ୟୁପିରେ କାଲି ତୃତୀୟ ପର୍ଯ୍ୟାୟ ମତଦାନ

UP Election 2022 Akhilesh Yadav Audio Recording Going Viral

ଲକ୍ଷ୍ନୌ: ଆସନ୍ତାକାଲି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ୧୬ଟି ଜିଲ୍ଲାର ୫୯ଟି ଆସନରେ ମତଦାନ ହେବ । ସବୁଠାରୁ ଚର୍ଚ୍ଚିତ ଆସନ କରହାଲରେ ହେବ ଭୋଟିଂ । ଏହି ଆସନରୁ ଲଢୁଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ଯଶୋବନ୍ତନଗରରୁ ଲଢୁଛନ୍ତି ଅଖିଳେଶଙ୍କ କାକା ଶିବପାଲ ଯାଦବ । ମଇଦାନରେ ଅଛନ୍ତି ୬୨୭ ଜଣ ପ୍ରାର୍ଥୀ । ଫିରୋଜାବାଦ, ମଇନପୁରୀ, ଇଟାହ, କାସଗଞ୍ଜ, ହାଥରସ, କାନପୁର, କାନପୁର ଦେହାତ, ଔରେୟା, ଫରକ୍କାବାଦ, କନୌଜ, ଝାନସୀ, ଜଲାଉନ, ଲଳିତପୁର, ହମିରପୁର, ମାହୋବା ଜିଲ୍ଲାରେ ମତଦାନ ହେବ ।

UP Polls 59 Assembly Constituencies To Vote In Third Phase

୨୫ ହଜାର ୭୪୧ଟି ମତଦାନ କେନ୍ଦ୍ରରେ ହେବ ଭୋଟିଂ । ଏହି ପର୍ଯ୍ୟାୟରେ ଯାଦବ କମ୍ୟୁନିଟି ମତଦାନ କରିବାକୁ ଥିବା ବେଳେ ଭୋଟ୍ ପ୍ରତିଶତ କାହାକୁ କେତେ ମିଳିବ ତାହାରି ଉପରେ ନଜର ରହିଛି । ଯାଦବ ଅଞ୍ଚଳର ୨୯ଟି ଆସନରୁ ଗତଥର ବିଜେପି ୨୩ଟି ଆସନ ଜିତିଥିବା ବେଳେ ସମାଜବାଦୀ ପାର୍ଟି ମାତ୍ର ୬ଟି ଆସନରେ ବିଜୟ ହାସଲ କରିଥିଲା । ୨୦୧୨ ତୁଳନାରେ ଏହି ଅଞ୍ଚଳରେ ବିଜେପି ୨୦୧୭ରେ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ଏଥର ସ୍ଥିତି ଓଲଟିବ ବୋଲି ବିରୋଧୀ ଦାବି କରୁଛନ୍ତି । ଏପଟେ କଂଗ୍ରେସ ମଧ୍ୟ ଫୁଲଦମରେ ପ୍ରଚାର କରିଥିବା ବେଳେ କିଛି ସ୍ଥିତି ବଦଳିବ ବୋଲି ଦଳ ଆଶା କରୁଛି ।

Leave a Reply