କଟକ: କଟକରେ ସନ୍ଦିଗ୍ଧ ଓମିକ୍ରନ ରୋଗୀ ସାମ୍ନାକୁ ଆସିବା ପ୍ରସଙ୍ଗ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା। ଜଣେ ନାଇଜେରିଆ ଫେରନ୍ତାଙ୍କ ପିଜିଟିଭ ନେଇ ଖବର ଆସିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୃର୍କ୍ତ ବ୍ୟକ୍ତି ଜଗତସିଂହପୁର ଆସି କଟକ ଆସିଥିଲେ। ଏପର୍ଯ୍ୟନ୍ତ ବିଦେଶରୁ ଫେରିଥିବା ୧୦୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପରୀକ୍ଷା କରାଯାଇଛି। କଟକ ମେରିଆ ବଜ଼ାରର ଏକ ପରିବାରରେ ୭ଜଣ ପଜିଟିଭ ଆସିଥିବା ସିଡ଼ିଏମଓଙ୍କ ସୂଚନା। ତେବେ ପୁରା ଦେଶରେ ଏବେ ଓମିକ୍ରନ୍କୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ କଟକରେ ଓମିକ୍ରନ୍ ସନ୍ଦିଗ୍ଧ ମନରେ ଛନକା ଆଣିଛି।
ନିର୍ବାଚନ ପୂର୍ବରୁ ରେଡ, SP ନେତାଙ୍କ ଘରେ ଆୟକର ବିଭାଗର ଛାନଭିନ୍
ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ୟୁପି ନିର୍ବାଚନ ପୂର୍ବରୁ ହୋଇଛି ଆୟକର ବିଭାଗର ରେଡ । ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟିର ରାଷ୍ଟ୍ରିୟ ସମ୍ପାଦକ ତଥା ମୁଖପାତ୍ର ରାଜୀବ ରାୟଙ୍କ ଘରେ ଆୟକର ରେଡ । ଉତ୍ତରପ୍ରଦେଶ ମାଉ ଜିଲ୍ଲାରେ ଥିବା ରାଜୀବଙ୍କ ବାସଭବନରେ ଏହି ରେଡ ହୋଇଛି । ରାଜୀବ ହେଉଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସହଯୋଗୀ ଏବଂ ସମାଜବାଦୀ ପାର୍ଟିର ରାଷ୍ଟ୍ରିୟ ସମ୍ପାଦକ ।
Mau: An Income Tax raid is underway at the residence of national secretary of Samajwadi Party (SP), Rajeev Rai.
Raids are underway at a few more locations at the premises of people of SP chief Akhilesh Yadav. More details are awaited. pic.twitter.com/yJIDwC75qF
— ANI UP/Uttarakhand (@ANINewsUP) December 18, 2021
ରାଜୀବ ରାୟଙ୍କ ବ୍ୟତୀତ ମଇନପୁରୀରେ ଥିବା ଅନ୍ୟ ଜଣେ ସମାଜବାଦୀ ପାର୍ଟି ନେତାଙ୍କ ଘରେ ଆଇଟି ରେଡ ହୋଇଛି । କର୍ଣ୍ଣାଟକରେ ରାଜୀବଙ୍କ କେତେକ ଶିକ୍ଷାନୁଷ୍ଠାନ ରହିଛି । ପ୍ରତିକ୍ରିୟାରେ ରାଜୀବ କହିଛନ୍ତି କି କର୍ଣ୍ଣାଟକରେ ତାଙ୍କର କିଛି ଶିକ୍ଷାନୁଷ୍ଠାନ ରହିଛି । ତାଙ୍କର କୌଣସି କଳା ଧନ ନାହିଁ କିମ୍ବା ଅପରାଧିକ ପୃଷ୍ଠଭୂମି ନାହିଁ । ରାଜନୈତିକ ଅସୂୟାଭାବ ରଖି ଏହି ରେଡ୍ କରାଯାଇଛି । ଗତ ୨୦୧୪ରେ ରାଜୀବ ରାୟ ଘୋସୀ ଲୋକସଭା ଆସନରୁ ପ୍ରାର୍ଥି ହୋଇଥିଲେ । ସେ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ଥିବା ସହ ପାର୍ଟିର ମୁଖପାତ୍ର ଅଛନ୍ତି । ୨୦୧୨ରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସରକାର ଆସିବା ମୂଳରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସେପଟେ ଅଖିଳେଶଙ୍କ ଅନ୍ୟତମ ସହଯୋଗୀ ତଥା ଯାଦବ ପରିବାରର ସମ୍ପର୍କୀୟ ମନୋଜ ଯାଦବଙ୍କ ଘରେ ମଧ୍ୟ ଆଇଟି ରେଡ ହୋଇଛି । ତାଙ୍କର ଆରସିଏଲ ଗ୍ରୁପ ଅଫ କମ୍ପାନୀ ରହିଛି । ଉତ୍ତରପ୍ରଦେଶରେ ଆରମ୍ଭ ହୋଇଥିବା କେତେକ ପ୍ରକଳ୍ପକୁ ନେଇ ସେ ସମାଲୋଚନା କରିଥିଲେ । ଯେଉଁଥି ପାଇଁ ତାଙ୍କ ଘରେ ଆଇଟି ରେଡ ହୋଇଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।
ଖଣ୍ଡଗିରି ଏମ୍ସ ରୋଡ୍ରେ ସିରିଜି ଚୋରି, ୪ଟି ଔଷଧ ଦୋକାନରୁ ୧୦ ଲକ୍ଷ ଟଙ୍କା ଲୁଟ
ଭୁବନେଶ୍ୱର: ଖଣ୍ଡଗିରି ଏମ୍ସ ରୋଡ୍ରେ ସିରିଜି ଚୋରି। ୪ଟି ମେଡ଼ିସିନ ଦୋକାନରୁ ନଗଦ ୩ ଲକ୍ଷ ଓ ଔଷଧ ଚୋରି ହୋଇଛି। ନଗଦ ଟଙ୍କା ଓ ଔଷଦ ମିସାଇଲେ ୧୦ ଲକ୍ଷ ଟଙ୍କା ହେବ। ଗତକାଲି ବିଳମ୍ବିତ ରାତିରେ ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ସଟର ଭାଙ୍ଗି ଲୁଟ କରିଛନ୍ତି ଲୁଟେରା। ଏଲଇସିଡି ଏବଂ ସିସିଟିଭି କ୍ୟାମେରା ମଧ୍ୟ ଏକ ଦୋକାନରୁ ଲୁଟ କରିଛନ୍ତି। ପୋଲିସ୍କୁ ବାରମ୍ବାର ଚ୍ୟାଲେଞ୍ଚ ଦେଉଛନ୍ତି ଲୁଟେରା। ଯଦି ଦେଖିବା କିଛିଦିନ ତଳେ ସିଆର୍ପି ଛକର କିଛି ସୁନା ଦୋକାନରୁ ଲୁଟ ହୋଇଥିଲା ସୁନା। ଯେଉଁ ଲୁଟେରା ମାନଙ୍କୁ ଏପର୍ଯ୍ୟନ୍ତ ଧରିନାହିଁ ପୋଲିସ୍। ଆଉ ତାହାର କିଛି ଦିନ ପରେ ପୁଣି ସିରିଜ ଲୁଟ। ପୋଲିସ୍ର ପେଟ୍ରୋଲିଂ କମ୍ ଥିବାରୁ ଏଭଳି ହୋଇଥିବା କହିଛନ୍ତି ସ୍ଥାନୀୟ ଲୋକେ। ତେବେ ଟଙ୍କା ସହ ବେବି ଫୁଡ ହର୍ଲିକ୍ସ ମଧ୍ୟ ଚୋରୀ କରିଛନ୍ତି।
ବିଜେପି ସାଂସଦଙ୍କ ଦାଦାଗିରି, ମଞ୍ଚ ଉପରେ କୁସ୍ତିଯୋଦ୍ଧାଙ୍କୁ ମାରିଲେ ଚାପୁଡା
ରାଞ୍ଚି: ଥମୁନି ଉତ୍ତରପ୍ରଦେଶ ବିଜେପି ନେତାଙ୍କ ଦାଦାଗିରି । ଚାଷୀଙ୍କ ଉପରେ ଗାଡି ଚଢାଇ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଜେଲରେ ଥିବାବେଳେ ଏବେ ଆଉ ଜଣେ ବିଜେପି ସାଂସଦଙ୍କ ଦାଦାଗିରି ଘଟଣା ପଦାକୁ ଆସିଛି । ଭାରତୀୟ କୁସ୍ତିସଂଘର ସଭାପତି ତଥା ସାଂସଦ ବ୍ରିଜ୍ ଭୂଷଣ ଶରଣ ସିଂ ଖୋଦ୍ ମଞ୍ଚ ଉପରେ ଜଣେ ଯୁବ କୁସ୍ତିଯୋଦ୍ଧାଙ୍କୁ ଚାପୁଡା ମାରିଛନ୍ତି । ନିଜର ସାମ୍ବିଧାନିକ ମର୍ଯ୍ୟାଦା ଭୁଲି ସାଂସଦ ମାଡ ମାରିଛନ୍ତି । ରାଞ୍ଚିର ଖେଲ ଗ୍ରାମରେ ଥିବା ସହିଦ ଗଣପତ ରାୟ ଇନଡୋର ଷ୍ଟାଡିୟମରେ ଚାଲିଥିବା ୧୫ ବର୍ଷରୁ କମ୍ ବୟସ୍କ ଜାତୀୟ ରେସଲିଂ ଚମ୍ପିଆନସିପର ପ୍ରଥମ ଦିନରେ ସେ ଚାପୁଡ଼ା ମାରିଥିଲେ ।
ବ୍ରିଜ୍ ଭୂଷଣ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଚାପୁଡ଼ା ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏକ ଛୋଟିଆ ଘଟଣାକୁ ନେଇ ଯୁବ କୁସ୍ତିଯୋଦ୍ଧାଙ୍କ ସମସ୍ୟା ସମାଧାନ କରିବା ବଦଳରେ ସେ ରାଗିଯାଇ ଚାପୁଡା ମାରିଥିଲେ । ଅତିଥିଙ୍କ ଗହଣରେ ବ୍ରିଜ୍ ଭୂଷଣ ବସିଥିଲେ ମଧ୍ୟ ସେ ଏହି ଅଶାଳୀନ କାଣ୍ଡ ଘଟାଇଥିଲେ । ବ୍ରିଜ୍ ଭୂଷଣ ଶରଣ ସିଂ ଉତ୍ତରପ୍ରଦେଶ କେସିଆରଗଞ୍ଜର ଲୋକସଭା ସାଂସଦ ଅଛନ୍ତି । ପୂର୍ବରୁ ସେ ଗୋଣ୍ଡା ଲୋକସଭା ନିର୍ବାଚନମଣ୍ଡଳୀରୁ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି ।
ରାଜଧାନୀର ରେଡ୍ ଟ୍ରାକ୍ରେ ପୁଣି ଗଡ଼ିବ ମୋ ସାଇକେଲ
ଭୁବନେଶ୍ୱର: ରାଜଧାନୀରେ ସାଇକେଲ ଚାଳକଙ୍କ ପାଇଁ ଖୁସି ଖବର। ସ୍ମାର୍ଟସିଟିରେ ପୁଣି ପୂର୍ବଭଳି ଚାଲିବ ସମସ୍ତ ମୋ ସାଇକେଲ। ଏନେଇ ସ୍ମାର୍ଟସିଟି ପକ୍ଷରୁ ପଦକ୍ଷେପ ନିଆଯାଇଛି। ମୋଟ ୨ହଜାର ସାଇକେଲର ପରିଚାଳନା ଦାୟିତ୍ୱ ୩ଟି କମ୍ପାନୀକୁ ଦିଆଯାଇଥିଲା। ୟୁଲୁ, ୟାନା ଓ ହେକ୍ସି କମ୍ପାନୀ କୁ ଦିଆଯାଇଥିଲା ଦାୟିତ୍ୱ। କିନ୍ତୁ ସର୍ବାଧିକ ଏକ ହଜାର ମୋ ସାଇକେଲର ଦାୟିତ୍ୱ ନେଇଥିବା ହେକ୍ସି କମ୍ପାନୀ ଅବହେଳା ପ୍ରଦର୍ଶନ କରିଥିଲା। ତେବେ ହେକ୍ସି କମ୍ପାନି ବିରୋଧରେ ଥାନାରେ ବି ଏତଲା ଦିଆଯାଇଥିଲା। ଏଣୁ ହେକ୍ସି କମ୍ପାନୀକୁ ସ୍ମାର୍ଟସିଟି କର୍ତ୍ତୃପକ୍ଷ କଳା ତାଲିକା ଭୁକ୍ତ କରିଛନ୍ତି। ଉକ୍ତ ସାଇକେଲର ପରିଚାଳନା ଦାୟିତ୍ୱ ବର୍ତ୍ତମାନ ୟାନା କମ୍ପାନୀକୁ ଦିଆଯାଇଛି। ଏଣିକି ୧୫୦୦ ମୋ ସାଇକେଲର ପରିଚାଳନା ଓ ରକ୍ଷଣାବେକ୍ଷଣ ୟାନା ଓ ଅବଶିଷ୍ଟ ୫୦୦ ମୋ ସାଇକେଲର ଦାୟିତ୍ୱ ତୁଲାଇବ ୟୁଲୁ କମ୍ପାନୀ। ଏଭଳି ସୂଚନା ଦେଇଛନ୍ତି ସ୍ମାର୍ଟସିଟି ସିଇଓ ସଞ୍ଜୟ ସିଂ।
ତୃତୀୟ ଲହର ମୁକାବିଲା ଲାଗି ଓଡ଼ିଶା ସମର୍ଥ: ଜନସ୍ୱାସ୍ଥ୍ୟ ନିର୍ଦେଶକ
ଓଡ଼ିଶା: ବ୍ରିଟେନ୍ରେ କରୋନାର ସ୍ଥିତି ଦେଖିବା ପରେ ଏବେ ଦେଶରେ ତୃତୀୟ ଲହର ଆସିବା ଆଶଙ୍କା ଦେଖାଦେଇଛି। ବ୍ରିଟେନରେ ସଂକ୍ରମଣକୁ ନଜରରେ ରଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କରାଇଛନ୍ତି ସତର୍କ। ତୃତୀୟ ଲହର ମୁକାବିଲା ଲାଗି ଆମେ ସମର୍ଥ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ। ଯେତେ ରୋଗୀ ଚିହ୍ନଟ ହେଲେ ମଧ୍ୟ ତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯିବ। ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲ, ଘରୋଇ ହସ୍ପିଟାଲରେ ସ୍ୱତନ୍ତ୍ର ଓମିକ୍ରନ ବ୍ଲକ ରଖିବାକୁ ନିର୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ନିରଞ୍ଜନ ମିଶ୍ର। ସରକାରଙ୍କର କରୋନା ନିୟମାବଳୀ ଅନୁସାରେ ଆନ୍ତର୍ଜାତିକ ଯାତ୍ରୀଙ୍କର ସର୍ଭେଲାନ୍ସ ଚାଲିଛି।
ଓମିକ୍ରନ ଚିହ୍ନଟ ପାଇଁ ଜିନମ ସିକ୍ୱେନ୍ସିଂ ଆବଶ୍ୟକ। ତେଣୁ ସିକ୍ୱେନ୍ସିଂ ପାଇଁ ଯାଉଥିବା ନମୁନା ସଂଖ୍ୟା ବଢାଇବାକୁ କୁହାଯାଇଛି। ଏବେ ସୁଦ୍ଧା ରାଜ୍ୟକୁ ଆଟ ରିସ୍କ କଣ୍ଟ୍ରିରୁ ୧୫ ଶହରୁ ଅଧିକ ଲୋକ ଆସିଲେଣି। ଯାହା ତଥ୍ୟ ଅଛି, ଓମିକ୍ରନର ଲକ୍ଷଣ ପୂର୍ବ ଭଳି ପ୍ରାୟ ସମାନ। ଦ୍ଵିତୀୟ ଲହରରେ ଯେଉଁ ଟ୍ରିଟମେଣ୍ଟ ଥିଲା, ଏବେ ବି ତାହା ରହିଛି। ଓମିକ୍ରନ ଯୋଗୁ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ତାକୁ ସମ୍ଭାଳିବା ଲାଗି ସ୍ୱାସ୍ଥ୍ୟ ବିଭାଗ ସକ୍ଷମ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ରୋଗୀ ସଂଖ୍ୟା ବୃଦ୍ଧି ସହ ତାଳ ଦେଇ ଭିତ୍ତିଭୂମି ବଢ଼ାଯିବ। ପୂର୍ବ ପ୍ରସ୍ତୁତି ସହ ଅକ୍ସିଜେନ, ବେଡ଼, ଜରୁରି ଔଷଧ ମହଜୁଦ ରଖାଯାଉଛି। ନିୟମିତ ଏହାର ତର୍ଜମା କରାଯାଉଛି ସେହି ଅନୁପାତରେ ପ୍ରସ୍ତୁତି ଚାଲିଛି।
ଅଟୋ ଉପରେ ଓଲଟିଲା କଣ୍ଟେନର, ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଶନିବାର ସକାଳୁ ଦିଲ୍ଲୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ହିଁ ୪ ଜଣଙ୍କ ପ୍ରାଣ ବାୟୁ ଉଡ଼ି ଯାଇଛି । ଆଇଟିଓ ନିକଟ ରିଂ ରୋଡରେ ହୋଇଛି ଭୟଙ୍କର ଦୁର୍ଘଟଣା । ଗୋଟିଏ ଅଟୋରେ ୪ ଜଣ ଯାଉଥିବା ବେଳେ ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ଅଟୋଟି ଉପରେ କଣ୍ଟେନରଟି ଓଲଟି ପଡ଼ିଥିଲା । ଦୁର୍ଘଟଣାସ୍ଥଳରୁ କଣ୍ଟେନର ଚାଳକ ଜଣଙ୍କ ଫେରାର୍ ହୋଇ ଯାଇଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ଅଟୋରେ ଥିବା ୪ ଜଣଙ୍କ ପରିଚୟ ମିଳିପାରି ନାହିଁ । ମୃତକଙ୍କ ମଧ୍ୟରେ ଅଟୋ ଡ୍ରାଇଭର ମଧ୍ୟ ଥିବା କୁହାଯାଉଛି । ସକାଳ ପ୍ରାୟ ୬ଟା ୩୦ରେ ଏହି ଦୁର୍ଘଟଣା ଘଟିଥିବା ବେଳେ କଣ୍ଟେନରରୁ ଜବତ କାଗଜପତ୍ର ଯାଞ୍ଚ କରୁଛି ପୋଲିସ ।


