ବିଜେପି ଏଜେଣ୍ଟଙ୍କ ଠାରୁ ୩ଲକ୍ଷ ଟଙ୍କା ନଗଦ ମିଳିବା ଘଟଣା: ପୋଲିସର ଭୂମିକା ନେଇ ଉଠିଲା ପ୍ରଶ୍ନ

ଦେବଗଡ଼: ପଞ୍ଚାୟତ ନିର୍ବାଚନରେ ଟଙ୍କା ବାଣ୍ଟିଲେ, ଗିରଫ ହେଲେ । ଥାନାରେ ଆତିଥ୍ୟ ବି ପାଇଲେ । ଶେଷରେ ଜାମିନରେ ମୁକୁଳିଲେ । ପୋଲିସର ଏଭଳି ନ୍ୟାୟ ବ୍ୟବସ୍ଥା ଦେଖିଲେ ସାଧାରଣ ଲୋକଙ୍କ ଆଇନ ବ୍ୟବସ୍ଥା ଉପରୁ ଭରସା ତୁଟିଯିବ । ପଞ୍ଚାୟତ ପରାଜୟ ଭୟରେ ବିଜେପି ବିଚଳିତ ହୋଇପଡିଥିବା ବେଳେ ଦେବଗଡ଼ ପୋଲିସ ବି କମ୍ ସାହାଯ୍ୟ କରିନି ।

ତିଳେଇବଣି ବ୍ଲକ ଭୁଟେଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତଥା ବିଜେପିର କର୍ମୀ ସୌଭାଗ୍ୟ ପାତ୍ରଙ୍କୁ ଟଙ୍କା ବାଣ୍ଟିବା ବେଳେ ପୋଲିସ ଗିରଫ କରିଥିଲା । ତାଙ୍କ ପାଖରୁ ୩ ଲକ୍ଷ ୩୦ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଥିଲା । ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ହେଲେ ଅଭିଯୁକ୍ତ ଶିକ୍ଷକ ସୌଭାଗ୍ୟ ବିଜେପି କର୍ମୀ ହୋଇଥିବାରୁ ରାତିରେ ଥାନାରେ ତାଙ୍କ ପାଇଁ ଏକ ଗଦି ଥିବା ଖଟ ବ୍ୟବସ୍ଥା କରାଯାଇଥିଲା । ସେଠାରେ ଚାଦର ତକିଆର ବ୍ୟବସ୍ଥା ହୋଇଥିଲା । ତାଙ୍କୁ କୌଣସି ପ୍ରକାର ଯେମିତି ଅସୁବିଧା ନନୁହେଁ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ଦ୍ୱିତୀୟ ଦିନରେ ଭିଜିଲାନ୍ସ ରେଡ୍: ସହକାରୀ ଯନ୍ତ୍ରୀଙ୍କ ଲକ୍‌ରରୁ ମିଳିଲା ୧୪ଲକ୍ଷ ଟଙ୍କା

ଅର୍ଥାତ୍ ଥାନାରେ ଅଭିଯୁକ୍ତଙ୍କ ପାଇଁ ପୂରା ଭିଆଇପି ବ୍ୟବସ୍ଥା । ଏଠି ପ୍ରଶ୍ନ ଉଠୁଛି ଦେବଗଡ଼ ଥାନା ପୋଲିସର ଏହି ବ୍ୟବସ୍ଥା ସମସ୍ତଙ୍କ ପାଇଁ ନା କେବଳ ଏହାହିଁ କେବଳ ସେଶ୍ପାଲ କେସ୍ । ଖାଲି ଏତିକି ନୁହେଁ ସ୍ଥାନୀୟ ବିଧାୟକ ସୁବାସ ପାଣିଗ୍ରାହୀ ମଧ୍ୟ ସୌଭାଗ୍ୟଙ୍କୁ ଛାଡିଦେବାକୁ ପୋଲିସ ସହ ବାକ୍ ବିତଣ୍ଡା କରିଥିଲେ । ପୋଲିସ ଉପରେ ଚାପ ପକାଇଥିଲେ ।

ବିଧାୟକ ନିଜେ ଥାନାକୁ ଆସିବା ପରେ ବିଜେପିର ସମ୍ପୃକ୍ତି ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଥିଲା । ଆଜି ସୌଭାଗ୍ୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାଙ୍କୁ ଜାମିନ ମିଳିଛି । ତାଙ୍କ ପାଖରୁ ଏତେ ଟଙ୍କା ମିଳିଥିଲେ ବି କାହିଁକି ପୋଲିସ ନିରବଦ୍ରଷ୍ଟା ସାଜିଲା । ଖାଲି ଲୋକ ଦେଖାଣିଆ ଥାନାକୁ ନେଇ ପୁଣି ରାତିରେ ଏଭଳି ଭିଆଇପି ବ୍ୟବସ୍ଥା କରିବା ଉପରେ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି ।

Leave a Reply