ପ୍ରବଳ ମାଡ଼ ମାରିବା ପରେ ସ୍ତ୍ରୀ ଓ ଝିଅକୁ ଛାଡ଼ି ଚାଲିଗଲା ସ୍ୱାମୀ: ଭିଡିଓ କରି ଏଭଳି କହିଲେ ମହିଳା

ବ୍ରହ୍ମପୁର: ସୁରତରୁ ଆସିଲା ଗଞ୍ଜାମ ଝିଅର ସମ୍ବେଦନଶୀଳ କାହାଣୀ । ଜୀବନ ମାଗୁଛି ସ୍ତ୍ରୀ । ବାପାକୁ ଖୋଜୁଛି ଝିଅ । ନିର୍ଯାତନା ସହି ପାରିଲେନି ନନ୍ଦିନୀ । ଶେଷରେ କାନ୍ଦି କାନ୍ଦି ଫେରାର୍ ହୋଇଯାଇଥିବା ସ୍ୱାମୀଙ୍କୁ ଫେରାଇ ଆଣିବାକୁ କଲେ ନିବେଦନ କରିଛନ୍ତି । ଏବଂ ଏହି ଭିଡିଓକୁ ନିଜ ଫେସବୁକ୍ ପେଜ୍‌ରେ ସେୟାର କରିଛନ୍ତି ।  ସ୍ୱାମୀ ତାଙ୍କୁ ମାଡ଼ ମାରିବା ପରେ ସୁରତ ସହରରେ ଏକାକି ଛାଡ଼ି କୁଆଡ଼େ ଚାଲି ଯାଇଥିବା ସେ ଅଭିଯୋଗ କରିଛନ୍ତି ।

ବିବାହ ପରଠାରୁ ତାଙ୍କ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଇ ଆସୁଛନ୍ତି । ଏପରିକି ତାଙ୍କ ଶ୍ୱଶୁର ଘର ଲୋକେ ମଧ୍ୟ ତାଙ୍କୁ ଅସହଯୋଗ କରୁଥିବା ସେ ଭିଡିଓଟିରେ ଅଭିଯୋଗ କରିଛନ୍ତି । ଭିଡିଓ ଅପଲୋଡ କରି ନନ୍ଦିନୀ ସୁରଟରେ କେମିତି ଅସହାୟ ହୋଇ ପଡ଼ିଛନ୍ତି ସେକଥା ମଧ୍ୟ କହିଛନ୍ତି । ତେବେ ଏନେଇ ନନ୍ଦିନୀଙ୍କ ସ୍ୱାମୀ କିମ୍ବା ତାଙ୍କ ଶ୍ୱଶୁର ଘର ଲୋକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ହୁଏତ ପୋଲିସ ଏହି ଭିଡିଓଟିକୁ ଦେଖିବା ପରେ ପ୍ରଥମେ ନନ୍ଦିନୀଙ୍କୁ ଉଦ୍ଧାର କରି ତଦନ୍ତ କରିବା ପରେ ସତ ପଦାକୁ ଆସିବ ।

Leave a Reply