ବଞ୍ଚିବ ମରଶରୀର ! ବଡ଼ ବଡ଼ ଟାଙ୍କିରେ ବର୍ଷ ବର୍ଷ ଧରି ରଖାଯାଇଛି ମୃତଦେହ

American Labs Experimenting On Dead Bodies To Make Them Alive

ନୂଆଦିଲ୍ଲୀ: ଜନ୍ମ ଆଉ ମୃତ୍ୟୁ, ଚିର ସତ୍ୟ । ଭଗବାନଙ୍କ ଛଡ଼ା ଆଉ କିଏ ମୃତ୍ୟୁକୁ ଟାଳି ପାରିବେ ନାହିଁ । ଏମିତିରେ ଅନେକ ସମୟରେ ଶୋଇଥିବା ଲୋକର ପ୍ରାଣବାୟୁ ବି ଉଡ଼ିଯାଏ । ମଣିଷର ପ୍ରକୃତି ବିରୋଧୀ ପ୍ରକୃତି ପାଇଁ ଆଜି ପରିଣାମ ଭୋଗିବାକୁ ପଡ଼ୁଛି । ତଥାପି ମଣିଷ କିଛି ଶିଖୁନାହିଁ । ବାରମ୍ବାର ପ୍ରକୃତିକୁ ଧ୍ୱଂସ କରି ଚାଲିଛି । ବିଜ୍ଞାନ ବଳରେ ବଳୀୟାନ୍ ହେଉଥିବା ମଣିଷ ବିଧାତାର ନିୟତିକୁ ବଦଳାଇବାକୁ ଚଳାଇଛି ପରୀକ୍ଷା ନିରୀକ୍ଷା ।

American Labs Experimenting On Dead Bodies To Make Them Alive

ଶବ ବଞ୍ଚିବ, ଜିଇଁ ଉଠିବ । ମୃତ ଶରୀର ବି କଥା କହିବ । ଏମିତି ଅସରନ୍ତି ଆଶା ନେଇ ଆମେରିକାରେ ହଜାର ହଜାର ମୃତଦେହକୁ ନେଇ ତିଆରି ହୋଇଛି ଲ୍ୟାବ୍ । ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଦାବି ହେଉଛି ଏଇଠି ମୃତଦେହକୁ ଜୀବନ ଦେବା ନେଇ ଚାଲିଛି ପରୀକ୍ଷଣ ।

American Labs Experimenting On Dead Bodies To Make Them Alive

ଆଧୁନିକତା ସହ ତାଳ ଦେଇ ଚିକିତ୍ସା ବିଜ୍ଞାନ ଆଗେଇଛି । ଚିକିତ୍ସା କ୍ଷେତ୍ରରେ ଏବେ ଏମିତି ଟେକ୍ନୋଲୋଜି ବ୍ୟବହାର ଯାହା କେବେ କଳ୍ପନା କରାଯାଇ ନଥିଲା । ଏବେ ସବୁ ଟେକ୍ନୋଲୋଜିକୁ ପଛରେ ପକାଇ ଚାଲିଛି ନୂଆ ପ୍ରୟାସ । ଏହି ଟେକ୍ନୋଲୋଜି ସାହାଯ୍ୟରେ ମୃତ ବ୍ୟକ୍ତି ବଞ୍ଚି ପାରିବ । ଏମିତି ଟେକ୍ନୋଲୋଜି ଖୋଜା ଚାଲିଛି ଆମେରିକାରେ ।

American Labs Experimenting On Dead Bodies To Make Them Alive

ଆମେରିକାର ଏରିଜୋନାରେ ରହିଛି ମୃତ ବ୍ୟକ୍ତିଙ୍କୁ ଜୀବିତ କରିବାକୁ ପ୍ରୟାସ କରୁଥିବା ଏହି ଲ୍ୟାବ । ଅନେକ ଶବକୁ ଜୀବିତ କରିବା ଉଦ୍ଦେଶ୍ୟରେ ଏଇଠି ସଂରକ୍ଷଣ କରି ରଖାଯାଇଛି । ସଂରକ୍ଷଣ ଶବ ଭିତରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ମୃତଦେହ ବି ଅଛି । ଯେଉଁମାନେ ମୃତ୍ୟୁ ପୂର୍ବରୁ ଆଉ ଥରେ ବଞ୍ଚିବା ଲାଗି ବିପୁଳ ଟଙ୍କା ଦେଇଛନ୍ତି ଲ୍ୟାବକୁ । ଆଉ ଥରେ ଜିଇଁବା ଆଶାରେ ଲ୍ୟାବରେ ବର୍ଷ ବର୍ଷ ଧରି ମରଶରୀର ରଖା ଯାଇଛି ।

American Labs Experimenting On Dead Bodies To Make Them Alive

ଲ୍ୟାବରେ ମୃତଦେହ ରଖା ଯାଉଥିବା ଟେକ୍ନୋଲୋଜି ହେଉଛି କ୍ରାୟୋନିକ୍ସ । ଯେଉଁଥିରେ ମୃତଦେହକୁ ବହୁତ ଥଣ୍ଡା ତାପମାତ୍ରାରେ ରଖା ଯାଇଥାଏ । ଯାହାଦ୍ୱାରା ମୃତ୍ୟୁର ଦୀର୍ଘ ବର୍ଷ ଯାଏ ଶରୀର ନଷ୍ଟ ହୁଏ ନାହିଁ । ଭବିଷ୍ୟତରେ ଯେତେବେଳେ ମୃତ୍ୟ ଶରୀରକୁ ଜୀବିତ କରିବା ନେଇ କୌଶଳ ଆସିବ ତ ଏହି ମୃତଦେହ ଗୁଡ଼ିକ ପୁଣି ଜୀବତ କରାଯାଇ ପାରିବ । ଏମିତି ଆଶାରେ ଆମେରିକାରେ ଚାଲିଛି ପ୍ରୟାସ ।

Leave a Reply