ଫେରୁଛନ୍ତି ଉତ୍ତମ ପଣ୍ଡା, କ୍ୟାନସରର ଚତୁର୍ଥ ଷ୍ଟେଜରେ ଥିବା କହି ଚିଠି ଲେଖି ଘର ଛାଡ଼ି ପଳାଇଥିଲେ

ବାଲେଶ୍ୱର: ଫେରୁଛନ୍ତି ଜଳେଶ୍ୱର ସରିସା ଗାଁର ଉତ୍ତମ ପଣ୍ଡା । ଉତ୍ତମ କ୍ୟାନସରର ଚତୁର୍ଥ ଷ୍ଟେଜରେ ଅଛନ୍ତି । କ୍ୟାନସରର ଚତୁର୍ଥ ଷ୍ଟେଜରେ ଥିବାରୁ ଉତ୍ତମ ଏକ ଚିଠି ଲେଖି ଘର ଛାଡ଼ି ପଳାଇଥିଲେ । ତେବେ ଉତ୍ତମଙ୍କୁ ନୂଆଦିଲ୍ଲୀ ପୋଲିସ ଉତ୍ତର ପ୍ରଦେଶର ଆଗ୍ରା ସହରରୁ ଉଦ୍ଧାର କରିଛି । ଉତ୍ତମଙ୍କ ଖବର ପାଇବା ପରେ ତାଙ୍କୁ ଆଣିବା ପାଇଁ ତାଙ୍କ ଶ୍ୱଶର ଓ ଜଣେ ସଂପର୍କୀୟ ଭାଇ ଉତ୍ତର ପ୍ରଦେଶ ଆଗ୍ରା ଯାଇଛନ୍ତି । ଉତ୍ତମ ଘରେ ପହଞ୍ଚିବା ପରେ ଜଣାପଡ଼ିବ ଯେ ସେ ପ୍ରକୃତରେ କ’ଣ ପାଇଁ ଘର ଛାଡ଼ିଥିଲେ । ଘର ଛାଡ଼ିବା ପଛରେ ସତରେ କ୍ୟାନସର ନା ଆଉ କ’ଣ ଥିଲା ତାହ ସାମ୍ନାକୁ ଆସିବ । ଗତ ୨୩ ତାରିଖରେ ନିଜର ରୋଗ ପାଇଁ ଏକ କ୍ଷମା ଭର୍ତ୍ତି ଚିଠି ଲେଖି ଘର ଛାଡ଼ି ପଳାଇଥିଲେ ଉତ୍ତମ । ତାଙ୍କ ପରିବାର ଲୋକ ପୁଅର ନିଖୋଜ ସମ୍ପର୍କରେ ନାମ୍ପୋ ଫାଣ୍ଡିରେ ଲିଖତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା ।

Leave a Reply