ଆଜି ସରସ୍ୱତୀ ପୂଜା, ଶିକ୍ଷାନୁଷ୍ଠାନରେ ପୂଜା ପାଇବେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀ

ଭୁବନେଶ୍ୱର: ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଏହି ଅବସରରେ ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ କରିଥାନ୍ତି । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ବସନ୍ତ ଋତୁର ଆଗମନରେ ଧରା ପଲ୍ଲବିତ ହୁଏ । ସ୍ୱେତ ମେଘଖଣ୍ଡ ଆକାଶରେ ଶୋଭାପାଏ । ଚଳିତ ବର୍ଷ କୋଭିଡ କଟକଣା ଭିତରେ ବିନା ଛାତ୍ରଛାତ୍ରୀରେ ସମସ୍ତ ଶିକ୍ଷାନୁଷ୍ଠାନରେ ପୂଜା ପାଉଛନ୍ତି ମା ସରସ୍ବତୀ ।

ଶ୍ରୀପଞ୍ଚମୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି ମୟୂରଭଞ୍ଜ ଜିଲ୍ଲାର ଉଦଳା । ମାଆ ବିଣାପାଣୀଙ୍କ ପୀଠରେ ଜାରି ରହିଛି ପୂଜାର୍ଚ୍ଚନା । ଭୋରରୁ ମାଆଙ୍କୁ ଆରାଧନା ଆରମ୍ଭ ହୋଇଛି । ପ୍ରଥମେ ମାଆଙ୍କର ମହାସ୍ନାନ ପରେ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି କରାଯାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରିଛି ମନ୍ଦିର କମିଟି । କଟକଣାରେ ମାଆଙ୍କୁ ଭକ୍ତ ଦର୍ଶନ କରୁଥିବାବେଳେ କୋଭିଡ ଗାଇଡଲାଇନ୍ ମାନିବା ବାଧ୍ୟତାମୂଳକ କରାଯାଇଛି ।

Leave a Reply