ଆଖି ବୁଜି ପାଶ୍ଚାତ୍ୟ ସଭ୍ୟତାର ନକଲ କରିପାରିବୁନି, କାହିଁକି ଏମିତି କହିଲେ ସରକାର…

1 min read
Marital Rape Center Told We Cannot Blindly Follow Western Countries

ନୂଆଦିଲ୍ଲୀ: ବିବାହ ପରେ ବଳପୂର୍ବକ ସମ୍ପର୍କ ସ୍ଥାପନ ‘ଅପରାଧ’ ନା ନୁହେଁ । ଏହାକୁ ନେଇ ଶୁଣାଣି ଚାଲିଥିବା ବେଳେ ସ୍ପଷ୍ଟ ମତ ରଖିଛନ୍ତି ସରକାର । ବଳପୂର୍ବକ ବିବାହତ୍ତୋର ଶାରିରୀକ ସମ୍ପର୍କ (Marital Rape)କୁ ନେଇ ସରକାର କହିଛନ୍ତି, ମାମଲାରେ ଆଖି ବୁଜି ପାଶ୍ଚାତ୍ୟ ସଭ୍ୟତାର ନକଲ କରି ପାରିବା ନାହିଁ । ଅନେକ ପାଶ୍ଚାତ୍ୟ ଦେଶ ବଳପୂର୍ବକ ବିବାହତ୍ତୋର ଶାରିରୀକ ସମ୍ପର୍କକୁ ଅପରାଧ ଶ୍ରେଣୀଭୁକ୍ତ କରିଥିବା ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ବେଳେ କହିଛନ୍ତି କେନ୍ଦ୍ର ସରକାର ।

ତେବେ ଏହାର ଅର୍ଥ ନୁହେଁ, ଭାରତ ମଧ୍ୟ ଆଖି ବନ୍ଦ କରି ପଶ୍ଚିମୀ ଦେଶକୁ ଅନୁକରଣ କରିବ । ଆମ ଦେଶ ଭାରତ ବିଶାଳ ବିବିଧତାରେ ପରିପୂର୍ଣ୍ଣ । ସାକ୍ଷରତା, ମହିଳାଙ୍କ କ୍ଷେତ୍ରରେ ଆର୍ଥିକ ଶସକ୍ତିକରଣ ଅଭାବ, ସମାଜ, ଗରିବୀ ଭଳି ଅନେକ ସମସ୍ୟା ଦେଶରେ ରହିଛି । ଯାହା ଉପରେ ବଳପୂର୍ବକ ବିବାହତ୍ତୋର ଶାରିରୀକ ସମ୍ପର୍କକୁ ଅପରାଧ କହିବା ପୂର୍ବରୁ ବିଚାର କରିବା ଆବଶ୍ୟକ ।

Marital Rape Center Told We Cannot Blindly Follow Western Countries

କୋର୍ଟରେ କେନ୍ଦ୍ର ସରକାର ଆହୁରି କହିଛନ୍ତି, ଶାରିରୀକ ଉତ୍ପୀଡ଼ନ ସମ୍ବନ୍ଧିତ ଆଇପିସି ଧାରା ୪୯୮କୁ ଅପବ୍ୟବହାର ପାଇଁ ଫେରାଇ ନିଆଯାଇଛି । ଏହାର ଚିହ୍ନଟ ପାଇଁ ଠିକ୍ ପଦ୍ଧିତର ଅଭାବ ରହିଥିବା ବେଳେ ସତର୍କତାର ସହ ଦେଶକୁ ବିଚାର କରିବାକୁ ପଡ଼ିବ ବୋଲି କହିଛନ୍ତି ସରକାର । ଏଭଳି ମାମଲାରେ ଆଖି ବନ୍ଦ କରି ପାଶ୍ଚାତ୍ୟ ଦେଶକୁ ଅନୁକରଣ କରିପାରିବା ନାହିଁ । ବଳପୂର୍ବକ ବିବାହତ୍ତୋର ଶାରିରୀକ ସମ୍ପର୍କକୁ ଅପରାଧ କହିବା ଆଗରୁ ଏଥିରେ କେଉଁ ପରିସ୍ଥିତିକୁ ସାମିଲ୍ କରାଯିବ ଓ କାହାରିକୁ ସାମିଲ୍ କରାଯିବ ନାହିଁ ଦେଖିବାକୁ ପଡ଼ିବ । ଏହା ପରେ ହିଁ ବଳପୂର୍ବକ ବିବାହତ୍ତୋର ଶାରିରୀକ ସମ୍ପର୍କର ପରିଭାଷା ନିର୍ଣ୍ଣୟ କରିହେବ ।

ବୈବାହିକ ସମ୍ପର୍କରେ କେବେ, କେଉଁ ପରିସ୍ଥିତରେ ମହିଳା ଶାରିରୀକ ସମ୍ବନ୍ଧ ରଖିବା ଅନୁମତିକୁ ଫେରାଇ ନେଲେ । ଏହା ଜାଣିବା କାଠିକର ବୋଲି କହିଛନ୍ତି ସରକାର । ଏବେ ଆଇପିସି ଧାରା ୩୭୬ ପ୍ରକାରେ ଅଭିଯୋଗକାରୀଙ୍କ ସାକ୍ଷ୍ୟ ହିଁ ଅଭିଯୁକ୍ତକୁ ସଜା ଦେବା ପାଇଁ ଯଥେଷ୍ଟ । ଶରୀରରେ ଆଘାତ, ଛାତି, ପିଠି ଆଦିରେ ଦାଗ, ଗୁପ୍ତାଙ୍ଗରେ ଚିହ୍ନ ଭଳି ମେଡିକାଲ ପ୍ରମାଣ ଅଭିଯୁକ୍ତକୁ ଦୋଷୀ କରେ । କିନ୍ତୁ ବଳପୂର୍ବକ ବିବାହତ୍ତୋର ଶାରିରୀକ ସମ୍ପର୍କ କ୍ଷେତ୍ରରେ ଏସବୁ ସାକ୍ଷ୍ୟ ବେକାର ହୋଇପାରେ । ଏଥିପାଇଁ ଏହା ପ୍ରମାଣ କରିବା କଷ୍ଟକର ମହିଳା କେବେ ପତ୍ନୀଙ୍କୁ ଶାରିରୀକ ସମ୍ପର୍କ ପାଇଁ ଦେଇଥିବା ଅନୁମତି ଫେରାଇ ନେଲେ । ଏଭଳି କ୍ଷେତ୍ରରେ ପରିସ୍ଥିତି ସାକ୍ଷୀ ବି ନିରର୍ଥକ ହେବ ବୋଲି କହିଛନ୍ତି କେନ୍ଦ୍ର ସରକାର ।

Leave a Reply