ନବୀନ ମନ୍ତ୍ର: ‘ଅନନ୍ତ ସମ୍ଭାବନାର ପ୍ରତୀକ ଛାତ୍ରଛାତ୍ରୀ, ସ୍ୱପ୍ନକୁ ସାକାର କରିବ ରୂପାନ୍ତର’

1 min read

ଭୁବନେଶ୍ୱର: ସ୍ମାର୍ଟ କ୍ଲାସରୁମ କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଅତିଥିଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ପିଲା ହେଉଛି ଅନନ୍ତ ସମ୍ଭାବନାର ପ୍ରତୀକ। ତାର ସୁନ୍ଦର ଭବିଷ୍ୟତ ପାଇଁ ତା ଆଖିରେ ଥାଏ ଅନେକ ସ୍ୱପ୍ନ ଓ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ରୂପାନ୍ତର ଆଣିଛି ସୁଯୋଗ। ପିଲାଙ୍କ ସ୍ୱପ୍ନ ସାକାର ହେଲେ ପୂରଣ ହେବ ନୂଆ ଓଡିଶା, ନବୀନ ଓଡିଶାର ଲକ୍ଷ୍ୟ । ଏହି ରୂପାନ୍ତରକୁ ନୂଆ ଓଡିଶାର ଭିତ୍ତି ଭାବରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ । ଏହି ରୂପାନ୍ତର ତୁମ ମାନଙ୍କ ପାଇଁ । ତୁମମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମମାନଙ୍କୁ ଶ୍ରେଷ୍ଠ ଗଢିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟକୁ ବାଟ ଦେଖାଇଛି । ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୦ ସ୍କୁଲର କାୟାକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ ।

୫-ଟି ଉପକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସ୍କୁଲ ରୂପାନ୍ତର ହେଉଛି, ଆମର ୫-ଟି କାର୍ଯ୍ୟକ୍ରମର କ୍ଲାସିକ୍‌ ଉଦାହରଣ । ୫-ଟିର ପଞ୍ଚ ଆଧାର ବିଷୟରେ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ Technology, Teamwork, time, Transparency ଓ Transformaton. ଏହା ହିଁ ରୂପାନ୍ତରଣକୁ ସମ୍ଭବ କରିପାରିଛି । Technology ଆମକୁ Smart Class Room, e-Library, Computer ଓ Modern Laboratoryର ସୁବିଧା ଦେଇଥିବା ବେଳେ, ଆମ ସମସ୍ତଙ୍କର ମିଳିତ ଉଦ୍ୟମ ହେଉଛି Teamwork  ।

ପଞ୍ଚାୟତ ପ୍ରତିନିଧି ଠାରୁ ଆରମ୍ଭ କରି ସ୍କୁଲ ପରିଚାଳନା କମିଟି, ଶିକ୍ଷକ-ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ, ପ୍ରଶାସନ, ଅଭିଭାବକ, ସ୍ଥାନୀୟ ଜନସାଧାରଣ ସମସ୍ତେ ଏଥିପାଇଁ ମିଶି କାମ କରିଛନ୍ତି। ୫-Tର ତୃତୀୟ ଆଧାର ହେଉଛି Time. ଏ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟ ୧୫ ସୁଦ୍ଧା ହିଞ୍ଜିଳି-ଶେରଗଡର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ କରିବା ପାଇଁ ମୁଁ ପ୍ରଶାସନକୁ ଟାର୍ଗେଟ ଦେଇଥିଲି । ୬ ମାସ ତଳେ କାମ ଆରମ୍ଭ ହେଲା ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ଶେଷ ହେଲା । ଏହା ସମ୍ଭବ ହୋଇପାରିଲା ସମସ୍ତଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁ ।

୫-ଟିର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ହେଲା Transparency ବା ସ୍ୱଚ୍ଛତା। ସ୍କୁଲ ମାନଙ୍କରେ ଯାହାକିଛି ପରିବର୍ତ୍ତନ ଆସିଛି, ଲୋକଙ୍କ ସହ ଆଲୋଚନା କରି କରାଯାଇଛି । Vision Document ଠାରୁ ଆରମ୍ଭ କରି ଖର୍ଚ୍ଚ ବିଷୟରେ ଲୋକମାନେ ସବୁ ବିଷୟରେ ଅବଗତ ଅଛନ୍ତି । ସେମାନେ ନିଜେ ମଧ୍ୟ କାମ ତଦାରଖ କରିଛନ୍ତି। ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଆଉ ଗୋଟିଏ ବିଷୟ ହେଲା ପିଲାମାନଙ୍କ ପାଇଁ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ଉପଲବ୍‌ଧତା । ଏସବୁ କିଛି ଆଣିପାରିଛି ରୂପାନ୍ତର ଏବଂ ଯାହା କି ସମସ୍ତେ ଦେଖି ପାରୁଛନ୍ତି ଓ ଅନୁଭବ ମଧ୍ୟ କରିପାରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

Leave a Reply