ଶନିବାରରୁ ଉପକୂଳରେ ବଢ଼ିବ ପବନ, ରବିବାର ପୁରୀ ନିକଟରେ ବାତ୍ୟା ଛୁଇଁବ ସ୍ଥଳଭାଗ

1 min read
Cyclone Jawad Likely To Hit Near Puri Coast

ଭୁବନେଶ୍ୱର: ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଜୱାଦ’ । ବାତ୍ୟା ‘ଜୱାଦ’ ଏବେ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୪୭୦ କିଲୋମିଟର ଦୂରରେ ରହିଛି । ସମାନ ଦିଗରେ ପୁରୀ ଠାରୁ ୫୩୦ କିଲୋମିଟର ଓ ପାରଦୀପ ଠାରୁ ୬୦୦ କିଲୋମିଟର ଦୂରରେ ରହିଛି । ବିଗତ ୬ ଘଣ୍ଟା ହେଲେ ‘ଜୱାଦ’ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମକୁ ଗତି କରୁଛି । ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ଶନିବାର ସକାଳେ ପହଞ୍ଚିବ ‘ଜୱାଦ’ । ଏହା ପରେ ୟୁ କର୍ଭ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳ ପହଞ୍ଚିବ । ସନ୍ଧ୍ୟା ଯାଏଁ ବର୍ଷା ଓ ପବନ ଲାଗି ରହିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Cyclone Jawad Likely To Hit Near Puri Coast

ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବା ସହ ପବନ ବଢ଼ୁଛି । ଆଜି ରାତିରୁ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । । ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟ ବର୍ଷା ବଢ଼ିବ । ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲା ମଧ୍ୟ ପ୍ରବଳ ବର୍ଷା ହେବ । ୫ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶା ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ଏଥିସହ ପଢ଼ନ୍ତୁ: ବାତ୍ୟା ପାଇଁ ଅଧାରୁ ବନ୍ଦ ହେଲା କୋଣାର୍କ ଉତ୍ସବ, ଘୁଞ୍ଚିଲା ସିଟି ପରୀକ୍ଷା

ପବନର ବେଗ ସର୍ବାଧିକ ୮୦ରୁ ୯୦ କିଲୋମିଟର ଘଣ୍ଟାପ୍ରତି ରହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ରହିପାରେ । ୫ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦର ପାଇଁ ୪ ନମ୍ବର ବିପଦ ସଂକେତ ଦିଆଯାଇଛି । ରବିବାର ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ୍ କରି ଦିଆଯାଇଛି ।

Leave a Reply