ଯୋଗୀଙ୍କ ସମ୍ପତ୍ତି କେତେ ? ଜାଣନ୍ତୁ…

ନନ୍ଦିଘୋଷ ବ୍ୟୁରୋ: ଯୋଗୀଙ୍କ ସମ୍ପତ୍ତି କେତେ ? ନିଜକୁ ସନ୍ୟାସୀ କହୁଥିବା ଭାଜପାର ଏହି ଫାୟାର ବ୍ରିଗେଡ ନେତାଙ୍କ ସତରେ ସମ୍ପତି ଅଛି ତ ? ପ୍ରଥମେ ମଠର ମହନ୍ତ, ପରେ ସାସଂଦ  । ଆଉ ଏବେ ମୁଖ୍ୟମନ୍ତ୍ରୀ । ପ୍ରଥମେ ମଠର ମହନ୍ତ, ପରେ ସାସଂଦ ଏବେ ମୁଖ୍ୟମନ୍ତ୍ରୀ  ।  ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ । ଶୁକ୍ରବାର ସେ ଗୋରଖପୁର ସହରରୁ ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର  । ଆଉ ନାମାଙ୍କନ ଦାଖଲ ବେଳେ ଏଫିଡେବିଟରେ ଉଲ୍ଲେଖ କରିଛନ୍ତି ନିଜର ସମ୍ପତି ତାଲିକା । ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଖରେ ରହିଛି ୧.୫୪ କୋଟି ଟଙ୍କା ସମ୍ପତ୍ତି  ।

ୟୁପି ବିଧାନସଭା ନିର୍ବାଚନରେ ଏଥର ଯୋଗୀ ଆଦିତ୍ୟନାଥ ଅଂଶଗ୍ରହଣ କରିଛନ୍ତି । ପ୍ରଥମଥର ପାଇଁ ବିଧାୟକ ଭାବେ ଲଢୁଛନ୍ତି  । ବିଧାନପରିଷଦରୁ ନିର୍ବାଚିତ ହୋଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କମାଣ ସମ୍ଭାଳନ୍ତି ନେତା  । ପ୍ରଥମଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ବିଧାୟକ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ  । ଆଉ ଏବେ ଏହି ରେକର୍ଡରେ ସାମିଲ ହେବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ  । ଯଦି ନିର୍ବାଚନରେ ବିଜୟୀ ହୁଅନ୍ତି, ତେବେ ସେ ହେବେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ  । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନାମାଙ୍କନ ବେଳେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ପାଖରେ ମୋଟ ୧ କୋଟି ୫୪ ଲକ୍ଷ ୯୪ ହଜାର ୫୪ ଟଙ୍କାର ସମ୍ପତ୍ତି ରହିଛି । ଏଥି ମଧ୍ୟରୁ ନଗଦ ଆକାରରେ ଏବେ ୧ ଲକ୍ଷ ଟଙ୍କା ତାଙ୍କ ପାଖରେ ରହିଛି । ତେବେ ରିପୋର୍ଟ ମୁତାବିକ ୨୦୧୭ ମସିହାରେ ଯୋଗୀଙ୍କ ପାଖରେ ୯୫.୯୮ ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିବାବେଳେ ୫ ବର୍ଷ ଭିତରେ ସମ୍ପତ୍ତି ୬୦ ଲକ୍ଷ ଟଙ୍କା ବୃଦ୍ଧି ଘଟିଛି  ।

 

କେଉଁଠି କେତେ ସମ୍ପତ୍ତି ରଖିଛନ୍ତି ଯୋଗୀ ?

ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ନୁହେଁ  । ଦିଲ୍ଲୀ, ଲକ୍ଷ୍ନୌ ଓ ଗୋରଖପୁର ସହ ୬ଟି ସ୍ଥାନରେ ଅଛି ଟଙ୍କା । ଯୋଗୀଙ୍କ ରହିଛି ମୋଟ ୧୧ଟି ବ୍ୟାଙ୍କ୍ ଆକାଉଣ୍ଟ । ଆକାଉଣ୍ଟରେ ମୋଟ ୧ କୋଟି ୧୩ ଲକ୍ଷ ୭୫ ହଜାର ଟଙ୍କା ରହିଛି ।  ବୀମା ପଲିସି ଓ ନ୍ୟାସନାଲ ସେଭିଙ୍ଗ୍ ସ୍କିମରେ ୩୭.୫୭ ଲକ୍ଷ ଟଙ୍କା ରଖିଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ପାଖରେ ଏକ ସୁନା କୁଣ୍ଡଳ ମଧ୍ୟ ରହିଛି । ଏହି କୁଣ୍ଡଳର ଓଜନ ୨୦ ଗ୍ରାମ ରହିଥିବାବେଳେ  ଦାମ ରହିଛି ୪୯ ହଜାର ଟଙ୍କା । ସେହିପରି ସୁନାରେ ଏକ ରୁଦ୍ରାକ୍ଷ ମାଳା ପରିଧାନ କରିଛନ୍ତି ଯୋଗୀ   । ଏହି ରୁଦ୍ରାକ୍ଷର ଦାମ ୨୦ ଲକ୍ଷ ଟଙ୍କା  ।  କେବଳ ଏତିକି ନୁହେଁ ୧୨ ହଜାର ଟଙ୍କାର ଏକ ଫୋନ, ୮୦ ହଜାରର ଗୋଟିଏ ରାଇଫଲ ଏବଂ ୧ ଲକ୍ଷ ଟଙ୍କାର ରଇଫଲ ରଖିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ  ।

ମଠ ସନ୍ୟାସୀରୁ ରାଜନୀତିରେ ଯୋଗଦେଇଥିଲେ ଯୋଗୀ ଆଦିତ୍ୟନାଥ  । ପାଞ୍ଚ ପାଞ୍ଚ ଥର ବିଜେପିରୁ ଲୋକସଭା ନିର୍ବାଚନ ଲଢି ସାଂସଦ ହୋଅନ୍ତି ଯୋଗୀ  । ୨୦୧୭ ମସିହାରେ ବିନା ଚେହେରାରେ ୟୁପିରେ ବିଜେପି ହାସଲ କରେ ବହୁମତ  । ୪୦୩ ବିଧାନସଭା ସିଟରୁ ୩୦୦ ପ୍ଲସ ଆସନ ହାସଲ କରେ ବିଜେପି  । ଏହାପରେ ଦଳର ବିଶ୍ୱାସ ଭାଜନ ହୁଅନ୍ତି ବରିଷ୍ଠ ନେତା ଯୋଗୀ ଆଦିତ୍ୟନାଥ  । ମୁଖ୍ୟମନ୍ତ୍ରୀ ଆସନରେ ଅଭିସକ୍ତ ହୁଅନ୍ତି  ।

ଅନେକଙ୍କ ମଧ୍ୟରେ ପ୍ରଶ୍ନ ଥିଲା  । ସତରେ କଣ ସନ୍ୟାସୀଙ୍କ ସମ୍ପତ୍ତି ନାହିଁ  । ଯୋଗୀଙ୍କ ପାଖରେ ଚଙ୍କା ନାହିଁ  । ଏବେ ଖୋଦ ନିଜ ସମ୍ପତ୍ତିର ତାଲିକା ଦାଖଲ କରିଛନ୍ତି ଯୋଗୀ  ।  ମଠରେ ସିଲେକ୍ଟେଡ ହେଉଥିଲେ, ଏବେ ଇଲେକ୍ଟେଡ ହେବେ  । ମାନେ ବିଧାୟକରୁ ମୁଖ୍ୟମନ୍ତ୍ରୀ  । ନିଜକୁ ସନ୍ୟାସୀ କହୁଥିଲେ, ଏବେ ସମ୍ପତ୍ତି ତାଲିକା ଦାଖଲ କଲେ  । ତେବେ ଯୋଗୀଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ହେଉଛି  ୧ କୋଟି ୫୪ ଲକ୍ଷ ୯୪ ହଜାର ୫୪ ଟଙ୍କା  ।

 

 

 

Leave a Reply