spot_img
Home Blog Page 4759

ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତ ପଟ୍ଟନାୟକ ଜଣେ ଅଭିଜ୍ଞ ଜନନେତା ଓ ପ୍ରଶାସକ ଥିଲେ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାରେ ନିଜକୁ ନିୟୋଜିତ କରିଥିଲେ ।

ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା । ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ ପଢ଼ନ୍ତୁ: ୮୧ ବର୍ଷ ବୟସରେ ୬ ଥରର ବିଧାୟକ ରାମକୃଷ୍ଣ ପଟ୍ଟନାୟକଙ୍କ ଦେହାନ୍ତ

ରାମକୃଷ୍ଣ ପଟ୍ଟନାୟକ ଅର୍ଥମନ୍ତ୍ରୀ ସହ ଏକାଧିକ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଗଞ୍ଜାମ କୋଦଳାରୁ ବିଧାନସଭାକୁ ୬ ଥର ନିର୍ବାଚିତ ହୋଇଥିଲେ ରାମକୃଷ୍ଣ । ଜନତା ପାର୍ଟି, ଜନତା ଦଳ ଓ ବିଜେଡି ଦଳ ଟିକେଟରେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ୧୯୭୧ରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାମକୃଷ୍ଣ । ପରେ ୧୯୭୭, ୧୯୮୦, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଭାଇରସ୍ ଆଲର୍ଟ ! ଇମେଲରେ ଆସୁଛି କମ୍ପ୍ୟୁଟରକୁ ଲକ୍ କରୁଛି

ନୂଆଦିଲ୍ଲୀ: ଇମେଲ୍ ଜରିଆରେ ବୁଲୁଛି ଭାଇରସ୍ । ଆପଣଙ୍କ ଟଙ୍କାକୁ କରୁଛି ଟାର୍ଗେଟ୍ । ଭାରତ ସରକାର ଏଥିଲାଗି କମ୍ପ୍ୟୁଟର ଏମର୍ଜେନସି ରେସପନ୍ସ ଟିମ୍ ବା ସିଇଆରଟି-ଇନ୍ ଜରିଆରେ ଭାଇରସ ଆଲର୍ଟ ଜାରି କରିଛନ୍ତି । ଦେଶର ଅନେକ କମ୍ପ୍ୟୁଟରରେ ଏହି ଭାଇରସ୍ ଠାବ ହେବା ପରେ ସତର୍କ ସୂଚନା ଜାରି କରାଯାଇଛି । ଡାଏଭୋଲ ରାନସମୱେର ନାମକ ଏହି ଭାଇରସ୍ ୱିଣ୍ଡୋସ୍ କମ୍ପ୍ୟୁଟର ଗୁଡ଼ିକୁ ଟାର୍ଗେଟ୍ କରୁଛି ଏବଂ ଥରେ ଏହା ଆକ୍ଟିଭ ହେଲେ କମ୍ପ୍ୟୁଟରକୁ ସମ୍ପୂର୍ଣ୍ଣ ଲକ୍ କରିଦେଉଛି । ଲକ୍ କରିଦେବା ପରେ ଏହା ୟୁଜରମାନଙ୍କୁ ବିଟ୍ କଏନ ଜରିଆରେ ଟଙ୍କା ଟ୍ରାନସଫର କରିବା ଲାଗି କହିଥାଏ । ଇମେଲ ଜରିଆରେ ଏହି ଭାଇରସ୍ ଆକ୍ଟିଭ ହୋଇଥାଏ ଏବଂ ୱାନଡ୍ରାଇଭ ସହ ଏହାର ଲିଙ୍କ ରହିଥାଏ । ଯେଉଁମାନେ ଏକ୍ଷେତ୍ରରେ ସଚେତନ ରହି ନଥାନ୍ତି ସେମାନଙ୍କ କମ୍ପ୍ୟୁଟର ସିଷ୍ଟମ ସମ୍ପୂର୍ଣ୍ଣ ଲକ୍ ହୋଇଯାଇଥାଏ ।

Alert From Government Internet Virus Spreading Via Email

ଏପରିକି ଅନେକ ଫାଇଲ୍ ଡିଲିଟ୍ ହୋଇଯାଇଥାଏ । ସରକାରଙ୍କ ପକ୍ଷରୁ କୁହାଯାଇଛି ଏହି ଭାଇରସ୍ Microsoft Visual C, C++ କମ୍ପାଇଲର ଦ୍ୱାରା ସଂଯୁକ୍ତ ହୋଇଥାଏ ଏବଂ ୟୁଜର ମୋଡ୍ ଆସିନକ୍ରୋନୋସ ପ୍ରସିଡ୍ୟୁର କଲସ୍ ବା ଏପିସିକୁ ବ୍ୟବହାର କରି ସମସ୍ତ ଫାଇଲକୁ ଲୁଚାଇ ଦେଇଥାଏ ବା ଡିଲିଟ୍ କରିଦେଇଥାଏ । ସିଇଆରଟି-ଇନ୍ ଅନୁସାରେ ଡାଏଭୋଲ ଭାଇରସ୍ ବ୍ୟାପକ ମାତ୍ରାରେ ଇମେଲ୍ ଜରିଆରେ ପରିବ୍ୟାପ୍ତ ହେଉଛି । ୱାନ୍ ଡ୍ରାଇଭ ଲିଙ୍କ୍ ଜରିଆରେ ଏହି ଭାଇରସ୍ ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ ଦେଇ ୟୁଜରଙ୍କୁ ବ୍ଲାକମେଲ କରିଥାଏ ଏବଂ ବିଟକଏନ ଜରିଆରେ ଟଙ୍କା ଜମା କରିବା ଲାଗି କହିଥାଏ । ନଚେତ୍ କମ୍ପ୍ୟୁଟରକୁ ସମ୍ପୂର୍ଣ୍ଣ ଅକାମୀ କରିଦେଇଥାଏ । ଥରେ ଏହା ଆକ୍ଟିଭ ହୋଇଗଲେ ଏକ ରିମୋଟ ସର୍ଭର ଜରିଆରେ କମ୍ପ୍ୟୁଟରକୁ ପଞ୍ଜିକୃତ କରି ଦେଇଥାଏ ।

ଏହା ପରେ କମ୍ପ୍ୟୁଟର ବନ୍ଦ ହୋଇଯିବା ସହ ଡେସ୍କଟପ ୱାଲପେପର ବଦଳି ଯାଇଥାଏ ଏବଂ ଏକ ମେସେଜ ଆସିଥାଏ । ଏହି ବିପଦରୁ ରକ୍ଷା ପାଇବା ଲାଗି ୟୁଜରମାନେ ଅପଡେଟ ସଫ୍ଟୱେର ଇନଷ୍ଟାଲ କରିବାକୁ କୁହାଯାଇଛି । ଏହି ବିପଦଗୁଡ଼ିକୁ ଚିହ୍ନଟ କରିବା ଲାଗି ସମସ୍ତ ଇନକମିଂ ଓ ଆଉଟ ଗୋଇଙ୍ଗ୍ ଇମେଲ ଗୁଡ଼ିକୁ ସ୍କାନ କରିବାକୁ ପରାମର୍ଶ ଦିଆଯାଇଛି । ଏହାଛଡା ସିକ୍ୟୁରିଟି ଜୋନରେ ନେଟୱର୍କ ସେଗମେଣ୍ଟେସନ ଓ ସେଗ୍ରିଗେସନ ପ୍ରକ୍ରିୟା କରିବା ଲାଗି ମଧ୍ୟ କୁହାଯାଇଛି । ଏହା ଦ୍ୱାରା ସ୍ପର୍ଶକାତର ସୂଚନାଗୁଡ଼ିକୁ ସୁରକ୍ଷିତ ରଖାଯାଇ ପାରିବ । ଯଦି ୟୁଜରମାନେ ସେମାନଙ୍କ ରିମୋଟ ଡେସ୍କଟପ୍ ପ୍ରୋଟୋକଲ ବା ଆଇଡିପି ବ୍ୟବହାର କରୁନଥାନ୍ତି ତେବେ ତାହାକୁ ଡିଜାବଲ କରିବା ଲାଗି କୁହାଯାଇଛି ।

୮୧ ବର୍ଷ ବୟସରେ ୬ ଥରର ବିଧାୟକ ରାମକୃଷ୍ଣ ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ । ୮୧ ବର୍ଷ ବୟସରେ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରାମକୃଷ୍ଣଙ୍କ ପରଲୋକ ଘଟିଛି । ଏ ନେଇ ସୂଚନା ଦେଇଛନ୍ତି ରାମକୃଷ୍ଣଙ୍କ ଝିଅ ଅନୀତା ।

Senior Politician Ramkrushna Patnaik Passes Away

ରାମକୃଷ୍ଣ ପଟ୍ଟନାୟକ ଅର୍ଥମନ୍ତ୍ରୀ ସହ ଏକାଧିକ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଗଞ୍ଜାମ କୋଦଳାରୁ ବିଧାନସଭାକୁ ୬ ଥର ନିର୍ବାଚିତ ହୋଇଥିଲେ ରାମକୃଷ୍ଣ । ଜନତା ପାର୍ଟି, ଜନତା ଦଳ ଓ ବିଜେଡି ଦଳ ଟିକେଟରେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ ।

୧୯୭୧ରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାମକୃଷ୍ଣ । ପରେ ୧୯୭୭, ୧୯୮୦, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଓମିକ୍ରନ୍ ଆଣିପାରେ ତୃତୀୟ ପ୍ରବାହ, ନିର୍ବାଚନ ରାଲିରେ ଭିଡ଼ ରୋକିବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ନିବେଦନ

ଲକ୍ଷ୍ନୌ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆଣିପାରେ ତୃତୀୟ ଲହର । ଓମିକ୍ରନ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ଚିନ୍ତାବ୍ୟକ୍ତ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଗୁରୁବାର ହାଇକୋର୍ଟ ପ୍ରଧାନମନ୍ତ୍ରୀ ମୋଦି ଓ ନିର୍ବାଚନ ଆୟୋଗଙ୍କୁ ଉତ୍ତରପ୍ରଦେଶ ନିର୍ବାଚନ ଘୁଞ୍ଚାଇବା ସହ ରାଲି ଉପରେ ପ୍ରତିବନ୍ଧକ ଲଗାଇବା ଲାଗି ଅପିଲ୍ କରିଛନ୍ତି ।

କୋର୍ଟ କହିଛନ୍ତି, ରାଜନୈତିକ ଦଳଗୁଡ଼ିକ ଟିଭି ଓ ସମ୍ବାଦପତ୍ରରେ ପ୍ରଚାର କରିବାକୁ କୁହାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି କୋର୍ଟ କହିଛନ୍ତି, ଦଳ ଗୁଡ଼ିକର ନିର୍ବାଚନ ସଭା ଓ ରାଲିକୁ ବନ୍ଦ ପାଇଁ କଡ଼ା ପଦକ୍ଷେପ ନିଆଯାଉ । ବିଚାରପତି ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନିର୍ବାଚନ ଘୁଞ୍ଚାଇବା ଉପରେ ବିଚାର କରନ୍ତୁ । କାରଣ ଜାନ ହୈ ତ, ଜହାନ ହୈ ।

ଦୈନିକ ସମ୍ବାଦପତ୍ର ଅନୁସାରେ ୨୪ ଘଣ୍ଟାରେ ୬ ହଜାର ନୂଆ ମାମଲା ଆସିଥିବା ବେଳେ ୩୧୮ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି କୋର୍ଟ । ପ୍ରତିଦିନ ଏହି ସଂକ୍ରମଣ ବଢ଼ିବାରେ ଲାଗିଛି । ମହାମାରୀକୁ ଦେଖି ଚୀନ, ନେଦରଲାଣ୍ଡ, ଆର୍ୟଲାଣ୍ଡ, ଜର୍ମାନୀ, ସ୍କଟଲାଣ୍ଡ ଭଳି ଦେଶ ଲକଡାଉନ୍ ଲାଗୁ କରିଛନ୍ତି ।

ଚୋରି ଜିନିଷ ଫେରାଇ ଭାବବିହ୍ୱଳ ହେଲା ଚୋର, ଜାଣିନଥିଲି ଆପଣ ଏତେ ଗରିବ…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାନ୍ଦାରୁ ଚୋରିର ଏକ ରୋଚକ କାହାଣୀ ସାମ୍ନାକୁ ଆସିଛି । ଯେଉଁଠି ଜଣେ ଚୋର ଏକ ୱେଲ୍ଡିଂ ଦୋକାନରୁ ହଜାରେରୁ ଅଧିକ ଟଙ୍କାର ସାମଗ୍ରୀ ଚୋରି କରିଥିଲା । ଚୋରି ପରେ ପୀଡ଼ିତଙ୍କ ଚିନ୍ତା ଦେଖି ଚୋରର ହୃଦୟ ତରଳି ଯାଇଛି । ଭାବବିହ୍ୱଳ ହୋଇ ଚୋର ଗୋଟି ଗୋଟି କରି ସମସ୍ତ ଚୋରି ସାମଗ୍ରୀ ଫେରାଇ ଦେବା ସହ କ୍ଷମା ମାଗିଛି ।

ଚୋର ଏକ ବସ୍ତା ଓ ଡବାରେ ସମସ୍ତ ଜିନିଷ ପ୍ୟାକ କରି ଭୁଲ୍ କରିଥିବା ଏକ କାଗଜରେ ଲେଖି ଫେରାଇ ଦେଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ, ବିସଣ୍ଡା ଥାନା ଅଞ୍ଚଳର ଚନ୍ଦ୍ରାୟଲ ଗାଁରେ ରୁହନ୍ତି ଦିନେଶ ତିୱାରୀ । ତାଙ୍କର ଆର୍ଥିକ ଅବସ୍ଥା ବେଶ୍ ଖରାପ । କିଛିବର୍ଷ ତଳେ ୪୦ ହଜାର ଟଙ୍କା ଧାର କରି ଘର ତିଆରି କରିଥିଲେ । ସବୁଦିନ ଭଳି ଡିସେମ୍ବର ୨୦ ସକାଳେ ଦୋକାନ ଖୋଲିବାକୁ ପହଞ୍ଚିଥିଲେ ଦିନେଶ । ଆଉ ଦେଖିଥିଲେ ଭଙ୍ଗା ଯାଇଛି ଦୋକାନର ତାଲା, ଚୋରି ହୋଇ ଯାଇଛି ସାମଗ୍ରୀ ।

ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ୨୨ ଡିସେମ୍ବରରେ ଜଣାପଡ଼ିଥିଲା କି ତାଙ୍କର ଚୋରି ହୋଇଥିବା ଜିନିଷ ଘର ଠାରୁ କିଛି ଦୂରରେ ଖାଲି ସ୍ଥାନରେ ପଡ଼ିଛି । ଚୋର ଦିନେଶଙ୍କ ସାମଗ୍ରୀଙ୍କୁ ଗାଁର ଏକ ଖାଲି ସ୍ଥାନରେ ରଖି ଦେଇଥିଲା । ଫେରାଇଥିବା ସାମଗ୍ରୀ ସହ ଚୋର ଏକ ପେପର ନୋଟ ଦେଇଥିଲା । ଯେଉଁଥିରେ ଲେଖାଥିଲା, ଏହା ଦିନେଶ ତିୱାରୀଙ୍କ ସାମଗ୍ରୀ । ମୁଁ ବାହାର ଲୋକଙ୍କ ଠାରୁ ଆପଣଙ୍କ ବିଷୟରେ ଶୁଣିଲି । ଭୁଲ୍ ଠିକଣା ଯୋଗୁଁ ମୋର ଭୁଲ୍ ହୋଇ ଯାଇଛି ।

କରୋନାରୁ ’ଜୱାଦ୍’, କେମିତି ସଫଳ ମୁକାବିଲା କରିଥିଲା ଓଡ଼ିଶା ?

ମହାମାରୀ ସହ ଯୁଝୁଥିଲା ବିଶ୍ୱ । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା ଭାରତ । ଦେଶର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସଞ୍ଜିବନୀ ଯୋଗାଇଥିଲା ଓଡ଼ିଶା । ବିଦାୟ ବର୍ଷ ୨୦୨୧ରେ ଓଡ଼ିଶା ଦେଶ ପାଇଁ ପାଲଟିଥିଲା ରାହା । ସାମୁଦ୍ରିକ ଝଡ଼ ‘ୟାସ୍’ ଓଡ଼ିଶା ଉପକୂଳ ମୁହାଁଉଥିବା ବେଳେ ଅନ୍ୟ ରାଜ୍ୟକୁ ଟନ୍ ଟନ୍ ଅମ୍ଲଜାନ ପଠାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ରାଜ୍ୟ । ଝଡ଼ର ମାଡ଼ ଭିତରେ ଅନ୍ୟ ରାଜ୍ୟରେ ଓଡ଼ିଶା ପହଞ୍ଚାଇଥିଲା ନିଶ୍ୱାସ । ଯାହାକୁ ନେଇ ଅନ୍ତର୍ଜାତୀୟ ମେଡିକାଲ୍ ଜର୍ଣ୍ଣାଲ ଦ ଲାନସେଟ୍ ମଧ୍ୟ ଓଡ଼ିଶାକୁ ପ୍ରଂଶସା କରିଥିଲା ।

ଓଡ଼ିଶା ବାଣ୍ଟିଥିଲା ସଞ୍ଜିବନୀ

କରୋନାର ପ୍ରଥମ ପ୍ରବାହ ଭଳି ଦ୍ୱିତୀୟ ପ୍ରବାହରେ ଆଗୁଆ ସତର୍କ ହୋଇଥିଲା ଓଡ଼ିଶା । ସଂକ୍ରମଣର ଚେନରେ ବ୍ରେକ୍ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିଲେ ୬ ସୂତ୍ରୀ ମନ୍ତ୍ର । ବଢ଼ାଇଥିଲେ କରୋନା ଯୋଦ୍ଧାଙ୍କ ମନୋବଳ । କେନ୍ଦ୍ରର ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ମାଗଣା କୋଭିଡ୍ ଟିକା ଘୋଷଣା କରିବା ସହ ଆଗୁଆ ଅର୍ଡର ମଧ୍ୟ ଦେଇଥିଲେ । ଏତିକିରେ ଅଟକି ନଥିଲେ ମୁଖ୍ୟମନ୍ତ୍ରୀ । କୋଭିଡ୍ ଟିକା ପାଇଁ ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଶ୍ୱସ୍ତରରେ ଡାକିଥିଲା ଟେଣ୍ଡର । ଅନଲାଇନରେ କୋଭିଡ୍ ପରୀକ୍ଷା ରିପୋର୍ଟ ପାଇଁ ସରକାର ଆରମ୍ଭ କରିଥିଲେ ୱେବସାଇଟ୍ ।

ମହାମାରୀ ସହ ଓଡ଼ିଶା ଲଢ଼ୁଥିବା ବେଳେ ମାଡ଼ି ଆସିଥିଲା ବିପର୍ଯ୍ୟୟ । ଉତ୍ତର ଓଡ଼ିଶାରେ ତାଣ୍ଡବ ରଚିଥିଲା ବାତ୍ୟା ‘ୟାସ୍’ । ପ୍ରବଳ ବର୍ଷା, ପବନ ଭିତରେ ଓଡ଼ିଶା ବିଭିନ୍ନ ରାଜ୍ୟକୁ ବାଣ୍ଟି ଚାଲିଥିଲା ସଞ୍ଜିବନୀ । ଟନ୍ ଟନ୍ ଅମ୍ଲଜାନ ଓଡ଼ିଶା ଅନ୍ୟ ରାଜ୍ୟକୁ ପଠାଇ କରୋନା ଆକ୍ରାନ୍ତଙ୍କୁ ନୂଆ ପ୍ରାଣ ଦେଇଥିଲା । ଯେଉଁଥିପାଇଁ ଜାତୀୟ ସହ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଂଶସିତ ହୋଇଥିଲା ଓଡ଼ିଶା । ଅନ୍ତର୍ଜାତୀୟ ମେଡିକାଲ ଜର୍ଣ୍ଣାଲ ଦ ଲାନସେଟ୍ ମଧ୍ୟ ଓଡ଼ିଶାକୁ ପ୍ରଂଶସା କରିଥିଲା । ଉଚ୍ଚକୋଟୀର କୋଭିଡ୍ ଡ୍ୟାସବୋର୍ଡ ପାଇଁ ଓଡ଼ିଶାକୁ ମିଳିଥିଲା ଟେକ୍ ସଭା ଆୱାର୍ଡ ।

https://twitter.com/i/status/1397449000941326337

କୋଭିଡର ଦ୍ୱିତୀୟ ପ୍ରବାହର ସଫଳ ମୁକାବିଲା କରିଥିବା ଓଡ଼ିଶା ଏବେ ତୃତୀୟ ପ୍ରବାହକୁ ସାମ୍ନା କରିବାକୁ ପ୍ରସ୍ତୁତ । କୋଭିଡ୍ ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇ ଯାଇଥିବା ବେଳେ ସରକାର ରାସନ କାର୍ଡ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏ ଯୋଗାଇ ଦେଇଛନ୍ତି । ତା ସହ ୨୦୨୨ ମାର୍ଚ୍ଚ ଯାଏ ଅତିରିକ୍ତ ୫ କେଜି ମାଗଣା ଚାଉଳ ଯୋଗାଇ ଦେବେ ସରକାର ।

ଭାର ନୁହେଁ ଓଡ଼ିଶା

କରୋନା ବେଳେ ବାତ୍ୟା ମାଡ଼ ହୋଇଥିଲେ ବି କେନ୍ଦ୍ର ଉପରେ ଅନୁଦାନ ପାଇଁ ଚାପ ପକାଇ ନଥିଲେ ସରକାର । ନିଜସ୍ୱ ପାଣ୍ଠିରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ । ଯେଉଁଥିପାଇଁ ସମଗ୍ର ଦେଶରେ ଓଡ଼ିଶା ଚର୍ଚ୍ଚାକୁ ଆସିଥିଲା । ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ ୭ ଦିନିଆ ରିଲିଫ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ୧୨୮ ଜଳବନ୍ଦୀ ଗାଁର ଲୋକଙ୍କୁ ରନ୍ଧା ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ବାତ୍ୟାର ୨୪ ଘଣ୍ଟା ମଧ୍ୟରେ ସ୍ୱଭାବିକ ହୋଇଥିଲା ୮୦ ପ୍ରତିଶତ ବିଦ୍ୟୁତ୍ ସେବା ।

How Odisha Successfully Handled Corona And Cyclone In 2021

ବର୍ଷ ଶେଷକୁ ଆଉ ଏକ ସାମୁଦ୍ରିକ ଝଡ଼ ‘ଜୱାଦ୍’ ଓଡ଼ିଶା ମୁହାଁ ହୋଇଥିଲା । ‘ଜୱାଦ୍’ ମୁକାବିଲା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେବା ସହ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ଆରମ୍ଭ କରିଥିଲା । ଆଶ୍ୱସ୍ତିର କଥା ‘ଜୱାଦ୍’ ସମୁଦ୍ରରେ ହିଁ ଦୁର୍ବଳ ହୋଇ ଯାଇଥିଲା । ଏବେ ବର୍ଷ ୨୦୨୧ ସରୁଥିବା ବେଳେ ଥମିନି ମହାମାରୀ କରୋନା । ପ୍ରତିବର୍ଷ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ଓଡ଼ିଶା ଦୀର୍ଘ ମିଆଦୀ ଯୋଜନା ପାଇଁ କେନ୍ଦ୍ର ନିକଟରେ ଦାବି ରଖିଛି ।

ଉଠା ଦୋକାନୀଙ୍କୁ ଆଜି କୋଭିଡ୍ ସହାୟତା ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି କରୋନା । ମହାମାରୀ ଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି ରାସ୍ତାକଡ଼ର ଉଠା ଦୋକାନୀ । କରୋନା ପାଇଁ ସେମାନଙ୍କର ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ଉଠାଦୋକାନୀଙ୍କ ଜୀବନ ଜୀବିକାକୁ ଟ୍ରାକକୁ ଆଣିବାକୁ ଆଜି ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାସ୍ତା କଡ଼ର ଉଠା ଦୋକାନୀଙ୍କୁ ପ୍ରଦାନ କରାଯିବ ୩ ହଜାର ଟଙ୍କାର ସହାୟତା ରାଶି ।

CM Naveen Patnaik To Give Covid Assistance To Street Vendor

ଭର୍ଚୁଆଲରେ ଦିନ ୧୧ଟା ୩୦ ମିନିଟରେ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୫ ମହାନଗର ନିଗମ ଭୁବନେଶ୍ୱର ସମେତ ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, କଟକରେ ସହାୟତା ପ୍ରଦାନର ଶୁଭାରମ୍ଭ କରିବେ ନବୀନ । ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ସହାୟତା ଦିଆଯିବ ।

୨୩ ଥାନାରେ ୮ ହଜାର ୯୬୭ଟି ମାମଲା

ଭୁବନେଶ୍ୱର: କମିଶନରେଟ ପୋଲିସର ଭୁବନେଶ୍ୱର ୟୁପିଡର ୨୩ଟି ଥାନାରେ ମାମଲା ରୁଜୁ ଓ ତଦନ୍ତ ଶେଷ ନେଇ ବାର୍ଷିକ ରିପୋର୍ଟ କାର୍ଡ । ଚଳିତ ବର୍ଷ ଡିସେମ୍ବର ୨୦ ତାରିଖ ସୁଦ୍ଧା ୮ ହଜାର ୯୬୭ ଟି ମାମଲା ରୁଜୁ ହୋଇଛି । କ୍ୟାପିଟାଲ ଥାନାରେ ସର୍ବାଧିକ ୮୨୪ ଟି ମାମଲା ରୁଜୁ ହୋଇଥିବାବେଳେ ଜଟଣୀ ଥାନାରେ ୬୮୧ ଟି ଏବଂ ଖଣ୍ଡଗିରି ଥାନାରେ ୬୪୬ ଟି ମାମଲା ରୁଜୁ ହୋଇଛି । ସେହିପରି ନନ୍ଦନକାନନ, ମହିଳା ଥାନା ଏବଂ ଧଉଳି ଥାନାରେ ୧୪୬, ୧୬୨ ଏବଂ ୧୯୬ ଟି ମାମଲା ହୋଇଛି ।

ଗତବର୍ଷ ଭୁବନେଶ୍ୱରରେ ମୋଟ ୭ ହଜାର ୬୭୪ ଟି ମାମଲା ରୁଜୁ ହୋଇଥିବା ବେଳେ ଏ ବର୍ଷ ଅଧିକ ୨୯୩ ଟି ମାମଲା ପଞ୍ଜୀକୃତ ହୋଇଛି । ସେହିପରି ଚଳିତ ବର୍ଷ ଡିସେମ୍ବର ୨୦ ସୁଦ୍ଧା ଭୁବନେଶ୍ୱରର ବିଭିନ୍ନ ଥାନାରେ ମୋଟ ୧୧ ହଜାର ୨୦୨ ଟି ମାମଲାର ତଦନ୍ତ ଶେଷ କରିଛି ପୋଲିସ । ସେଥିମଧ୍ୟରୁ ସହିଦନଗର ଥାନା ସର୍ବାଧିକ ୯୯୦ ଟି ମାମଲାର ତଦନ୍ତ ଶେଷ କରିଛି ।

ଖଣ୍ଡଗିରି ୮୯୬ ଓ ମଞ୍ଚେଶ୍ୱର ଥାନାରେ ୭୮୬ ଟି ମାମଲାର ତଦନ୍ତ ଶେଷ ହୋଇଛି । ୨୦୨୧ରେ ୧ ହଜାର ୩୧୫ ଥର ଭିଭିଆଇପି, ଭିଆଇପି ଗସ୍ତ ପାଇଁ ହୋଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ୧ ହଜାର ୪୨୨ ଥର ସୁରକ୍ଷା ବ୍ୟବସ୍ଥା କରିଥିଲା ପୋଲିସ । ଡିସିପି ଅଫିସରେ ଥିବା CASE CLOSURE UNIT ତଦନ୍ତ ଶେଷ କରିବା ପାଇଁ ତଦନ୍ତକାରୀ ଅଫିସରମାନଙ୍କ ଉପରେ ନ୍ୟସ୍ତ ଥିବା ମାମଲା ଗୁଡିକର ସମୀକ୍ଷା କରିବା ସହିତ ତୁରନ୍ତ ତଦନ୍ତ ଶେଷ କରିବା ପାଇଁ ସହଯୋଗ କରିଥିଲେ ।

ଅପରାହ୍ନରେ ରାଜ୍ୟ କ୍ୟାବିନେଟ, କଣ ହେବ ନିଷ୍ପତ୍ତି ?

ଭୁବନେଶ୍ୱର: ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ୩୦ରେ ବସିବ କ୍ୟାବିନେଟ ବୈଠକ । ବୈଠକରେ 10ରୁ 12ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ନେଇ ସୂଚନା ରହିଛି  । ଅନୁଦାନପ୍ରାପ୍ତ କଲେଜକୁ ସପ୍ତମ ବେତନ କମିଶନ ଦରମାଭୁକ୍ତ କରାଯିବା ନେଇ ସମ୍ଭାବନା ରହିଛି ।

ସେହିପରି ଭେଟେନାରୀ କ୍ୟାଡର ପୁନର୍ଗଠନକୁ ବୈଠକରେ ମଞ୍ଜୁରୀ ମିଳିପାରେ ସମ୍ଭାବନା । ପୂର୍ବ କ୍ୟାବିନେଟ ବୈଠକରେ ସେହିପରି ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ  । ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ଦୁର୍ବିପାକୁ ରାଜ୍ୟବାସୀ ସହ୍ୟ କରୁଛନ୍ତି  । ତେଣୁ ଘର ସଜାଡ଼ିବାକୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ ନେଇ ଘୋଷଣା କରିଥିଲେ  ।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଝୋଡ଼ିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ ଦାବିରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ । ଝୋଡ଼ିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ବିଜେଡି ସାଂସଦ ଏନ. ଭାସ୍କର ରାଓ ସାକ୍ଷାତ କରି ଦାବି କରିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ ଧରି ଆଲୋଚନା ହୋଇଥିଲା ।

ଝୋଡ଼ିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି । ଏ ଦିଗରେ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ଅର୍ଜନ ମୁଣ୍ଡାଙ୍କୁ ବିଜେଡି ସାଂସଦ ଏନ୍‌. ଭାସ୍କର ରାଓ ଅନୁରୋଧ କରିଛନ୍ତି । ସଂସଦର ଆସନ୍ତା ବଜେଟ୍ ଅଧିବେଶନ ପୂର୍ବରୁ ଏ ସମ୍ପର୍କରେ ଆଲୋଚନା କରି ପଦକ୍ଷେପ ନେବାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରତିଶ୍ରୁତି ଦେଇଥିବା ବିଜେଡି ସାଂସଦ ଏନ୍‌. ଭାସ୍କର ରାଓ କହିଛନ୍ତି ।