ତାଲିବାନ ବାହାନାରେ କେନ୍ଦ୍ରକୁ ମେହବୁବାଙ୍କ ଚେତାବନୀ

1 min read

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ  ମେହବୁବା ମୁଫ୍ତି ଶନିବାର ତାଲିବାନ ବାହାନାରେ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି । ସେ କେନ୍ଦ୍ର ସରକାରଙ୍କୁ ଜମ୍ମୁ କାଶ୍ମୀର ଲୋକଙ୍କ ସହିତ କଥା ହେବାକୁ ଅପିଲ କରିଛନ୍ତି ।  ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପୁଣିଥରେ ଦିଆଯାଉ  ବୋଲି କହିଛନ୍ତି ମେହବୁବା । ମୁଫ୍ତି ଏହା ମଧ୍ୟ କହିଛନ୍ତିଯେ,  ତାଲିବାନ ଆମେରିକାକୁ ସେଠାରୁ ଚାଲିଯିବାକୁ ବାଧ୍ୟ କଲା ।  ଆମ ପ୍ରତୀକ୍ଷାର  ପରୀକ୍ଷା ନିଅନାହିଁ ।  ଯେଉଁଦିନ ପ୍ରତୀକ୍ଷା ଶେଷ ହୋଇଯିବ, ସେଦିନ ଆପଣ ମଧ୍ୟ ରହିବେନି ।  ଯଦି କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରେ ଶାନ୍ତି ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି,ତେବେ ଧାରା ୩୭୦କୁ ପୁଣିଥରେ ଲାଗୁ କରିବାକୁ ପଡ଼ିବ ଏବଂ ଆଲୋଚନା ମାଧ୍ୟମରେ ଜମ୍ମୁ କାଶ୍ମୀରର ସମସ୍ୟା ଦୂର କରିବାକୁ ପଡ଼ିବ ।

କୁଲଗାମରେ ସଭାକୁ ସମ୍ବଦ୍ଧିତ କରି ମେହବୁବା ମୁଫ୍ତି କହିଛନ୍ତିଯେ,  ଆଫଗାନିସ୍ତାନରେ ତାଲିବାନ  ଆମେରିକାକୁ ସେଠାରୁ ଚାଲିଯିବାକୁ ବାଧ୍ୟ କଲା । । କିନ୍ତୁ ତାଲିବାନର ଚାଲିଚଳଣି ଉପରେ ପୂରା ଦୁନିଆ ନଜର ରଖୁଛି ।  ମୁଁ ତାଲିବାନୀଙ୍କୁ ଅନୁରୋଧ କରୁଛିଯେ, ସେମାନେ ଏଭଳି କିଛି ନକରନ୍ତୁ ଯାହାଦ୍ୱାରା ପୂରା ଦୁନିଆ ତାଙ୍କପ୍ରତି ବିରୋଧାତ୍ମକ ଆଚରଣ କରିବ । ତାଲିବାନରେ ବନ୍ଧୁକର ଭୂମିକା ଶେଷ ହୋଇ ଯାଇଛି ।  ଏବେ ବିଶ୍ୱ ଦେଖିବ ସେମାନେ କେଉଁଭଳି ବ୍ୟବହାର କରୁଛନ୍ତି ।

ପିଡିପି ମୁଖ୍ୟ କହିଛନ୍ତିଯେ,  ୧୯୪୭ରେ  ତତ୍କାଳୀନ ପିଏମ୍‌ ଜଓ୍ୱାହର ଲାଲ ନେହେରୁ କହିଥିଲେଯେ, ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ।  ଏହା ସହିତ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯିବ ।  ଏହା ସହିତ ସେ କହିଛନ୍ତିଯେ, ସ୍ୱାଧୀନତା ସମୟରେ ଯଦି ଭାଜପା ସତ୍ତାରେ ଥାନ୍ତା ତେବେ ଜମ୍ମୁ କାଶ୍ମୀର ଭାରତର ଅଂଶ ହୋଇନଥାନ୍ତା ।

ମେହବୁବା ମୁଫ୍ତିଙ୍କ ବୟାନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତିଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନର ସ୍ଥିତିରେ ଏଭଳି ବୟାନ ଦେବା ଅନୁଚିତ୍‌ ।  ଜମ୍ମୁ-କାଶ୍ମୀରରେ ସର୍ବଦା ଭାରତର ଅଂଶ ହୋଇ ରହିଆସିଛି ।

ଅନ୍ୟପଟେ ଭାଜପାର ରାଜ୍ୟ ଅଧ୍ୟକ୍ଷ ରବିନ୍ଦ୍ର ରୈନା ପିଡିପି ନେତା ମେହବୁବା ମୁଫ୍ତିଙ୍କ ଏହି ବୟାନକୁ ନେଇ ଟାର୍ଗେଟ କରିଛନ୍ତି ।  ସେ କହିଛନ୍ତି, ଭାରତ ଏକ ମଜବୁତ ଦେଶ ।  ନରେନ୍ଦ୍ର ମୋଦି ଆମ ପ୍ରଧାନମନ୍ତ୍ରୀ, ଜୋ ବାଇଡେନ ନୁହଁନ୍ତି ।  ଆମେ ଆତଙ୍କବାଦୀଙ୍କ ମୂଳପୋଛ କରିଦେବୁ ।  ମେହବୁବା ମୁଫ୍ତି ହେଉଛନ୍ତି ଦେଶଦ୍ରୋହୀ । ସେ ଦେଶଦ୍ରୋହରେ ଲିପ୍ତ ।  ମେହବୁବା ମୁଫ୍ତି କାଶ୍ମୀରରେ ତାଲିବାନ୍‌ ରାଜ୍‌ ଚାହୁଁଛନ୍ତି ।  କିନ୍ତୁ ଆମ ସରକାର ସମସ୍ତ ଆତଙ୍କୀଙ୍କୁ ଶେଷ କରିଦେବେ ।

Leave a Reply