ଅଣ୍ଡର-୧୯ ବିଶ୍ୱକପ: ଆଜି କ୍ୱାଟର ଫାଇନାଲରେ ବାଂଲାଦେଶକୁ ଭେଟିବ ଭାରତ

1 min read

ଆଣ୍ଟିଗୁଆ: ଚଳିତ ଅଣ୍ଡର-୧୯ ବିଶ୍ୱକପରେ ଆଜି ଖେଳାଯିବ ମହାମୁକାବିଲା । କ୍ୱାଟର ଫାଇନାଲ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ଏହି ମ୍ୟାଚ ଆଣ୍ଟିଗୁଆରେ ଭାରତୀୟ ସମୟ ୬.୩୦ରେ ଆରମ୍ଭ ହେବ । ଏହି ମହାମୁକାବିଲା ପୂର୍ବରୁ ଭାରତୀୟ ଅଣ୍ଡର-୧୯ ଟିମକୁ ମିଳିଛି ଖୁସି ଖବର । କ୍ୱାଟର ଫାଇନାଲ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ୟଶ ଢ଼ୁଲଙ୍କ ସମେତ ପାଞ୍ଚ ଖେଳାଳି କରୋନାରୁ ସୁସ୍ଥ ହୋଇଛନ୍ତି । ଚଳିତ ବିଶ୍ୱକପରେ ଭାରତ ଲିଗ୍ ପର୍ଯ୍ୟାୟରେ ଭାରତ ତିନୋଟି ମ୍ୟାଚ ଖେଳି ସମସ୍ତ ମ୍ୟାଚରେ ବିଜୟ ଲାଭ କରି ଗ୍ରୁପ-Bରେ ଟପରେ ରହିଛି ।  ସେହିପରି ଭାବରେ ବାଂଲାଦେଶ ଲିଗ୍ ପର୍ଯ୍ୟାୟରେ ତିନୋଟି ମ୍ୟାଚ ଖେଳି ଦୁଇଟି ମ୍ୟାଚରେ ବିଜୟ ଲାଭ କରି ଗ୍ରୁପ-Aରେ ଦ୍ୱିତୀୟ ସ୍ଥାନରେ ରହିଛି ।

ସୂଚନା ଅନୁସାରେ ଆର୍ୟଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ଦଳର ୫ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଖେଳା ଯିବାକୁ ଥିବା କ୍ୱାଟର ଫାଇନାଲ ପୂର୍ବରୁ ଏହି ସମସ୍ତ ଖେଳାଳି ସୁସ୍ଥ ହୋଇଛନ୍ତି ଏବଂ ମ୍ୟାଚ ଖେଳିବା ପାଇଁ ସୁସ୍ଥ ଅଛନ୍ତି । ତେବେ ଆଜି ହେବାକୁ ଥିବା କ୍ୱାଟର ଫାଇନାଲ ମୁକାବିଲାରେ ବାଂଲାଦେଶକୁ ପରାସ୍ତ କରି ୨୦୨୦ ବିଶ୍ୱକପର ବଦଲା ନେବାକୁ ଚେଷ୍ଟା କରିବ ଭାରତ । ୨୦୨୦ରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ବିଶ୍ୱକପ ଫାଇନାଲରେ ବାଂଲାଦେଶ ଭାରତକୁ ୩ ଓ୍ୱିକେଟରେ ପରାସ୍ତ କରି ବିଶ୍ୱ ବିଜେତା ହୋଇଥିଲା । ତେଣୁ ୨୦୨୦ ବିଶ୍ୱକପ ଫାଇନାଲର ବଦଲା ଚଳିତ ବିଶ୍ୱକପର କ୍ୱାଟର ଫାଇନାଲରେ ନେବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

Leave a Reply