ବାଘ ମୁହଁରୁ ନାତୁଣୀକୁ ଟାଣି ଆଣିଲେ ବୟସ୍କ ଦମ୍ପତି

1 min read

ଶ୍ୟୋପୁର: ମଧ୍ୟପ୍ରଦେଶର ଶ୍ୟୋପୁର ଜିଲ୍ଲାରେ ଏବେ ଦୁଇ ବୟସ୍କ ଜେଜେ-ଜେଜେମା’ ସାହସିକତାକୁ ନେଇ ଖୁବ୍‌ଚର୍ଚ୍ଚା ହେଉଛି । କାରଣ ଏମାନେ ନିଜ ଜୀବନକୁ ବାଜି ଲଗାଇ ବାଘ ମୁହଁରୁ ତାଙ୍କ ନାତୁଣୀକୁ ଛଡ଼ାଇ ଆଣିଛନ୍ତି । ମଧ୍ୟପ୍ରଦେଶରେ ଚାରିଆଡ଼େ ଏବେ ଏହି ଚର୍ଚ୍ଚା ହେଉଛି ।

ଘଟଣା ଶ୍ୟୋପୁର ଜିଲ୍ଲାର କରାହଲ ଗାଁ’ର । ଏଠାରେ ଜୟ ସିଂ ଗୁର୍ଜର ଏବଂ ତାଙ୍କ ପତ୍ନି ବସନ୍ତୀ ବାଈ ତାଙ୍କ ଏକ ବର୍ଷର ନାତୁଣୀ ସହିତ ଘର ଅଗଣାରେ ଶୋଇଥିଲେ ।

ସୂଚନା ଅନୁସାରେ ରାତିର ଅନ୍ଧାରରେ ଅଚାନକ ଏକ ବାଘ ଚାଲି ଆସିଲା ଏବଂ ଶୋଇଥିବା ନାତୁଣୀକୁ ମୁହଁରେ ଟାଣିନେଲା । ପିଲାଟି କାନ୍ଦିବା ମାତ୍ରେ ବୟସ୍କ ଦମ୍ପତିଙ୍କର ହଠାତ୍‌ନିଦ ଭାଙ୍ଗିଗଲା । ନିଦ ଭାଙ୍ଗିବା ମାତ୍ରେ ବାଘ ମୁହଁରେ ନାତୁଣୀକୁ ନେଇ ସେମାନଙ୍କ ହୋଶ୍‌ଉଡ଼ିଗଲା । କ’ଣ କରିବେ କିଛି ବୁଝି ପାରିଲେନି । ଉଭୟ ବାଘ ସହିତ ଟଣା ଓଟରା କରିବା ଆରମ୍ଭ କରିଦେଲେ । ଏହି ସମୟରେ ଉଭୟଙ୍କ ଶରୀର ବାଘ ଦାନ୍ତ ଦ୍ୱାରା କ୍ଷତବିକ୍ଷତ ହୋଇଯାଇଛି ।

ଶବ୍ଦ ଶୁଣିବା ମାତ୍ରେ ପରିବାରର ଅନ୍ୟ ସଦସ୍ୟଙ୍କ ନିଦ ବାଙ୍ଗିଗଲା । ସାହି ପଡ଼ିଶା ମଧ୍ୟ ପହଞ୍ଚିଗଲେ । କିନ୍ତୁ ସେତେବେଳକୁ ବାଘ ପିଲାଟିକୁ ଛାଡ଼ି ଚାଲି ଯାଇଥିଲା । ପିଲାଟିର ଜେଜେଙ୍କ ଗୋଡ଼ରେ ବାଘ ଦାନ୍ତରେ ଗମ୍ଭୀର ଆଘାତ ଲାଗିଛି । ତେବେ ଏହି ଘଟଣା ପରେ ଗାଁରେ ଚାଂଚଲ୍ୟ ସୃଷ୍ଟି ହୋଇଛି ।

Leave a Reply