କୋଲକାତାରୁ ବ୍ୟାଙ୍କ ଗ୍ରାହକଙ୍କ ଡାଟା କିଣି ୨୦ ରାଜ୍ୟରେ ଖାଲି କରୁଥିଲେ ଆକାଉଣ୍ଟ

Odisha Crime Branch Arrested 3 Member Of Jamtara Gang In Bhubaneswar

ଭୁବନେଶ୍ୱର: ଆପଣଙ୍କ ନମ୍ବର କଟିଯିବ । ବ୍ଲକ୍ ହୋଇଯିବ ଏଟିଏମ୍ କାର୍ଡ । ବନ୍ଦ ହୋଇଯିବ ଆକାଉଣ୍ଟ । ଅନେକ ସମୟରେ ଆପଣଙ୍କୁ ଏମିତି କଲ୍ ଆଉ ମେସେଜ ଅଜଣା ନମ୍ବରରୁ ଆସୁଥିବ । ଏଭଳି କଲ୍ ଓ ମେସେଜ୍ ମାଧ୍ୟମରେ ଆକାଉଣ୍ଟ ଖାଲି କରୁଥିବା ଜମତରା ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଭୁବନେଶ୍ୱରର ରସୁଲଗଡ଼ରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ଏଥିସହ ପଢ଼ନ୍ତୁ: ଆଖି ବୁଜି ପାଶ୍ଚାତ୍ୟ ସଭ୍ୟତାର ନକଲ କରିପାରିବୁନି, କାହିଁକି ଏମିତି କହିଲେ ସରକାର…

୩ ଜଣ ଅଭିଯୁକ୍ତଙ୍କ ଘର ଝାଡ଼ଖଣ୍ଡରେ । ୨ ଜଣ ଗିରିଡ଼ିହର ଓ ଆଉ ଜଣେ ଧାନବାଦର । ସେମାନଙ୍କ ଠାରୁ ୧୧ଟି ମୋବାଇଲ୍, ୨ଟି ଲାପଟପ୍ ଓ ୩୩ଟି ସିମ୍ ଜବତ କରାଯାଇଛି । ଜବତ ସିମ୍ ଗୁଡ଼ିକ ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର । ଗିରଫ ସାଇବର ଠକ କୋଲକାତାରୁ ବ୍ୟାଙ୍କ ଗ୍ରାହକଙ୍କ ଡାଟା କିଣି ୨୦ଟି ରାଜ୍ୟରେ ଅପରେଟ୍ କରୁଥିଲେ । ଗିରଫ ୩ ଜଣଙ୍କ ନାଁରେ ଏବେ ସୁଦ୍ଧା ୧୭୧ଟି ମାମଲା ରହିଛି ।

Leave a Reply