spot_img
Home Blog Page 4737

ମିଶନାରୀ ସ୍କୁଲ ସହ ଯୋଗାଯୋଗ ରଖ: ନବୀନ

ଭୁବନେଶ୍ବର: ମିଶନାରୀଙ୍କ ଦ୍ବାରା ପରିଚାଳିତ କୌଣସି ବି ଅନୁଷ୍ଠାନ କ୍ଷତିଗ୍ରସ୍ତ ହେବେ ନି । ଏହାକୁ ସୁନିଶ୍ଚିତ କରିବେ ଜିଲ୍ଲାପାଳ । ଏନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହିସବୁ ଅନୁଷ୍ଠାନ ସହ ନିୟମିତ ଯୋଗାଯୋଗରେ ରହିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ସଂପର୍କିତ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିର ବିନିଯୋଗ କରାଯିବ । ଓଡ଼ିଶାରେ ମିଶନାରୀଙ୍କ ଦ୍ବାରା ଚାଲୁଛି ବହୁ ଅନାଥାଶ୍ରମ ଓ କୁଷ୍ଠାଶ୍ରମ । ତେଣୁ ଏହି ସବୁ ମିଶନାରୀ ଯେପରି କ୍ଷତିଗ୍ରସ୍ତ ନହେବେ ସେଥିପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ହୃଷିକେଶ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ୨୦୨୧ ମସିହା ପାଇଁ ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ଚଳିତ ବର୍ଷ ହୃଷୀକେଶ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । “ସରିଯାଇଥିବା ଅପେରା” କବିତା ବହି ପାଇଁ ହୃଷୀକେଶ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ।

ସେହିପରି ଭାବରେ “ଗୀତ କହେ ମାଟିର କଥା” ପୁସ୍ତକ ପାଇଁ ଦେବରାଜ ବ୍ରହ୍ମାଙ୍କୁ ବାଲ୍ ସାହିତ୍ୟ ପୁରସ୍କାର-୨୦୨୧ ଓ ଓଡିଆରେ “ସ୍ପର୍ଶ ଓ ଅନ୍ୟ ଗଳ୍ପ” ପାଇଁ ଦେବବ୍ରତ ଦାସଙ୍କୁ ଯୁବ ପୁରସ୍କାର-୨୦୨୧ ମିଳିବ ବୋଲି ଘୋଷଣା ହୋଇଛି । ହୃଷୀକେଶ ମଲ୍ଲିକ ଏବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଅଛନ୍ତି । ପୂର୍ବରୁ ହୃଷୀକେଶଙ୍କୁ ଧାନ ସାଉଁଟା ଝିଅ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଛି । ଏହାସହ ତାଙ୍କର ସାହିତ୍ୟ କୃତି ପାଇଁ ସମ୍ମାନଜନକ ଶାରଳା ପୁରସ୍କାର ପାଇଛନ୍ତି  ।

 

ରାଜ୍ୟରେ ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି ୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଗତ ୨୧ ତାରିଖରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେ ସୁସ୍ଥ ହେବା ପରେ ମଙ୍ଗଳବାର ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ବିଦେଶରୁ ଫେରିଥିବା ୧୨ ଜଣଙ୍କ ଜିନମ ସିକ୍ବେନ୍ସିଂ କରାଯାଇଥିଲା । ୧୨ ଜଣଙ୍କ ମଧ୍ୟରୁ ୫ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ତେଜୁଛି ସବ୍ ଜେଲ୍ ପ୍ରତିଷ୍ଠା ଦାବି

0

ଯାଜପୁର: ଚଣ୍ଡିଖୋଲରେ ସବ୍ ଜେଲ୍ ପ୍ରତିଷ୍ଠା ପାଇଁ ଦାବି ଜୋର ଧରିବାରେ ଲାଗିଛି । ୨୦୦୭ରେ ଚଣ୍ଡିଖୋଲଠାରେ ଏକ ଜେଏମଏଫସି କୋର୍ଟ ପ୍ରତିଷ୍ଠା କରାଯାଇଥିଲା । କୋର୍ଟର ବିଚାରଧୀନ ବନ୍ଦୀଙ୍କୁ ଯାଜପୁରଠାରେ ଥିବା ସବ୍ ଜେଲକୁ ପଠାଯାଉଥିଲା । ଜେଲର ପାଚେରୀ ଭାଙ୍ଗି ଯିବାରୁ ବିଚାରଧୀନ ବନ୍ଦୀମାନଙ୍କୁ ୫୫ କିଲୋମିଟର ଦୂର ରଗଡି ସ୍ଥିତ ଯାଜପୁର ସବ ଜେଲକୁ ପଠାଯାଉଛି । ଫଳରେ ବିଭିନ୍ନ ସମୟରେ ସମସ୍ୟା ଦେଖାଦେଉଛି । ପୋଲିସ ଓ ବିଭାଗୀୟ କର୍ମଚାରୀ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଚଣ୍ଡିଖୋଲ ଓକିଲ ସଂଘ ପକ୍ଷରୁ ଏକ ସବ୍ ଜେଲ୍ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି ।

ରାକ୍ଷସ ସ୍ବାମୀ: ପିଟିପିଟି ମାରିଦେଲା ସ୍ତ୍ରୀଙ୍କୁ

ସୋନପୁର: ସଇତାନ ସ୍ବାମୀ । ପାରିବାରିକ କଳହରୁ ସ୍ତ୍ରୀକୁ ପିଟିପିଟି କଲା ହତ୍ୟା । ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଟିକିରାପଡାରେ । ମୃତକ ହେଲେ ୩୨ ବର୍ଷୀୟା ସୁନିତା ସିଂ ।

ଗତକାଲି କୌଣସି କାରଣରୁ ପତିପତ୍ନୀଙ୍କ ମଧ୍ୟରେ କଳହ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ ଲଛମନ ସିଂ ସୁନିତାଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ସୁନିତାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଛି । ଖବର ପାଇ ପୋଲିସ ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘରକୁ ସିଲ୍ କରି ତଦନ୍ତ ଆରମ୍ଭ କରିଛି ।

ପଥର ଖାଦନକୁ ବିରୋଧ: ଏକାଠି ହେଲେ ୫ ଗାଁର ଲୋକ

ଜୟପୁର: ଖଡ଼ିମାଟି ପଥର ଖନନ ବିରୋଧରେ 7 ଖଣ୍ଡ ଗାଁ ଲୋକଙ୍କ ମେଳି । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବାରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣା ସ୍ଥଳରେ ଲମତାପୁଟ ତହସିଲଦାର ପହଞ୍ଚି ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି ।

ସ୍ଥାନୀୟ ହାଟସୁକୁ ନିକଟରୁ ୨୯ ତାରିଖରୁ ପୋଲିସ ଉପସ୍ଥିତିରେ ଖଣି ଖୋଳା ଆରମ୍ଭ ହୋଇଥିଲା । ତେବେ ସ୍ଥାନୀୟ ବାସିନ୍ଦାଙ୍କ ସହ ବିନା ଆଲୋଚନାରେ ଖଣି ଖୋଳାଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ଲୋକେ  । ଖଡିମାଟି ସୁରକ୍ଷା ସମିତି ପକ୍ଷରୁ ୫ଟି ଗ୍ରାମର ବାସିନ୍ଦା ଏକାଠି ହୋଇ ଖଣି ଖନନ କାର୍ଯ୍ୟକୁ ବନ୍ଦ କରିଛନ୍ତି । ଲୋକଙ୍କ ବିନା ସହମତି ଓ ସମ୍ମତିରେ ଖଣି ଖନନ କରାଯାଉଥିବା ଅଭିଯୋଗ କରିଛନ୍ତି ପରଜାଖୁଡୁବି, ମାଳିଖୁଡୁବି, ହାଟସୁକୁ, ଲଙ୍ଗଳପୁଟ, ହରିଆମୁଣ୍ଡା ଗ୍ରାମବାସୀ। ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଖଣି ଖନନ ଦ୍ବାରା ପରିବେଶ ଦୂଷିତ ହେଉଥୁବାବେଳେ ପାରିପାର୍ଶ୍ବିକ ବିକାଶ ନେଇ କୌଣସି ଆଲୋଚନା ବା ନିଷ୍ପତ୍ତି ନନେଇ ଖଣି ଖନନ କରାଇ ଦିଆଯିବ ନାହିଁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ରାଜଧାନୀ ଲୁଟେରା ରାଜ: ହାତଗୋଡ଼ ବାନ୍ଧି ଲୁଟିଲେ, ଯିବା ବେଳେ କହିଗଲେ…

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଲୁଟେରାଙ୍କ ଆତଙ୍କ । ଘରେ ପଶିଲେ । ଦମ୍ପତିଙ୍କ ହାତଗୋଡ଼ ବାନ୍ଧି ହାଣିଲେ । ବନ୍ଧୁକ ମୁନରେ ୩୦ ଲକ୍ଷ ଟଙ୍କାର ସୁନାଗହଣା ଓ ୩ ଲକ୍ଷ ୨୦ ହଜାର ନଗଦ ଟଙ୍କା ନେଇ ଚମ୍ପଟ ମାରିଲେ । ଯିବା ବେଳେ କହିଗଲେ, ‘ତୁମକୁ ହତ୍ୟା କରିବାକୁ ସୁପାରୀ ମିଳିଛି, ଆମେ ଲୁଟ କରି ଯାଉଛୁ, ପରେ ଯିଏ ଆସିବେ ହତ୍ୟା କରିବେ ।’

ରକ୍ତାକ୍ତ ଲୁଟ୍ ପରେ ଏମିତି ଲୁଟେରାଙ୍କ ଏମିତି ଧମକପୂର୍ଣ୍ଣ ଚେତାବନୀ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣା ଘଟିଛି ମଞ୍ଚେଶ୍ବର ଥାନା ଭୋଟପଡ଼ାର ଦୀନବନ୍ଧୁ ଦାସଙ୍କ ଘରେ । ଗତକାଲି ବିଳମ୍ବିତ ରାତିରେ ୫ରୁ ଅଧିକ ଡକାୟତ ଦୀନବନ୍ଧୁଙ୍କ ଘରେ ପଶି ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ହାତ ଗୋଡ଼ ବାନ୍ଧି ଲୁଟ୍ କରିଥିବା ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ ପରେ ସାଇଣ୍ଟିଫିକ ଟିମ ଓ ସ୍ପେଶାଲ ସ୍କୁଓ୍ବାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରୁଛି ପୋଲିସ ।

ଦୀନବନ୍ଧୁଙ୍କ ପତ୍ନୀ କହିଛନ୍ତି, ‘୫ ଜଣ ଲୋକ ହାତରେ ବନ୍ଧୁକ ସହ ମାରଣାସ୍ତ୍ର ଧରି ଘର ଭିତରେ ପଶିଥିବା ବେଳେ ବାହାରେ ଆଉ କିଛି ଜଣ ଥିଲେ । କେହି ଆସିଲେ ଗାଡ଼ି ହର୍ନ ମାରିବା ପାଇଁ ଜଣେ କହିଥିଲେ । ସେମାନେ ଘରେ ପଶିବା ପରେ ଆମକୁ ନିର୍ଧୁମ ପିଟିଥିଲେ । ପାଖରେ ଝିଅ ଶୋଇଥିଲା । ତା’ ମୁଣ୍ଡରେ ବନ୍ଧୁକ ରଖି ଧମକାଇଥିଲେ । କହିଥିଲେ ପାଟି କଲେ, ତୋ ବାପାକୁ ଗୁଳି ମାରିଦେବୁ । ଏହାପରେ ଆମ ହାତଗୋଡ ବାନ୍ଧୁ ଲୁଟକ କରିଥିଲେ । ପ୍ରତିବାଦ କରିବାକୁ ଆମକୁ ଆକ୍ରମଣ ମଧ୍ୟ କଲେ ।’

ସେ ଆହୁରି କହିଛନ୍ତି ‘ଯିବାବେଳେ ଜଣେ ଲୁଟେରା ଧମକ ଦେଇଥିଲା । କହିଥିଲା ଆମକୁ ହତ୍ୟା କରିବାକୁ ସୁପାରୀ ଦିଆଯାଇଛି । ବହୁତ ରାଜନୀତି କରୁଛ, ବନ୍ଦ କର ନହେଲେ ଆରଥରକୁ ଯିଏ ଆସିବ ହତ୍ୟା କରିବ । ଲୁଟେରାମାନେ ଟୁକୁନା ନାଁ ଧରି କାହାକୁ ଡାକୁଥିଲେ ।’

ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର, ସେନା ଗୁଳିରେ ୬ ଆତଙ୍କୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଜୋରଦାର ହେଉଛି ଆତଙ୍କ ବିରୋଧୀ ଅଭିଯାନ । ସେନା ଗୁଳିଲେ ଟଳିଲେ ୬ ଆତଙ୍କବାଦୀ । ଜାମ୍ମୁ-କାଶ୍ମୀରର କୁଲଗାମ ଓ ଅନନ୍ତନାଗରେ ଆତଙ୍କବାଦୀ ଛପି ରହିଥିବା ନେଇ ଖବର ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରସେନ୍ କରାଯାଇଥିଲା । ଏଥିରେ ୬ ଜଣ ଆତଙ୍କାବାଦୀ ନିହତ ହୋଇଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ଆଇଜିପି ବିଜୟ କୁମାର ।

ସେନା ଗୁଳିରେ ମୃତ୍ୟୁ ବରଣ କରିଥିବା ୬ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୪ ଜଣ ଆତଙ୍କବାଦୀ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ହୋଇଥିବାବେଳେ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ବୋଲି ସୂଚନା ଦେଇଛନ୍ତି ଆଇଜିପି । ସର୍ଚ୍ଚ ଅପରେସନ୍ ସମୟରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୀମାରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରିବା ସହ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିବାବେଳେ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି ମୁହଁତୋଡ ଯବାବ ।

ରାଜ୍ୟର ୨୩ ଲକ୍ଷରୁ ଅଧିକ ପିଲା ନେବେ ଟିକା

ଭୁବନେଶ୍ବର: ୧୫ରୁ ୧୮ ବର୍ଷର କିଶୋରଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ମୋଟ ୨୩ ଲକ୍ଷ ୬୫ ହଜାର ପିଲାଙ୍କୁ ଦିଆଯିବ ଟିକା । କେନ୍ଦ୍ର ସରକାର ଏ ନେଇ ତାଲିକା ପ୍ରକାଶ କରିଛନ୍ତି । ଆସନ୍ତା ୩ ତାରିଖରୁ ହେବ ଟିକାକରଣ । ଏଥିପାଇଁ ଜାନୁଆରୀ ୧ ତାରିଖରୁ ଆରମ୍ଭ ହେବ ପଞ୍ଜିକରଣ । ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା ଦିଆଯିବ । ଏଥିପାଇଁ ପ୍ରାୟ ୧୪ ଲକ୍ଷ ଡୋଜ ଉପଲବ୍ଧ ରହିଛି । ଆବଶ୍ୟକତା ଅନୁସାରେ ଟିକାକରଣ କେନ୍ଦ୍ର ଖୋଲିବା ପାଇଁ ସବୁ ଜିଲ୍ଲାକୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ଆବଶ୍ୟକ ପଡ଼ିଲେ ସ୍କୁଲରେ ବି ଟିକାକରଣ କେନ୍ଦ୍ର ଖୋଲାଯିବ । ସଠିକ ସମୟରେ ସମସ୍ତେ ଟିକା ନେଲେ ମାସେ ମଧ୍ୟରେ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଶେଷ ହେବ । ସକାଳ ବେଳା ପିଲାଙ୍କୁ ଟିକା ଦିଆଯିବ । ଅପରାହ୍ଣରେ ଅନ୍ୟମାନଙ୍କୁ ଟିକା ଦିଆଯିବ । ପିଲାଙ୍କ ସହ ଅଭିଭାବକ ଆସିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସେହିପରି ୬୦ ବର୍ଷରୁ ଅଧିକ ଓ ଦୁରାରୋଗ୍ୟରେ ପୀଡିତ ୧୦ ଲକ୍ଷ ୪୭ ହଜାର ୪୦୦ ଜଣ ପ୍ରିକସନ ଡୋଜ ନେବେ । ସମ୍ମୁଖ ଯୋଦ୍ଧାଙ୍କ ସଂଖ୍ୟା ୭ ଲକ୍ଷ ୫ ହଜାର ରହିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ପଞ୍ଚାୟତ ନିର୍ବାଚନ: ଜିଲ୍ଲାକୁ ଗଲା ବାଲାଟ୍ ବକ୍ସ, ପ୍ରାର୍ଥୀଙ୍କ ପାଇଁ ଜାରି ହେଲା ଚିହ୍ନ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇ ରାଜ୍ୟ ନିର୍ବାଚନ ଆୟୋଗ ସଂପୂର୍ଣ୍ଣ ପ୍ରସ୍ତୁତ । ସମସ୍ତ ଜିଲ୍ଲାକୁ ବାଲଟ ବକ୍ସ ପଠାଯାଇଛି । ଅନ୍ୟ ରାଜ୍ୟରୁ ବାଲଟ ବକ୍ସ ଆସିଛି । ଏନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗ । ସରକାରୀ ପ୍ରେସରେ ବାଲଟ ପେପର ପ୍ରିଣ୍ଟିଂ ବି ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ସେ କହିଛନ୍ତି ।

ଏହାସହ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଚିହ୍ନ ଜାରି ହୋଇଛି । ଓଡ଼ିଆ ନାମ ଅନୁସାରେ ପ୍ରାର୍ଥୀଙ୍କୁ ଚିହ୍ନ ଆଲଟ କରାଯିବ । କରୋନା ଉପରେ ନଜର ରହିଛି । ନିର୍ବାଚନ ପ୍ରଚାର ଏବଂ ଭୋଟିଂ ବେଳେ ସ୍ଥିତି ଦେଖି ଗାଇଡ଼ଲାଇନ ଜାରି ହେବ ବୋଲି କହିଛନ୍ତି ନିର୍ବାଚନ ଆୟୋଗ । ସରପଞ୍ଚଙ୍କ ପାଇଁ ୩୨, ସମିତି ସଭ୍ୟ ପାଇଁ ୧୯ ଓ ୱାର୍ଡ ମେମ୍ବର ପାଇଁ ୧୫ଟି ଚିହ୍ନ ରହିଛି । ସେହିପରି ସ୍ବାଧୀନ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୯ଟି ଚିହ୍ନ ରହିଛି । ସ୍ବୀକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନରେ ଲଢ଼ିବେ ଜିଲ୍ଲା ପରିଷଦ ନିର୍ବାଚନ ।

ପୂର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇ ସାରିଛି । ସେହିପରି ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ମେମ୍ବରଙ୍କ ପାଇଁ ସାନି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଆସନ୍ତା ୩ ତାରିଖ ମଧ୍ୟରେ ଆପତ୍ତି ଅଭିଯୋଗ କରିପାରିବେ । ଆସନ୍ତା ୭ ତାରିଖରେ କମିଶନଙ୍କ ନିକଟରେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରଦାନ କରିବେ ସରକାର ।