spot_img
Home Blog Page 4779

ଧିରେ ଧିରେ କାୟା ବିସ୍ତାର କରୁଛି ଓମିକ୍ରନ୍‌, ସେପଟେ ଓମିକ୍ରନ ଲାଗି କାମ କରୁନି ଫାଇଜର ଟିକା

ମୁମ୍ବାଇ: ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗତି ଓମିକ୍ରନ। ଆଉ ଏହାରି ମଧ୍ୟାରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା। ଓମିକ୍ରନ ଲାଗି କାମ କରୁନି ଫାଇଜର ଟିକା। ନ୍ୟୁୟର୍କରୁ ମୁମ୍ବାଇ ଫେରିଥିବା ଜଣେ ୨୯ ବର୍ଷ ବୟସ୍କ ଯୁବକ ଓମିକ୍ରନ ସଂକ୍ରମିତ ହେବା ପରେ ଏହା ସ୍ପଷ୍ଟ ହୋଇଛି। ଉକ୍ତ ଯୁବକ ଫାଇଜରର ୩ଟି ଟିକା ନେଇଥିବା ସତ୍ତ୍ୱେ ସେ ଓମିକ୍ରନ ସଂକ୍ରମିତ ହୋଇଥିବା ବୃହନ ମୁମ୍ବାଇ ମହାନଗର ନିଗମ ପକ୍ଷରୁ କୁହାଯାଇଛି। ସେ ନଭେମ୍ବର ୯ରେ ମୁମ୍ବାଇ ଆସିବା ପରେ ତାଙ୍କର ଆରଟିପିସିଆର ଟେଷ୍ଟ ହୋଇଥିଲା । ପରେ ସେ କୋଭିଡରେ ସଂକ୍ରମିତ ଥିବା ଜଣାପଡିଥିଲା ।

ଓମିକ୍ରନ ଟେଷ୍ଟ ଲାଗି ତାଙ୍କର ଜିନୋମ ସିକ୍ୱେନସିଂ କରାଯାଇଥିଲା। ଏଥିରେ ସେ ଓମିକ୍ରନ ସଂକ୍ରମିତ ଥିବା ଜଣାପଡିଥିଲା। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଦୁଇ ଜଣ ବ୍ୟକ୍ତି ନେଗେଟିଭ ପ୍ରମାଣିତ ହୋଇଛନ୍ତି। ଉକ୍ତ ଯୁବକଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁମ୍ବାଇରେ ଚିହ୍ନଟ ହୋଇଥିବା ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ୧୩ଜଣ ସୁସ୍ଥ ହୋଇସାରିଛନ୍ତି। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୪୦ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି।

ପୁଣି ବୁର୍ଲା କ୍ୟାମ୍ପସ୍‌ ବାହାରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ସମ୍ବଲପୁର: ବୁର୍ଲା ଭିସୁଟ ଛାତ୍ରଙ୍କୁ ପୁଣି କ୍ୟାମ୍ପସ ବାହାରେ ରାଗିଂ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ବିଟେକ୍ ପ୍ରଡକ୍ସନ ଇଂଜିନିୟରିଂ ଦ୍ୱିତୀୟ ବର୍ଷର ଜଣେ ଛାତ୍ର। ନିଶାଖୋର ସିନିୟରଙ୍କ ଗୁଣ୍ଡାଗିରି। ଛାତ୍ର ଜଣକ ସଂନ୍ଧ୍ୟାରେ ଜଳଖିଆ ଖାଇବାକୁ ସାଙ୍ଗ ସହ କିର୍ବା ଛକକୁ ଯାଇଥିଲେ। ସେହି ସମୟରେ ତାଙ୍କର ୬ଜଣ ସିନିୟର ତାଙ୍କ ନାଁ ପଚାରିବା ସହ ମାଡ ମାରିଥିବା ନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଘଟଣା ନେଇ କୌଣସି ସ୍ଥାନରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଛାତ୍ର ଜଣକ ଅଭିଯୋଗ କରିଛନ୍ତି। ନିଶା ସେବନ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ମାଙ୍କଡ଼ ନେଉଛି ପ୍ରତିଶୋଧ, ଗୋଟିଏ ମାସରେ ମାରିଲାଣି ୨୫୦ରୁ ଅଧିକ କୁକୁର ଛୁଆ

ମହାରାଷ୍ଟ୍ର: ପ୍ରତିଶୋଧ ପରାୟଣ ହୋଇ ଏଠି ଅନେକ କେହି ଅନେକ ପ୍ରକାରର କାଣ୍ଡ ଭିଆଇ ଥାଆନ୍ତି। ଷଡ଼ଯନ୍ତ୍ର ଠାରୁ ଆରମ୍ଭ କରି ହତ୍ୟା ସବୁରି ମୂଳରେ ରହିଥାଏ ପ୍ରତିଶୋଧ। ସେ ମଣିଷ ହେଉକି ପଶୁ, ଉଭୟଙ୍କ ପାଇଁ ଏହା ସମାନ। ଏମତି ଆଶ୍ଚର୍ଯ୍ୟ କଲାଭଳି ଘଟଣା ଘଟିଛି ମହାରାଷ୍ଟ୍ରର ବିଡ ଜିଲ୍ଲାରେ। ଏଠି ମଣିଷ ପ୍ରତିଶୋଧ ନେଇନି, ପ୍ରତିଶୋଧ ନେଇଛି ଗୋଟିଏ ମାଙ୍କଡ଼। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

ଗତ ମାସରେ ଏମିତି ଏକ ଘଟଣା ଘଟିଥିଲା ଯେଉଁଥି ପାଇଁ ଉକ୍ତ ଅଞ୍ଚଳରେ ଏବେ ମାଙ୍କଡ଼ ମାନେ ପ୍ରତିଶୋଧ ପରାୟଣ ହୋଇଛନ୍ତି। କଥାଟା ହେଉଛି ମହାରାଷ୍ଟ୍ରର ବିଡ ଜିଲ୍ଲାରେ ଏକ କୁକୁର ମାଙ୍କଡ଼ର ଛୁଆକୁ ମାରିଦେଇଥିଲେ। ଯାହାପରେ ମାଙ୍କଡ଼ମାନେ ପ୍ରତିଶୋଧ ନେବା ଆରମ୍ଭ କରିଛନ୍ତି। ରକ୍ତ ବଦଳରେ ରକ୍ତ, ଏହି ଉକ୍ତିକୁ ସାବ୍ୟସ୍ତ କରିବାରେ ଲାଗିଛନ୍ତି ମାଙ୍କଡ଼ ମାନେ। ଆମ ଛୁଆକୁ ମାରିଲ ମାନେ ଏବେ ତୁମ ଛୁଆବି ମରିବ। ମାଙ୍କଡ ଛୁଆକୁ କୁକୁର ମାରିଲା ପରେ ଏବେ କୁକୁର ଛୁଆଙ୍କୁ ମାରିବାରେ ଲାଗିଛନ୍ତି ମାଙ୍କଡ଼। ଗତ ଏକ ମାସ ମଧ୍ୟରେ ମାଙ୍କଡ ମାନେ ପ୍ରାୟ ୨୫୦ କୁକୁର ଛୁଆକୁ ଉପରୁ ଫୋପାଡ଼ି ମାରିଥିବା ଜଣାପଡିଛି। ଖାଲି ସେତିକି ନୁହେଁ, ଏବେ ପ୍ରତିଶୋଧର ମାତ୍ରା ଏତେ ବଢ଼ିଯାଇଛି ଯେ ଛୋଟ ପିଲାମାନଙ୍କୁ ମଧ୍ୟ ଆକ୍ରମଣ କରିବା ଆରମ୍ଭ କରିଛନ୍ତି ମାଙ୍କଡ଼।

ମାଜଲଗାଓଁ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଅବସ୍ଥିତ ଲାବୁଲ ଗାଁ। ପ୍ରାୟ ପାଞ୍ଚ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ବର୍ତ୍ତମାନ କୁକୁର ଛୁଆ ଆଉ ଦେଖିବାକୁ ମିଳୁନାହାଁନ୍ତି। ଗ୍ରାମବାସୀମାନେ ମଧ୍ୟ ମାଙ୍କଡମାନଙ୍କୁ ଧରିବା ପାଇଁ ଜଙ୍ଗଲ ବିଭାଗ ନିକଟକୁ ଯାଇଥିଲେ। ବନ ବିଭାଗର କର୍ମଚାରୀମାନେ ଆସିଥିଲେ ମଧ୍ୟ ସେମାନେ ମାଙ୍କଡ଼ ଧରିବାରେ ବିଫଳ ହୋଇଛନ୍ତି।

ଗାଁ ଲୋକଙ୍କ କହିବା ଅନୁଯାୟୀ ପ୍ରତିଶୋଧ ନେବା ପାଇଁ ମାଙ୍କଡମାନେ ଏହା କରୁଛନ୍ତି। କୁକୁରମାନେ ଏକ ମାଙ୍କଡ ଛୁଆକୁ ହତ୍ୟା କରିବା ପରେ ଏଭଳି ଘଟିଥିବା ଗାଁ ଲୋକେ କହିଛନ୍ତି। ତେବେ ଜଙ୍ଗଲ ବିଭାଗ ବିଫଳ ହେବା ପରେ ଗାଁ ଲୋକ କୁକୁରଙ୍କୁ ବଞ୍ଚାଇବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି।

ଗର୍ଭାଶୟ ବଦଳରେ ଯକୃତ ବା ଲିଭରରେ ବଢୁଛି ଭୃଣ

କାନାଡା: ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ହେଲେ ଏହା ସତ। ମାନବ ଇତିହାସରେ ଏହା ଏକ ବିରଳ ଗର୍ଭଧାରଣ। କାରଣ ଗର୍ଭାଶୟ ବଦଳରେ ଯକୃତ ବା ଲିଭରରେ ବଢୁଛି ଭୃଣ। କାନାଡାର ମାନିଟୋବାରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହେବା ପରେ ଚର୍ଚ୍ଚା ଜୋର ଧରିଛି। ଯକୃତରେ ଦୀର୍ଘ ୯ ମାସ ଧରି ଭୃଣ ବଢିବା ପରେ ମହିଳା ଗୁରୁତର ହୋଇଥିଲେ। ପରେ ତାଙ୍କର ପରୀକ୍ଷା କରାଯିବା ପରେ ଏହି ତଥ୍ୟ ପଦାକୁ ଆସିଥିଲା। ଏହି ମହିଳା ଜଣକ ସାଧାରଣ ଭାବେ ଗର୍ଭବତୀ ହୋଇ ନଥିଲେ। କେତେକ ସମସ୍ୟା ଯୋଗୁ ତାଙ୍କ ଗର୍ଭାଶୟରେ ଡିମ୍ବାଣୁ ଅବସ୍ଥାପିତ କରାଯାଇଥିଲା।

ମାତ୍ର ଏହା ଗର୍ଭାଶୟ ମଧ୍ୟରେ ନ ରହି କ୍ରମଶଃ ଯକୃତରେ ବଢିଥିଲା। ଯାହାକୁ ଏକ୍ଟୋପିକ ପ୍ରେଗନାନସି କୁହାଯାଇଥାଏ। ଗର୍ଭଧାରଣର ସମସ୍ତ ସଙ୍କେତ ଠିକ୍ ଠାକ୍ ମିଳିବା ପରେ ମହିଳା ଚିନ୍ତାଶୂନ୍ୟ ହୋଇଥିଲେ। ମାତ୍ର ୯ ମାସ ପରେ ତାଙ୍କର ଅବିଶ୍ରାନ୍ତ ରକ୍ତସ୍ରାବ ହେବା ପରେ ସେ ଟେଷ୍ଟ କରିଥିଲେ।

ଯକୃତରେ ଭୃଣ ବଢୁଥିବା ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମହିଳାଙ୍କ ପରୀକ୍ଷା କରିଥିବା ଡାକ୍ତର ମାଇକେଲ ନାର୍ଭେ ଏହି ଖବର ପ୍ରକାଶ କରିବା ପରେ ଏହି ବିରଳ ଘଟଣା କିପରି ସମ୍ଭବ ହେଲା, ତାହା ଉପରେ ଅଧିକ ଗବେଷଣା ଜାରି ରହିଛି। ଅନ୍ୟପଟେ ଏହି ଘଟଣା ବିରଳ ବୋଲି କହିଛି ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ଇନଫର୍ମେସନ ବା ଏନସିବିଆଇ।

ବ୍ରିଟେନ୍‌ରେ ବଢ଼ିବାରେ ଲାଗିଛି କୋରୋନା ସଂକଟ, ଚିହ୍ନଟ ହେଲେ ୯୩ ହଜାରରୁ ଅଧିକ ସଂକ୍ରମିତ

ବ୍ରିଟେନ: ଦିନକୁ ଦିନ ବ୍ରିଟେନରେ ବିଗିଡିବାରେ ଲାଗିଛି କୋଭିଡ ସ୍ଥିତି। ଗୋଟିଏ ଦିନରେ ଠାବ ହେଲେ ୯୩ ହଜାରରୁ ଅଧିକ ସଂକ୍ରମିତ। କରୋନା କମି ଆସୁଥିବା ବେଳେ ଏବେ ଓମିକ୍ର ପୁଣି ଥରେ କାୟା ବିସ୍ତାର କରିବାରେ ଲାଗିଛି। କ୍ରମାଗତ ତିନି ଦିନ ଧରି କରୋନା ଚେନରେ ଲାଗୁନି ବ୍ରେକ। ଏହାକୁ ମିଶାଇ ବ୍ରିଟେନରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧ କୋଟି ୧୧ ଲକ୍ଷ। ଏହାସହ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୧୧୧ ଜଣ।

ସେପଟେ ସ୍କଟଲ୍ୟାଣ୍ଡରେ ବି ଚିନ୍ତା ବଢାଇଛି ଓମିକ୍ରନ। ପ୍ରତିଦିନ ଅଧିକରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ସେପଟେ ଫ୍ରାନ୍ସରେ ବି ସ୍ଥିତି ଅସମ୍ଭାଳ ହୋଇଛି। ଏବେ ଫ୍ରାନ୍ସରେ ଦୈନିକ ୬୫ ହଜାରରୁ ଅଧିକ କୋଭିଡ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ଯେଉଁଥିରୁ କେବଳ ୨.୪ ପ୍ରତିଶତ ହେଉଛନ୍ତି ଓମିକ୍ରନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ। ଏହି ଦୁଇ ଦେଶରେ ଓମିକ୍ରନ ସଂକ୍ରମଣ ବ୍ୟାପକ ହେବାରେ ଲାଗିଥିବା ବେଳେ, ଭାରତର ୧୧ଟି ରାଜ୍ୟରେ ଠାବ ହେଲେଣି ୧୦୧ ଓମିକ୍ରନ ସଂକ୍ରମିତ।

ବ୍ରିଟେନ ଓ ଫ୍ରାନ୍ସରେ ଯେଉଁ ହାରରେ କୋଭିଡ ସଂକ୍ରମଣ ଜାରି ରହିଛି, ସେହି ଧାରା ଯଦି ଲାଗି ରହେ ତେବେ ଭାରତରେ ଦୈନିକ ୧୪ ଲକ୍ଷ ସଂକ୍ରମିତ ଚିହ୍ନଟ ହେବେ ବୋଲି କହିଛନ୍ତି କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡାକ୍ତର ଭି.କେ. ପଲ। ଏହାକୁ ମୁକାବିଲା କରିବା ଲାଗି ଦୂରଯାତ୍ରା, ଜନଗହଳି, ନୂଆ ବର୍ଷ ସେଲିବ୍ରେସନ ଆଦି ପ୍ରତି ସତର୍କ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି। କୋଭିଡ ପ୍ରଥମ ଓ ଦ୍ୱିତୀୟ ଲହରରେ ଦେଶର ଯେଉଁ ସବୁ ରାଜ୍ୟରେ କୋଭିଡସ୍ଥିତି ଜଟିଳ ହୋଇଥିଲା, ସେହି ସବୁ ରାଜ୍ୟରେ ହିଁ ଓମିକ୍ରନ ସ୍ଥିତି ଜଟିଳ ହେବାରେ ଲାଗିଛି।

ସେପଟେ ସେରମ ଇନଷ୍ଟିଚ୍ୟୁଟର କୋଭାଭାକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମିଳିଛି ଜରୁରୀକାଳୀନ ବ୍ୟବହାର ଅନୁମତି। ଫଳରେ ବିଶ୍ୱବ୍ୟାପୀ ବ୍ୟବହୃତ ହେଉଥିବା ଟିକା ତାଲିକାରେ କୋଭାଭାକ୍ସ ସ୍ଥାନୀତ ହୋଇଛି। ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନାଓ୍ୱାଲା। ସେ କହିଛନ୍ତି, କୋଭିଡ ବିରୋଧୀ ସଂଗ୍ରାମରେ ଆଉ ଏକ ମାଇଲଖୁଣ୍ଟି ସ୍ଥାପିତ ହୋଇଛି।

ଭିଜିଲାନ୍ସ ଜାଲରେ ଅସରଡା ଗ୍ରାମପଞ୍ଚାୟତ ଅଧିକାରୀ ମାଡାମ

ଅନୁଗୁଳ: ସରକାର ଦେଉଥିବା ମାସିକ ବେତନ ଅଣ୍ଟିଲା ନାହିଁ। ମାଡାମ କାମ କରାଇଦେବା ପାଇଁ ନେଉଥିଲେ ହାତଗୁଞ୍ଜା। ଭିଜିଲାନ୍ସ ଜାଲରେ ଅସରଡା ଗ୍ରାମପଞ୍ଚାୟତ ଅଧିକାରୀ। ହିନ୍ଦୋଳ ବ୍ଲକ୍ ଅସରଡା ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଶଶିରେଖା ସିଂ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ କଟକ ଓ ଅନୁଗୁଳ ଭିଜିଲାନ୍ସ ମିଳିତ ଚଢ଼ାଉ କରି ଧରିଛନ୍ତି।

ବାରସିଙ୍ଗା ଗାଁର ମିଥୁନ ନାଏକ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କରିଥିବା କାମର ଫାଇନାଲ ବିଲ ୨୦ ହଜାର ଟଙ୍କା ପାଇବା ପାଇଁ ପଞ୍ଚାୟତ ଅଫିସକୁ ବାରମ୍ବାର ଦୌଡିବା ପରେ ପଞ୍ଚାୟତ ଅଧିକାରୀ ଫାଇନାଲ ବିଲ୍ କରାଇଦେବା ପାଇଂ ତାଙ୍କୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ମିଥୁନ ରାଜି ନ ହୋଇ କଟକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଶେଷରେ ମିଥୁନ ପଞ୍ଚାୟତ ଅଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ୮ ହଜାର ଟଙ୍କା ଦେଉଥିବା ସମୟରେ ଆଗରୁ ଜଗି ରହିଥିବା କଟକ ଭିଜିଲାନ୍ସ ଟିମ୍‌ ଶଶିରେଖାଙ୍କୁ ଟଙ୍କା ସହ କାବୁ କରିଛି।

ବର୍ଷା ପରେ ଏବେ ମଞ୍ଜ ଥରାଉଛି ଲେଉଟା ଶୀତ, ୧୧ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ୱର: ଜାଡର ମାଡ଼ରେ ଥରୁଛି ଓଡ଼ିଶା। ଉପାନ୍ତରୁ ଉପକୂଳ ସବୁଠି ଅସହ୍ୟ ଜାଡ଼। ୧୧ଡିଗ୍ରୀ ତଳକୁ ଖସିଛି ରାଜ୍ୟର ୮ଟି ସହରର ତାପମାତ୍ରା। ସେହିପରି ୨୩ସହରର ପାରା ୧୫ ଡିଗ୍ରୀ ତଳେ ରହିଛି। ୬.୫ଡିଗ୍ରୀ ସହିତ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ହୋଇଛି। ସେହିପରି ଫୁଲବାଣୀରେ ୭.୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। କୋରାପୁଟର ତାପମାତ୍ରା ୯ଡିଗ୍ରୀ ରହିଥିବା ବେଳେ ଟିଟଲାଗଡ଼ ୯.୩ଡିଗ୍ରୀ, ଝାରସୁଗୁଡା ଓ କେନ୍ଦୁଝର ୯.୬ଡିଗ୍ରୀ, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୧୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଟୁଇନ ସିଟିରେ ଗତକାଲି ରାତିର ତାପମାତ୍ରା ରହିଥିଲା ୧୨ଡିଗ୍ରୀ। ତେବେ ଆସନ୍ତା ୨ ଦିନ ପରେ ସ୍ଥିତି ଆହୁରି ସଙ୍ଗୀନ ହେବ। ଆଗକୁ ଆହୁରି ଅଧିକ ପାରା ଖସିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ସିଷ୍ଟମ ନଥିବାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ।

ଏବେ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଓଡ଼ିଶାକୁ ଶୁଷ୍କ ଏବଂ ଥଣ୍ଡା ବାୟୁ ପ୍ରବାହ ଧିରେ ଧିରେ ଶକ୍ତିଶାଳୀ ହେଉଥିବାରୁ ଉପାନ୍ତରୁ ଉପକୂଳ ସବୁଠି ତାପମାତ୍ରା କମିବା ସହ ପ୍ରବଳ ଜାଡ ହେବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସଂନ୍ଧ୍ୟା ପରଠାରୁ ବିନା ଶୀତ ବସ୍ତ୍ରରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

ସ୍ୱାମୀକୁ ପାଇଲେନି, ପୁଣି ଧାରଣାରେ ବସିଲେ ଡିମ୍ପଲ

ବ୍ରହ୍ମପୁର: ପୁଣି ଶ୍ୱଶୁର ଘର ଆଗରେ ବସିଲେ ବୋହୂ ତପସ୍ୱିନୀ ଦାସ ଓରଫ ଡ଼ିମ୍ପଲ  ।  ଡିମ୍ପଲ- ସୁମିତ ପାରିବାରିକ ବିବାଦ ଏବେ ଆଉ  ଏକ ମୋଡ଼ ନେଇଛି। ଡିମ୍ପଲଙ୍କ ପିଟିସନ ଖାରଜ କଲେ କୋର୍ଟ । ଶାଶୂଘରେ ରହିବାକୁ ଅନୁମତି ଦେଲେନି SDJM । ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଲେ । କୋର୍ଟଙ୍କ ଏଭଳି ରାୟ ପରେ ପୁଣି ସୁମିତଙ୍କ ଘର ଆଗରେ ବସିଛନ୍ତି ଡିମ୍ପଲ ।

ପୁଣି ଥରେ ସମାଜସେବୀ ପ୍ରମିଳାଙ୍କ ସହ ସୁମିତଙ୍କ ଘର ଆଗରେ ଧାରଣାରେ ବସିରହିଛନ୍ତି ଡ଼ିମ୍ପଲ । ସେ କହିଛନ୍ତି ଯେପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ସେ କୁଆଡେ ଯିବେନିହିଁ  ।  ସୂଚନା ମୁତାବକ କୋର୍ଟକୁ ଏକ ଅନୁମତି ମାଗିଥିଲେ ଡ଼ିମ୍ପଲ  । ସେ ସ୍ୱାମୀ ଘର ଆଗରେ ଧାରଣାରେ ବସି ରହିବାକୁ ଅନୁମତି ମାଗିଥିଲେ କିନ୍ତୁ କୋର୍ଟ ଏହାକୁ ଖାରଜ କରିଦେଇଥିଲେ  ।

ଅସଲି ଛାତ୍ରଙ୍କୁ ପଢାଉଛନ୍ତି ନକଲି ଶିକ୍ଷକ

କଳାହାଣ୍ଡି:  ବଢିଚାଲିଛି ନକଲି ଶିକ୍ଷକଙ୍କ ତାଲିକା । ଜିଲ୍ଲାରେ 12 ଜଣ ନକଲି ଶିକ୍ଷକ ଓଟିଇଟି ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜଣାପଡ଼ିଛି । ନକଲି ଶିକ୍ଷକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବା ସହିତ ଚାକିରିରୁ ବହିଷ୍କୃତ କରିବା ନିମନ୍ତେ ପଦକ୍ଷେପ ଆରମ୍ଭ କରିଛି ଶିକ୍ଷାବିଭାଗ । ୨୦୧୯ ମସିହାରେ ଜାଲ ସାର୍ଟିଫିକେଟ ଦେଇ ୧୨ ଜଣ ଶିକ୍ଷକ ଚାକିରି କରୁଥିବା ଜଣାପଡ଼ିଥିଲା ।

ପରେ ବୋର୍ଡ଼ ଅଫ ସେକେଣ୍ଡାରୀ ଏଜୁକେସନର ଯାଞ୍ଚ ପରେ ସାମ୍ନାକୁ ଆସିଥିଲା ସତ । ଜାଲ ସାର୍ଟିଫିକେଟ ଜଣାପଡ଼ିବା ପରେ, ୧୨ ଜଣ ଶିକ୍ଷକ ନିଜର ସାର୍ଟିଫିକେଟ ଦାଖଲ କରିବା ସହିତ ନିଜର ପକ୍ଷ ରଖିଥିଲେ । ଏଥିରେ ଓଟିଇଟି ସାର୍ଟିଫିକେଟ ସମ୍ପୂର୍ଣ୍ଣ ଜାଲ ଥିବା ଜଣାପଡ଼ିଛି । ଏନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି ।

୨୪ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ…

ନୟାଗଡ଼: ୨୪ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ  । ହଜିଲା ପୁଅକୁ ଦେଖି ପରିବାରରେ ଖୁସିର ଲହରି ଖେଳିଯାଇଛି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କୁମ୍ଭାରପଡ଼ା ଗାଁର ଆସ୍ମାନ ଦାସ ଦୀର୍ଘ ଦିନ ପରେ ଘରକୁ ଫେରିଛନ୍ତି । ୧୯୯୮ ମସିହାରେ ଦଶମ ଶ୍ରେଣୀରେ ପରୀକ୍ଷା ଦେଇ ସାରିବା ପରେ ହଠାତ୍ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ପରେ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ, ମାତ୍ର ତାଙ୍କର କୌଣସି ସନ୍ଧାନ ମିଳିନଥିଲା ।

ତେବେ କିଛି ଦିନ ପୂର୍ବରୁ ହାଇଦ୍ରାବାଦରୁ ଇଂରାଜୀ, ହିନ୍ଦୀ ଓ ତେଲଗୁ ଭାଷାରେ ଲେଖାଯାଇଥିବା ଚିଠିଟିଏ ହଠାତ୍ ବଡ଼ ଭାଇ ତୋଫାନ ଦାସଙ୍କ କୁମ୍ଭାରପଡ଼ା ଘର ଠିକଣାରେ ଆସିଥିଲା । ସେଥିରେ ଆସମାନଙ୍କୁ ଫୋନ କରିବାକୁ କୁହାଯାଇିଥିଲା । ବଡ଼ ଭାଇ ଫୋନ କରିବା ପରେ ଆସ୍ମାନ ହାଇଦ୍ରାବଦରେ ଅଛନ୍ତି ବୋଲି ଖବର ପାଇଥିଲେ । ପରେ ଆସ୍ମାନ କାମ କରୁଥିବା ଟେଣ୍ଟ ହାଉସର ମାଲିକ ତାଙ୍କୁ ଘରକୁ ପଠାଇଛନ୍ତି । ଅସ୍ମାନ୍ ଘର ପହଞ୍ଚିବା ପରେ ପରିବାର ଓ ଗାଁ ରେ ଖୁସିର ଲହରୀ ଖେଳିଯାଇଛି ।