ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ, ରାଜ୍ୟରେ ୨୫ରୁ ୩୫ ପ୍ରତିଶତ ଡେଲ୍ଟା ଭାରିଆଣ୍ଟରେ ସଂକ୍ରମିତ

1 min read

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ କମୁଥିଲେ ମଧ୍ୟ ସଂକଟ ଟଳିନି । ରାଜ୍ୟରେ ଏବେବି ରହିଛି ଓମିକ୍ରନ୍, ଡେଲ୍ଟା ଭରିଆଣ୍ଟ ରହିଛି । କିଛିଦିନ ତଳେ ହୋଇଥିବା ସାମ୍ପୁଲ ସର୍ଭେରୁ ଜଣାପଡିଛି ରାଜ୍ୟରେ ୨୫ରୁ ୩୦ ପ୍ରତିଶତ ଡେଲ୍ଟା ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ଡେଲ୍ଟା ଭରିଆଣ୍ଟରେ ସଂକ୍ରମିତ ହେଲେ ରୋଗୀ ଅଧିକ ଗୁରୁତର ହୁଏ ।

Health Department Warns Covid Delta, Omicron Variant Around Us
Bijay Mohapatra

ସ୍ଥିତି ସୁଧୁରିଥିଲେ ବି ବିପଦ ଟଳିନଥିବା ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ । ନିଜକୁ ବିପଦମୁକ୍ତ ରଖିବାକୁ ଟିକା ନିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏବେ ରାଜ୍ୟରେ କୋଭିଡ୍ ସ୍ଥିତି ସୁଧୁରୁଛି । ଦୈନିକ ପଜିଟିଭିଟି ରେଟ୍ କମି ଚାଲିଛି । ରାଜ୍ୟର କେଉଁ ଅଞ୍ଚଳରେ ପଜିଟିଭ୍ ବଢ଼ୁଛି, କେଉଁଠି କମୁଛି । ତାର ଟେକ୍ନିକାଲ ଇନପୁଟ ସରକାରଙ୍କୁ ଦେବ ସ୍ୱାସ୍ଥ୍ୟ ବିଭାଗ ।

ସବୁ ପ୍ରକାର ତଥ୍ୟକୁ ବିଶ୍ଲେଷଣ କରି ସରକାର ଫେବ୍ରୁଆରୀ କଟକଣା କୋହଳ କରିବେ ନାଁ ବଳବତ୍ତର ରଖିବେ ନିଷ୍ପତ୍ତି ନେବେ । ଅନ୍ୟପଟେ କୋଭିଡର ନୂଆ ଭାରିଆଣ୍ଟ ନିଓକୋଭ ଏବେ ପକ୍ଷୀଙ୍କ ଠାରେ ଦେଖିବାକୁ ମିଳୁଛି । ଏହା ପକ୍ଷୀରୁ ମଣିଷକୁ କେତେ ସଂକ୍ରମିତ କରୁଛି ସେ ନେଇ କାହା ପାଖରେ ତଥ୍ୟ ନାହିଁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଅନ୍ତର୍ଜାତୀୟ ବିଶେଷଜ୍ଞ ଏନେଇ କଣ କହୁଛନ୍ତି, ତାକୁ ଅପେକ୍ଷା କରିବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି ।

Leave a Reply