ବିଜେପିରେ ଗୋଷ୍ଠୀ କନ୍ଦଳ, ଯୁବମୋର୍ଚ୍ଚା ସଭାପତିଙ୍କୁ ବିଜେପିର ଆକ୍ରମଣ !

ଭଦ୍ରକ: ପଦାରେ ପଡିଲା ବିଜେପିର ଗୋଷ୍ଠୀ କନ୍ଦଳ । ବିପକ୍ଷ ଗୋଷ୍ଠୀଙ୍କ ଆକ୍ରମଣରେ ଭଦ୍ରକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା ଆହତ । ଜିଲ୍ଲା କାର୍ଯ୍ୟାଳୟ ଭିତରେ ସଂଘବଦ୍ଧ ଆକ୍ରମଣ । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିକାଶଙ୍କୁ କେତେକ ଯୁବକ ମାରଣାସ୍ତ୍ର ଦେଖାଇ ଭଦ୍ରକ କୋର୍ଟ ପରିସରରୁ ବିଜେପି ଜିଲ୍ଲା କାର୍ଯ୍ୟାଳୟକୁ ନେଇଥିଲେ ।

ସେଠାରେ 20ରୁ 30 ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ପଦବୀ ଛାଡିବା ପାଇଁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ବିକାଶ । ଦୀର୍ଘ ସମୟ ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭଦ୍ରକ ଜିଲ୍ଲା ବିଜେପିରେ ଦୀର୍ଘଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ଏହି କାରଣରୁ ବିପକ୍ଷ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି ।

Leave a Reply