spot_img
Home Blog Page 4758

ଯୋଡ଼ା ଶିଶୁ ବୋଲି ଛାଡ଼ିଦେଇଥିଲେ ଆଉ ଏବେ…

0

ଅମୃତସର : ଏମିତି ଅଜବ ଶରୀର ଯୋଗୁଁ ବାପା, ମା’ ଛାଡ଼ିଦେଇଥିଲେ, ଆଉ ଏବେ ସରକାରୀ ଚାକିରି ପାଇଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଅମୃତସର ସହରରେ । ସୋହନା ଏବଂ ମୋହନା ଦୁଇ ଯାଆଁଳା ଭାଇ । ବର୍ତ୍ତମାନ ଉଭୟଙ୍କୁ ପଞ୍ଜାବ ବିଦ୍ୟୁତ୍ ନିଗମରେ ନିଯୁକ୍ତି ମିଳିଛି । ଏଠାକାର ଜଣେ ଅଧିକାରୀଙ୍କ କହିବାନୁସାରେ ଡିସେମ୍ୱର ୧୯ରେ ଏମାନଙ୍କୁ ନିଯୁକ୍ତି ମିଳିଥିବା ବେଳେ ୨୦ ତାରିଖରୁ ଉଭୟ କାମ କରିବା ଆରମ୍ଭ କରିଦେଇଥିଲେ । ପିଏସପିସିଏଲର ବିଦ୍ୟୁତ୍ ସରବରାହ ବିଭାଗରେ ନିରୀକ୍ଷକ ଭାବେ ଏମାନଙ୍କୁ ନିଯୁକ୍ତି ମିଳିଥିବା ସୂଚନା ରହିଛି ।

ପଞ୍ଜାବ ବିଦ୍ୟୁତ୍ ନିଗମରେ ନିଯୁକ୍ତି ମିଳିଥିବାରୁ ଉଭୟ ଭାଈ ବହୁତ ଖୁସି ଥିବା କହିଛନ୍ତି । ନିଯୁକ୍ତି ମିଳିଥିବାରୁ ଉଭୟ ପଞ୍ଜାବ ସରକାର ଏବଂ ପିଙ୍ଗଲୱାଡ଼ା ସଂସ୍ଥାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯୋଡ଼ା ଶରୀର ଦୁଇ ଭାଇ ଆଇଟିଆଇ ପାସ୍ କରିଥିଲେ ଏହାପରେ ଦୁହେଁ ଆତ୍ମନିର୍ଭର ହେବାକୁ ଉଦ୍ୟମ ଜାରି ରଖିଥିଲେ । ପ୍ରଥମେ ଇଲେକ୍ଟ୍ରିକାଲରେ ଡିପ୍ଲୋମା କରି ୱାର୍କସପ୍ କରିଥିଲେ । ତେବେ ପରେ ରାଜ୍ୟ ସରକାର ଚାକିରି ପାଇଁ ଆବେଦନ କରିଥିଲେ । ପ୍ରବେଶିକା ପରୀକ୍ଷା ଓ ସାକ୍ଷାତକାରରେ ସଫଳ ହେବା ପରେ ଦୁହିଁଙ୍କୁ ନିଯୁକ୍ତି ଦେଇଛନ୍ତି ପଞ୍ଜାବ ସରକାର । ଏବଂ ଦୁହିଁଙ୍କ ମାସିକ ଦରମା ୨୦ ହଜାର । ଦୁହେଁ ୨୦୦୩ରେ ସୁଚିତା କ୍ରିପାଳିନୀ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ଦୁହିଁଙ୍କୁ ବାପା, ମା’ ଛାଡ଼ିଦେବା ପରେ ଏମାନଙ୍କୁ ଦିଲ୍ଲୀ ଏମସକୁ ନିଆଯାଇଥିଲା । ହେଲେ ସେଠାରେ ଦୁହିଁଙ୍କୁ ଅଲଗା କରାଯାଇପାରିନଥିଲା ।

ମୋବାଇଲ ଓ ମିଠା ପାଇଁ ବିଦ୍ୟୁତ୍ ଟାଓ୍ୱାର ଉପରେ ବସିଛି ଯୁବକ

ପାଟନା: ବିହାରରେ ଅମାନିଆ ଯୁବକଙ୍କ ଉନ୍ମତ୍ତକାଣ୍ଡ । ମିଠା ଓ ମୋବାଇଲ ଦାବିରେ ବିଦ୍ୟୁତ୍ ଟାଓ୍ୱାର ଉପରେ ବସି ରହିଛି ଅମାନିଆ ଯୁବକ । ଏହି ଘଟଣା ଦେଖିବାକୁ ମିଳିଛି ବିହାରର ମୁଜାଫରନଗରରେ । ଅମାନିଆ ଯୁବକଙ୍କ ଅଜବ ଦାବିରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟାଓ୍ୱାର ଉପରେ ବସି ରହିଛନ୍ତି । ଯାହା ଫଳରେ ସେହି ଅଞ୍ଚଳରେ ୧୮ ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିଛି । ଏହି ଖବର ପ୍ରସାରିତ ହେବା ପରେ ଘଟଣାସ୍ଥଳରେ ବିଦ୍ୟୁତ ବିଭାଗର କର୍ମଚାରୀ, ପୋଲିସ୍ ପ୍ରଶାସନ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ବିଦ୍ୟୁତ ଟାଓ୍ୱାରରେ ବସି ରହିଥିବା ଯୁବକ ଜଣଙ୍କୁ ବହୁ ବୁଝା ସୁଝା ପରେ ମଧ୍ୟ ସେ ବୁଝିବାକୁ ନାରଜ । ସ୍ଥାନୀୟ ପୋଲିସ ଅନେକ ବୁଝାଶୁଝା ପରେ ବି ଯୁବକ ଜଣଙ୍କ ତଳକୁ ଓହ୍ଲାଇବାକୁ ମନା କରୁଛନ୍ତି । ସୂଚନା ଅନୁସାରେ ଏହି ଯୁବକ ଜଣଙ୍କ ମାନସିକ ବିକାରଗ୍ରସ୍ତ । ଏହା ପୂର୍ବରୁ ଏହି ଯୁବକ ଏହି ପରି ଭାବରେ ଅନେକ କାର୍ଯ୍ୟ କରିଛନ୍ତି । ଦୀର୍ଘ ୧୮ଘଣ୍ଟା ଧରି ଏହି ଡ୍ରାମା ଚାଲିଥିବା ବେଳେ ଘଟଣାସ୍ଥଳରେ ଶହ ଶହ ଲୋକ ଏକାଠି ହୋଇଥିବା ଦେଖାଯାଇଛି ।

କ୍ରିକେଟକୁ ଅଲବିଦା କହିଲେ ହରଭଜନ, ଅନ୍ତ ହେଲା ୨୩ ବର୍ଷର କ୍ରିକେଟ କ୍ୟାରିୟର

ଚଣ୍ଡିଗଡ଼: କ୍ରିକେଟକୁ ଅଲବିଦା କହିଲେ ବିଶ୍ୱକପ ବିଜେତା ସ୍ପିନର ହରଭଜନ ସିଂ । ୨୩ ବର୍ଷ ଭାରତ ପାଇଁ କ୍ରିକେଟ ଖେଳିବା ପରେ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ହରଭଜନ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ହରଭଜନ । ହରଭଜନ ହେଉଛନ୍ତି ଏମିତି ଏକ ଖେଳାଳି ଯିଏ କି ଦୁଇଟି ବିଶ୍ୱକପ ବିଜେତା ଦଳର ସଦସ୍ୟ ରହିଥିଲେ । ୨୦୦୭ରେ ପ୍ରଥମ ଥର ପାଇଁ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ଭାରତକୁ ବିଶ୍ୱ ବିଜେତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ହରଭଜନ। ସେହିପରି ଭାବରେ ୨୦୧୧ ଦିନିକିଆ ବିଶ୍ୱକପରେ ହରଭଜନ ଦମଦାର ପ୍ରଦର୍ଶନ କରିଥିଲେ ।

ଟର୍ବୋନେଟର ଭାବରେ ଜଣାଶୁଣା ହରଭଜନ ସିଂ ବିଶ୍ୱର ଶ୍ରେଷ୍ଠ ଅଫ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ । ହରଭଜନଙ୍କ ଦମଦାର ବୋଲିଂ ଫଳରେ ଟିମ୍ ଇଣ୍ଡିଆ ବହୁ ମ୍ୟାଚରେ ବିଜୟ ଲାଭ କରିଛି । ସେ ୨୦୦୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଡେନ ଗାର୍ଡେନରେ ହ୍ୟାଟ୍ରିକ ଅକ୍ତିଆର କରିଥିଲେ । ୨୦୦୦ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ହରଭଜନ ଅନିଲ କୁମ୍ବେଲଙ୍କ ସହ ମିଶି ଭାରତୀୟ ଦଳକୁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଜିତିଇବାରେ ସାହାଯ୍ୟ କରିଥିଲେ।

୨୫ ମାର୍ଚ୍ଚ ୧୯୯୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ ହରଭଜନ । ସେହିପରି ୧୭ ଏପ୍ରିଲ ୧୯୯୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ପଦାର୍ପଣ କରିଥିଲେ ସେ । ହରଭଜନ ମୋଟ ୧୦୩ଟି ଟେଷ୍ଟ ମ୍ୟାଚ ଖେଳି ୪୧୭ ଓ୍ୱିକେଟ ଅକ୍ତିଆର କରିଥିବା ବେଳେ ଦିନିକିଆରେ ୨୩୬ ମ୍ୟାଚ ଖେଳି ୨୬୯ ଓ୍ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଭାବରେ ୨୮ଟି ଟି-୨୦ ମ୍ୟାଚ ଖେଳି ୨୫ ଓ୍ୱିକେଟ ଅକ୍ତିଆର କରିଛନ୍ତି । ଭାରତ ପକ୍ଷରୁ ଶେଷ ଥର ପାଇଁ ହରଭଜନ ୨୦୧୬ ମସିହାରେ ୟୁଏଇ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

ମାଣିକେଶ୍ୱରୀ ପୀଠ ବିକାଶ କାମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ୱରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି। ଏଥିରେ ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯିବ। 5T ଉପକ୍ରମ ଅଧୀନରେ ମା’ଙ୍କର ଏହି ପୀଠର ବିକାଶ କାମ ଆରମ୍ଭ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ ମାଣେକେଶ୍ୱରୀଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଛି ଏବଂ ମାଙ୍କ ଆଶୀର୍ବାଦ ଓ କଳାହାଣ୍ଡିବାସୀଙ୍କର ଉଦ୍ୟମ ଆଜି କଳାହାଣ୍ଡିରେ ରୂପାନ୍ତର ଆଣିଛି । କଳାହାଣ୍ଡି ଆଜି ବିକାଶର ନୂଆ ପରିଚୟ ନେଇ ଆଗକୁ ବଢୁଛି । ଏହି ବିକାଶରେ କଳାହାଣ୍ଡିର ପ୍ରତି ପରିବାର ଓ ପ୍ରତି ଲୋକ ସିଏ ଚାଷୀ ହେଉ ବା ଶ୍ରମିକ, ଯୁବ ସମାଜ, ସାଧାରଣ ଜନତା ବା ମହିଳା ସମସ୍ତଙ୍କର ଅବଦାନରେ କଳାହାଣ୍ଡି ଆଗେଇ ଚାଲିଛି। କଳାହାଣ୍ଡିର ଚାଷୀ ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି । କଳାହାଣ୍ଡି କପାର ଚାହିଦା ବଢିଛି । ଶିଳ୍ପ ନୂଆ ସୁଯୋଗ ଆଣିଛି । ଭିତ୍ତିଭୂମି ମଜବୁତ ହୋଇଛି । କଳାହାଣ୍ଡି ୟୁନିଭରସିଟି, ସରକାରୀ ମେଡିକାଲ କଲେଜ, ସରକାରୀ ଇଂଜିନିୟରିଂ କଲେଜ ଆଜି କଳାହାଣ୍ଡି ଯୁବସମାଜ ପାଇଁ ନୂଆ ପରିଚୟ ଆଣିଛି।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଶିଳ୍ପ, ଶକ୍ତି ଓ ସ୍ୱରାଷ୍ଟ୍ର  ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କଳାହାଣ୍ଡିର ବିଭିନ୍ନ କ୍ଷେତ୍ରରେ ଯେଉଁ ଉନ୍ନତି ସାଧିତ ହୋଇଛି, ତାହା ଉପରେ ଆଲୋକପାତ କରିଥିଲେ । ଏହାବ୍ୟତୀତ କଳାହାଣ୍ଡି ଜିଲ୍ଲାପାଳ, ଲାଞ୍ଜିଗଡ ବିଧାୟକ, ସାଂସଦ ସୁଜିତ କୁମାରଙ୍କ ସମେତ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ଥିଲେ ।

ଖ୍ରୀଷ୍ଟମାସ ଓ ନୂଆବର୍ଷରେ ଜନଗହଳି ମନା, ଜାରି ହେଲା କଟକଣା

ଭୁବନେଶ୍ୱର: ଦେଶ ସହ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ ଲାଗିଛି କଟକଣା । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନୂଆ କଟକଣା ଜାରି ହୋଇଛି । ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ଯାଏ ଜନସମାବେଶ, ରାଲି, ସାଂସ୍କୃତିକ କାର୍ଯ୍ୟକ୍ରମ ବାରଣ କରାଯାଇଛି ।

Odisha Guidelines For Christmas And New Year Celebration

ଖ୍ରୀଷ୍ଟମାସ ଉତ୍ସବ ପାଳନରେ ଚର୍ଚ୍ଚରେ କୋଭିଡ୍ କଟକଣା ମଧ୍ୟରେ ସର୍ବାଧିକ ୫୦ ଜଣ ସାମିଲ୍ ହୋଇପାରିବେ । ଜନଗହଳି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଜିରୋ ନାଇଟ୍ ସେଲିବ୍ରେସନ୍, ହୋଟେଲରେ ନୂଆ ବର୍ଷ ପାଳନ ହୋଇପାରିବ ନାହିଁ । କ୍ଲବ, ରେଷ୍ଟୁରାଣ୍ଟ, ପାର୍କ୍ସ, କନଭେନସନ୍ ହଲ, କଲ୍ୟାଣ ମଣ୍ଡପରେ ମଧ୍ୟ ଜିରୋ ନାଇଟ୍ ପାଳନ ଉପରେ ରୋକ୍ ଲଗାଯାଇଛି ।

ବିବାହ ଉତ୍ସବ ବ୍ୟତୀତ ଅନ୍ୟ କେଉଁଥିରେ ଭୋଜିଭାତ ଉତ୍ସବ ହେବ ନାହିଁ । କୋଭିଡ୍ କଟକଣା ମଧ୍ୟରେ ଅନ୍ତ୍ୟେଷ୍ଟି କ୍ରିୟା ପାଳନ ହେବ । ସର୍ବସାଧାରଣରେ କୌଣସି ଭୋଜିଭାତ, ବଣଭୋଜି ହୋଇପାରିବ ନାହିଁ । କଟକଣା ଉଲ୍ଲଂଘନ କଲେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଆବଶ୍ୟକସ୍ଥଳେ ସ୍ଥାନୀୟ ପ୍ରଶାସନ ଅତିରିକ୍ତ କଟକଣା ଜାରି କରିବା ନେଇ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ଭାରତୀୟ ସେନା ଲଞ୍ଚ କଲା ମେସେଜିଂ ଆପ୍ ASIGMA, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ୱ

ନୂଆଦିଲ୍ଲୀ: ପ୍ରଥମ ଥର ଲାଗି ଭାରତୀୟ ସେନା ଲଞ୍ଚ କଲା ହ୍ବାଟସ ଆପ୍ ପରି ଏକ ଅଧିକ ନିରାପତ୍ତାଧର୍ମୀ ନ୍ୟୁ ଜେନେରେସନ ଆପ୍ । ଏହାର ନାମ ରଖାଯାଇଛି ଆର୍ମି ସିକ୍ୟୁର ଇଣ୍ଡିଜେନସ ମେସେଜିଂ ଆପ୍ଲିକେସନ ବା ASIGMA । ସ୍ବଦେଶୀ କାରିଗରୀ ଭିତ୍ତିରେ ନିର୍ମିତ ଏହି ଆପ୍ ହ୍ବାଟସଆପ୍ ଅପେକ୍ଷା ଅଧିକ ନିରାପତ୍ତା ପ୍ରଦାନ କରିଥାଏ । ସେନାର କର୍ପସ ଅଫ୍ ସିଗନାଲସର ଅଫିସରଙ୍କ ଦ୍ବାରା ଏହି ଆପ୍ ଲଞ୍ଚ କରାଯାଇଛି ।

ଆର୍ମି ଓ୍ବାଇଡ ଏରିଆ ନେଟଓ୍ବାର୍କ ବଦଳରେ ASIGMA କାର୍ଯ୍ୟ କରିବ । ଗତ ୧୫ ବର୍ଷ ଧରି ସେନାରେ ଆର୍ମି ଓ୍ବାଇଡ ଏରିଆ ନେଟଓ୍ବର୍କ ବା ଆଓ୍ବାନ ବ୍ୟବହୃତ ହୋଇଆସୁଛି । ASIGMAର ବିଶେଷତ୍ବ ଏହା ଯେ, ଏହା ସମ୍ପୂର୍ଣ୍ଣ ନିରାପତ୍ତା ପ୍ରଦାନ କରିଥାଏ ଏବଂ ଭବିଷ୍ୟତରେ କୌଣସି ପ୍ରକାର ଅପଗ୍ରେଡ ଲାଗି ସହାୟକ ହୋଇଥାଏ । ଏହାସହ ବାହ୍ୟ ସର୍ଭର ଯଥା ହ୍ବାଟସଆପ ଓ ସିଗନାଲ ଉପରେ ନିର୍ଭର ନ କରି ଏହା ନିଜସ୍ବ କାରିଗରୀରେ ପରିଚାଳିତ ହେବ । ଏଥିରେ ବି ଗ୍ରୁପଚାଟ, ଭିଡିଓ ଓ ଇମେଜ ସେୟାରିଂ, ଭୟେସ ନୋଟ୍ ଓ ଅନ୍ୟାନ୍ୟ ଫିଚର ରହିଛି । ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ଟ୍ରାକିଂ, ଅଗ୍ରାଧିକାର ଭିତ୍ତିକ ମେସେଜିଂ ସେବା ଆଦି ପ୍ରତିରକ୍ଷା ବିଭାଗ ଲାଗି ବେଶ୍ ସହାୟକ ହେବ । ଭୌଗଳିକ ଓ ରାଜନୈତିକ ନିରାପତ୍ତା ପରିବେଶ ସକାଶେ ଏହି ଆପ୍ ଯଥେଷ୍ଟ ସୁରକ୍ଷା ପ୍ରଦାନ କରିବ ।

ଉଠା ଦୋକାନୀଙ୍କୁ ୩୦୦୦ ଟଙ୍କାର ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ

ଭୁବନେଶ୍ୱର: ପଥପାର୍ଶ୍ୱ ବିକ୍ରେତା ମାନଙ୍କୁ ସାହାଯ୍ୟର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଆଜି ରାଜ୍ୟର ୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ଉଠା ଦୋକାନୀଙ୍କୁ ତୃତୀୟ ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୦ ଓ ଜୁନ୍‌ ୨୦୨୧ରେ ୩୦୦୦ ଟଙ୍କା ଲେଖାଏ ସହାୟତା ଦିଆଯାଇଥିଲା । ଏହାସହିତ ସେମାନଙ୍କ ବଜାର ସୁବିଧା ପାଇଁ ୮୭ଟି ସହରାଞ୍ଚଳରେ ଭେଣ୍ଡିଂ ଜୋନ୍‌ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ମୁକ୍ତା ଯୋଜନାରେ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ସମସ୍ତଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି। ‘ଆପଣମାନଙ୍କ କଷ୍ଟ ମୁଁ ଅନୁଭବ କରୁଛି। ମୁଁ କହିବାକୁ ଚାହେଁ ଯେ ସରକାର ସବୁବେଳେ ଆପଣମାନଙ୍କ ସାଥିରେ ଅଛନ୍ତି।’ ଏହି ସହାୟତା ଆପଣମାନଙ୍କ ଜୀବିକାକୁ ସୁରକ୍ଷା ଯୋଗାଇବ। ଗୋଟିଏ ସହରର ଅର୍ଥନୀତିରେ ପଥପାର୍ଶ୍ୱ ବିକ୍ରେତା ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଅଂଶ । ବଡ ବଡ ମଲ୍‌ ଓ ଦୋକାନ ଥିବା ସତ୍ତ୍ୱେ, ପଥପାର୍ଶ୍ୱ ବିକ୍ରେତା ମାନଙ୍କର ଗୁରୁତ୍ୱ ରହିଛି ଓ ରହିବ।

ମହାମାରୀ ବେଳେ ସମସ୍ତେ ସତର୍କ ରହିବା ସହ କୋଭିଡର ନିୟମ ପାଳନ କରି ସୁରକ୍ଷିତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଗରିବଙ୍କ ମନର କଥା ବୁଝୁଥିବା ଜଣେ ଜନନେତା। ଅଭିନବ ଉପାୟରେ ସେ ସମସ୍ତଙ୍କୁ ସବୁ ସମୟରେ ସାହାଯ୍ୟ କରିଆସିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ୱା ଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ, ମ୍ୟୁନିସ୍‌ପାଲ ଆଡମିନିଷ୍ଟ୍ରେସନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଭିନ୍ନ ଜିଲ୍ଲାର ଆୟୋଜିତ କାର୍ଯ୍ୟକ୍ରମରେ ମହାନଗର ନିଗମ କମିଶନର ଏବଂ ଜିଲ୍ଲାପାଳ ଓ ପୌରାଞ୍ଚଳ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ପଞ୍ଚାୟତ ନିର୍ବାଚନରେ ୪୦ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ଟିକେଟ୍ ଦେବ ବିଜେଡି

ଭୁବନେଶ୍ୱର: ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗ । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୦ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ପ୍ରତିଶ୍ରୁତିବଦ୍ଧ । ଏହି ସଂରକ୍ଷଣ ୫୦ ପ୍ରତିଶତ ପର୍ଯ୍ୟନ୍ତ ବି ଯାଇପାରେ । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଟ୍ୱିଟର ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିଜେଡି ଟିକେଟ ପାଇଥିବା ଓବିସି ପ୍ରାର୍ଥୀଙ୍କ ତାଲିକା ଦଳ ପକ୍ଷରୁ ସର୍ବସାଧାରଣରେ ପ୍ରକାଶ କରାଯିବ । ସମାନ ବ୍ୟବସ୍ଥା ବିଜେପିରେ ଲାଗୁ କରିବା ପାଇଁ ଅପିଲ୍ କରିଛନ୍ତି ପ୍ରଣବ ପ୍ରକାଶ ।

ଏହି ପ୍ରସଙ୍ଗକୁ ନେଇ ରାଜନୀତି ନକରି ନିର୍ବାଚନରେ ଓବିସିଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ପାଇଁ ସଂରକ୍ଷଣ ଦେବାକୁ ମିଳିତ ଲଢ଼େଇ ପାଇଁ ସେ ନିବେଦନ କରିଛନ୍ତି। ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବର୍ଷ ବର୍ଷ ଧରି ସେଠାରେ ବିଜେପି କ୍ଷମତାରେ ରହିଛି । ତେବେ ମଧ୍ୟପ୍ରଦେଶରେ କାହିଁକି ଓବିସିଙ୍କୁ ସଂରକ୍ଷଣ ଦେବାରେ ବିଫଳ ହୋଇଛନ୍ତି, ସେନେଇ ପ୍ରଶ୍ନ କରିଛନ୍ତି ପ୍ରଣବ ପ୍ରକାଶ । ଏଥିସହ ଓବିସି ସଶକ୍ତିକରଣ ପାଇଁ ଧର୍ମେନ୍ଦ୍ର ସହଯୋଗର ହାତ ବଢାଇବେ ବୋଲି ପ୍ରଣବ ଆଶା ପ୍ରକାଶ କରିଛନ୍ତି ।

କେନ୍ଦ୍ରରେ ବିଜେପି ସାଢ଼େ ୭ ବର୍ଷ ହେଲା କ୍ଷମତାରେ ରହିଛି । ତଥାପି ବିଜେପି ଓବିସି ସଂରକ୍ଷଣକୁ ପ୍ରାଥମିକତା ଦେଇନାହିଁ ଏହାକୁ ନେଇ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଣବ । ଓବିସିଙ୍କ ପ୍ରତି କେନ୍ଦ୍ରର ଦରଦ ନାହିଁ, ବିଜେପି ଖାଲି ତୁଚ୍ଛା ରାଜନୀତି କରୁଛି ବୋଲି ପ୍ରଣବ କହିଛନ୍ତି । ଆପଣ ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ପାଇଁ ଡରୁଛନ୍ତି ଆମେ ଓଡ଼ିଶାରେ ଭୋଟ୍ କରିବୁ । ୪୦ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ବିଜେଡି ଟିକେଟ୍ ଦେବ ।

ଓମିକ୍ରନ୍ ଆତଙ୍କ, ବିଭିନ୍ନ ରାଜ୍ୟରେ ନାଇଟ କର୍ଫ୍ୟୁ, ବିବାହରେ ଯୋଗ ଦେବେ ୨୦୦ ଲୋକ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଛି ଓମିକ୍ରନ୍ ଭାରିଆଣ୍ଟ । ତୃତୀୟ ଲହରକୁ ନେଇ ଆତଙ୍କ ଭିତରେ ବିଭିନ୍ନ ରାଜ୍ୟରେ ଜାରି ହୋଇଛି କଟକଣା । ଦିଲ୍ଲୀଠାରୁ ଆରମ୍ଭ କରି ତେଲେଙ୍ଗାନା, ଗୁଜୁରାଟ ସମେତ ଅନ୍ୟ କେତେକ ରାଜ୍ୟରେ କଟକଣା ଲାଗୁ ହୋଇଛି । ଓମିକ୍ରନ୍ ମାମଲା ବଢୁଥିବାରୁ ଉତ୍ତରପ୍ରଦେଶ ଓ ମଧ୍ୟ ପ୍ରଦେଶରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ଉତ୍ତରପ୍ରଦେଶରେ ୨୫ ଡିସେମ୍ବରରୁ ଲାଗୁ ହେବ କଟକଣା । ରାତି ୧୧ରୁ ଭୋର ୫ଟା ଯାଏ ଲାଗିବ ନାଇଟ୍ କର୍ଫ୍ୟୁ ।

More 7 Omicron Variant Detected In Maharastra

ସେହିପରି ବିବାହ ଉତ୍ସବରେ ସର୍ବାଧିକ ୨ଶହ ଲୋକ ସାମିଲ ହୋଇପାରିବେ ବୋଲି ଗାଇଡଲାଇନ ଜାରି କରାଯାଇଛି । ମଧ୍ୟ ପ୍ରଦେଶରେ ବି ରାତି ୧୧ରୁ ଭୋର ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି । ତେଲେଙ୍ଗାନାର ଏକ ଗାଁରେ ଲକଡାଉନ ଲଗାଯାଇଛି । ଓମିକ୍ରନ୍ ମାମଲା ବଢ଼ୁଥିବାରୁ ଲକଡାଉନ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି । ରାଜଧାନୀ ଦିଲ୍ଲୀରେ ବି କେସ୍ ବଢୁଥିବାରୁ ବଡ଼ଦିନ ଓ ନୂଆବର୍ଷରେ ଜନସମାଗନ ଓ ସେଲିବ୍ରେସନ ଉପରେ ରୋକ ଲଗାଯାଇଛି । ଏହାଛଡ଼ା ସମସ୍ତ ସାମାଜିକ, ରାଜନୈତିକ, ଧାର୍ମିକ ସଭା ସମିତିର ଆୟୋଜନ ନକରିବାକୁ ଗାଇଡଲାଇନ ଜାରି ହୋଇଛି । ସର୍ବାଧିକ ଓମିକ୍ରନ୍ କେସ୍ ଚିହ୍ନଟ ହୋଇଥିବା ମହାରାଷ୍ଟ୍ରରେ ବି କରୋନା କଟକଣାକୁ ନେଇ ନୂଆ ଗାଇଡଲାଇନ ଜାରି କରାଯାଇଛି ।

ଚୋରଙ୍କୁ ସମସ୍ତେ ଚୋର ଭଳି ଦିଶିବେ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: ରାଜ୍ୟରେ ସୂଚାରୁ ରୂପେ ଚାଲିଛି ଧାନ ସଂଗ୍ରହ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଟୋକନ୍ ବ୍ୟବସ୍ଥା ଓ ଟେକ୍ନୋଲୋଜି ଦୃଷ୍ଟିରୁ ଧାନ ସଂଗ୍ରହ ଠିକ୍ ଭାବେ ଚାଲିଛି । ଚଳିତ ବର୍ଷ ଆଜି ସୁଦ୍ଧା ରାଜ୍ୟର ୧ ଲକ୍ଷ ୫୦ ହଜାର ୨୭୩ ଜଣ ଚାଷୀଙ୍କ ଠାରୁ ୭ ଲକ୍ଷ ୮୦ ହଜାର ୭୧୦ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି ।

A thief always believes, everybody steal Says Minister Ranendra Pratap Swain

ବର୍ଷା ଓ ପାଣିପାଗ ଅବ୍ୟବସ୍ଥା ଯୋଗୁ ଧାନ କଟାରେ ୧୫ରୁ ୨୦ ଦିନ ବିଳମ୍ବ ହୋଇଛି । ଧାନ କିଣା ସମ୍ପୂର୍ଣ୍ଣ ଭାବେ ସୂଚାରୁ ରୁପେ ହେବ । ସରକାରୀ ସ୍ତରରେ କୌଣସି ପ୍ରକାରର ତ୍ରୁଟି ହେବ ନାହିଁ । ସେଥିପାଇଁ ବିଭାଗ ସଚେତନ ଥିବା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଧାନ କିଣା ଅବ୍ୟବସ୍ଥା ଓ ଦୁର୍ନୀତି ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଚୋରଙ୍କୁ ସମସ୍ତେ ଚୋର ଭଳି ଦିଶିବେ । ଯିଏ ସେଇ କାମ କରନ୍ତି ତାଙ୍କ ନଜର ମଧ୍ୟ ସେମିତି ରହିବ ।

A thief always believes, everybody steal Says Minister Ranendra Pratap Swain

ବ୍ୟବସ୍ଥାକୁ ନେଇ ଅନେକ କଥା କହୁଥିବା ଲୋକମାନେ ଜାଣି ରଖିବା ଦରକାର ପାଇଲଟ ପ୍ରକଳ୍ପ ଭାବେ ଆମେ ଏଥର ସାଟେଲାଇଟ ସର୍ଭେ କରିଛୁ । ଯାହାଦ୍ୱାରା ଏଥିରେ ୨୬ ହଜାର ଫ୍ଲସ ଏଣ୍ଟ୍ରି ବା ଭୂତ ଚାଷୀ ବାହାରିଛନ୍ତି । ଏହା କରିବା ଦ୍ୱାରା ଆମେ ୧୬୦୦ କୋଟି ଟଙ୍କା ସଞ୍ଚୟ କରିଛୁ । ମୋ ନିର୍ବାଚନ ମଣ୍ଡଳୀର ଗୋଟିଏ ମିଲର ଛଡ଼ା ଆଉ କିଏ ମିଲର ଅଛନ୍ତି ମୁଁ ଜାଣେ ନାହିଁ । ମିଲର ମାନେ ମୋ ଦୁଆର ମୁହଁକୁ ଆସନ୍ତି ନାହିଁ ବୋଲି କହି ବିରୋଧୀଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ମନ୍ତ୍ରୀ । ଯେଉଁମାନେ ମିଲର ମାନଙ୍କ ସହ ନଟର ପଟର ହୁଅନ୍ତି । ଯଦି ନିର୍ଦ୍ଦିଷ୍ଟ ଅଭିଯୋଗ ଅଛି ଆଣନ୍ତୁ, ବିଭାଗ ସବୁ ଶୁଣିବ ।