ଠକି ଦେଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର: ଅର୍ଡର ଦେଲେ କିନ୍ତୁ ନେଲେନି । ଠକିଦେଲେ କଂଗ୍ରେସ ବିଧାୟକ । ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛି ସ୍ବୟଂ ସହାୟକ ଗୋଷ୍ଠୀ । ପାଞ୍ଚ ଲକ୍ଷ ଟଙ୍କାର ମାସ୍କ ବରାଦ ଦେଇଥିଲେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ । ୧୦ ହଜାର ମାସ୍କ ତିଆରି ପାଇଁ ଝାଳବୁହା ପରିଶ୍ରମ କଲେ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ । ବିଧାୟକଙ୍କ ଉପରେ ଭରସା କରି, ମାସ୍କ ତିଆରି କରିବାରେ ଲାଗିପଡିଲେ ମହିଳା । ଅର୍ଥ ପାଇଁ ବ୍ୟାଙ୍କରୁ ଋଣ ମଧ୍ୟ କଲେ । ଏବେ ମାସ୍କ ତିଆରି ପରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ଦେଖାନାହିଁ । ମହିଳା ସଦସ୍ୟମାନେ ତାଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେଣି ।

ଗତବର୍ଷ ଜୁନ୍‌ ମାସରେ ମୋହନାର ଜୟ ମା ଅନ୍ନପୂର୍ଣ୍ଣା ସ୍ବୟଂ ସହାୟିକା ଗୋଷ୍ଠୀକୁ ଉନ୍ନତମାନର ମାସ୍କ ତିଆରି ପାଇଁ କହିଥିଲେ ବିଧାୟକ ଦାଶରଥୀ ଗମାଙ୍ଗ । ଆଜି ନେବା କାଲି ନେବା କହି କହି ୮ ମାସ ବିତିଗଲାଣି । ମାସ୍କ ନେବା ତ ଦୂରର କଥା ଫୋନ କଲେ ଆଉ ଉତ୍ତର ଦେଉନାହାନ୍ତି । ଶେଷରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ।

ମାସ୍କଗୁଡିକରେ ବିଧାୟକଙ୍କ ନା ଓ ଟେଲିଫୋନ ନମ୍ବର ଉଲ୍ଲେଖ ରହିଛି । ଫଳରେ ପ୍ରଶାସନ ସେଗୁଡ଼ିକୁ ନେବାକୁ ମନା କରିଦେଇଛନ୍ତି । ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ସରକାର ବିଭିନ୍ନ ସହାୟତା କରୁଥିବା ବେଳେ ଜଣେ ବିଧାୟକ ଏପରି ଠକିବାକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । କରୋନା ସମୟରେ ଦୁଇ ପଇସା ରୋଜଗାର କରିବା ଆଶା ପାଣିରେ ପଡ଼ିଯାଇଛି । ୠଣ ସହ କ୍ଷତିପୂରଣ ଚିନ୍ତା ମହିଳାଙ୍କୁ ଭାରାକ୍ରାନ୍ତ କରିଛି ।

Leave a Reply