spot_img
Home Blog Page 4801

ଏହି ଭାରତୀୟ କ୍ରିକେଟରଙ୍କ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ ହୋଇପାରେ ଶେଷ ଗସ୍ତ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୨୬ରେ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ । ଏହି ସିରିଜ୍ ପାଇଁ ଭାରତୀୟ ଦଳ ଆସନ୍ତା ଡିସେମ୍ବର ୧୬ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହି ସିରିଜରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଟେଷ୍ଟ ଓ ତିନୋଟି ଦିନିକିଆ ମ୍ୟାଚ ଖେଳିବ । ଦକ୍ଷିଣ ଆଫ୍ରିକା ଗସ୍ତ କିଛି ଭାରତୀୟ ଖେଳାଳିଙ୍କ ପାଇଁ ବେଶ୍ ଗୁରୁତ୍ୱ ବହନ କରିବ । ଯଦି ଭଲ ପ୍ରଦର୍ଶନ କରିବେ ତେବେ ଦଳରେ ରହିବେ ନହେଲେ ଟେଷ୍ଟ ଦଳରୁ ତାଙ୍କ ବାହାରେ ବସିବାକୁ ପଡ଼ିବ ।

ଆସନ୍ତା ଦକ୍ଷିଣ ଆଫ୍ରିକା ଗସ୍ତ ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ପାଇଁ ଶେଷ ସିରିଜ୍ ହୋଇପାରେ । କିଛି ଯୁବ ଦ୍ରୁତ ବୋଲର ଟେଷ୍ଟ କ୍ରିକେଟରେ ଦମଦାର ବୋଲିଂ କରୁଛନ୍ତି । ଜଶପ୍ରୀତ ବୁମ୍ରା ଓ ମହମ୍ମଦ ସାମିଙ୍କ ଦମଦାର ବୋଲିଂ ଫଳରେ ଇଶାନ୍ତ ଭାରତୀୟ ଦଳର ଲିଡ୍ ବୋଲର ଭୂମିକା ହରାଇ ସାରିଛନ୍ତି । ଇଶାନ୍ତ ବର୍ତ୍ତମାନ ତୃତୀୟ ଦ୍ରୁତ ବୋଲର ଭାବରେ ଦଳରେ ଖେଳୁଛନ୍ତି । କିନ୍ତୁ ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁରଙ୍କ ବୋଲିଂ ଏବେ ଇଶାନ୍ତଙ୍କ ପାଇଁ ଅଗ୍ନି ପରୀକ୍ଷା ସୃଷ୍ଟି କରିଛି । ସେହିପରି ଭାବରେ ପ୍ରସିଦ୍ଧ କ୍ରିଷ୍ଣା, ଆଭେସ ଖାନ ଓ ନବଦୀପ ସୈନି ବହୁ ସମୟ ଧରି ଅପେକ୍ଷା କରିଛନ୍ତି କେବେ ତାଙ୍କୁ ଟେଷ୍ଟ ଦଳରେ ଖେଳିବାକୁ ସୁଯୋଗ ମିଳିବ । ତେଣୁ ଦକ୍ଷିଣ ଆଫ୍ରିକା ଟେଷ୍ଟରେ ଯଦି ଭଲ ପ୍ରଦର୍ଶନ କରନ୍ତି ତେବେ ଇଶାନ୍ତ ଦଳରେ ରହିବେ ନହେଲେ ଏହି ଟେଷ୍ଟ ସିରିଜ ଇଶାନ୍ତଙ୍କ ପାଇଁ ଶେଷ ସିରିଜ ହେବ । କାହିଁକି ନା ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ପରେ ଭାରତ ତା’ର ପରବର୍ତ୍ତୀ ଟେଷ୍ଟ ସିରିଜ ଫେବ୍ରୁଆରୀ କିମ୍ବା ମାର୍ଚ୍ଚରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ । ଏହି ଟେଷ୍ଟ ସିରିଜ ଭାରତରେ ଖେଳାଯିବ । ଭାରତରେ ଟିମ୍ ଦୁଇଟି ଦ୍ରୁତ ଗତିର ବୋଲରଙ୍କ ସହ ପଡ଼ିଆକୁ ଓହ୍ଲାଇଥାଏ । ତେଣୁ ଦକ୍ଷିଣ ଆଫ୍ରିକା ସିରିଜ୍ ଇଶାନ୍ତଙ୍କ ପାଇଁ ଶେଷ ସିରିଜ୍ ହୋଇପାରେ ।

ଇଶାନ୍ତ ଶର୍ମାଙ୍କ ପରି ଭାରତୀୟ ଦଳର ଦୁଇ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଓ ଆଜିଙ୍କେ ରାହାଣେଙ୍କ ପାଇଁ ମଧ୍ୟ ଏହି ସିରିଜ୍ ଶେଷ ସୁଯୋଗ ।  ଟେଷ୍ଟ ଦଳର ଉପ ଅଧିନାୟକ ପଦରୁ ରାହାଣେଙ୍କୁ ବାହାର କରି ବିସିସିଆଇ ଏହି ସନ୍ଦେଶ ଦେଇଛି । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି କି ଏହି ଦୁଇ ବ୍ୟାଟ୍ସମ୍ୟାନ ଦକ୍ଷିଣ ଆଫ୍ରିକା ଗସ୍ତରେ ବଡ଼ ସ୍କୋର କରିବାକୁ ପଡ଼ିବ । ନହେଲେ ଆଗାମୀ ସିରିଜରେ ତାଙ୍କୁ ଦଳରୁ ବାହାରେ ରହିବାକୁ ପଡ଼ିବ । ପୂଜାରା ଗତ ୧୨ ମାସରେ ୧୩ ଟେଷ୍ଟ ମ୍ୟାଚ ଖେଳି ୬୮୬ ରନ ସଂଗ୍ରହ କରିଛନ୍ତି । ଏହି ମଧ୍ୟରେ ତାଙ୍କ ହାରିହାରି ୨୬.୮୨ ରହିଛି । ଯେତେବେଳେ କି ତାଙ୍କ କ୍ୟାରିୟର ହାରାହାରି ୪୪.୮୨ ଅଟେ । ତିନି ବର୍ଷ ପୂର୍ବେ ପୂଜାରାଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା ଶେଷ ଶତକ ।

ସେହିପରି ଯଦି ରାହାଣେଙ୍କ କଥା କହିବା ତାହାଲେ ରାହାଣେ ମଧ୍ୟ ତାଙ୍କ ଫର୍ମକୁ ଚିନ୍ତିତ । ଗତ ୧୨ ମାସରେ ୧୨ ମ୍ୟାଚ ଖେଳି ରାହାଣେ ମାତ୍ର ୪୧୧ ରନ ସଂଗ୍ରହ କରିଥିଲେ । ଖରାପ ଫର୍ମ ପାଇଁ ରାହାଣେଙ୍କ ହାତରୁ ଯାଇଥିଲା ଟେଷ୍ଟରେ ଉପ-ଅଧିନାୟକ ପଦ । ଅନ୍ୟପଟେ ଲଗାତର ଭାବରେ ଯୁବ ଖେଳାଳି ଦମଦାର ପ୍ରଦର୍ଶନ କରୁଛନ୍ତି ତେଣୁ ଉଭୟ ପୂଜାରା ଓ ରାହାଣେଙ୍କ ଦଳରେ ରହିବାକୁ ହେଲେ ଦକ୍ଷିଣ ଆଫ୍ରିକା ଟେଷ୍ଟରେ ବଡ଼ ସ୍କୋର କରିବାକୁ ପଡ଼ିବ ।

ପଞ୍ଚାୟତ ପ୍ରତିନିଧିଙ୍କୁ ମାଆ ତାରାତାରିଣୀଙ୍କ ପ୍ରସାଦ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାସହ ଜିଲ୍ଲା ପାଇଁ ୨୧୪୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଗଞ୍ଜାମ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ପ୍ରଥମେ ତାରାତାରିଣୀ ପୀଠରେ ପହଞ୍ଚି ମାଆଙ୍କ ଦର୍ଶନ କରିଥିଲେ । ପରେ ମନ୍ଦିରର ବିକାଶ କାମ ତଦାରଖ କରିବା ସହ ୨୦୨୩ ସୁଦ୍ଧା କାମ ଶେଷ ହେବ ବୋଲି ଘୋଷଣା କରିଥିଲେ । ଏହାସହ ଜିଲ୍ଲା ପଞ୍ଚାୟତ ପ୍ରତିନିଧିମାନଙ୍କୁ ମନ୍ଦିର ପରିସରରେ ଭେଟିଥିଲେ ମୁଖ୍ୟମନ୍ତ୍ରୀ । କରୋନା ମହାମାରୀ ସମୟରେ ଭଲ କାମ କରୁଥିବାରୁ ସରପଞ୍ଚ, ଅନ୍ୟ ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ପ୍ରଶଂସା କରିବା ସହ ମାଆଙ୍କ ପ୍ରସାଦ ଓ ଲଡୁ ବାଣ୍ଟି ଥିଲେ ।

ସୂଚନାଯୋଗ୍ୟ, କରୋନା ପ୍ରଥମ ଲହର ଗଞ୍ଜାମ ଜିଲ୍ଲାରେ ବେଶ ପ୍ରଭାବ ପକାଇଥିଲା । ଲକଡାଉନ ଘୋଷଣା ପରେ ଦେଶ, ବିଦେଶରେ ରହୁଥିବା ବହୁ ଲୋକ ଘରକୁ ଫେରିଥିଲେ । ସଂକ୍ରମିତ ହୋଇ ଲୋକେ ଫରିବା କାରଣରୁ ଜିଲ୍ଲାରେ ମହାମାରୀ ଜଟିଳ ସ୍ଥିତି ସୃଷ୍ଟି କରିଥିଲା । କରୋନା ମୁକାବିଲା ପାଇଁ ସେ ସମୟରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କଠାରୁ କ୍ଷମତା ପାଇବା ପରେ ଜନପ୍ରତିନିଧିମାନେ ମଧ୍ୟ ନିଷ୍ଠାର ସହ କାମ କରିଥିଲେ । ଯାହା କରୋନା ମୁକାବିଲାରେ ବେଶ ସହାୟକ ହୋଇଥିଲା । ଜନପ୍ରତିନିଧିଙ୍କ ସେବା ଯୋଗୁଁ ଜିଲ୍ଲାରେ କରୋନା ମହାମାରୀକୁ କାବୁ କରାଯାଇପାରିଥିଲା ଓ ଦେଶ ପାଇଁ ଗଞ୍ଜାମ ଉଦାହରଣ ପାଲଟି ଥିଲା ।

ଜିଲ୍ଲା ଗସ୍ତରେ ଥିବାବେଳେ ମୁଖ୍ୟମନ୍ତ୍ରୀ ସରପଞ୍ଚ, ଅନ୍ୟ ପଞ୍ଜାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଭ୍ୟଙ୍କ କାମକୁ ମନେ ପକାଇଥିଲେ । ସେମାନଙ୍କ ସହ ଆଲୋଚନା କରିବା ସହ ମାଆ ତାରାତାରିଣୀଙ୍କ ପ୍ରସାଦ ଓ ଲଡୁ ବଣ୍ଟନ କରିଥିଲେ ।

ବିଜେଡିରେ ସାମିଲ ହେଲେ ଶତାଧିକ କଂଗ୍ରେସ କର୍ମୀ

କଟକ: ଦଳୀୟ ଅସନ୍ତୋଷରେ ଅତିଷ୍ଠ ହୋଇ କଂଗ୍ରେସ ଛାଡ଼ିଲେ ଶତାଧିକ କର୍ମୀ । ଦଳ ଛାଡ଼ିବା ପରେ ସାହିଲ ହେଲେ ବିଜେଡିରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନାରେ ଅନୁପ୍ରାଣିତ ହୋଇ ବିଜେଡି ଯୋଗ ଦେଇଥିବା କହିଥିବା କଂଗ୍ରେସ କର୍ମୀ ।

ଶିକ୍ଷା, ସ୍ବାସ୍ଥ୍ୟ ଆଦି ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟକୁ ଏକ ନମ୍ବର କରିବାକୁ ମୁଖ୍ୟମନ୍ତ୍ରୀ ପ୍ରୟାସ ଜାରି ରଖିଛନ୍ତି । ବିଜେଡି ରାଜ୍ୟର ବିକାଶ ପାଇଁ କାମ କରୁଥିବାରୁ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି ବିଜୁ ଜନତା ଦଳ । ମିଶ୍ରଣ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତିଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ ।

ମହାତ୍ମା ଗାନ୍ଧୀ ଥିଲେ ହିନ୍ଦୁ, ଗଡ଼ସେ ହିନ୍ଦୁତ୍ୱବାଦୀ: ରାହୁଲ ଗାନ୍ଧୀ

ଜୟପୁର: ସାରା ଦେଶରେ ଅତ୍ୟାବଶକ ସାମଗ୍ରୀର ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଦରବୃଦ୍ଧି ଫଳରେ ପ୍ରତ୍ୟେକ ଭାରତୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । ରବିବାର କଂଗ୍ରେସ ଜୟପୁରରେ ଦରଦାମ ହ୍ରାସ ଦାବିରେ ଏକ ରାଲି କରିଛି । ଏହି ରାଲିରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସାମିଲ ହୋଇଥିଲେ । ଏହି ରାଲିରେ ରାହୁଲ ଗାନ୍ଧୀ କହିଥିଲେ କି ଦେଶରେ ବର୍ତ୍ତମାନ ଦୁଇଟି ଶବ୍ଦକୁ ନେଇ ରାଜନୀତି କରାଯାଉଛି । ସେଥିମଧ୍ୟରୁ ଗୋଟିଏ ଶବ୍ଦ ହେଉଛି ହିନ୍ଦୁ ଓ ଅନ୍ୟଟି ହେଉଛି ହିନ୍ଦୁତ୍ୱବାଦୀ । ମୁଁ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହେଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ମହାତ୍ମା ଗାନ୍ଧୀ ଥିଲେ ହିନ୍ଦୁ ଓ ଗଡସେ ଥିଲେ ହିନ୍ଦୁତ୍ୱବାଦୀ ।

ଏହି ରାଲିରେ ଉଦବୋଧନ ଦେବା ସମୟରେ ରାହୁଲ ଗାନ୍ଧୀ କହିଥିଲେ କି ଦୁଇଟି ଜୀବ ମଧ୍ୟରେ ଗୋଟିଏ ଆତ୍ମା ରହି ପାରିବନି । ସେହିପରି ଭାବରେ ଦୁଇଟି ଶବ୍ଦର ଗୋଟିଏ ଅର୍ଥ ହୋଇ ପାରିବ ନାହିଁ । ପ୍ରତିଟି ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ଥାଏ । ବର୍ତ୍ତମାନ ଦେଶରେ ଦୁଇଟି ଶବ୍ଦକୁ ନେଇ ରାଜନୀତି ହେଉଛି । ସେଥିମଧ୍ୟରୁ ଗୋଟିଏ ଶବ୍ଦ ହେଉଛି ହିନ୍ଦୁ ଏବଂ ଦ୍ୱିତୀୟ ଶବ୍ଦ ହେଉଛି ହିନ୍ଦୁତ୍ୱବାଦୀ । ଏହି ଦୁଇଟି ଶବ୍ଦର ଅର୍ଥ ଭିନ୍ନ ଅଟେ ।

ରାହୁଲ ଆହୁରି କହିଛନ୍ତି କି ମୁଁ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହେଁ । ଏମାନେ ସବୁ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହଁନ୍ତି । ଆଜି ମୁଁ ଆପଣଙ୍କୁ ହିନ୍ଦୁ ଓ ହିନ୍ଦୁତ୍ୱବାଦୀ ମଧ୍ୟରେ କ’ଣ ଭିନ୍ନ ରହିଛି ତାହା କହିବାକୁ ଚାହୁଁଛି ବୋଲି କହିଥିଲେ ରାହୁଲ ଗାନ୍ଧୀ । ମହାତ୍ମା ଗାନ୍ଧୀ ହିନ୍ଦୁ ଓ ନାଥୁରାମ୍ ଗଡସେ ହିନ୍ଦୁତ୍ୱବାଦୀ ଥିଲେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ହିନ୍ଦୁର ରାସ୍ତା ସତ୍ୟାଗ୍ରହ ଅଟେ । ସେ ଯାହା ବି ହେଉ ନା କାହିଁକି ହିନ୍ଦୁ ସବୁ ସମୟରେ ସତ୍ୟକୁ ସନ୍ଧାନ କରିଥାଏ । ମହାତ୍ମା ଗାନ୍ଧୀ ତାଙ୍କ ଜୀବନୀରେ ଲେଖିଥିଲେ କି ସେ ପୂରା ଜୀବନ ସତ୍ୟକୁ ବୁଝିବା ପାଇଁ ଅତିବାହିତ କରିଥିଲେ । କିନ୍ତୁ ଶେଷରେ ତାଙ୍କୁ ଜଣେ ହିନ୍ଦୁତ୍ୱବାଦୀ ଗୁଳି କରି ହତ୍ୟା କଲେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ସେ ଆହୁରି କହିଛନ୍ତି କି ହିନ୍ଦୁତ୍ୱବାଦୀ କ୍ଷମତା ପାଇବା ପାଇଁ ପୂରା ଜୀବନ ବିତାଇ ଦିଅନ୍ତି । ସେମାନଙ୍କର ସତ୍ୟ ସନ୍ଧାନରେ କିଛି ସମ୍ପର୍କ ନାହିଁ । ସେମାନଙ୍କୁ କେବଳ କ୍ଷମତା ଦରକାର ଓ କ୍ଷମତା ପାଇଁ ସେମାନେ କିଛି ବି କରିପାରନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ହିନ୍ଦୁ ସାମ୍ନାରେ ଛିଡା ହୋଇ ଭୟର ସାମ୍ନା କରିଥାଏ ଏବଂ ଗୋଟିଏ ବି ଇଞ୍ଚ ପଛକୁ ଫେରିନଥାଏ । କିନ୍ତୁ ହିନ୍ଦୁତ୍ୱବାଦୀ ଭୟରେ ନତମସ୍ତକ କରିଥାଏ । ଏହା ହେଉଛି ହିନ୍ଦୁ ଓ ହିନ୍ଦୁତ୍ୱବାଦୀ ମଧ୍ୟରେ ଫରକ ।

ରାହୁଲ ଏହି ରାଲିକୁ ସମ୍ବୋଧିତ କରିବା ସମୟରେ କହିଥିଲେ କି ମୁଁ କାହିଁକି ଆପଣଙ୍କୁ ଏହି ଭାଷଣ ଦେଉଛି? କାରଣ ଆପଣମାନେ ସବୁ ହେଉଛନ୍ତି ହିନ୍ଦୁ, ହିନ୍ଦୁତ୍ୱବାଦୀ ନୁହଁନ୍ତି । ଏ ଦେଶ ହିନ୍ଦୁଙ୍କର ହିନ୍ଦୁତ୍ୱବାଦୀଙ୍କର ନୁହେଁ ।  ଆଜି ଯଦି ଏହି ଦେଶରେ ଦରଦାମ ବୃଦ୍ଧି ହୋଇଛି ତାହାଲେ ଏଥି ପାଇଁ ଦାୟୀ ହେଉଛନ୍ତି ହିନ୍ଦୁତ୍ୱବାଦୀ । ହିନ୍ଦୁତ୍ୱବାଦୀଙ୍କୁ କେବଳ କ୍ଷମତା ଦରକାର ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ପାକିସ୍ତାନ ପ୍ରେମୀଙ୍କୁ କଡା ଜବାବ: ହିନ୍ଦୁ ମନ୍ଦିର ପାଇଁ ମୁସଲମାନ ଦେଲେ ଜମି

କୁପଓ୍ବାଡା: ଭାରତରେ ମୁସଲମାନମାନେ ନିର୍ଯାତିତ ହେଉଥିବା, ହିନ୍ଦୁମାନେ ସେମାନଙ୍କୁ ଦବାଇ ରଖିଥିବା ଅଭିଯୋଗ ପାକିସ୍ତାନ ବାରମ୍ବାର କରି ଆସିଛି । ପାକିସ୍ତାନ ଏମିତି ଯେତେବେଳେ ଭୁକିଛି, ଭାରତୀୟ ମୁସଲିମ ଭାଇଭୋଉଣୀଙ୍କ ପାଖରୁ ସେମିତି କଡା ଜବାବ ପାଇଛି । ହଁ, ଦେଶ ଭିତରେ କିଛି ପାକିସ୍ତାନୀ ପ୍ରେମୀ ଅଛନ୍ତି ଯେଉଁମାନେ ପଡୋଶୀ ଶତ୍ରୁରାଷ୍ଟ୍ରର ଗୁଣଗାନ କରି ରାଜନୈତିକ ରୁଟି ସେକୁଛନ୍ତି । ହେଲେ ସେମାନଙ୍କ ଅନ୍ତରଆତ୍ମା ଜାଣିଛି ଭାରତରେ ହିନ୍ଦୁ ଓ ମୁସଲମାନଙ୍କ ସମ୍ପର୍କ କେତେ ସୌହାର୍ଦ୍ଦ୍ୟପୂର୍ଣ୍ଣ । ଏମିତି ପାକିସ୍ତାନୀ ପ୍ରେମୀଙ୍କ ଗାଲରେ ଜମ୍ମୁ ଓ କାଶ୍ମୀରର ମୁସଲମାନ ପୁଣି ଥରେ ଦେଇଛନ୍ତି ଶକ୍ତ ଚାପୁଡ଼ା । ହିନ୍ଦୁ ଦେବୀଙ୍କ ମନ୍ଦିର ନିର୍ମାଣ ପାଇଁ ମୁସଲମାନ ଦେଇଛନ୍ତି ଜମି । ଯାହା ପୁଣି ଥରେ ଭାରତୀୟଙ୍କ ଭାଇଚାରାକୁ ପ୍ରତିପାଦିତ କରୁଛି ।

ଜମ୍ମୁ ଓ କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କ ସ୍ଥିତି କେମିତି ତାହା ସମସ୍ତେ ଜାଣିଛନ୍ତି । ଏଠାରୁ ପଣ୍ଡିତଙ୍କୁ ଯେମିତି ବିତାଡ଼ିତ କରାଯାଇଥିଲା ତାହା ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଆଜି ପର୍ଯ୍ୟନ୍ତ ଆନ୍ଦୋଳିତ କରୁଛି । ଏବେ ସ୍ଥିତି ବଦଳିଛି । ଧାରା ୩୭୦ ହଟିବା ପରେ ଉପତ୍ୟାକାରେ ଶାନ୍ତି ଫେରିଛି । ନୂଆ ଆଶା ନେଇ ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ପଣ୍ଡିତ ପରିବାର ମଧ୍ୟ ଫେରିବା ଆରମ୍ଭ କରିଛନ୍ତି । ସ୍ଥାନୀୟ ମୁସଲିମ ଭାଇଭଉଣୀଙ୍କ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଉଛି ଓ ଦୁଇ ସମ୍ପ୍ରଦାୟ ପୁଣି ଥରେ ଏକାଠି ନୂଆ କାଶ୍ମୀର ଗଢ଼ିବା ଦିଗରେ ଆଗଉଛନ୍ତି ।

ଏହାରି ଭିତରେ ଆତଙ୍କବାଦୀ ପ୍ରବଣ କୁପଓ୍ବାଡ଼ାରୁ ଆସିଛି ଭାଇଚାରାର ଏକ ଜ୍ବଳନ୍ତ ଉଦାହରଣ । ଏଲଓସି ନିକଟରେ ଥିବା ତିତଓ୍ବାଲ ଅଞ୍ଚଳରେ କାଶ୍ମୀର ପଣ୍ଡିତଙ୍କ ସହ ମିଶି ମୁସଲମାନ ସମ୍ପ୍ରଦାୟର ଲୋକେ ମାଆ ଶାରଦା ଦେବୀଙ୍କ ମନ୍ଦିର ନିର୍ମାଣ କରୁଛନ୍ତି ।

କାଶ୍ମୀର ପଣ୍ଡିତଙ୍କ ପାଇଁ ମାଆ ଶାରଦା ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ । ହେଲେ ଏବେ ଶାରଦା ପିଠ ପାକିସ୍ତାନ ଅଧିକୃତ କାଶ୍ମୀରରେ ରହିଛି । ୧୯୪୭ରେ ଦେଶ ବିଭାଜନ ଓ ପାକିସ୍ତାନ ଗଠନ ପୂର୍ବରୁ ତିତଓ୍ବାଲ ରାସ୍ତାରେ ଲୋକେ ମାଆଙ୍କ ଦର୍ଶନ ପାଇଁ ଯାଉଥିଲେ । ହେଲେ ଭାରତୀୟ ହିନ୍ଦୁଙ୍କ ପାଇଁ ମାଆଙ୍କ ଦର୍ଶନ ବନ୍ଦ ହୋଇଯାଇଛି । ବିଶେଷ କରି କାଶ୍ମୀର ପଣ୍ଡିତ ନିଜର ଏହି ପବିତ୍ର ତୀର୍ଥସ୍ଥଳକୁ ଯାଇ ମାଆଙ୍କ ଦର୍ଶନର ସ୍ବୌଭାଗ୍ୟରୁ ବଞ୍ଚିତ ହେଉଛନ୍ତି ।

ଏମିତି ସ୍ଥିତିରେ କୁପଓ୍ବାଡାରେ ଶାରଦା ଦେବୀଙ୍କ ମନ୍ଦିର ନିର୍ମାଣ ପାଇଁ କାଶ୍ମୀର ପଣ୍ଡିତ ଦୀର୍ଘଦିନରୁ ଦାବି କରିଆସୁଥିଲେ । ଯାହା ଏବେ ପୂରଣ ହେବାକୁ ଯାଉଛି । ଭଲ ଖବର ହେଲା କୁପଓ୍ବାଡ଼ାରେ ମନ୍ଦିରର ପୁର୍ନନିର୍ମାଣ କାମ ଆରମ୍ଭ ହୋଇଯାଇଛି । ସେବା ଶାରଦା କମିଟି ମନ୍ଦିରର ପୁର୍ନନିର୍ମାଣ ସହ ଧର୍ମଶାଳାର ନିର୍ମାଣ କରୁଛି । ଏଥିପାଇଁ ସ୍ଥାନୀୟ ମୁସଲମାନ ଜମି ଯୋଗାଇ ଦେଇଛନ୍ତି ।

ସେବା ଶାରଦା କମିଟିର ପ୍ରମୁଖ ରବିନ୍ଦ୍ର ପଣ୍ଡିତ କହିଛନ୍ତି, ‘ତିତଓ୍ବାଲର ମନ୍ଦିରରେ ମନ୍ଦିର ନିର୍ମାଣ ସ୍ଥଳ ରାସ୍ତାରେ ପ୍ରତିବର୍ଷ ଛଡ଼ି ମୁବାରକ୍ ଦିଆଯାଇଥାଏ ।’ ସେ ଆଗକୁ କହିଛନ୍ତି ‘ସ୍ଥାନୀୟ ମୁସଲମାନ ଏହି ମନ୍ଦିର ନିର୍ମାଣ ପାଇଁ ଜମି ପ୍ରଦାନ କରିଛନ୍ତି । ମନ୍ଦିର ଶିଳାନ୍ୟାସ ସମାରୋହ ପରେ କିଶନଗଙ୍ଗା ନଦୀର ଜିରୋ ଲାଇନରେ ଥିବା ପୋଲରୁ ପବିତ୍ର ଜଳ ବିସର୍ଜନ କରାଯାଇଛି ।’

ଡକାୟତି ବେଳେ ଗୁଳିମାଡ଼, ଜଣେ ଚୋର ଆହାତ

ଭଞ୍ଜନଗର: ଡକାୟତି ଉଦ୍ୟମ ବେଳେ ଡକାୟତ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଲେରୀ ଫାଣ୍ଡି ଅନ୍ତର୍ଗତ ବଦାଙ୍ଗି-ଚକାପାଦୁ ସୀମାନ୍ତବର୍ତ୍ତୀ ଅଞ୍ଚଳରେ । ଶେଷରେ ଡକାୟତଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ଡକାୟତଙ୍କୁ କାବୁ କରିବାକୁ ଲୋକମାନେ ଉଦ୍ୟମ କରିବା ବେଳେ ଜଣେ ଡକାୟତର ଗୁଳିରେ ଆଉ ଜଣେ ଡକାୟତ ଆହାତ ହୋଇଛି ।

Firing During Robbery In Ganjam Border

୨ ଜଣ ଡକାୟତିଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ଆହାତ ଡକାୟତକୁ ଆମ୍ବୁଲାନ୍ସ ଯୋଗେ ଟିକାବାଲି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରୁ ପୋଲିସ ୨ଟି ବନ୍ଧୁକ ସହ ୨ଟି ବାଇକ୍ ଜବତ କରି ତଦନ୍ତ କରୁଛି । ୩ରୁ ୪ ଜଣ ଡକାୟତ ଫେରାର ହୋଇଛନ୍ତି । ଘଟଣାସ୍ଥଳରେ ଜି. ଉଦୟଗିରି ଏସଡିପିଓ ପହଞ୍ଚି ତଦନ୍ତ କରୁଛନ୍ତି ।

ଓମିକ୍ରନ୍ ଆତଙ୍କ: ଆନ୍ଧ୍ର ଓ ଚଣ୍ଡିଗଡରେ ଚିହ୍ନଟ ହେଲା ଓମିକ୍ରନ୍

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକାରେ ନଭେମ୍ବର ୨୪ରେ ଚିହ୍ନଟ ହୋଇଥିବା ଓମିକ୍ରନର ନୂଆ ଭାରିଆଣ୍ଟ ସାରା ବିଶ୍ୱରେ ଆତଙ୍କ ଖେଳାଇଛି । ଭାରତରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦିନକୁ ଦିନ ବଢ଼ିବାରେ ଲାଗିଛି । ରବିବାର ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡରେ ଗୋଟିଏ ଲେଖାଏଁ ଓମିକ୍ରନ ମାମଲା ସାମ୍ନାକୁ ଆସିଛି । ଏହି ଦୁଇଟି ମାମଲା ସହ ଭାରତରେ ଏପର୍ଯ୍ୟନ୍ତ ମୋଟ ୩୫ଟି ଓମିକ୍ରନ ମାମଲା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ ଚଣ୍ଡିଗଡରେ ୨୦ ବର୍ଷିୟ ଜଣେ ଯୁବକ ଓମିକ୍ରନ୍ ଭାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି । ଚଣ୍ଡିଗଡରେ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ୨୨ ନଭେମ୍ବରରେ ଇଟାଲୀରୁ ଫେରିଥିଲେ । ଇଟାଲୀରୁ ଫେରିବା ପରେ ସେ ହୋମ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କର କରୋନା ରିପୋର୍ଟ ୧ ଡିସେମ୍ବରରେ ପଜିଟିଭ୍ ଆସିଥିଲା । ଯାହା ଫଳରେ ତାଙ୍କ ସାମ୍ପ୍ୟୁଲ ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ତେବେ ଏହି ଯୁବକ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଶନିବାର ସ୍ପଷ୍ଟ ହୋଇଛି ।

ସେହିପରି ଭାବରେ ଆନ୍ଧ୍ରପ୍ରଦେଶରେ ମଧ୍ୟ ଚିହ୍ନଟ ହୋଇଛି ଓମିକ୍ରନର ପ୍ରଥମ ମାମଲା । ୩୪ ବର୍ଷିୟ ଏହି ବ୍ୟକ୍ତି ଆର୍ୟଲାଣ୍ଡରୁ ପ୍ରଥମେ ମୁମ୍ବାଇ ଏୟାରପୋର୍ଟ ଫେରିଥିଲେ ଏବଂ ଏହା ପରେ ୨୭ ନଭେମ୍ବରରେ ବିଶାଖାପାଟନମ ଫେରିଥିଲେ । ବିଶାଖାପାଟନମରେ ଟେଷ୍ଟ କରିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ ସେ । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସାମ୍ପ୍ୟୁଲ ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ଜିନୋମ ସିକ୍ବେନ୍ସିଂରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।

ଭାରତରେ ପ୍ରଥମ ଥର ପାଇଁ ୨ ଡିସେମ୍ବରରେ ଓମିକ୍ରନର ପ୍ରଥମ କେସ୍ ଚିହ୍ନଟ ହୋଇଥିଲା । ୧୦ ଦିନ ମଧ୍ୟରେ ଭାରତରେ ୬ ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ଅଞ୍ଚଳ ପର୍ଯ୍ୟନ୍ତ ଓମିକ୍ରନ ମାଡି ଯାଇଛି । ଏପର୍ଯ୍ୟନ୍ତ ଓମିକ୍ରନର ସବୁଠାରୁ ଅଧିକ କେସ୍ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୧୭ଟି ଓମିକ୍ରନ ଚିହ୍ନଟ ହୋଇଥିବାବେଳେ ରାଜସ୍ଥାନରେ ୯ଟି, ଗୁଜୁରାଟରେ ୩ଟି, କର୍ଣ୍ଣାଟକ ଓ ଦିଲ୍ଲୀରେ ୨ଟି ଏବଂ ଆନ୍ଧ୍ର ପ୍ରଦେଶ ଓ ଚଣ୍ଡିଗଡରେ ଗୋଟିଏ ଲେଖାଏଁ ଓମିକ୍ରନ ମାମଲା ଚିହ୍ନଟ ହୋଇଛି ।

ସ୍ୱାଭିମାନ ଅଞ୍ଚଳରେ ଆହୁରି ଜୋରଦାର ହେବ ମାଓ ମୁକାବିଲା

ମାଲକାନଗିରି/କୋରାପୁଟ: ଲାଲଗଡ଼ରେ ପୋଲିସ ଡିଜି ଅଭୟ । ଦିନିକିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯାଇ ମାଓ ମୁକାବିଲା ରଣନୀତିର ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ପ୍ରଥମେ ସେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା  ସ୍ୱାଭିମାନ ଅଞ୍ଚଳ ଘନବେଡ଼ାରେ ହୋଇଥିବା ନୂତନ ବିଏଏଫ୍ କ୍ୟାମ୍ପରେ ପହଞ୍ଚିଥିଲେ । ସେଠାରେ ମାଓ ଗତିବିଧି ସମ୍ପର୍କରେ ସମୀକ୍ଷା କରିଥିଲେ ଡିଜିପି । ସ୍ୱାଭିମାନ ଅଞ୍ଚଳରେ ମାଓ ମୁକାବିଲାକୁ ଆହୁରି ଜୋରଦାର କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

Odisha Police To Intensify Mao Operation In Swabhiman Area

ଡିଜିପିଙ୍କ ଗସ୍ତ ବେଳେ ଏଡିଜି ଲଳିତ ଦାସ, ଏସଆଇଡବ୍ଲୁ ଆଇଜି ଅମିତାଭ ଠାକୁର, ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ, ମାଲକାନଗିରି ଏସପି ପ୍ରହଲ୍ଲାଦ ମୀନା ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ସ୍ଥାନୀୟ ଲୋକଙ୍କ ସହ ମଧ୍ୟ କଥା ହୋଇଥିଲେ ଡିଜିପି ଅଭୟ ।

Odisha Police To Intensify Mao Operation In Swabhiman Area

ସ୍ୱାଭିମାନ ଅଞ୍ଚଳରେ ସମୀକ୍ଷା ବୈଠକ ସାରି ଡିଜିପି କୋରାପୁଟ ଗସ୍ତରେ ଅଛନ୍ତି । ସୁନାବେଡା ଏଚଏଏଲ ପଡିଆରେ ପହଞ୍ଚିବା ପରେ ସେଠାରୁ ପଟ୍ଟାଙ୍ଗୀ ଯାଇ ନୂତନ ଥାନା ଉଦଘାଟନ କରିଛନ୍ତି ଡିଜିପି ଅଭୟ । ଏହାପରେ ମାଓ ଗତିବିଧି ଉପରେ ସମୀକ୍ଷା ଓ ହାଲ ଅଡିଟୋରିୟମରେ ଡିଜିପି ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି ।

୭୧ ବର୍ଷରେ ଥଲାଇବା

ଚେନ୍ନାଇ: ୭୧ ବର୍ଷରେ ସୁପରଷ୍ଟାର ରଜନୀକାନ୍ତ । ଶତାଧିକ ଚଳଚ୍ଚିତ୍ରରେ ଅଭିନୟ କରି କୋଟି କୋଟି ଦର୍ଶକଙ୍କ ହୃଦୟ ଛୁଇଁଥିବା ସୁପରଷ୍ଟାରଙ୍କ ଜନ୍ମଦିନ ଅବସରରେ ଆସିଛି ଅନେକ ଶୁଭେଚ୍ଛା । ୧୯୫୦ ଡିସେମ୍ବର ୧୨ ତାରିଖରେ ଜନ୍ମ ନେଇଥିଲେ ରଜନୀକାନ୍ତ । ତାଙ୍କର ପିଲାଦିନର ନାଁ ଥିଲା ଶିବାଜୀ ରାଓ ଗାଏକଓ୍ବାଡ । କେବଳ ତାମିଲ ସିନେମା ନୁହେଁ ବିଭିନ୍ନ ଭାଷାରେ ସେ ଅଭିନୟ କରି ସାଉଁଟିଛନ୍ତି ପ୍ରଶଂସା ।

ସେ ଫିଲ୍ମଫେୟାର ପୁରସ୍କାର, ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ  ହୋଇଥିଲେ । ୨୦୦୦ରେ ସେ ପଦ୍ମଭୂଷଣ ଓ ୨୦୧୬ରେ ପଦ୍ମବିଭୂଷଣ ଉପାଧି ପାଇଥିଲେ । ଚଳଚ୍ଚିତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାମିଲ ଫିଲ୍ମ ଅପୂର୍ବା ରାଗାଙ୍ଗଳରେ ପ୍ରଥମ ଥର ଲାଗି ସେ ୧୯୭୫ରେ ଅଭିନୟ ଜଗତରେ ପାଦ ଥାପିଥିଲେ । ପରେ ପରେ ଶତାଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଛୁଇଁଥିଲେ । ଜନ୍ମଦିନ ଅବସରରେ ଶହ ଶହ ପ୍ରଶଂସକ ତାଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇଥିଲେ ।

ସ୍ମାର୍ଟସ୍କୁଲର ଶ୍ରେଣୀଗୃହରେ ନବୀନ, ବୁଲି ଦେଖିଲେ ଅତ୍ୟାଧୁନିକ ବିଜ୍ଞାନାଗାର

ବ୍ରହ୍ମପୁର: ସ୍ମାର୍ଟ କ୍ଲାସରେ ବସିଲେ, ପିଲାଙ୍କ ସହ କଥା ହେଲେ । ଦିନିକିଆ ଗଞ୍ଜାମ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲ ବୁଲି ଦେଖିଛନ୍ତି । ହିଞ୍ଜିଳିକାଟୁ ସରକାରୀ ହାଇସ୍କୁଲ ବୁଲି ଦେଖିବା ସହ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପିଲାଙ୍କ ସହ ବାର୍ତ୍ତାଳାପ କରିଛନ୍ତି । କିଭଳି ପାଠପଢ଼ା ହେଉଛି ପଚାରି ବୁଝିଛନ୍ତି ସେ ।

CM Naveen Patnaik In Smart School Class Room With Students

କ୍ଲାସରୁମରେ ଜଣେ ଛାତ୍ର ମୁଖ୍ୟମନ୍ତ୍ରୀଙ୍କ ତାଙ୍କର ଫଟୋ ଚିତ୍ର ଉପହାର ଦେଇଥିଲେ । ଫଟୋ ଚିତ୍ର ଉପହାର ପାଇ ମୁଖ୍ୟମନ୍ତ୍ରୀ କହିଥିଲେ ବହୁତ ବଢ଼ିଆ (ଭେରି ନାଇସ୍) ହୋଇଛି । କ୍ଲାସରୁମରେ ପିଲାଙ୍କ ସହ କିଛି ସମୟ ବସିବା ପରେ ମୁଖ୍ୟମନ୍ତ୍ରୀ ଅତ୍ୟାଧୁନିକ ବିଜ୍ଞାନାଗାର ଓ ଲାଇବ୍ରେରୀ ବୁଲି ଦେଖିଥିଲେ ।

CM Naveen Patnaik In Smart School Class Room With Students

ସ୍କୁଲ ରୂପାନ୍ତରଣ ପରେ କିଭଳି ପିଲା ଉନ୍ନତ ସୁବିଧା ପାଉଛନ୍ତି ତାହା ପଚାରି ବୁଝିଥିଲେ । ଲାଇବ୍ରେରୀରେ ବସି ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ମତାମତ ମଧ୍ୟ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭି.କେ. ପାଣ୍ଡିଆନ୍ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ହିଞ୍ଜିଳି ହାଇସ୍କୁଲ ରୂପାନ୍ତରିତ ହୋଇଥିଲା ।