ଭୁବନେଶ୍ବର: ରାଜ୍ୟରେ ସ୍ଥାନେ ସ୍ଥାନେ ଝିପି ବର୍ଷା ଦେଖିବାକୁ ମିଳିଛି । ପଶ୍ଚିମା ଝଡ ପ୍ରଭାବରେ ଘଡଘଡି ବିଜୁଳି ସହ ବର୍ଷା ହେଉଛି । ରାଜ୍ୟରେ କିଛି ଜିଲ୍ଲାରେ କୁଆପଥର ସହ ବର୍ଷା ଅନୁଭୂତ ହେବାର ସମ୍ଭାବନା ରହିଛି । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବା ସମ୍ଭାବନା ରହିଛି ।

୨ରୁ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ । ଆଗାମୀ ୨ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ସମ୍ଭାବନା ରହିଛି । ଘଡଘଡି ବିଜୁଳି ସହ ବର୍ଷା ପାଇଁ ୬ଟି ଜିଲ୍ଲା ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଏବଂ ଢେଙ୍କାନାଳକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିଭଳି ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ସୁନ୍ଦରଗଡ, ଦେବଗଡ ଏବଂ ଅନୁଗୁଳ ଜିଲ୍ଲାରେ ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।  ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ଆସିବ । ପାଗ ଶୁଖିଲା ରହିବା ସହ ତାପମାତ୍ରା କମିବ ।

Leave a Reply