ରାଜଧାନୀରେ ପୁଣି ମାତିଲେ ଲୁଟେରା, କାର୍ କାଚ ଭାଙ୍ଗି ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ପଥରରେ କାର୍‌ କାଚ ଭାଙ୍ଗି ଲୁଟ୍ ଅଭିଯୋଗ । ଏହି ଘଟଣା ଘଟିଛି ଖଣ୍ଡଗିରି ଡୁମୁଡୁମା ଅଞ୍ଚଳରେ । ଗତ ୨୭ ତାରିଖରେ ବିଳମ୍ବିତ ରାତିରେ ଲୁଟେରା ବାଇକରେ ଆସି ଉକ୍ତ କାର ଚାରିପଟେ କିଛି ସମୟ ବୁଲିଥିଲେ । କିଛି ସମୟ କାର ଚାରି ପାଖରେ ବୁଲିବା ପରେ ପଥରରେ କାର କାଚ ଭାଙ୍ଗି ଗାଡିରୁ ଷ୍ଟେପିନ ଆଉ କାଗଜପତ୍ର ଚୋରି କରିଛନ୍ତି । କାର ଭିତରୁ ଚୋରି କରୁଥିବାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କାର୍‌ କାଚ ଭାଙ୍ଗିବାକୁ ଚେଷ୍ଟା କଲା ବେଳେ ଆଲାରମ୍ ବାଜିବାରୁ ଭୟରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ସଂପୃକ୍ତ ବ୍ୟକ୍ତି ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।

ରାଜଧାନୀ ଭୁବନନେଶ୍ୱର ଏବେ ଲୁଟେରାମାନଙ୍କ ପେଣ୍ଠସ୍ଥଳୀ ପାଲଟି ଯାଇଛି । ସେ ଇଣ୍ଟରିୟର ଦୋକାନରୁ ଲୁଟ୍ ହେଉ କିମ୍ବା ବାହାଘରରେ ବରଯାତ୍ରୀ ବେଶରେ ଆସି ସୁନାଗହଣା ଲୁଟ୍ ହେଉ । ଏପର୍ଯ୍ୟନ୍ତ କୌଣସି ମାମଲାରେ ଲୁଟେରାଙ୍କ ପତ୍ତା ପାଉନି ପୋଲିସ । ଆଉ ଏବେ କାର କାଚ ଭାଙ୍ଗି ଲୁଟ୍ କରି ପୁଣି ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଲୁଟେରା ।

Leave a Reply