୧୮ ଘଣ୍ଟା ପରେ ଜୀଅନ୍ତା ଉଦ୍ଧାର

1 min read

ଗୁରୁଗାଓଁ: ଗତକାଲି ସନ୍ଧ୍ୟାରେ ଦିଲ୍ଲୀର ସେଟ ଗୁରୁଗାଓଁରେ ବିଲ୍ଡିଂ ଭୁଶୁଡ଼ି ଫସିଥିବା ଭାରତୀୟ ରେଳବାଇର ଇଞ୍ଜିନିୟରିଂ ସର୍ଭିସର ଅଫସିର ଅରୁଣ ଶ୍ରୀବାସ୍ତଙ୍କଙ୍କୁ ଜୀବତ ଉଦ୍ଧାର କରାଯାଇଛି । ୧୮ ଘଣ୍ଟାର ଅପରେସନ ପରେ ତାଙ୍କୁ ଭୁଶୁଡ଼ି ପଡିଥିବା ବିଲ୍ଡିଂ ତଳୁ ଉଦ୍ଧାର କରାଯାଇଛି । ବିଲ୍ଡିଂ ଧସିବା ପରେ ତାଙ୍କ ଗୋଡ ଭଙ୍ଗା କଂକ୍ରିଟ ଭିତରେ ଫସି ରହିଥିଲା । ଉଦ୍ଧାର ପରେ ତାଙ୍କୁ ମେଡିକାଲ ଚେକଅପ କରାଯିବା ପରେ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଏବେ ଉଦ୍ଧାରକାରୀ ଦଳ ବିଲ୍ଡିଂର ପ୍ରଥମ ମହଲାରେ ଫସିଥିବା ଜଣେ ମହିଳାଙ୍କ ଉଦ୍ଧାରରେ ଲାଗିଛନ୍ତି । ଏପଟେ ଦୁର୍ଘଟଣା ତଦନ୍ତ ଆରମ୍ଭ ହୋଇଛି । ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ପ୍ରାୟ ୬ଟାରେ ଗୁରୁଗାଓଁ ସେକ୍ଟ ୧୦୯ ଚିନ୍ତଲ ପେରାଡାଇସ୍ ହାଇ ରାଇଜ ସୋସାଇଟର ଡି-ବ୍ଲକରେ ଘଟିଛି ।  ଷଷ୍ଠ ମହଲାରେ ମରାମତି କାମ ଚାଲିଥିବା ବେଳେ ଏକ ଫ୍ଲାଟର ଡ୍ରଇଙ୍ଗ ରୁମ୍ ଭାଙ୍ଗି ଯାଇଥିଲା । ଏହାପରେ ଉପରୁ ତଳ ପର୍ଯ୍ୟନ୍ତ ସବୁ ମହଲାର ଛାତ ଓ ଫ୍ଲୋର କ୍ଷତିଗ୍ରସ୍ତ ହୋଇଛି । ଗ୍ରାଉଣ୍ଡ ଫ୍ଲୋରରୁ ୬ଷ୍ଠ ମହଲା ପର୍ଯ୍ୟନ୍ତ କିଛି ଫ୍ଲାଟ ବନ୍ଦ ଥିବାରୁ ବଡ ଧରଣର ଜୀବନହାନୀ ହୋଇନାହିଁ । ତଥାପି ଯେଉଁ ଫ୍ଲାଟରେ ଲୋକ ରହୁଥିଲେ ସେମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ଛାତ ଭୁଶୁଡ଼ିବା ପରେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି । ଲନଡିଆରଏଫର ୩ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦୁର୍ଘଟଣାକୁ ନେଇ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିବା ସହ ନିଜେ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ।

Leave a Reply