ଫେବ୍ରୁଆରୀ ପହିଲାରୁ ବଦଳିଯିବ ବ୍ୟାଙ୍କିଂ ସହ ଜଡ଼ିତ ଏହି ନିୟମ

1 min read
Banking Related Many Rules Will Change On February 1

ଭୁବନେଶ୍ୱର: ଫେବ୍ରୁଆରୀ ପହିଲାରୁ ପରିବର୍ତ୍ତନ । ୧ ଫେବ୍ରୁଆରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବେ । ବଜେଟ୍ ବ୍ୟୟବରାଦ ଅନୁସାରେ ଅର୍ଥ ବ୍ୟବସ୍ଥା ସହ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପଡ଼ିବ । ବଜେଟ୍ ସହ ଫେବ୍ରୁଆରୀ ୧ରୁ କେତେକ ବ୍ୟାଙ୍କ ସେମାନଙ୍କ ନିୟମରେ ପରିବର୍ତ୍ତନ ଆଣୁଛନ୍ତି ।

Banking Related Many Rules Will Change On February 1

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଟଙ୍କା ଦେଣନେଣ ନିୟମରେ ପରିବର୍ତ୍ତନ ଫେବ୍ରୁଆରୀ ପହିଲାରୁ କରିବ । ୨ ଲକ୍ଷରୁ ୫ ଲକ୍ଷ ଯାଏ ଟଙ୍କା IMPS ଜରିଆରେ ପଠାଇଲେ ୨୦ ଟଙ୍କା ସହ ଜିଏସଟି ଚାର୍ଜ ଦେବାକୁ ପଡ଼ିବ । ୨୦୨୧ ଅକ୍ଟୋବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ IMPS ଜରିଆରେ ହେଉଥିବା ନେଣଦେଣ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବଢ଼ାଇ ଥିଲା ।

ଷ୍ଟେଟ ବ୍ୟାଙ୍କ ଛଡ଼ା ବ୍ୟାଙ୍କ ଅଫ୍ ବରୋଦା ଚେକ୍ କ୍ଲିଅରାନ୍ସ ସମ୍ବନ୍ଧିତ ନିୟମରେ ଫେବ୍ରୁଆରୀ ୧ରୁ ପରିବର୍ତ୍ତନ ଆଣୁଛି । ପହିଲାରୁ ଚେକ୍ ପେମେଣ୍ଟ ଲାଗି ଗ୍ରାହକଙ୍କୁ ପଜିଟିଭ୍ ପେ ସିଷ୍ଟମ ଅନୁସରଣ କରିବାକୁ ପଡ଼ିବ । ଅର୍ଥାତ୍ ଚେକର ତଥ୍ୟ ପଠାଇଲେ ହିଁ ଚେକ୍ କ୍ଲିଅର ହେବ । ତେବେ ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଚେକ୍ କାରବାର ଉପରେ ଏହି ପରିବର୍ତ୍ତନ ଲାଗୁ ହେବ ।

Banking Related Many Rules Will Change On February 1

ସେହିଭଳି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଫେବ୍ରୁଆରୀ ୧ରୁ ଆଣୁଥିବା ପରିବର୍ତ୍ତନ ଆପଣଙ୍କ ପକେଟକୁ ବାଧିବ । ଯଦି ଆପଣଙ୍କ ଆକାଉଣ୍ଟରେ ଟଙ୍କା ନଥିବା କାରଣରୁ କୌଣସି ଅଟୋ ଡେବିଟ୍ କିସ୍ତି ବିଫଳ ହେଉଛି । ତାହେଲେ ଆପଣଙ୍କୁ ୨୫୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ପୂର୍ବରୁ ଜରିମାନା ରାଶି ୧୦୦ ଟଙ୍କା ଥିଲା ।

ଏହା ଛଡ଼ା ଫ୍ରେବୁଆରୀ ୧ରେ ଆସିବାକୁ ଥିବା ବଜେଟରେ ଟିକସ ନିୟମରେ ହୋଇପାରେ କିଛି ପରିବର୍ତ୍ତନ । ବଜେଟ୍ ଆପଣଙ୍କ ଆର୍ଥିକ ଜୀବନରେ କିଛି ପରିବର୍ତ୍ତନ ଆଣିପାରେ ।

Leave a Reply