପି କର୍ମୀଙ୍କ ଗୁଣ୍ଡାଗିରି । ବିଜେପି ତରଫରୁ ଗତକାଲି ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଥିଲା । ଏହି ସମୟରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତିଙ୍କ ନେତୃତ୍ୱରେ କିଛି କର୍ମୀ ଚାରୁକଳା ମହାବିଦ୍ୟାଳୟର ଶ୍ରେଣୀଗୃହରେ ପଶି ହୋ-ହାଲ୍ଲା କରିଥିଲେ ।

BJP Workers Misbehave College Students During Strike In Balasore

ଏଥିସହ ପଢ଼ନ୍ତୁ: ଘେରାଉ ନାଁରେ ବିଜେପିର ଗୁଣ୍ଡାଗର୍ଦ୍ଦି, ଦଳର ୩୨ ନେତା ଓ କର୍ମୀଙ୍କ ବିରୋଧରେ ଏତଲା ରୁଜୁ

ଶ୍ରେଣୀଗୃହରେ ଥିବା ଚିତ୍ର ସବୁକୁ ଧରି ଏହା ସଂସ୍କୃତିକୁ ବିକୃତ କରୁଛି ବୋଲି କହି ଫିଙ୍ଗାଫିଙ୍ଗି କରିଥିଲେ । ଶ୍ରେଣୀରେ ଥିବା ଛାତ୍ରଛାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର ସହିତ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି । ବିଜେପି କର୍ମୀଙ୍କ ଏଭଳି କାଣ୍ଡ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ପୁନୀତଙ୍କ ଶେଷକୃତ୍ୟ

ବେଙ୍ଗାଲୁରୁ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ପୁନୀତ ରାଜକୁମାରଙ୍କ ଶେଷକୃତ୍ୟ । ପରିବାର, ପ୍ରିୟଜନ ଏବଂ ହଜାର ହଜାର ପ୍ରଶଂସକଙ୍କ ଗ୍ରହଣରେ ପୁନୀତଙ୍କୁ ଦିଆଯାଇଛି ଶେଷ ବିଦାୟ । ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ହୋଇଛି । ଆଜି ସକାଳୁ ପ୍ରଶଂସକମାନେ ତାଙ୍କ ପ୍ରିୟ ଷ୍ଟାରଙ୍କୁ ଶେଷ ବିଦାୟ ଦେବା ପାଇଁ କାନ୍ତିରବା ଷ୍ଟାଡିୟମର ଚାରିପାଖରେ ଥିବା ବିଲ୍ଡିଂ ଛାତ ଉପରେ ଏକାଠି ହୋଇଥିଲେ ।

ପୁନୀତଙ୍କ ଶେଷକୃତ୍ୟ ପରିବାର, ବନ୍ଧୁ ଏବଂ ହଜାର ହଜାର ପ୍ରଶଂସକଙ୍କ ଉପସ୍ଥିତିରେ ହୋଇଥିଲେ । ପୁନୀତଙ୍କ ମୃତଦେହ ତାଙ୍କ ପିତାମାତାଙ୍କ ସମାଧୀ ନିକଟରେ ରଖାଯାଇଥିଲା । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବି ସମାଧୀ ସ୍ଥଳରେ ଉପସ୍ଥିତ ଥିଲେ । ପୁନୀତଙ୍କୁ ଶେଷ ବିଦାୟ ଦେବା ସମୟରେ ସେ ବି ଭାବ ବିହ୍ବଳ ହୋଇପଡ଼ିଥିଲେ । ପୁନୀତଙ୍କୁ ଶେଷ ଥର ପାଇଁ ଦେଖିବା ପାଇଁ କର୍ଣ୍ଣାଟକର ବହୁ ବରିଷ୍ଠ ନେତା,ବ୍ୟକ୍ତି ଏବଂ ସାଉଥ ଫିଲ୍ମ୍ ଇଣ୍ଡଷ୍ଟ୍ରିର ବହୁ ଷ୍ଟାର କାନ୍ତରବା ଷ୍ଟାଡିୟମରେ ପହଞ୍ଚିଥିଲେ ।

ଗତକାଲି ରାତିରେ ପୁନୀତଙ୍କ ଦୁଇ ଝିଅ ବିଦେଶରୁ ଫେରିବା ପରେ ପୁନୀତଙ୍କ ଶେଷକୃତ୍ୟ ଆରମ୍ଭ ହୋଇଥିଲା । ବାପାଙ୍କୁ ଏଭଳି ଅବସ୍ଥାରେ ଦେଖି ନିଜ କୋହ ସମ୍ଭାଳି ପାରିନଥିଲେ ଦୁଇ ଝିଅ । ୪୬ ବର୍ଷରେ ପୁନୀତଙ୍କ ମୃତ୍ୟୁ ପୂରା ସାଉଥ ଇଣ୍ଡଷ୍ଟ୍ରି ସହ ବଲିଉଡ୍ ଇଣ୍ଡଷ୍ଟ୍ରି ପୂରା ସ୍ତବ୍ଧ ହୋଇଯାଇଛି ।

ବିରାଟଙ୍କ ପାଇଁ ବଡ଼ ଆହ୍ବାନ

ଦୁବାଇ: ସୁପର ସଣ୍ଡେରେ ସୁପର ମୁକାବିଲା । ଚଳିତ ଟି-୨୦ ବିଶ୍ବକପରେ ଆଜି ଭାରତ ତା’ର ଦ୍ବିତୀୟ ମ୍ୟାଚ ଖେଳିବାକୁ ଯାଉଛି ।  ଦ୍ବିତୀୟ ମ୍ୟାଚରେ ଆଜି ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟିବ । କର ବା ମର ସ୍ଥିତିରେ ଉଭୟ ଦଳ । କାହିଁକି ନା ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ ପାକିସ୍ତାନଠାରୁ ପରାଜିତ  ହୋଇଛନ୍ତି । ଏପରି ସ୍ଥିତିରେ ସେମିଫାଇନାଲ ରେସରେ ରହିବାକୁ ହେଲେ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ତେବେ ଏହି ହାଇଭୋଲଟେଜ୍ ଟକ୍କର ଉପରେ ରହିଛି କ୍ରୀଡାପ୍ରେମୀଙ୍କ ନଜର ।

ଅନ୍ୟପକ୍ଷରେ ଆଇସିସି ପ୍ରତିଯୋଗିତାରେ ନ୍ୟୁଜିଲାଣ୍ଡ ଭାରତ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି । ୨୦୦୩ ଦିନିକିଆ ବିଶ୍ବକପ ପରଠାରୁ ଭାରତ କୌଣସି ଆଇସିସି ପ୍ରତିଯୋଗିତାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିନାହିଁ । ୨୦୧୯ ଦିନିକିଆ ବିଶ୍ବକପ ସେମିଫାଇନାଲ ଏବଂ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ଭାରତକୁ ମାତ୍ ଦେଇଛି ନ୍ୟୁଜିଲାଣ୍ଡ । ଯଦି ଆମେ ଟି-୨୦ କଥା କହିବା ତାହାଲେ ଟି-୨୦ରେ ବି ନ୍ୟୁଜିଲାଣ୍ଡ ଭାରତ ଆଗରେ ରହିଛି ।  ଉଭୟ ଦଳ ଏଯାବତ ୧୮ଟି ମ୍ୟାଚରେ ମୁହାଁମୁହିଁ ହୋଇଥିବାବେଳେ ସେଥିରୁ ୮ ମ୍ୟାଚ ନ୍ୟୁଜିଲାଣ୍ଡ ଜିତିଥିବା ବେଳେ ୬ଟି ମ୍ୟାଚ ଜିତିଛି ଭାରତ ।

ତେବେ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଲଜ୍ଜାଜନକ ପରାଜୟ ପରେ କମବ୍ୟାକ ଲକ୍ଷ୍ୟରେ ବିରାଟ ବାହିନୀ । ପ୍ରଥମ ମ୍ୟାଚରେ ହୋଇଥିବା ତ୍ରୁଟିକୁ ଏହି ମ୍ୟାଚରେ ସୁଧାରିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଭାରତକୁ ଜିତିବାକୁ ହେଲେ ସମସ୍ତ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରିବାକୁ ପଡ଼ିବ । ଅନ୍ୟପଟେ ଚୁଡାନ୍ତ ଏକାଦଶ କଥା ଯଦି କହିବା ତାହାଲେ ଭାରତ ତା’ର ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ କରିବ ନାହିଁ ବୋଲି ଆଶା କରାଯାଉଛି । କାହିଁକି ନା ପାକିସ୍ତାନ ବିପକ୍ଷରେ ଆହାତ ହୋଇଥିବା ଷ୍ଟାର ଅଲରାଉଣ୍ଡର  ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ନେଟ୍ସରେ ଦମଦାର ବୋଲିଂ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେଣୁ ସେ ଏହି ମ୍ୟାଚରେ ଚୁଡାନ୍ତ ଏକାଦଶରେ ମଧ୍ୟ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି ।

ଗ୍ୟାସ ସିଲିଣ୍ଡର ମୁଣ୍ଡାଇ, ରାସ୍ତା ଉପରେ ଚୂଳି ଜାଳି ବିଜେଡିର ପ୍ରତିବାଦ

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଛି ଦରଦାମ । କିଣିବା ତ ଦୂର କଥା ଦେଖିଲେ ବି ଡର ଲାଗୁଛି । ତୈଳଦର, ଗ୍ୟାସ୍ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ଜନତାଙ୍କୁ ଭାରି ବାଧୁଛି । କେନ୍ଦ୍ର ସରକାରଙ୍କ ଭୁଲ୍ ଆର୍ଥିକ ପରିଚାଳନା ନୀତି ଯୋଗୁଁ ବଢ଼ି ଚାଲିଛି ଦରଦାମ । ଏହାର ବିରୋଧ କରି ଆନ୍ଦୋଳନକୁ  ଓହ୍ଲାଇଛି ବିଜେଡି । ଆଜି ବିଜେଡି ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି । ଏଥିରେ ସଂଖ୍ୟାଧିକ ମହିଳା ସାମିଲ୍ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି ।

BJD Protest Against Fuel And Gas Price Hiked

ମହିଳା ବିଜେଡି କର୍ମୀ ଦରଦାମ ବୃଦ୍ଧିର ତୀବ୍ର ବିରୋଧ କରିଛନ୍ତି । ଗ୍ୟାସ୍ ସିଲିଣ୍ଡର ମୁଣ୍ଡାଇବା ସହ ରାସ୍ତା ଉପରେ ଚୂଲି ଜାଳି ବିଜେଡି ପ୍ରତିବାଦ କରିଛି । ଗଣଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛି ଦଳ । ନଭେମ୍ବର ପହିଲାରେ ଦରଦାମ ବୃଦ୍ଧିକୁ ବିରୋଧ କରି ୧୪୭ଟି ନିର୍ବାଚନ ମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯିବ । ୫ ତାରିଖରୁ ୭ ତାରିଖ ଯାଏଁ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିକୁ ବିରୋଧ କରି ବିଜୁ ଯୁବ ଛାତ୍ର ସଂଗଠନ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ହେବ ।