କେନ୍ଦୁପତ୍ର ଉପରେ ଜିଏସଟି ଛାଡ଼ ଦାବି, ଗାନ୍ଧୀ ମାର୍ଗରେ ପ୍ରତିବାଦ

Demand For GST Withdraw From Kendu Leaf

ଭୁବନେଶ୍ୱର: ଆଜି ଭୁବନେଶ୍ଵର ରାମ ମନ୍ଦିର ଠାରୁ ବିଧାନ ସଭା ମାର୍ଗ (ଗାନ୍ଧୀ ମାର୍ଗ) ପର୍ଯ୍ୟନ୍ତ ଏକ ବଡ଼ ଧରଣର ଶୋଭାଯାତ୍ରା ଶହ ଶହ କେନ୍ଦୁପତ୍ର ତୋଳାଳି, କର୍ମଚାରୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କର୍ମଚାରୀ ମାନେ ଆସି ଏକ ସମାବେଶରେ ଜିଏସଟି ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଏକାଠି ହୋଇଥିଲେ ।

Demand For GST Withdraw From Kendu Leaf

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ବିଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଜିଏସଟି ଉଛେଦ ଦାବି ସମେତ ୨ ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି । ଅପରାହ୍ଣରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ କୁମାର ସିଂ ଦାବି ପତ୍ର ଗ୍ରହଣ କରିଥିଲେ । ଏକ ସାତ ଜଣିଆ ପ୍ରତିନିଧି ଦଳ ମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଯାଇ ଦାବି ପତ୍ର ଦେବା ସହିତ ସମୁଦାୟ ଦାବି ଉପରେ ଆଲୋଚନା କରିଥିଲେ । ତୋଳାଳି ମାନଙ୍କୁ ସାମାଜିକ ନିରାପତ୍ତା ତଥା କଲ୍ୟାଣ ସହାୟତା ଦେବାରେ ହିତାଧିକାରୀ ୨ ହଜାର କେରି ପତ୍ର ପଡ଼ିରେ ଦାଖଲ ମାନଦଣ୍ଡରେ ଶତକଡା ୮୦ ଭାଗ ତୋଳାଳି କ୍ଷତିଗ୍ରସ୍ତ ହେଉଛନ୍ତି ।

Demand For GST Withdraw From Kendu Leaf

ପୂର୍ବ ପରି ଅର୍ଥାତ୍ ୨୦୧୮ ମସିହା ପୂର୍ବରୁ ଥିବା ୧ ହଜାର କେରି ମାନଦଣ୍ଡ ରଖାଯିବା, ସ୍ଥଗିତ ରଖାଯାଇଥିବା ସାମାଜିକ ନିରାପତ୍ତା ମୂଳକ ସହାୟତା ଯଥା ଛାତ୍ର ବୃତ୍ତି, କନ୍ୟା ବିବାହ, ଚିକିତ୍ସା ସହାୟତା ବୃଦ୍ଧି କରିବା, କେନ୍ଦୁପତ୍ରର ମୂଲ୍ୟ ବୃଦ୍ଧି କରିବା ଓ ଭବାନୀପାଟଣା ଡିଭିଜନରେ ଚାଲିଥିବା ଗ୍ରାମ ସଭା ନାମରେ ଘରୋଇକରଣକୁ ପ୍ରୋତ୍ସାହନ ଦେବା ଇତ୍ୟାଦି ଦାବି ପତ୍ର ଉଲ୍ଲେଖ କରାଯାଇଛି ।

Leave a Reply