ଟ୍ରକ୍ ଭିତରେ ପଶିଗଲା କାର, ୫ ମୃତ

1 min read

ରାମପୁର: ଉତ୍ତରପ୍ରଦେଶରର ରାମପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଟ୍ରକ୍ ଭିତରେ ପଶିଗଲା କାର୍, ୫ ମୃତ । ଦୁର୍ଘଟଣାରେ କାର୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ଟାଣ୍ଡା ଥାନା ଅଞ୍ଚଳରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।

କାରରେ ୬ ଜଣ ଲୋକ ୟୁପି-ଉତ୍ତରାଖଣ୍ଡ ସୀମାରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ମୁରାଦାବାଦ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଆସୁଥିବା କାରଟି ନିୟନ୍ତ୍ରଣ ହରାଇ ଆଗରେ ଯାଉଥିବା ଟ୍ରକ୍ ଭିତରେ ପଶି ଯାଇଥିଲା । ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଗୁରୁତର ଆହତ ହୋଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଦୁର୍ଘଟଣା ଘଟଣା ସ୍ଥାଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ମୃତକଙ୍କ ଶବ ଜବତ କି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଟାଣ୍ଡା ଏସଡିଏମ ରାଜେଶ କୁମାରଙ୍କ ଅନୁସାରେ ଦୁର୍ଘଟଣା ସ୍ଥଳରେ ଏକ ଛକ ରହିଛି । କାରଟି ଏଠାରେ ସ୍ପିଡ ବ୍ରେକର ପାର କରୁଥିବା ବେଳେ ନିୟନ୍ତ୍ରଣ ହରାଇ ଟ୍ରକ ସହ ପିଟି ହୋଇଯାଇଥିଲା ।

Leave a Reply