ବାତ୍ୟା ପୂର୍ବରୁ ସାଇତି ରଖନ୍ତୁ ଏସବୁ ଜରୁରୀ ସାମଗ୍ରୀ

1 min read

ଭୁବନେଶ୍ୱର: ବାତ୍ଯା ‘ଜୱାଦ’କୁ ନେଇ ଉପକୂଳବର୍ତ୍ତୀ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟ ବଢ଼ୁଛି । ଆଶା ଆଶଙ୍କାରେ ରହିଛନ୍ତି ଲୋକେ । ବାତ୍ୟା ‘ଜୱାଦ’ ଏବେ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୪୭୦ କିଲୋମିଟର ଦୂରରେ ରହିଛି । ସମାନ ଦିଗରେ ପୁରୀ ଠାରୁ ୫୩୦ କିଲୋମିଟର ଓ ପାରଦୀପ ଠାରୁ ୬୦୦ କିଲୋମିଟର ଦୂରରେ ରହିଛି । ବିଗତ ୬ ଘଣ୍ଟା ହେଲେ ‘ଜୱାଦ’ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମକୁ ଗତି କରୁଛି ।

ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ଶନିବାର ସକାଳ ପହଞ୍ଚିବ ‘ଜୱାଦ’ । ଏହା ପରେ ୟୁ କର୍ଭ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳ ପହଞ୍ଚିବ । ତେବେ ବାତ୍ୟା ପୂର୍ବରୁ ଆପଣ ଜରୁରୀକାଳୀନ କିଟ୍ ପ୍ରସ୍ତୁତ କରି ରଖନ୍ତୁ । ଅତିକମରେ ତିନିଦିନ ଲାଗି ଶୁଖିଲା ଖାଦ୍ୟ ରଖନ୍ତୁ । ଯେପରିକି ଚୁଡ଼ା, ମୁଡ଼ି, ଗୁଡ଼, ଛତୁଆ ଓ ବିସ୍କୁଟ୍ ସହ ପିଇବା ପାଣି ରଖନ୍ତୁ ।

ଏଥିସହ ପଢ଼ନ୍ତୁ: ଶନିବାରରୁ ଉପକୂଳରେ ବଢ଼ିବ ପବନ, ରବିବାର ପୁରୀ ନିକଟରେ ବାତ୍ୟା ଛୁଇଁବ ସ୍ଥଳଭାଗ

ରେଡିଓ, ଟର୍ଚ୍ଚ ଲାଇଟ୍ ସହ ଅତିରିକ୍ତ ବ୍ୟାଟେରି, ମହମବତୀ, ଡିଆସିଲ୍ ରଖିବାକୁ ଭୁଲନ୍ତୁ ନାହିଁ । ପ୍ରାଥମିକ ଚିକିତ୍ସା ଉପକରଣ ସହ ଅତ୍ୟାବଶ୍ୟକୀୟ ଔଷଧ ରଖନ୍ତୁ । ଜମି ପଟ୍ଟା, ପିଲାଙ୍କ ସାର୍ଟିଫିକେଟ୍, ନଗଦ ଟଙ୍କା ଓ ସୁନାଗହଣାକୁ ଜରିରେ ଗୁଡ଼ାଇ ରଖନ୍ତୁ ।

Be Ready Emergency Kit Ahead Cyclone Jawad

ଆଜିଠୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବା ସହ ପବନ ବଢ଼ୁଛି । ଆଜି ରାତିରୁ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । । ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟ ବର୍ଷା ବଢ଼ିବ । ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲା ମଧ୍ୟ ପ୍ରବଳ ବର୍ଷା ହେବ । ୫ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶା ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ପବନର ବେଗ ସର୍ବାଧିକ ୮୦ରୁ ୯୦ କିଲୋମିଟର ଘଣ୍ଟାପ୍ରତି ରହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ରହିପାରେ । ୫ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦର ପାଇଁ ୪ ନମ୍ବର ବିପଦ ସଂକେତ ଦିଆଯାଇଛି ।

Leave a Reply