ନିଉ ୟର୍କ ଟାଇମ୍ସର ଦାବି, ଭାରତ-ଇସ୍ରାଏଲ ପ୍ରତିରକ୍ଷା ଡିଲର ଅଂଶ ଥିଲା ପେଗାସସ୍

1 min read

ନୂଆଦିଲ୍ଲୀ: ପେଗାସସ୍ ସ୍ପାଏଓ୍ୱେରକୁ ନେଇ ଭାରତରେ ବେଶ୍ ବିବାଦ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ଏହି ସ୍ପାଏଓ୍ୱେର ମାମଲାରେ ହୋଇଛି ନୂଆ ଖୁଲାସା । ଭାରତ-ଇସ୍ରାଏଲ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଡିଲର ଏକ ଅଂଶ ଥିଲା ପେଗାସସ୍ । ବିଦେଶୀ ସଂସ୍ଥା ଦ୍ୱାରା ଦେଶର ନାଗରିକଙ୍କ ସର୍ଭେଲାନ୍ସକୁ ନେଇ ଆସିଥିବା ନୂଆ ରିପୋର୍ଟରେ ସାଂଘାତିକ ଖୁଲାସା କରିଛି ନିଉ ୟର୍କ ଟାଇମ୍ସ । ୨୦୧୭ରେ ବିପୁଳ ଟଙ୍କା ଦେଇ ଇସ୍ରାଏଲଠାରୁ ପେଗାସସ୍ ସ୍ପାଏଓ୍ୱେର କିଣିଥିଲେ ଭାରତ ସରକାର । ଦୁଇ ଆରବ ଡଲାରରେ ଡିଲ୍ ଫାଇନାଲ ହୋଇଥିଲା । ଇସ୍ରାଏଲ ସହ ଭାରତ ସରକାର ଏହି ଡିଲ୍ କରିଥିଲେ ।

The New York Times ଶୁକ୍ରବାର ଏକ ରିପୋର୍ଟ ଜାରି କରିଥିଲେ । ଏହି ରିପୋର୍ଟ ଏହା ମଧ୍ୟ ଦାବି କରାଯାଇଥିଲା ଯେ ଆମେରିକାର ଘରୋଇ ସିକ୍ୟୁରିଟି ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ ମଧ୍ୟ ଏହି ସ୍ପାଏଓ୍ୱେର କିଣିବା ସହ ଏହାର ପରୀକ୍ଷଣ କରିଥିଲା । ଏହି ସ୍ପାଏଓ୍ୱେର ଭାରତ ସମେତ ପୋଲାଣ୍ଡ ଓ ହଙ୍ଗେରୀକୁ ବିକ୍ରି କରିଛି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟ । ଏହି ରିପୋର୍ଟରେ ୨୦୧୭ରେ ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ଗସ୍ତ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ସମୟରେ ଉଭୟ ଦେଶ ଦୁଇ ବିଲିୟନ ଡଲାରରେ ଏହି ଅସ୍ତ୍ରଶସ୍ତ୍ର ଓ ଇଣ୍ଟେଲିଜେନ୍ସ ଡିଲ୍ ଫାଇନାଲ କରିବାକୁ ସହମତି ବ୍ୟକ୍ତ କରିଥିଲେ । ଏହି ଡିଲରେ ପେଗାସସ୍ ଓ ମିଶାଇଲ ସିଷ୍ଟମ ସାମିଲ ରହିଛି ।

Leave a Reply