ସୁପର ସ୍ପେଶାଲିଟି କ୍ୟାନସର ହସ୍ପିଟାଲ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ବାଗଚୀ ଦମ୍ପତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବାଗଚି ଦମ୍ପତି । ସୁବ୍ରତ ବାଗଚୀ, ସୁସ୍ମିତା ବାଗଚୀଙ୍କ ସହ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଫାଉଣ୍ଡର ଡକ୍ଟର ଶ୍ରୀନାଥ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ସମୟରେ ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ସୁପର ସ୍ପେଶାଲିଟି କ୍ୟାନସର ହସ୍ପିଟାଲର କାର୍ଯ୍ୟ ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସୁବ୍ରତ ବାଗଚୀ । ୭୫୦ ବେଡ୍‌ ବିଶିଷ୍ଟ ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କୋଭିଡ ସତ୍ତ୍ୱେ କାମ ଚାଲିଛି । ଲୋକଙ୍କୁ ତାଲିମ ଦିଆଯାଉଛି । ୨୦୨୩ ରଥଯାତ୍ରା ସମୟରେ କ୍ୟାନସର ହସ୍ପିଟାଲରେ ରୋଗୀ ଦେଖିବା ଆରମ୍ଭ କରାଯିବ । କ୍ୟାନସର ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ହସ୍ପିଟାଲରେ ଉପଲବ୍ଧ ହେବ । କ୍ୟାନସର ହସ୍ପିଟାଲ ସମେତ ପାଲିଟିଭ କେୟାର ୟୁନିଟ ମଧ୍ୟ ନିର୍ମାଣ କରାଯାଉଛି ।

୧୦୦ ଶଯ୍ୟା ବିଶିଷ୍ଟ ଏହି ପାଲିଟିଭ କେୟାର ୟୁନିଟ ନିର୍ମାଣ କରାଯାଉଛି। କରୁଣାଶ୍ରୟ ସଂସ୍ଥା ପକ୍ଷରୁ ୟୁନିଟ କାମ ଆରମ୍ଭ ହୋଇଛି । ବିଶ୍ୱର ବୃହତ ହସ୍ପିଟାଲରେ ମିଳୁଥିବା ସମସ୍ତ ସୁବିଧା ଏଠାରେ ଉପଲବ୍ଧ ହେବ । ଲୋକଙ୍କୁ ଉକୃଷ୍ଟ ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟ ଥିବା ଡକ୍ଟର ଶ୍ରୀନାଥ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୟୁଏନ୍ କଣ୍ଟ୍ରି ଡାଇରେକ୍ଟରଙ୍କ ପ୍ରଶଂସା

Leave a Reply