ଟସ୍ ଜିତି ବ୍ୟାଟିଂ କରିବ ଭାରତ, ଦଳରେ ୪ ପରିବର୍ତ୍ତନ

1 min read

ଅହମ୍ମଦାବାଦ: ଆଜି ଅହମ୍ମଦାବାଦରେ ଖେଳାଯାଉଛି ଭାରତ- ଓ୍ୱେଷ୍ଟଇଣ୍ଡିଜ୍ ତୃତୀୟ ତଥା ଅନ୍ତିମ ଦିନିକିଆ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ତୃତୀୟ ମ୍ୟାଚରେ ଭାରତ ପକ୍ଷରୁ ଚାରୋଟି ପରିବର୍ତ୍ତନ କରାଯାଇଛି । କରୋନା ପରେ ଭାରତୀୟ ଦଳର ଚୁଡାନ୍ତ ଏକାଦଶକୁ ଫେରିଛନ୍ତି ଓପନର ଶିଖର ଧାଓ୍ୱନ । ସେହିପରି ୟୁଜିବେନ୍ଦ୍ର ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବ, କେଏଲ ରାହୁଲଙ୍କ ସ୍ଥାନରେ ଶ୍ରେୟସ ଆୟର ଓ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଦିପକ ଚହର ଚୁଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି ।

ଏହି ମ୍ୟାଚ ପୂର୍ବରୁ ଖେଳାଯାଇଥିବା ଦୁଇଟି ଦିନିକିଆରେ ଦମଦାର ବିଜୟ ହାସଲ କରି ସିରିଜ୍ ହାତେଇ ସାରିଛି ଟିମ୍ ଇଣ୍ଡିଆ । ଏହି ସିରିଜକୁ ୨-୦ରେ ବିଜୟ ଲାଭ କରିବା ପରେ ଏହି ମ୍ୟାଚକୁ ଜିତି ସିରିଜକୁ କ୍ଲିନ ସୁଇପ୍ କରିବା ଲକ୍ଷ୍ୟରେ ରୋହିତ ବ୍ରିଗେଡ । ଅନ୍ୟପକ୍ଷରେ ଅଧିନାୟକ ଭାବରେ ପ୍ରଥମ ଦିନିକିଆ ସିରିଜକୁ ୩-୦ରେ ନିଜ ନାମରେ କରିବାକୁ ଚେଷ୍ଟା କରିବେ ରୋହିତ ଶର୍ମା ।  ଅନ୍ୟପକ୍ଷରେ ଓ୍ୱେଷ୍ଟଇଣ୍ଡିଜ୍ କଥା ଯଦି କହିବା ତାହାଲେ ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ବରଣ କରି ସିରିଜ୍ ହାତଛଡା କରି ସାରିଛି । ତେଣୁ ଆଜିର ଅନ୍ତିମ ଦିନିକିଆରେ ସମ୍ମାନ ରକ୍ଷା କରିବାକୁ ପଡ଼ିଆକୁ ଓହ୍ଲାଇବ ଓ୍ୱେଷ୍ଟଇଣ୍ଡିଜ୍ ।

Leave a Reply