ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଲକ୍ଷ୍ମୀନାରାୟଣ ମିତ୍ତଲ, ବୁଲିଦେଖିଲେ କେନ୍ଦ୍ରାପଡା ପ୍ରସ୍ତାବିତ ପ୍ଲାଣ୍ଟ

1 min read

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭୋଟିଲେ ଆର୍ସେଲର -ମିତ୍ତଲ ଗ୍ରୁପର ଅଧ୍ୟକ୍ଷ  । କେନ୍ଦ୍ରାପଡାରେ ଆର୍ସେଲର -ମିତ୍ତଲ ପକ୍ଷରୁ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ୍ୱ ହୋଇଛି । ଆର୍ସେଲର -ମିତ୍ତଲ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ  ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରକଳ୍ପ ବାବଦରେ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିଥିଲେ ।

ଏହା ପୂର୍ବରୁ ସେ କେନ୍ଦ୍ରାପଡାରେ ପ୍ରସ୍ତାବିତ ପ୍ଲାଣ୍ଟ ଅଞ୍ଚଳ ବୁଲି ଦେଖିବା ସହ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ପ୍ଲାଣ୍ଟର ନକ୍ସା ଅନୁସାରେ ଏହାର ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଛନ୍ତି ମିତ୍ତଲ । କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ହେଲେ, ଏଠାକୁ ଆସିବାକୁ ଥିବା କଞ୍ଚାମାଲ ଓ ଉତ୍ପାଦିତ ସାମଗ୍ରୀ ପରିବହନ ନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।

ସେହିପରି ମହାକାଳପଡା ବତିଘର ଅଞ୍ଚଳ ମଧ୍ୟ ବୁଲି ଦେଖିଥିଲେ । କେନ୍ଦ୍ରାପଡାରେ ଆର୍ସେଲର -ମିତ୍ତଲ ନିପନ ଷ୍ଟିଲ ୫୦ ହଜାର କୋଟି ଟଙ୍କା ବିନିଯୋଗରେ ଇସ୍ପାତ କାରଖାନା ସ୍ଥାପନ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଯେଉଁଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି କାର୍ଯ୍ୟର ତ୍ୱରିତ ଦିଗକୁ ନେଇ ଆଲୋଚନା କରିଛନ୍ତି ଆର୍ସେଲର -ମିତ୍ତଲର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ  ।

Leave a Reply